Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର


ଅଧ୍ୟକ୍ଷା ମହୋଦୟ, ମୁଁ ମାନନୀୟ ରାଷ୍ଟ୍ରପତି ମହୋଦୟଙ୍କ ଅଭିଭାଷଣ ଉପରେ ତାଙ୍କୁ ଧନ୍ୟବାଦ ଦେବା ପାଇଁ ଉପସ୍ଥିତ ହୋଇଛି । ଏହିଥରର ସମ୍ବୋଧନରେ ରାଷ୍ଟ୍ରପତି ମହୋଦୟ ଯେଉଁଭଳି ଭାବେ ଦେଶକୁ ମାର୍ଗ ଦର୍ଶନ କରାଇଛନ୍ତି, ସରକାରଙ୍କ ଦୃଷ୍ଟକୋଣର ଆମୂଳଚୂଳ ରେଖାପାତ କରିଛନ୍ତି । ଏହି ସରକାରଙ୍କର ମୁଖ୍ୟ ହିସାବରେ ମୁଁ ତାଙ୍କ ନିକଟରେ ହୃଦୟର ସହ କୃତଜ୍ଞତା ଜ୍ଞାପନ କରୁଛି । ସରକାରଙ୍କର ପରିଚୟ ସୃଷ୍ଟି ହୋଇଛି ସଚ୍ଚୋଟତା ପାଇଁ । ଏହି ସରକାରଙ୍କର ପରିଚୟ ସୃଷ୍ଟି ହୋଇଛି ପାରଦର୍ଶିତା ପାଇଁ । ଗରିବଙ୍କ ପ୍ରତି ଥିବା ସମ୍ବେଦନା ପାଇଁ ହୋଇଛି, ରାଷ୍ଟ୍ରହିତକୁ ସର୍ବୋପରି ରଖିଥିବା ଯୋଗୁଁ ହୋଇଛି, ଭ୍ରଷ୍ଟାଚାର ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ହୋଇଛି ଆଉ ଦ୍ରୁତ ଗତିରେ କାର୍ଯ୍ୟ କରିବା ପାଇଁ ହୋଇଛି । ସେହି ଟିଭିର ଦୃଶ୍ୟ ଏବେ ମଧ୍ୟ ମନେ ଅଛି ଯେତେବେଳେ ନୋଟଗୁଡ଼ିକୁ ଏମିତି ଏମିତି ପକେଟରେ ରଖାଯାଉଥିଲା । ଆଜି ଏହି ଚର୍ଚ୍ଚାରେ ଆଦରଣୀୟ ମଲ୍ଲିକାର୍ଜୁନ ଖଡ଼ଗେ ମହାଶୟ, ଶ୍ରୀମାନ ଭର୍ତ୍ତୃହରି ମହାଶୟ, ଶ୍ରୀ ବେଣୁ ଗୋପାଳ ମହାଶୟ, ହରସିମରତ କୌର ବାଦଲ ଜୀ, ଶ୍ରୀମାନ ଦିନେଶ ତ୍ରିବେଦୀ ମହାଶୟ, ଶ୍ରୀ ମହମ୍ମଦ ସଲିମ୍ ମହାଶୟ, ଶ୍ରୀମାନ ସୌମିତ୍ର ଖାନ ମହାଶୟ, ଏଭଳି ଅନେକ ସମସ୍ତ ଆଦରଣୀୟ ସଦସ୍ୟ ନିଜ ନିଜର ବିଚାର ରଖିଛନ୍ତି, ନିଜର ରାୟ ରଖିଛନ୍ତି ।

ଏକ ସାର୍ଥକ ଚର୍ଚ୍ଚାର ପ୍ରୟାସ ହୋଇଛି ଆଉ ସଦନ ଏ ସମସ୍ତଙ୍କୁ ଯେଉଁଭଳି ଭାବେ ଶୁଣିଲା, ସେମାନଙ୍କର କଥାକୁ ପ୍ରୋତ୍ସାହିତ କଲେ, ତେଣୁ ବିଚାରଗୁଡ଼ିକୁ ଅଭିବ୍ୟକ୍ତି କରିବାବାଲା ମଧ୍ୟ ଆଉ ବିଚାରଗୁଡ଼ିକୁ ପ୍ରୋତ୍ସାହନ ଦେବାବାଲା ଏହି ସମଗ୍ର ସଦନକୁ ମୁଁ ଧନ୍ୟବାଦ ଜଣାଉଛି । କିଛି ଆଲୋଚନା ମଧ୍ୟ ହେଲା । କିଛି ମୁଣ୍ଡ-ହାତ- ଗୋଡ଼ ନଥିଲା ଭଳି କଥା ମଧ୍ୟ ହେଲା । କିଛି ନିଜର ମନକୁ ଯାହା ଭଲ ଲାଗେ, ସେମାନେ ମଧ୍ୟ ଏଠାରେ ବାରମ୍ବାର କହିବା ଭଳି ଅଭ୍ୟାସ ଥିବା ଲୋକମାନେ କହିଦେଲେ ମଧ୍ୟ । କିନ୍ତୁ ମୁଁ ମାନୁଛି କି ନିର୍ବାଚନର ବର୍ଷ ଅଛି ତ ସ୍ୱାଭାବିକ ଅଟେ ସମସ୍ତଙ୍କର କିଛି ନା କିଛି ଦୁର୍ବଳତା ରହିଥିବ । କିଛି ତ କହିବାକୁ ପଡ଼ିବ ଆଉ ଏଥିପାଇଁ ସେହି ପ୍ରଭାବ ରହିବା ହେଉଛି ବଡ଼ ସ୍ୱାଭାବିକ, କିନ୍ତୁ ଏହା ମଧ୍ୟ ସଠିକ ଅଟେ କି ଆମେ ଏଠାରୁ ଯିବା ପରେ ଜନତା, ଜନାର୍ଦ୍ଦନଙ୍କୁ ନିଜର କାମକାର୍ଯ୍ୟ, ହିସାବ କିତାବ ଦେବାର ଅଛି, କାହିଁକି ନା ନିର୍ବାଚନର ବର୍ଷ ଅଛି ତ ଆମକୁ ଯାଇ ଜନତାଙ୍କୁ ନିଜର ହିସାବ ଦେବାର ଅଛି ଆଉ ମୁଁ ଆପଣ ସମସ୍ତଙ୍କୁ ଆଗାମୀ ନିର୍ବାଚନରେ ସୁସ୍ଥ ପ୍ରତିଯୋଗିତା ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି । କୋଟି କୋଟି ଯୁବକମାନଙ୍କୁ ମଧ୍ୟ ମୁଁ ଅଭିନନ୍ଦନ କରିବାକୁ ଚାହୁଁଛି, ଯିଏ ଏହି ଶତାବ୍ଦୀରେ ପ୍ରଥମ ଥର ନିର୍ବାଚନରେ ସଂସଦ ପାଇଁ ଭୋଟ ଦେବାକୁ ଯାଉଛନ୍ତି । ସେମାନେ ସମସ୍ତେ ହେଉଛନ୍ତି ଅଭିନନ୍ଦନର ଅଧିକାରୀ, କାରଣ ଭୋଟ ଦେବା କିମ୍ବା ମତାଧିକାର ସାବ୍ୟସ୍ତ କରିବା କୌଣସି ଛୋଟିଆ ଘଟଣା ନୁହେଁ । ଆଉ ଆମକୁ ମଧ୍ୟ ଆମର ଏଇ ନୂତନ ପିଢିଙ୍କୁ ଯେଉଁମାନେ ପ୍ରଥମ ଥର ଏକବିଂଶ ଶତାବ୍ଦୀର ସଂସଦ ନିର୍ବାଚନରେ ଭୋଟ ଦେବାକୁ ଯାଉଛନ୍ତି, ସେମାନଙ୍କର ସ୍ୱାଗତ ମଧ୍ୟ କରିବା ଦରକାର, କାରଣ ଗୋଟିଏ ପ୍ରକାରରେ ଦେଶର ନୀତି ନିର୍ଦ୍ଧାରକ ସେହି ପ୍ରକ୍ରିୟାର ସେମାନେ ଏକ ଅଂଶ ହେବାକୁ ଯାଉଛନ୍ତି । ଆଉ ଏଥିପାଇଁ ମୁଁ ସେହି ନୂତନ ମତଦାତାଙ୍କୁ, ଯୁବକମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ଆଉ ମୋର ବିଶ୍ୱାସ ରହିଛି ନୂତନ ପିଢି ରାଷ୍ଟ୍ରକୁ ଦିଗର୍ଶନ ଦେବାରେ ନିଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ ।

ଆଦରଣୀୟ ବାଚସ୍ପତି ମହୋଦୟ, ଯେତେବେଳେ ଆମେ ନିଉ ଇଣ୍ଡିଆର କଥା କହୁ, ଏକ ଆଶା ଏବଂ ବିଶ୍ୱାସର କଥା କହୁ । ଆଉ ଏହା ମଧ୍ୟ ଠିକ୍ ଯେ ନିରାଶାରେ ବୁଡ଼ି ରହିଥିବା ବ୍ୟକ୍ତି କିମ୍ବା ସମାଜ ନା ହିଁ ନିଜ ପାଇଁ କିଛି କରେ, ନା ହିଁ ସେହି ପିଢି ପାଇଁ କିଛି କରି ପାରନ୍ତି, ସେ ହିଁ କରିପାରେ ଯିଏ ଆଶା ଏବଂ ବିଶ୍ୱାସରେ ଭରି ରହିଥାଆନ୍ତି । କାନ୍ଦିବା, କାନ୍ଦୁଥିବା ଲୋକମାନଙ୍କୁ ଆଶ୍ୱାସନ ଦେବା ପାଇଁ ଆଖପାଖରେ ପାଞ୍ଚ-ଦଶ ଜଣ ଲୋକ ମିଳିଯିବେ, କିନ୍ତୁ ପରିବର୍ତ୍ତନର ସଂକଳ୍ପ କରୁଥିବା ଲୋକ, କୌଣସି ଲୋକ ସେମାନଙ୍କ ପାଖ ମାଡ଼ନ୍ତି ନାହିଁ । ଏବେ ଯେତେବେଳେ ମୁଁ ନିଉ ଇଣ୍ଡିଆର କଥା କହୁଛି ତ ମୁଁ ସ୍ୱାମୀ ବିବେକାନନ୍ଦଙ୍କ କଥାକୁ ଉପସ୍ଥାପନ କରିବାକୁ ଚାହିଁବି । ସ୍ୱାମୀ ବିବେକାନନ୍ଦ କହିଛନ୍ତି – ‘ଅତୀତରେ ଯେଉଁ ସମୟ ଦେଇ ଆମକୁ ଗତି କରିବାକୁ ପଡ଼ିଲା, ସେ ସବୁ ଆବଶ୍ୟକ ଥିଲା, କାରଣ ବିନାଶର ଯେଉଁ ସମୟ ମଝିରେ-ମଝିରେ ଆସିଲା, ସେଥିରୁ ବାହାରି ଭବିଷ୍ୟତର ଭାରତ ହିଁ ଆସୁଛି । ତାହା ଅଙ୍କୁରିତ ହୋଇ ସାରିଛି, ତାହାର ନୂତନ ପଲ୍ଲବ ବାହାରି ସାରିଛି, ଆଉ ସେହି ଶକ୍ତିଶାଳୀ ବୃକ୍ଷ, ବିଶାଳକାୟ ବୃକ୍ଷ ଉଠିବା ଆରମ୍ଭ ହୋଇ ସାରିଛି ।ବିପରୀତ ପରିସ୍ଥିତିରେ ବିକାଶର ଆଶା, ବିଶ୍ୱାସ ଏହା ହିଁ ଦେଶକୁ ଆଗକୁ ନେଇ ଯାଇଥାଏ । ଆହ୍ୱାନଗୁଡ଼ିକୁ ଆହ୍ୱାନ ଦେବା ଏହା ହେଉଛି ଦେଶର ସ୍ୱଭାବ, ସେହି ଦେଶ ଆହ୍ୱାନଗୁଡ଼ିକୁ ପରାସ୍ତ କରିଥାଏ । ଯେଉଁମାନେ ଆହ୍ୱାନକୁ ଡରି ଦୌଡ଼ି ପଳାନ୍ତି ସେମାନେ ନୂଆ-ନୂଆ ଆହ୍ୱାନଗୁଡ଼ିକୁ ଡାକି ଆଣନ୍ତି । ଆଉ ଏଥିପାଇଁ ଆହ୍ୱାନଗୁଡ଼ିକୁ ହିଁ ଆହ୍ୱାନ ଦେବା, ସାଧାରଣ ନାଗରିକଙ୍କର ଆଶା ଆକାଂକ୍ଷାଗୁଡ଼ିକୁ ପୂରଣ କରିବାରେ ଆମେ ସଂପୂର୍ଣ୍ଣ ଶକ୍ତିର ସହିତ ଲାଗି ପଡ଼ିଛୁ

ଆଜି ଏଠାରେ 1947ରୁ କିଛି କଥା କୁହାଯାଇଛି । ଭଲ କଥା । କିନ୍ତୁ କେବେ କେବେ ଲାଗୁଛି କି ଆମେ ଯେତେବେଳେ ଇତିହାସର କଥା କହୁ, ତ ଦୁଇଟି ସମୟର ଚର୍ଚ୍ଚା କରୁ । ବିସି ଏବଂ ଏଡି ଆଜି ମୁଁ ଯେଉଁ ଭାଷଣ ଶୁଣିଲି କି 47ରୁ 14 ପର୍ଯ୍ୟନ୍ତ ତ ମୋତେ ଲାଗୁଛି କି ବୋଧହୁଏ ବିସି ଏବଂ ଏଡିର ତାହାର ନିଜସ୍ୱ ଏକ ବ୍ୟାଖ୍ୟା ରହିଛି । ବିସିର ତାହାର ବ୍ୟାଖ୍ୟା ହେଉଛି ବିଫୋର କଂଗ୍ରେସ ଅର୍ଥାତ କଂଗ୍ରେସ ପୂର୍ବରୁ କିଛି ନଥିଲା ଦେଶରେ । ସବୁକିଛି ନଷ୍ଟଭ୍ରଷ୍ଟ ଥିଲା, ଖାତରେ ଥିଲା । ଆଉ ଏଡିର ଅର୍ଥ ହେଉଛି ଆଫଟର ଡାଇନାଷ୍ଟି । ଅର୍ଥାତ ଯାହା କିଛି ମଧ୍ୟ ହୋଇଛି ତାଙ୍କ ପରେ ହୋଇଛି, କିନ୍ତୁ ