ପିଏମଇଣ୍ଡିଆ
ଆଜି ଅଗଷ୍ଟ 8 ତାରିଖ । ଅଗଷ୍ଟ 8 ତାରିଖ ଦିନ ଅଗଷ୍ଟ କ୍ରାନ୍ତିର ବିଗୁଲ ବାଜି ଉଠିଥିଲା ଏବଂ ମହାତ୍ମା ଗାନ୍ଧୀ ଭାରତ ଛାଡ ମନ୍ତ୍ର ସହ ଦେଶର ସ୍ୱାଧିନତା ସଂଗ୍ରାମକୁ ଏକ ତୀବ୍ରତାର ସହ ଆନ୍ଦୋଳିତ କରି ଦେଇଥିଲେ । ଅଗଷ୍ଟ 9 ତାରିଖ ଦିନ ଦେଶ ପାଇଁ ନିଜକୁ ସମର୍ପି ଦେଇଥିବା ଦେଶପ୍ରେମୀମାନଙ୍କ ଉପରେ ଅନେକ ଅତ୍ୟାଚାର କରିଥିଲେ। ଆଜି 8 ଅଗଷ୍ଟ, 75 ବର୍ଷ ପୁରିଛି । ସ୍ୱାଧିନତା ଆନ୍ଦୋଳନ ର ସେହି ସମସ୍ତ ଦେଶପ୍ରେମୀଙ୍କୁ ସ୍ମରଣ କରି ଆଜି ଅଗଷ୍ଟ 8 ତାରିଖ ଦିନ ଟିକସ ଆତଙ୍କବାଦରୁ ମୁକ୍ତି … ଆମ ସଂସଦର ଉଭୟ ଗୃହର ସଭ୍ୟମାନେ ସେହି ଦିଗରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି ।
କିଛି ଲୋକ ହୁଏତ ଜାଣିଥିବେ ଆମ ଦେଶରେ ଟିକସକୁ ନେଇ କିଭଳି ପରିସ୍ଥିତି ଥିଲା । ଟିକସକୁ ନେଇ ସୁପ୍ରିମ କୋର୍ଟରେ ଗୋଟିଏ ମାମଲା ଆସିଥିଲା ଯେଉଁଥିରେ ବିଷୟ ଥିଲା ଯେ, ନଡିଆକୁ ଫଳ ଭାବେ ଗ୍ରହଣ କରାଯିବା କଥା ନା ପରିବା ଭାବେ ? ଏହାକୁ ଫଳ ବୋଲି ଧରାଯାଇ କରଯୁକ୍ତ କରାଯିବ ନା ପରିବା ଭାବେ ଗ୍ରହଣ କରାଯାଇ କରମୁକ୍ତ କରାଯିବ ? ମାମଲା ସୁପ୍ରିମ କୋର୍ଟ ଯାଏ ଗଲା । ଟିକସକୁ ନେଇ ଆମର ପୁରୁଣା ପରମ୍ପରା ରହିଛି । ସେଥିରେ କିଭଳି ଉତ୍ଥାନ ପତନମାନ ଆସିଲା, ତାହା ବୁଝିବା ପାଇଁ ଏହି ଘଟଣାଟି ଯଥେଷ୍ଟ ।
ବର୍ତ୍ତମାନ ମୁଁ ସମସ୍ତ ରାଜନୈତିକ ଦଳମାନଙ୍କୁ, ସରକାର ଚଳାଉଥିବା ସମସ୍ତ ରାଜନୈତିକ ପାର୍ଟିଙ୍କୁ ଧନ୍ୟବାଦ ଅର୍ପଣ କରିବା ପାଇଁ ଠିଆ ହୋଇଛି ।
ଆମେ ଏଭଳି ଏକ ନିଷ୍ପତ୍ତି ଗ୍ରହଣ କରିବାକୁ ଯାଉଛୁ ଯେଉଁଥିରେ ରାଜ୍ୟସଭା, ଲୋକସଭା, 29 ରାଜ୍ୟ, କେହି ନା କେହି ପ୍ରତିନିଧିତ୍ୱ କରୁଥିବା 90ଟି ରାଜନୈତିକ ଦଳ, ଏହି ସମସ୍ତେ ବ୍ୟାପକ ଭାବରେ ପର୍ଯ୍ୟାଲୋଚନା କରି କିଛି ସମୟ ପରେ ଚୁଡାନ୍ତ ନିଷ୍ପତ୍ତିର ମୋହର ଲଗାଇବେ । ତେଣୁ, ଏକଥା ସତ ଯେ, ଜନ୍ମ କେହି ଦିଏ, ଲାଳନ ପାଳନ ଆଉ କେହି କରେ ।
କୃଷ୍ଣଙ୍କୁ କେହି ଜନ୍ମ ଦେଲେ ଏବଂ ତାଙ୍କ ଲାଳନ ପାଳନ ଅନ୍ୟ କେହି କଲେ । କିନ୍ତୁ ଏ କଥା ମଧ୍ୟ ସତ ଯେ, ଏହା କୌଣସି ଦଳ କିମ୍ବା କୌଣସି ସରକାରର ବିଜୟ ନୁହେଁ । ଏହା ଭାରତର ଉଚ୍ଚ ଗଣତାନ୍ତ୍ରିକ ପରମ୍ପରାର ବିଜୟ । ଏହା ସମସ୍ତ ରାଜନୈତିକ ଦଳର ବିଜୟ । ଏଥିରେ ଅତୀତ ଏବଂ ବର୍ତ୍ତମାନର ସରକାରଙ୍କ ଅବଦାନ ରହିଛି, ତେଣୁ ମୋ ମତରେ ଏଥିରେ କିଏ ଜିତିଲା କିଏ ହାରିଲା ଏଥିପାଇଁ କୌଣସି ଆଲୋଚନାର ଆବଶ୍ୟକତା ନାହିଁ ।
ତେଣୁ, GST ର ଅର୍ଥ ହେଲା ଟିମ ଇଣ୍ଡିଆ ଦ୍ଵାରା ଏକ ବୃହତ ପଦକ୍ଷେପ, GST ର ଅର୍ଥ ହେଲା ସଂସ୍କାରମୂଳକ ପରିବର୍ତ୍ତନ ଦିଗରେ ଏକ ବଳିଷ୍ଠ ପଦକ୍ଷେପ, GSTର ଅର୍ଥ ହେଲା ସ୍ଵଚ୍ଛତା ଦିଗରେ ଏକ ମହାନ ପଦକ୍ଷେପ, ତେଣୁ ଆମେ ଗୋଟିଏ ନୂତନ ବ୍ୟବସ୍ଥା ପ୍ରବର୍ତ୍ତନ କରିବାକୁ ଯାଉଛୁ ।
ଏକ ଭାରତ – ଶ୍ରେଷ୍ଠ ଭାରତ, ଏହା ଆମ ସମସ୍ତଙ୍କର ସ୍ୱପ୍ନ । ଆମେ ରେଳବାଇକୁ ଦେଖିଲେ ଏକ ଭାରତର ଅନୁଭୁତି ହୁଏ । ଆମ ଡାକଘରକୁ ଦେଖିଲେ ଏକ ଭାରତର ଅନୁଭୁତି ହୁଏ । ଆମ ଅଲ୍ ଇଣ୍ଡିଆ ସିଭିଲ ସର୍ଭିସେସକୁ ଦେଖିଲେ ଏକ ଭାରତର ମହକ ବାରି ହୁଏ । ଆଇ.ପି.ସି, ସି.ଆର.ପି.ସି କୁ ଦେଖିଲେ ଏକ ଭାରତର ପରିଚୟ ମିଳେ । ଆଜି ଆମେ ଯେତେବେଳେ ଭାରତ ନେଟ୍ କଥା କହୁଛୁ, ଡିଜିଟାଲ ଇଣ୍ଡିଆ କଥା କହୁଛୁ, ସାଗରମାଳା କଥା କହୁଛୁ, ଏ ସବୁ ଏକ ଭାରତର ସୂଚନା ଦେଉଛି । ଏହି ଭାବନାକୁ ବଳବତ୍ତର କରିବା, ଶକ୍ତିଶାଳୀ କରିବା, ଏବଂ ସେହି ଶୃଙ୍ଖଳାରେ ଏହି ହାରରେ ଗୋଟିଏ ନୂଆ ମୋତି ଗୁନ୍ଥି ଦେବାକୁ ଯାଉଛୁ ଯାହା ଏକ ଭାରତର ଭାବନାକୁ ଶକ୍ତି ପ୍ରଦାନ କରିବ । ଏହା କେବଳ ଗୋଟିଏ କର ପ୍ରଣାଳୀ ନୁହେଁ । ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ମିଶି ଏଭଳି ଏକ ବ୍ୟବସ୍ଥା ବିକଶିତ କରନ୍ତୁ ଯାହା କ୍ଷୁଦ୍ରତମ କିମ୍ବା ବୃହତ୍ତମ ରାଜ୍ୟ ସମସ୍ତଙ୍କୁ ଆପଣାର ବୋଲି ମନେ ହେବ । ଏହା ଏକ ଭାରତର ଭାବନାକୁ ଶକ୍ତି ପ୍ରଦାନ କରିବା ଭଳି ଘଟଣା, ତେଣୁ ମୁଁ ଏହାକୁ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ମନେକରୁଛି ।
ବେଳେ ବେଳେ ଜିଏସଟି କୁ ନେଇ ଅନେକ ସନ୍ଦେହ ପ୍ରକାଶ ପାଇଲା । ମୁଁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମୋ ମନରେ ମଧ୍ୟ ଅନେକ ସନ୍ଦେହ ଥିଲା । ପ୍ରଣବ ମୁଖାର୍ଜୀ ସାହେବଙ୍କ ସହିତ ମୁଁ ଏହା ସମ୍ପର୍କରେ ଅନେକ ଥର ଆଲୋଚନା କରିଥିଲି । ଜିଏସଟି କୁ ଜଣେ ମୁଖ୍ୟମନ୍ତ୍ରୀ ଦୃଷ୍ଟିରେ ଦେଖିଥିବାରୁ ପ୍ରଧାନମନ୍ତ୍ରୀ ହେବା ପରେ ଏହି ସବୁ ପ୍ରସଙ୍ଗ ଉପରେ ଆଲୋଚନା କରିବା ମୋ ପାଇଁ ସହଜ ହେଲା । ସେ ଅନୁଭୁତି ମୋର କାମରେ ଲାଗିଲା । ସେତେବେଳେ କିଛି ପ୍ରସଙ୍ଗ ଉପରେ ରାଜ୍ୟମାନେ ଆଲୋଚନା କରିପାରୁନଥିଲେ । କିଛି କଥା ଉଜାଗର ହୋଇ ପାରୁନଥିଲା । କିଛି ଲୁକ୍କାୟୀତ ହୋଇ ରହୁଥିଲା । ଏ ସମସ୍ତ କଥା ଏହି ସୁଦୀର୍ଘ ସାମୁହିକ ଆଲୋଚନା ଯୋଗୁଁ, ସେଥିରେ କେବଳ ଯେ ମୋର ଅବଦାନ ରହିଛି ସେ କଥା ନୁହେଁ, ଏଥିରେ ସମସ୍ତଙ୍କର ଅବଦାନ ରହିଛି । ଅନେକ ଦୋଷ ଦୁର୍ବଳତାକୁ ଦୂର କରିବାରେ ଆମେ ସଫଳ ହୋଇଛୁ । ଏହା ସାମୁହିକ ଆଲୋଚନାର ପରିଣାମ । ଏକଥା ସତ ଯେ ଆମେ ଏକ ମଧ୍ୟ ହୋଇପାରୁ । କୌଣସି ତୃଟି ରହିବ ନାହିଁ । ଆଗକୁ ମଧ୍ୟ କିଛି ଉଣା ରହିବ ନାହିଁ । ଏଭଳି ଗର୍ବ ମଣିଷ ତ କେବେ କରିପାରିବ ନାହିଁ । ଅବଶ୍ୟ ଏତେ ମସ୍ତିଷ୍କ ଯେତେବେଳେ ଲାଗିଥିଲେ, ଆଉ ଭଲ କାମ କରିବାର ପ୍ରୟାସ କରିଛନ୍ତି, ତେବେ ଏହାର ଫଳ ମଧ୍ୟ ମିଳିବ । ଦେଶ ଆଜି ଅନୁଭବ କରୁଛି ଗୋଟିଏ ମଞ୍ଚ, ଗୋଟିଏ ମତ, ଗୋଟିଏ ମାର୍ଗ, ଗୋଟିଏ ଗନ୍ତବ୍ୟ ସ୍ଥଳ । ଏହି ମନ୍ତ୍ର ଆଜି ଜିଏସଟି ର ଏହି ପ୍ରଚେଷ୍ଟାରେ ଆମେ ସମସ୍ତେ ଅନୁଭବ କଲୁ । ସେଥିପାଇଁ ଏ କଥା ଠିକ୍ ଯେ, ରାଜ୍ୟସଭାରେ ସଭ୍ୟ ସଂଖ୍ୟା ଯୋଗୁ ଏହି ବିଲ୍ ଅଡୁଆରେ ପଡିଥାନ୍ତା । ଏ କଥା ମଧ୍ୟ ସତ ଯେ, ରାଜ୍ୟମାନଙ୍କର କେନ୍ଦ୍ର ପ୍ରତି ଅବିଶ୍ୱାସର ବାତାବରଣ ଥିଲା । କିନ୍ତୁ ସବୁଠାରୁ ବଡ ଆବଶ୍ୟକତା ଥିଲା ଯେ, କେନ୍ଦ୍ର ଓ ରାଜ୍ୟମାନଙ୍କ ମଧ୍ୟରେ ବିଶ୍ୱାସର ବାତାବରଣ ସୃଷ୍ଟି ହେଉ । ସବୁଠାରୁ ବଡ ଆବଶ୍ୟକତା ଥିଲା ଯେ, ଏହି କଥା ବହୁମତ ଆଧାରରେ ନିଷ୍ପତ୍ତି ନ ହେଉ । ଆମେ କେବେହେଲେ ଚାହୁଁ ନ ଥିଲୁ, ମୁଁ ଆଗରୁ ମଧ୍ୟ ଏହି ଗୃହରେ କହିଛି ଯେ, ଗଣତନ୍ତ୍ର କେବଳ ବହୁମତ ସଂଖ୍ୟାର ଖେଳ ନୁହେଁ । ଏହା ଏକମତ ହେବାର ସଂଖ୍ୟା । ଯେହେତୁ ସମସ୍ତେ ଏକମତ, ତେଣୁ ଏହା ଆଗକୁ ମଧ୍ୟ ଚାଲିବ । ଆମେ ନିରନ୍ତର ଭାବରେ ଆଲୋଚନା କରି ଆସିଛୁ । ଆଜି ଆମ ମୋଇଲି ସାହେବଙ୍କୁ ଏ କଥା ବିଶେଷ ଭାବରେ ବାଧିଲା ଯେ, ଏହି ଗୃହକୁ ଜୁନିୟର ହାଉସ୍ କୁହାଯାଉଛି । ଯେଉଁ ଲୋକେ ଏଭଳି ଶବ୍ଦ ପ୍ରୟୋଗ କରୁଛନ୍ତି ସେମାନଙ୍କ ପାଖକୁ ଆପଣଙ୍କର ଏହି ବାର୍ତ୍ତା ନିଶ୍ଚୟ ପହଞ୍ଚିବ । ସେମାନେ ବଦଳିବେ କି ନାହିଁ ତାହା କହି ହେଉ ନାହିଁ କିନ୍ତୁ ଏହା ନିଶ୍ଚୟ ପହଞ୍ଚିବ । କିନ୍ତୁ ମୁଁ ଯେତେବେଳେ ଆଲୋଚନା ପାଇଁ ଆଦରଣୀୟ ସୋନିୟାଜୀ ଙ୍କୁ ଡାକିଥିଲି, ଆଦରଣୀୟ ମନମୋହନ ସିଂ ଜୀ ଙ୍କୁ ଡାକିଥିଲି, ଜଣେ ଲୋକସଭାରୁ ଅନ୍ୟ ଜଣେ ରାଜ୍ୟସଭାରୁ । ମୁଁ ଉଭୟଙ୍କୁ ସମାନ ଗୁରୁତ୍ୱ ଦେଇ ଜିଏସଟି ସମ୍ପର୍କରେ ମତ ବିନିମୟ କରିଥିଲି । ଆମେ ସମସ୍ତଙ୍କ ପ୍ରସ୍ତାବକୁ ଗ୍ରହଣ କରିବାର ପ୍ରୟାସ କରିଛୁ । ଆମେ ଜାଣିଛୁ ଯେ ଗୋଟିଏ ଅଭୂତପୂର୍ବ ଏକମତର ବାତାବରଣ ସୃଷ୍ଟି ହୋଇଛି । ଏଥିରେ ଗୋଟିଏ ଶକ୍ତି ସୃଷ୍ଟି ହୁଏ । ଯେଉଁ ଶକ୍ତି ରାଜ୍ୟର ଏକ ବହୁତ ବଡ ପୁଞ୍ଜି । ଆମେ ସମସ୍ତେ ଭିନ୍ନ ଭିନ୍ନ ରାଜନୈତିକ ଚିନ୍ତାଧାରା ସହ ଜଡିତ । ରାଜନୀତି ଆମ ଭିତରେ ରହିଛି, ଆମ କଥାରେ ରହିଛି । ତେଣୁ କେଉଁଠି ନା କେଉଁଠି ତାହାର ପ୍ରବେଶ ସ୍ୱାଭାବିକ । କିନ୍ତୁ ଜିଏସଟି ସମ୍ପର୍କରେ ଏହି ସମ୍ପୂର୍ଣ୍ଣ ଆଲୋଚନା ସମୟରେ ଆମେ ଲକ୍ଷ କଲୁ ଯେ, ଏହି ସ୍ଥାନର ପବିତ୍ରତାକୁ ବଜାୟ ରଖାଗଲା । ଆମମାନଙ୍କ ମଧ୍ୟରୁ କେହି ଏହାକୁ ରାଜନୀତିର ମଞ୍ଚ ହେବାକୁ ଦେଲେ ନାହିଁ । ଏହା ଜାତୀୟ ମଞ୍ଚ ହେଲା । ଆମେ ଦେଶ ହିତକୁ ସର୍ବୋଚ୍ଚ ସ୍ଥାନ ଦେଲୁ ।
ଏହା ଭାରତୀୟ ଗଣତନ୍ତ୍ରର ଉଜ୍ଜ୍ୱଳ ଦିଗ ମଧ୍ୟରୁ ଅନ୍ୟତମ । ରାଷ୍ଟ୍ରନୀତି ରାଜନୀତି ଠାରୁ ଉଦ୍ଧ୍ୱର୍ରେ । ଏହି କଥାକୁ ଆମେ ସମସ୍ତେ ମିଶି . . . ଏହାର ଅର୍ଥ ନୁହେଁ ଯେ ଏହି ପ୍ରସ୍ତାବରେ କାହାରି କୌଣସି ଅଭିଯୋଗ ନ ଥିଲା । ଅଭିଯୋଗ ନ ଥିବା ଜରୁରୀ ନୁହେଁ । ଏଠାରେ ମଧ୍ୟ କିଛି ଲୋକ ଉପସ୍ଥିତ ଥିବେ ଯେଉଁମାନଙ୍କୁ ଲାଗୁଥିବ ଯେ, ଏମିତି ନ ହୋଇ ସେମିତି ହେଲେ ଭଲ ହୋଇଥାଆନ୍ତା । ଏଠାରେ ପୂର୍ଣ୍ଣଚ୍ଛେଦ ବଦଳରେ କମା ଥିଲେ ଭଲ ହୋଇଥାଆନ୍ତା । ଏମିତି ସବୁବେଳେ ରହିବ । ଏହାହିଁ ତ ଗଣତନ୍ତ୍ରର ଶକ୍ତି । କିନ୍ତୁ ଏସବୁ ସତ୍ତ୍ୱେ ଆମେ ସମସ୍ତେ ଏହାକୁ ଆଗେଇ ନେବା ପାଇଁ ଚେଷ୍ଟା କରିଛୁ ।
ଏହି ଜିଏସଟି ପ୍ରଣାଳୀ ଯୋଗୁ ଅନେକ ବଡ ସରଳତାର ସମ୍ଭାବନାକୁ ଆମେ ଦେଖିପାରୁଛୁ । ଆମେ ଜାଣିଛୁ, ପ୍ରତ୍ୟେକ ରାଜ୍ୟରେ ଭିନ୍ନ ଭିନ୍ନ ଧରଣର ଫର୍ମ ପୂରଣ କରିବା ଏକ ଲମ୍ବା ପ୍ରୋସେସ୍ ବା ପ୍ରକ୍ରିୟା । ତା ସହିତ ସରକାରୀ ଅଧିକାରୀମାନଙ୍କ ପାଇଁ ଏଗୁଡିକ ଯାଞ୍ଚ କରିବା, ଜିଏସଟିରେ ଏହି କାର୍ଯ୍ୟରେ ସମାନତା ଆସିବ – ଟିକସ ଇତିହାସରେ, ତାର ପ୍ରକ୍ରିୟାରେ, ଟିକସ ହାରରେ । ଏହାର ଗୋଟିଏ ସିଧା ପରିଣାମ ବାହାରିବ । ଏହି କଥାଟି ଖୁବ୍ ସ୍ପଷ୍ଟ ହେବ । ଏହି ବାର୍ତ୍ତା ସ୍ପଷ୍ଟ ଭାବେ ସମସ୍ତଙ୍କ ପାଖକୁ ଯିବ । ଜିଏସଟି ର ସବୁଠାରୁ ବଡ ବିଶେଷତ୍ୱ ହେଲା ଯେ, ଏଥିରେ କଥାଟି ସ୍ପଷ୍ଟ ଭାବରେ ଯିବ – ଉପଭୋକ୍ତା ହେଉଛନ୍ତି ରାଜା । ଗୋଟିଏ ଆଇନ, ଗୋଟିଏ ବ୍ୟବସ୍ଥା, ଯାହା ଗ୍ରାହକକୁ ରାଜା କରିଦିଏ, ମୋ ମତରେ ଏହା ଗୋଟିଏ ବହୁତ ବଡ ଅବଦାନ ।
ଆଜି ଯେଉଁ 7 ରୁ 13ଟି ଭାରୀ ଟିକସ୍ ପ୍ରଥା ରହିଛି, ଛୋଟ ଉଦ୍ୟମୀମାନଙ୍କୁ ଯାହାର ସମ୍ମୁଖୀନ ହେବାକୁ ପଡିଛି, ତାହା ଏଥି ଯୋଗୁ ସମାପ୍ତ ହୋଇଯିବ ବୋଲି ମୋର ଅନୁମାନ । ଗୋଟିଏ ସରଳୀକରଣ ହୋଇଯିବ ଏବଂ ଏହା ଦ୍ୱାରା ଛୋଟ ଉଦ୍ୟମୀମାନଙ୍କର ମଧ୍ୟ ଲାଭ ହେବ । ଗ୍ରାହକର ସବୁଠାରୁ ଅଧିକ ଲାଭ ହେବ । ଜିଏସଟି ଛୋଟ ଉତ୍ପାଦନକାରୀମାନଙ୍କୁ ସୁରକ୍ଷାର ଗ୍ୟାରେଣ୍ଟି ଦେଉଛି । ଆମ ଦେଶର ଅର୍ଥବ୍ୟବସ୍ଥାକୁ ଚଳାଇବାରେ ଏହି ଛୋଟ ଉଦ୍ୟମୀମାନେ ଗୋଟିଏ ବହୁତ ବଡ ଶକ୍ତି । ସେମାନଙ୍କୁ ଆମେ ଯେତେ ସୁରକ୍ଷା ଯୋଗାଇବା ସେତେ ଅଧିକ ଲାଭ ହେବ । ଆମେ ଜାଣିଛୁ ଯେ, ଅର୍ଥବ୍ୟବସ୍ଥାକୁ ଆଗେଇ ନେବାର ଭିନ୍ନ ଭିନ୍ନ ଦିଗ ରହିଛି ।
ମୋର ଗୋଟିଏ ଛୋଟ ମତ ଯେ, ଅର୍ଥବ୍ୟବସ୍ଥାକୁ ସୁଚାରୁ ରୂପେ ଚଳାଇବା ପାଇଁ, ଦୃତ ଗତିରେ ଚଳାଇବା ପାଇଁ ପାଞ୍ଚଟି କଥା ଉପରେ ଆମେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ । Man, Machine, Material, Money and Minute । ସମୟ – ଏହାର ସମ୍ପୂର୍ଣ୍ଣ ସଦୁପଯୋଗ କରିବାରେ ଯଦି ଆମ ବ୍ୟବସ୍ଥା ସଫଳ ହୁଏ, ତେବେ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ପାଇଁ ଆଉ କିଛି ଉପାୟ ଖୋଜିବାର ଆବଶ୍ୟକତା ନାହିଁ ।
ଆମେ ଆଜି ଦେଖୁଛୁ ଯେ ଆମ ପଣ୍ୟକର ବ୍ୟବସ୍ଥା ଯୋଗୁ ପ୍ରତ୍ୟେକ ରାଜ୍ୟର ସୀମାରେ ପଣ୍ୟକର ଫାଟକ ରହିଛି । ମାଇଲ୍ ମାଇଲ୍ ଧରି ଲମ୍ବା ଧାଡି ଲାଗି ରହୁଛି । ଏକ ଅନୁମାନ ଅନୁଯାୟୀ ଆମ ଦେଶର ଏହି ଚଳମାନ ବାହନଗୁଡିକ ସେମାନଙ୍କ କ୍ଷମତାର ମାତ୍ର 40% ହିଁ ବ୍ୟବହାର କରୁଛନ୍ତି । 60% ଏମାନଙ୍କୁ କେଉଁଠି ନା କେଉଁଠି ଅଟକିବାକୁ ପଡୁଛି ।
ନିକଟ ଅତୀତରେ ଆର୍ଥିକ ସର୍ବେକ୍ଷଣ କରୁଥିବା ଗୋଟିଏ ଏଜେନ୍ସୀର ସର୍ଭେରେ କୁହାଯାଇଛି ଯେ, ଏହି କାରଣରୁ ଭାରତରେ ଏକ ଲକ୍ଷ ଚାଳିଶ ହଜାର କୋଟି ଟଙ୍କା ନଷ୍ଟ ହେଉଛି । କେବଳ ଏସବୁ ଅଟକିବା କାରଣ ଯୋଗୁ । ପଣ୍ୟକର ଫାଟକ ଏଥିପାଇଁ ସମ୍ପୂର୍ଣ୍ଣ ରୂପେ ଦାୟୀ ନୁହେଁ । କିନ୍ତୁ ଏହାର ଏକ ବଡ ଅଂଶ ପାଇଁ ଏହା ଦାୟୀ । ଜିଏସଟି ଫଳରେ ଏହି ସବୁ ବାଧା ଦୂର ହୋଇଯିବ, ଆଉ ଯାହା ରହିଲା ତାହା ସମୟକ୍ରମେ ହିଟିବ । କିନ୍ତୁ ଏଥିଯୋଗୁ ପରିବେଶର ଲାଭ ହେବ । ଗାଡି ଠିଆ ହୋଇ ରହିବା ବେଳେ ପେଟ୍ରୋଲ କିମ୍ବା ଡିଜେଲ୍ ଜଳୁଥାଏ । ଆମର ବହୁତ ଜିନିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ବିଳମ୍ବ ହେଉଛି । ଏସବୁରେ ଖୁବ୍ ସୁବିଧା ହୋଇଯିବ । ଏକ ପ୍ରକାର ସରଳୀକରଣ ହେବ । ଆମେ ବିଦେଶରୁ ଯେତେ ପେଟ୍ରୋଲିୟମ ଆମଦାନୀ କରୁଛୁ, ସେଥିରେ ମଧ୍ୟ ହ୍ରାସ ଘଟିବ । ଆମର ସମସ୍ତ ରାଜ୍ୟର କ୍ଷମତା ସମାନ ନୁହେଁ । ପ୍ରତ୍ୟେକ ରାଜ୍ୟ ପରସ୍ପର ଉପରେ ନିର୍ଭରଶୀଳ । କାହାର କିଛି ଆବଶ୍ୟକତା ରହିଛି, ତ କାହାର କିଛି ବଳକା ରହୁଛି । ତେବେଯାଇ ସେମାନଙ୍କ କାମ ଚଳୁଛି । ସେଥିରେ ବର୍ତ୍ତମାନର ଏହି ବ୍ୟବସ୍ଥା ସବୁ ଅନେକ ବାଧାବିଘ୍ନ ସୃଷ୍ଟି କରୁଛି । ଏହି ଗୋଟିଏ ବ୍ୟବସ୍ଥା ଯୋଗୁ ବର୍ତ୍ତମାନର ବ୍ୟବସ୍ଥାରେ ଥିବା ଅସୁବିଧାଗୁଡିକ ଦୂର କରିବା ସହଜ ହେବ । ଏଭଳି ରାଜ୍ୟମାନଙ୍କର ଆୟରେ ବୃଦ୍ଧି ଘଟିବ ।
ଆଜି ଆମ ଦେଶରେ ଯେଉଁ ରାଜ୍ୟଗୁଡିକ ପଛୁଆ ଶ୍ରେଣୀର ବୋଲି ପରିଗଣିତ ହେଉଛନ୍ତି, ଏହି ବ୍ୟବସ୍ଥାରେ ସେମାନଙ୍କ ଆୟ ବୃଦ୍ଧି ପାଇବାର ଗ୍ୟାରେଣ୍ଟି ରହିଛି । ଏହି ବର୍ଦ୍ଧିତ ଆୟକୁ ଏହି ରାଜ୍ୟମାନେ ନିଜର ଆବଶ୍ୟକତା ଅନୁସାରେ ଶିକ୍ଷା, କ୍ରୀଡା, ଭିତ୍ତିଭୂମି ବିକାଶ ଆଦି କ୍ଷେତ୍ରରେ ଲଗାଇପାରିବେ । ଏହି ଆୟ ବୃଦ୍ଧି ଯୋଗୁ ସେମାନଙ୍କୁ ବହୁତ ବଡ ଲାଭ ହେବ । କିନ୍ତୁ ଏ କଥା ସୁନିଶ୍ଚିତ ଯେ ଭାରତର ବିକାଶ ପାଇଁ ଏହାର ପଶ୍ଚିମାଞ୍ଚଳ ପରି ପୂର୍ବାଞ୍ଚଳର ବିକାଶ ଜରୁରୀ । ନଚେତ୍ ଏହି ଅସନ୍ତୁଳନ ଦେଶର ଦୃତ ଗତିରେ ହେଉଥିବା ବିକାଶରେ ବାଧା ସୃଷ୍ଟି କରିବ । ଜିଏସଟି ଯୋଗୁ ଏଭଳି ରାଜ୍ୟମାନଙ୍କୁ ଗୋଟିଏ ନୂଆ ସୁଯୋଗ ମିଳିବ । ମୁଁ ଆଜି ଏଭଳି ରାଜ୍ୟମାନଙ୍କୁ ଏହି ନୂତନ ବ୍ୟବସ୍ଥାର ସର୍ବାଧିକ ଲାଭ ଉଠାଇବାକୁ ଅନୁରୋଧ କରୁଛି । ଆସୁଥିବା ଧନକୁ ସେମାନେ ଯଦି ରାଜ୍ୟର ମୂଳ ଆବଶ୍ୟକତା ଉପରେ ଖର୍ଚ୍ଚ କରିବେ ତାହେଲେ ଖୁବ ଶୀଘ୍ର ଦେଶ ଦେଖିଥିବା ସ୍ୱପ୍ନକୁ ଆମେ ପୂରଣ କରିପାରିବା । ଏ କଥା ସତ ଯେ ଜିଏସଟି ଯୋଗୁ ଉତ୍ପାଦନକାରୀ ରାଜ୍ୟମାନଙ୍କୁ କିଛି ଅସୁବିଧା ହେବ । ଖାଉଟି ରାଜ୍ୟମାନଙ୍କୁ ଅଧିକ ଲାଭ ହେବ । କିନ୍ତୁ ଭାରତ ସରକାର ଜିଏସଟି ମାଧ୍ୟମରେ ଏହାକୁ ଭରଣା କରିବା ପାଇଁ ବ୍ୟବସ୍ଥା କରିଛନ୍ତି । ଏହାର ଲାଭ ରାଜ୍ୟମାନଙ୍କୁ ହିଁ ହେବ । ଏହାର ସମାଧାନ ମଧ୍ୟ ଏଥିରେ ରହିଛି ।
ପ୍ରାୟତଃ ଦୁଇ ଭାଇଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ କଳି ହୋଇଥାଏ । ରାଜ୍ୟ ଏବଂ କେନ୍ଦ୍ର ମଧ୍ୟରେ ବି ପ୍ରାକୃତିକ ସମ୍ପଦ କିମ୍ବା ସମ୍ପତ୍ତିକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥାଏ । ଏତେ ବର୍ଷ ଧରି ଆମକୁ କିଛି ଦେଇ ନାହଁ, ଆମକୁ ଏତେ ମିଳିବା କଥା, ଆମକୁ ସେତେ ଦରକାର । ଏହି ବ୍ୟବସ୍ଥା ଯୋଗୁ ସ୍ୱଚ୍ଛତା ଆସିବ । କେନ୍ଦ୍ର ଏବଂ ରାଜ୍ୟରୁ କେତେ ଧନ ଏକତ୍ରିତ ହେଉଛି । କେଉଁ କୋଷରେ କେତେ ଜମା ହେଉଛି, କେଉଁ କେଉଁ ନିୟମ ଆଧାରରେ ଏହାର ବଣ୍ଟନ ହେବ, ଏହାର ସୂଚନା ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପାଖରେ ରହିବ । ସେଥିପାଇଁ ସଙ୍ଘୀୟ ବ୍ୟବସ୍ଥାରେ ସବୁଠାରୁ ବଡ ଆବଶ୍ୟକତା ହେଲା ବିଶ୍ୱାସ । ଏହି ବିଶ୍ୱାସ ସୃଷ୍ଟି କରିବା ଦିଗରେ ଏହି ନୂତନ ବ୍ୟବସ୍ଥା ଗୋଟିଏ Catalytic Agent ଭାବରେ କାମ କରିବ । ଯାହା ଭାରତର ସଙ୍ଘୀୟ ବ୍ୟବସ୍ଥାକୁ ସୁଦୃଢ଼ କରିବ । ଯାହା ଟିକସ ଆଦାୟ ହେବ ତାହା ଉଭୟଙ୍କ ଜ୍ଞାତସାରରେ ହେବ ଯାହା ଫଳରେ ଅନେକ ସୁବିଧା ହେବ ।
ଆମର ଖଡଗେଜୀ ଡିଲ ର କିଛି କଥାକୁ ସୁକ୍ଷ୍ମତାର ସହିତ ଦେଖିଥିଲେ ଭଲ ହୋଇଥାଆନ୍ତା । ହୁଏତ ଯେତେବେଳେ ତିଆରି ହେଲା ସେତେବେଳେ ଦେଖିବାର ସମୟ ମିଳି ନ ଥିବ । ପରେ କେତେବେଳେ କହିବି ।
ଏହି ଜେଏସଟି ବିଲ୍ ରେ ଗରିବମାନଙ୍କ କାମରେ ଲାଗୁଥିବା ସବୁ ଦ୍ରବ୍ୟ ଟିକସ ପରିସର ବହିର୍ଭୁତ ରହିଛି । ଖାଉଟି ମୁଦ୍ରାସ୍ଫୀତି ନିର୍ଦ୍ଧାରଣ କରିବାରେ ପରିଗଣିତ ହେଉଥିବା ପ୍ରାୟତଃ 55% ଯାହା କି ଖାଦ୍ୟ ଏବଂ ଜରୁରୀ ଔଷଧ, ଏହାକୁ ଟିକସ ପରିସର ବାହାରେ ରଖାଯାଇଛି ।
ଏହି ବ୍ୟବସ୍ଥା ଯୋଗୁ କିଛି କଥା କିଭଳି ଲାଭପ୍ରଦ ହୋଇପାରେ । ଆମେ ଜାଣିଛୁ ଯେ ଆମ ଦେଶରେ ରାଜସ୍ୱ ଏବଂ ଆର୍ଥିକ ନିଅଣ୍ଟ ସବୁବେଳେ ଲାଗି ରହୁଥିଲା । ସମସ୍ତେ ମିଶି ଗୋଟିଏ ଏଫଆରବିଏମ୍ ଆଇନ ଆଡକୁ ମୁହାଁଇଲେ । ଆର୍ଥିକ ଶୃଙ୍ଖଳା ପାଇଁ ରାଜ୍ୟମାନେ ମଧ୍ୟ ସେ କଥାକୁ ସ୍ୱୀକାର କଲେ। କେନ୍ଦ୍ର ମଧ୍ୟ ଚାପ ପକାଇଲା । ଯାହା ହେଉ ଏଫଆରବିଏମ୍ ଆଇନ ଯୋଗୁ ଭାରତରେ ଏକ ପ୍ରକାର ରାଜସ୍ୱ ଏବଂ ନିଅଣ୍ଟ ମଧ୍ୟରେ ତାଳମେଳ ଏବଂ ସନ୍ତୁଳନର ପ୍ରୟାସ ହୋଇଛି। ଏହା ଯୋଗୁ ରାଜ୍ୟମାନଙ୍କ ଅର୍ଥବ୍ୟବସ୍ଥାରେ, ସେମାନଙ୍କ ଅର୍ଥନୈତିକ ସ୍ୱାସ୍ଥ୍ୟରେ ଏକ ସୁସ୍ଥ ଏବଂ ସକାରାତ୍ମକ ପରିବର୍ତ୍ତନ ଘଟିଛି।
ଏହି ସରକାର ଆଇନତଃ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ମୁଁ ଆଇନତଃ କହୁଛି ଯାହାର ଖୁବ ଗୁରୁତ୍ୱ ରହିଛି । ଆମ ଦେଶରେ ବଡ ଚର୍ଚ୍ଚା ହେଉଛି ରିଜର୍ଭ ବ୍ୟାଙ୍କର ଚିନ୍ତାଧାରା ଗୋଟିଏ ପ୍ରକାର ହୋଇଥିଲା ବେଳେ ସରକାରଙ୍କ ଚିନ୍ତାଧାରା ଅନ୍ୟ ପ୍ରକାର ରହୁଛି । ଅଭିବୃଦ୍ଧି ଏବଂ ମୁଦ୍ରାସ୍ଫୀତି କଥା ସବୁବେଳେ ଏକାଠି କରି ଦେଖାଯାଏ । ସବୁବେଳେ ଦେଖାଯାଇଛି ଯେ, ମୁଦ୍ରାସ୍ଫୀତି ରହିଛି ତେଣୁ ସୁଧ ହାର ଏତିକି ରହିବ, ସୁଧ ହାର ସେତିକି ରହିଲେ ପୁଞ୍ଜିନିବେଶ କମ୍ ହେବ। ପୁଞ୍ଜିନିବେଶ ନ ହେଲେ ! ଏହି ସମ୍ପୂର୍ଣ୍ଣ ବିବାଦ ଆମେ ଶୁଣି ଆସିଛୁ ।
ପ୍ରଥମ ଥର ସରକାର ଆଇନତଃ ରିଜର୍ଭ ବ୍ୟାଙ୍କ ସହିତ କହିଛନ୍ତି । ମୁଦ୍ରାସ୍ଫିତିକୁ ଏବେ 4%ରେ ସ୍ଥିର ରଖିବାକୁ ପଡିବ, 2% କମ କିମ୍ବା ବେଶୀ ହୋଇପାରେ । ଆଇନତଃ ଏହା କୁହାଯାଇଛି । ଏହା 2021 ପର୍ଯ୍ୟନ୍ତ ରହିବ। ଏହା ଯୋଗୁ ଫାଇନାନ୍ସ ସହ ଜଡିତ ଯେତେ ସବୁ ସଂସ୍ଥା ରହିଛି, ମୁଦ୍ରାସ୍ଫୀତି ପ୍ରତି ସେମାନଙ୍କର ଗୋଟିଏ ଦାୟୀତ୍ୱ ରହିବ। ପ୍ରଥମ ଥର ଏହାକୁ ଆଇନର ପରିସରଭୁକ୍ତ କରାଯାଇଛି । ମୋ ମତରେ ଏହାର ଲାଭ ଆଗାମୀ ଦିନରେ ଆମର ଟିକସ ଆଦାୟ ପ୍ରଣାଳୀ, ଆମର ମୁଦ୍ରା ପାଣ୍ଠି ଉପରେ ପଡିବ ଏବଂ ଏହି ପାଣ୍ଠିର ବିକାଶ ଏବଂ ବ୍ୟବହାର ପାଇଁ ଦାୟୀତ୍ୱବୋଧ ସୃଷ୍ଟି ହେବ ବୋଲି ମୋର ବିଶ୍ୱାସ । ଏ କଥା ଠିକ୍ ଯେ, ଦେଶ ସ୍ୱାଧୀନ ହେଲା, ଆଜି ମଧ୍ୟ ଆମେ ଦାରିଦ୍ର୍ୟ ସହ ସଂଗ୍ରାମ କରୁଛୁ । କେହି ଯେତେବେଳେ କହୁଛି ଯେ, 65% ଲୋକ ଦାରିଦ୍ର୍ୟ ସୀମା ରେଖା ତଳେ ଅଛନ୍ତି, ଆମେ ଜାଣିଛୁ, ଏହା ଆମକୁ ଉତ୍ତରାଧିକାର ସୁତ୍ରରେ ମିଳିଛି । କିଛି ଭଲ ମିଳିଲେ କିଛି ମନ୍ଦ ମଧ୍ୟ ମିଳିଥାଏ, ଉଭୟକୁ ସ୍ୱୀକାର କରିବାକୁ ପଡେ । ଆମ ଭାଗ୍ୟରେ ଦେଶର ଦାରିଦ୍ର୍ୟ ପଡିଲା । କିନ୍ତୁ ଦାରିଦ୍ର୍ୟ ବିରୁଦ୍ଧରେ ସଂଗ୍ରାମର ଇଚ୍ଛା ଆମ ସମସ୍ତଙ୍କର ରହିଛି । ଏଠାରେ ବସିଥିବା ସମସ୍ତେ, ସେ ଏ ପାଖରେ ବସିଥାନ୍ତୁ କିମ୍ବା ସେ ପାଖରେ ବସିଥାନ୍ତୁ ସମସ୍ତଙ୍କର ଇଚ୍ଛା ରହିଛି । ଉପାୟ ଭିନ୍ନ ହୋଇପାରେ । ଗରିବମାନଙ୍କ ଆର୍ଥିକ ସଶକ୍ତିକରଣ ଏବଂ ଗରିବମାନଙ୍କ ଶୈକ୍ଷିକ ସଶକ୍ତିକରଣ – ପାଇଁ ଆମର ପ୍ରୟାସ । ଏହି ଦୁଇଟି ଏପରି ଜିନିଷ ଯାହା ମାଧ୍ୟମରେ ଆମେ ଗରିବମାନଙ୍କର ଗୋଟିଏ ସେନା ତିଆରି କରିପାରିବା ଯିଏ ନିଜେ ଦାରିଦ୍ର୍ୟକୁ ସମାପ୍ତ କରି ବିଜୟ ଲାଭ କରି ମୁଣ୍ଡ ଟେକି ଠିଆ ହୋଇପାରେ। ତେଣୁ ଜିଏସଟି ଏଭଳି ବାତାବରଣ ସୃଷ୍ଟି କରିବା ପାଇଁ ଗୋଟିଏ ବହୁତ ବଡ ମଞ୍ଚ ହୋଇପାରେ । ଏହା ଦାରିଦ୍ର୍ୟ ବିରୁଦ୍ଧରେ ସଂଗ୍ରାମ ପାଇଁ ଆମର ସହାୟକ ହୋଇପାରେ । ଛୋଟ ଉଦ୍ୟମୀ ମାନେ ବ୍ୟାଙ୍କକୁ ଋଣ ଆଣିବାକୁ ଗଲା ବେଳେ କେତେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ତାହା ଆମକୁ ଜଣା । ଏହି ପୁରୁଣା ଅଭ୍ୟାସରେ ପରିବର୍ତ୍ତନ କରିବା ପାଇଁ ଆମେ ଚେଷ୍ଟା କରୁଛୁ । ପରିଶ୍ରମ ତ କରୁଛୁ ହେଲେ ଏତେ ବର୍ଷର ପୁରୁଣା ଅଭ୍ୟାସ ଏତେ ଶୀଘ୍ର କେମିତି ବଦଳିବ । କିନ୍ତୁ ଏହା ସତ ଯେ, ଅନେକ ଖରାପ୍ ଅଭ୍ୟାସ ପଡିଛି । ଛୋଟ ଉଦ୍ୟମୀ ମାନେ ବ୍ୟାଙ୍କରୁ ଋଣ ଆଣିବାକୁ ଗଲେ ପଚାଶ ପ୍ରକାର କାଗଜ ମାଗିବେ କିମ୍ବା କାଗଜ ଉପରେ ପ୍ରଶ୍ନ କରିବେ, ପ୍ରଶ୍ନ କରି ଖାରଜ କରିଦେବେ ଏବଂ ନିଜ ଲୋକଙ୍କୁ ସେ ଟଙ୍କା ଦେବେ । ଜିଏସଟି ଯୋଗୁ ପ୍ରତ୍ୟେକ ବ୍ୟକ୍ତିର ଆର୍ଥିକ କାରବାରର ଢାଞ୍ଚା ସାର୍ଟିଫାଏଡ ରୂପରେ ପ୍ରତି ମୁହୁର୍ତ୍ତରେ ଉପଲବ୍ଧ ରହିବ । ସେ ଯେତେବେଳେ ଏହାକୁ ବ୍ୟାଙ୍କରେ ଉପସ୍ଥାପିତ କରିବ, କୌଣସି ବ୍ୟାଙ୍କ ପାଖରେ ବାଛବିଚାର କରିବାର କୌଣସି କ୍ଷମତା ନ ଥିବ। ଯାହାର ଋଣ ଦରକାର ସେ ଋଣ କରୁ। ଗରିବରୁ ଗରିବ ଲୋକ ହାତକୁ ମଧ୍ୟ ଏଭଳି ଗୋଟିଏ ପ୍ରମାଣ ଆସିବାକୁ ଯାଉଛି। ଏହି ପ୍ରମାଣ ସାହାଯ୍ୟରେ ଛୋଟ ବ୍ୟବସାୟ କରୁଥିବା ସେ ବ୍ୟକ୍ତି, ସେ ଗୋଟିଏ କ୍ଷୀର ବିକାଳି ହୋଇଥାଉ, ଚା ବାଲା ହୋଇଥାଉ, ବାରିକ ହେଉ, ଖବରକାଗଜ ବିକ୍ରେତା ହେଉ, ଏଭଳି ଛୋଟ ବ୍ୟକ୍ତି ମଧ୍ୟ ନିଜ ଜିନିଷକୁ ନେଇ ବ୍ୟବସାୟ କରି ପାରିବ । ଜିଏସଟି ର ସବୁଠାରୁ ବଡ ଶକ୍ତି ହେଲା ଟେକ୍ନୋଲୋଜି ଏବଂ ସେଥିପାଇଁ ରିୟଲ ଟାଇମ ଡାଟା ଉପଲବ୍ଧ ହେବ । ରିୟଲ ଟାଇମ ଡାଟା ଉପଲବ୍ଧ ହେଲେ କୌଣସି ବ୍ୟକ୍ତିକୁ ନିଜ ଶକ୍ତି ବା କ୍ଷମତା ଦର୍ଶାଇବା ପାଇଁ ପ୍ରମାଣ ସ୍ୱରୂପ ଏହାକୁ ଉପସ୍ଥାପିତ କରିବାରେ କେବେହେଲେ କୌଣସି ଅସୁବିଧା ହୁଏ ନାହିଁ । ସେଥିପାଇଁ ତାକୁ ଏ ସବୁର ଲାଭ ମିଳିପାରିବ । ଏହା ଯୋଗୁ ସହଜରେ ଧନ ଉପଲବ୍ଧ ହେବ, ଯାହା ଫଳରେ ଗୋଟିଏ ପ୍ରତିଯୋଗୀତାର ବାତାବରଣ ସୃଷ୍ଟି ହେବ । ଉତ୍ପାଦନରେ ପ୍ରତିଯୋଗୀତାର ସମ୍ଭାବନା ସୃଷ୍ଟି ହେବ । ଉତ୍ପାଦନ କ୍ଷେତ୍ରରେ ପ୍ରତିଯୋଗୀତା ବୃଦ୍ଧି ପାଇଲେ ଅର୍ଥବ୍ୟବସ୍ଥାକୁ ନୂଆ ଗତି ମିଳିବ । ନୂଆ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି ହେବ । ମନି ଫ୍ଲୋ ବଢିବା ଯୋଗୁ ରୋଜଗାରର ନୂତନ ସୁଯୋଗ ସୃଷ୍ଟି ହେବାର ବାଟ ଫିଟିବ । ଆମ ଦେଶରେ ପୁଞ୍ଜିନିବେଶ ବୃଦ୍ଧି ପାଇଁ GDP ଅନୁପାତ ସବୁବେଳେ ଗୋଟିଏ ପ୍ରଶ୍ନବାଚୀ ସୃଷ୍ଟି କରି ଆସିଛି । ଏହି ନୂତନ ବ୍ୟବସ୍ଥା ଯୋଗୁ ଏହି ପ୍ରଶ୍ନଚିହ୍ନ ସବୁଦିନ ପାଇଁ ଲିଭିଯିବ ।
ଏଥି ଯୋଗୁ ରାଜ୍ୟମାନେ ମଧ୍ୟ ନିଜେ ନିଷ୍ପତ୍ତି କରି ଭିତ୍ତିଭୂମି ବିକାଶ, ସାମାଜିକ କ୍ଷେତ୍ରକୁ ସାହାଯ୍ୟ କରିବା ଆଦି ସମସ୍ତ ପ୍ରସଙ୍ଗକୁ ଦୃତ ଗତିରେ ଆଗେଇ ନେଇପାରିବେ ଏବଂ ମୁଁ ଭାବୁଛି ଯେ, ସେମାନେ ଏହା କରିବେ ।
ବେଳେବେଳେ ଆମେ ଦୁର୍ନିତି ବିରୁଦ୍ଧରେ ଅନେକ କିଛି କହୁ । କିନ୍ତୁ ଦୁର୍ନିତିର ଅନ୍ତ କରିବା ପାଇଁ ବ୍ୟବସ୍ଥା ମଧ୍ୟ ସେତେ ସୁଦୃଢ କରିବାକୁ ପଡେ । ବ୍ୟକ୍ତି କେବଳ ଯେ ଭଲ କାମ କରିବ ଏହା ବିଶ୍ୱାସ କରି ଏତେ ବଡ କଥା ଚାଲି ପାରେ ନାହିଁ, ବ୍ୟବସ୍ଥା ଠିକ୍ ରହିଲେ ମନ୍ଦ ପ୍ରକୃତିର ଲୋକ ମଧ୍ୟ ଠିକ୍ ବାଟରେ ଚାଲିବା ପାଇଁ ବାଧ୍ୟ ହୁଏ ।
ଏହି ଜିଏସଟି ଯୋଗୁ ଟିକସ୍ ଚୋରୀ ହେବା କଥା ଉଠୁଛି । ଆମେ ଜାଣିଛୁ, ଏଠାରେ କଚ୍ଚା ବିଲ୍ ଓ ପକ୍କା ବିଲ୍ ଏହି ଶବ୍ଦ ବ୍ୟବସାୟୀମାନଙ୍କ ମଧ୍ୟରେ ଖୁବ ଲୋକପ୍ରିୟ । କଚ୍ଚା ବିଲ୍ ଓ ପକ୍କା ବିଲ୍ । ଜିଏସଟି ଯୋଗୁ ବ୍ୟବସାୟୀ ନିଜେ ପକ୍କା ବିଲ୍ ପାଇଁ ପ୍ରେରିତ ହେବେ । ଉଦାହରଣ ସ୍ୱରୂପ ଆମ ସ୍ୱାସ୍ଥ୍ୟ ବୀମା । ଯଦି ସ୍ୱାସ୍ଥ୍ୟ ବୀମା ହୋଇଛି, ତେବେ ସମସ୍ତ ମେଡିକାଲ ବିଲ୍ ଆମେ ବେଶ୍ ସାଇତି କରି ରଖୁ । ଏପଟ ସେପଟ ନ ହେବ ତା ପ୍ରତି ଧ୍ୟାନ ଦେଉ, କାହିଁକି ? କାରଣ, ଆମେ ଜାଣିଛୁ ଯେ ସେ ସବୁ ଥିଲେ ହିଁ ଆମେ କ୍ଲେମ୍ ବା ଦାବି କରି ପାରିବା । ତେବେଯାଇ ମୋତେ ପଇସା ମିଳିବ । ଜିଏସଟିରେ ଏଭଳି ବ୍ୟବସ୍ଥା ରହିଛି ଯେ, ଯିଏ ନିଜର ବିଲ ଉପସ୍ଥାପିତ କରିବ ସେ କ୍ରୟ କରିଥିବା ଜିନିଷମାନ ପାଇଁ ତାକୁ ରିଫଣ୍ଡ ମିଳିଯିବ । ଏହି କଚ୍ଚା-ପକ୍କାର ଦୁନିଆ କଳାଧନକୁ ମଧ୍ୟ ପ୍ରଚଳିତ କରିଥାଏ । ଏହା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲାଗିଯିବ । ଏହା ସମ୍ପୂର୍ଣ୍ଣଭାବେ ବନ୍ଦ ହୋଇଯିବ । ଏହା ଏକ ପ୍ରକାର ଦୁର୍ନିତି ଏବଂ କଳାଧନ ଉଭୟର ମୂଳୋତ୍ପାଟନ ପାଇଁ ସହାୟକ ହେବ । ଏହି ଦିଗରେ ଆମେ ପ୍ରୟାସ କରୁଛୁ ଏବଂ ମୋ ମତରେ ଏହା ଲାଭପ୍ରଦ ହେବ ।
ଆମେ ଜାଣିଛୁ ଯେ, ଆମ ଦେଶରେ ଟିକସ ଆଦାୟ ପଛରେ କେତେ ବଡ ସେନା ଲାଗି ରହୁଛି । ଉପରୁ ତଳ ଯାଏ ଦେଖିଲେ ଟିକସ ଆଦାୟ ପାଇଁ ହେଉଥିବା ଖର୍ଚ୍ଚ ମଧ୍ୟ ବଢି ବଢି ଯାଉଛି । ଏହି ବ୍ୟବସ୍ଥାରେ ସବୁ ଅନ୍-ଲାଇନ୍ ହେବାକୁ ଥିବା ଯୋଗୁ , ଟେକ୍ନୋଲୋଜି ଆଧାରିତ ହୋଇଥିବା ଯୋଗୁ, ଆମର ଟିକସ ଆଦାୟ ଖର୍ଚ୍ଚ ବହୁ ମାତ୍ରାରେ ହ୍ରାସ ପାଇବ, ଯେଉଁ ଟଙ୍କା ଦେଶର ଗରିବ ଲୋକର ବିକାଶ ଏବଂ ହିତ ପାଇଁ କାମରେ ଲାଗିବ । ଯେଉଁଠାରେ ସରକାରୀ ବ୍ୟବସ୍ଥାକୁ ଅନୁପ୍ରବେଶ କରିବାର ସୁଯୋଗ ମିଳେ, ସେଠାରେ କେଉଁଠୁ ନା କେଉଁଠୁ ଦୁର୍ନିତିର ଲକ୍ଷଣ ଦେଖା ଦେବା ଆରମ୍ଭ ହୋଇଯାଏ ।
ଏଭଳି ଏକ ବ୍ୟବସ୍ଥା ବିକଶିତ ହେବାକୁ ଯାଉଛି ଯେଉଁଥିରେ ଆଦାୟ ପ୍ରକ୍ରିୟାରେ ଦୁର୍ନିତି ଶୂନ୍ୟ ଆଡକୁ ଗତି କରିବ । ଏଥିଯୋଗୁ ଦେଶକୁ ଦୁର୍ନିତିମୁକ୍ତ କରିବାକୁ ଆମକୁ ସୁଯୋଗ ମିଳିବ । ଏଠାରେ ଡାଟା ଇଣ୍ଟିଗ୍ରେସନ ବା ତଥ୍ୟ ସମନ୍ଵୟକରଣ ହେବ । ଅର୍ଥାତ କଞ୍ଚା ମାଲ୍ ଠାରୁ ଆରମ୍ଭ କରି ଅନ୍ତିମ ଉତ୍ପାଦ ପର୍ଯ୍ୟନ୍ତ ତାହା କେଉଁଠି ନା କେଉଁଠି ଅନ୍-ଲାଇନ୍ ପଞ୍ଜିକୃତ ହୋଇ ଚାଲିବ । ତେଣୁ ସଠିକ ଢଙ୍ଗରେ କ୍ରସ୍ ଚେକିଙ୍ଗ ର ବ୍ୟବସ୍ଥା ରହିଛି । କ୍ରସ୍ ଚେକିଙ୍ଗ ର ବ୍ୟବସ୍ଥା ରହିଥିବା ଯୋଗୁ ଯେଉଁଠି ହେଲେ ମଧ୍ୟ ଚୋରୀ ତୁରନ୍ତ ଧରା ପଡିଯାଏ । କିଛି ଭୁଲ ହୋଇଥିଲେ ତାହା ଧରା ପଡିଯାଏ । ତେଣୁ ଏହା ଏକ ପ୍ରକାର ସ୍ତରହୀନ ବ୍ୟବସ୍ଥା । ଏଭଳି ବ୍ୟବସ୍ଥା ଆମ ପାଇଁ ଲାଭପ୍ରଦ ହେବ । ଏଭଳି ଏକ ବ୍ୟବସ୍ଥା ବିକଶିତ ହେବାକୁ ଯାଉଛି ଯେଉଁଥିରେ କରଦାତା ଏବଂ କର ଆଦାୟକାରୀ, ଏମାନଙ୍କ ମଧ୍ୟରେ ଥିବା ଇଣ୍ଟରଫେସ୍ ପ୍ରାୟତଃ ଶୂନ୍ୟ ହୋଇଯିବ । ତେଣୁ, ଏତିକି ଦେଲେ ତୁମ କାମ ହୋଇଯିବ, ଏତିକି କଲେ ତୁମ କାମ ହୋଇଯିବ, ସେଇଟା ଆସିଲେ ଏଇଟା ହେବ ଏ ସବୁରୁ ଭାରତର ସାଧାରଣ ମଣିଷ ମୁକ୍ତ ହୋଇଯିବ । ମୋ ମତରେ ଏହି ଦିଗରେ ଆମକୁ ଖୁବ ଲାଭ ହେବ । ଜିଏସଟି ଯୋଗୁ ଟିକସ ବ୍ୟବସ୍ଥା ହିଁ ଏଭଳି ହେବାକୁ ଯାଉଛି ଯେଉଁଠି ସଚ୍ଚୋଟପଣିଆରୁ ଲାଭ ହେବ । ସେ ଯେତେ ଦେବ ସେଥିରୁ ହିଁ ଜଣାପଡିଯିବ ଯେ ମୋତେ କେତେ ମିଳିବ । ତେଣୁ ଏହାଦ୍ୱାରା ଆମେ କଳାଧନକୁ ରୋକିବାରେ ମଧ୍ୟ ସଫଳ ହେବୁ ।
ରାଜ୍ୟ ଏବଂ କେନ୍ଦ୍ରର ଟିକସ ପରିସଂଖ୍ୟାନ ଏକା ଜାଗାରେ ଉପଲବ୍ଧ ହେବ ଏବଂ ରେଜଷ୍ଟ୍ରେସନ ହେଉ, ରିଟର୍ନ ହେଉ, ଟିକସ ପଇଠ କରିବାର ଡିଜିଟାଲ୍ ବ୍ୟବସ୍ଥା ହେଉ, ଏ ସବୁ ଅନ୍-ଲାଇନ୍ ହେବା କାରଣରୁ ସ୍ୱଚ୍ଛତା ପାଇଁ ଆମେ ଏକ ବହୁତ ବଡ ମଞ୍ଚ ପାଇପାରିବ ଏବଂ ଏହା ମିଳିବ ।
ଆଗ କଥା ଅରୁଣ ଜୀ ଆମ ଆଗରେ ରଖିବେ । ଆମ ପାଇଁ ଆଜି ଯେଉଁମାନେ ଏଠାରେ ମତଦାନ କରୁଛନ୍ତି ସେମାନେ ଏହି ପବିତ୍ର କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। କିନ୍ତୁ 16 ରୁ ଅଧିକ ରାଜ୍ୟ ଶୀଘ୍ର ଏହାକୁ ଅନୁମୋଦିତ କରିବା ଆବଶ୍ୟକ । ଏହା ପରେ ମଧ୍ୟ ଅନେକ ସାମ୍ବିଧାନିକ ବ୍ୟବସ୍ଥା ଆମକୁ ସମ୍ପୂର୍ଣ୍ଣ କରିବାକୁ ପଡିବ । ଆହୁରି ମଧ୍ୟ ଅନେକ ଆଈନ ସେଣ୍ଟ୍ରାଲ ଜିଏସଟି, ଇଣ୍ଟିଗ୍ରେଟେଡ ଜିଏସଟି, ଷ୍ଟେଟ ଜିଏସଟି ଏହି ସବୁ ଆଈନ ଆମକୁ ତିଆରି କରିବାକୁ ପଡିବ । ଏହି ସବୁ ପ୍ରକ୍ରିୟା ପାଇଁ ଆଜି ଏକ ଦ୍ୱାର ଖୋଲିବାକୁ ଯାଉଛି । ଆମେ ଗୋଟିଏ ଶୁଭାରମ୍ଭ କରିବାକୁ ଯାଉଛୁ । ମୋ ମତରେ ଆଗାମୀ ଦିନରେ ଏହାର ଫଳ ଆମକୁ ମିଳିବ ।
ଏ କଥା ମଧ୍ୟ ଠିକ୍ ଯେ, ଏହା ନୂଆ ବିଷୟ ହୋଇଥିବା ଯୋଗୁ ଲୋକଙ୍କ ଶିକ୍ଷା ମଧ୍ୟ ଆବଶ୍ୟକ । ଆଇ.ଟି ପ୍ରସ୍ତୁତି ମଧ୍ୟ ଆବଶ୍ୟକ । ଆଇନଗତ ପ୍ରସ୍ତୁତି ର ଆବଶ୍ୟକତା ରହିଛି । ଟିକସ ଅଧିକାରୀମାନଙ୍କ ପ୍ରସ୍ତୁତି ର ଆବଶ୍ୟକତା ରହିଛି । ଖାଉଟିମାନଙ୍କ ପ୍ରସ୍ତୁତି ପାଇଁ ମଧ୍ୟ ଆମକୁ କାର୍ଯ୍ୟ କରିବାକୁ ପଡିବ, ତେବେଯାଇ ଆମେ ଏହି କାର୍ଯ୍ୟ କରିପାରିବ ।
ମୋର କହିବାର ତାତ୍ପର୍ଯ୍ୟ ହେଲା ଯେ, ବିଶ୍ୱରେ ଗଣତନ୍ତ୍ରର ବିଶେଷଜ୍ଞ ବୋଲି କୁହାଯାଉଥିବା ଦେଶ, ଗଣତନ୍ତ୍ର ଦୃଷ୍ଟିରୁ ବିଶ୍ୱକୁ ଉପଦେଶ ଦେବାର କ୍ଷମତା ଥିବା ଦେଶ, ଏଭଳି ଦେଶମାନଙ୍କରେ ମଧ୍ୟ ବେଳେବେଳେ ଫାଇନାନ୍ସ ବିଲ୍ ଭଳି ବିଷୟକୁ ଅନୁମୋଦନ କରାଇବା ବଡ କଷ୍ଟକର ହୋଇଥାଏ । ଏହା ଭାରତ। ଏହା ଭାରତର ଗଣତନ୍ତ୍ର । ଏହା ଭାରତର ଲୋକଙ୍କ ପରିପକ୍ୱତା । ଏହା ଭାରତର ରାଜନେତାମାନଙ୍କ ଦୂରଦୃଷ୍ଟି ଯାହା ଫଳରେ ଆମେ ବିରୋଧାତ୍ମକ ଚିନ୍ତାଧାରା ଏବଂ ଭିନ୍ନ ରାଜନୈତିକ ମାତୃଭୂମି ହେବା ସତ୍ତ୍ୱେ ଏହି ମହାନ କାର୍ଯ୍ୟକୁ ଏକ ସ୍ୱରରେ କରୁଛୁ । ମିଳିମିଶି କରୁଛୁ। ଏହା ସ୍ୱୟଂ ଭାରତୀୟ ଗଣତନ୍ତ୍ରର ବହୁତ ବଡ ଶକ୍ତି । ବାହାରେ ଯାହା ବି ଅନୁଭୁତି ହେଉ, କିନ୍ତୁ ଆଜି ଏହି ଗୃହରେ ଅତ୍ୟନ୍ତ ଗର୍ବ ଏବଂ ବିନମ୍ରତାର ସହିତ ସମସ୍ତ ରାଜନୈତିକ ଦଳର ସମ୍ମାନ କରି, ଆପଣ ଯେଉଁଠାରେ ବି ବସିଥାନ୍ତୁ ନା କାହିଁକି, ସାମନାରେ ବସିଥାନ୍ତୁ କିମ୍ବା ନିରପେକ୍ଷ ହୋଇ ବସିଥାନ୍ତୁ କିନ୍ତୁ ଏ କଥାକୁ ନେଇ ଆମେ ଗର୍ବ କରିପାରିବା ଯେ, ଏହି ସରକାରକୁ ପ୍ରାୟ ଏକ ଶହ ସପ୍ତାହର ସମୟ ହୋଇଛି, କିନ୍ତୁ ଏହି ଶହେ ସପ୍ତାହରୁ ଅଧିକ ସମୟରେ ଏହି ଗୃହ ନଅ ଶହରୁ ବି ଅଧିକ ଆଇନ ଅନୁମୋଦନ କରିଛି, Century ପାର କରି ଦେଇଛି। ଏହା ହିଁ ତ ଏହି ଗୃହର ଶକ୍ତି । ଏହାହିଁ ଦେଶର ଲୋକଙ୍କ ମଧ୍ୟରେ ଗୋଟିଏ ନୂଆ ବିଶ୍ୱାସ ଜନ୍ମାଏ । ଏବଂ ଏହି କାର୍ଯ୍ୟ ପାଇଁ ସମସ୍ତଙ୍କର ସକାରାତ୍ମକ ଭୂମିକା ରହିଆସିଛି ।
ସମସ୍ତେ ଅଭିନନ୍ଦନର ଅଧିକାରୀ । ସର୍ବଦଳୀୟ ବୈଠକ ସମୟରେ ମଧ୍ୟ ମୁଁ କହିଥିଲି ଯେ ଏହାର ଶ୍ରେୟ ସମସ୍ତଙ୍କୁ ଯାଉଛି । ସମସ୍ତ ସଭ୍ୟମାନଙ୍କୁ ଯାଉଛି । ସମସ୍ତ ରାଜନୈତିକ ଦଳଙ୍କୁ ଯାଉଛି, ଯେଉଁମାନେ ନିରନ୍ତର ଭାବରେ ପ୍ରୟାସ କରିଛନ୍ତି ସେ ସମସ୍ତଙ୍କୁ ଯାଉଛି । ମୋତେ ମୋ କଥା କହିବାକୁ ସୁଯୋଗ ମିଳିଲା । ମୁଁ ଅଧ୍ୟକ୍ଷ ମହାଶୟାଙ୍କ ପ୍ରତି, ଗୃହ ପ୍ରତି ଅନ୍ତରରୁ ଅନେକ ଅନେକ କୃତଜ୍ଞତା ପ୍ରକାଶ କରୁଛି ଏବଂ ଆମେ ସମସ୍ତେ ମିଳିମିଶି ଏହି ଦିଗକୁ ଅଗ୍ରସର ହେବା ସେଥିପାଇଁ ଶୁଭେଚ୍ଛା ଜଣାଉଛି। ବହୁତ ବହୁତ ଧନ୍ୟବାଦ ।
Today is 8th August. Under the leadership of Mahatma Gandhi, the Quit India movement began: PM @narendramodi in the Lok Sabha
— PMO India (@PMOIndia) August 8, 2016
Today, an important move to free the nation from tax terrorism has begun: PM @narendramodi in the Lok Sabha
— PMO India (@PMOIndia) August 8, 2016
Want to thank all parties, state governments. We are taking a decision which RS, LS, States have thought about in great detail: PM in LS
— PMO India (@PMOIndia) August 8, 2016
This can't be seen as a victory of a party or government, it is a win for the democratic ethos of India & a victory for everyone: PM in LS
— PMO India (@PMOIndia) August 8, 2016
Great Step by Team India, Great Step towards Transformation, Great Steps towards Transparency, this is GST: PM @narendramodi in Lok Sabha
— PMO India (@PMOIndia) August 8, 2016
Having been a CM, now it became easier for me to address issues that CMs could have faced with the GST: PM @narendramodi in the Lok Sabha
— PMO India (@PMOIndia) August 8, 2016
Lot of flaws have been overcome as far as the GST is concerned: PM @narendramodi
— PMO India (@PMOIndia) August 8, 2016
Had met both Sonia ji and Manmohan ji. One is a LS MP and other RS MP. Question of treating LS as junior house does not arise: PM in LS
— PMO India (@PMOIndia) August 8, 2016
Rashtraneeti is bigger than Rajneeti: PM @narendramodi in the Lok Sabha #TransformingIndia
— PMO India (@PMOIndia) August 8, 2016
Consumer & small businesses will gain tremendously. Small business will feel more secure with this. Small business is our strength: PM in LS
— PMO India (@PMOIndia) August 8, 2016
Economic and educational empowerment of the poor is what we are focusing on, so that we can mitigate poverty: PM @narendramodi in Lok Sabha
— PMO India (@PMOIndia) August 8, 2016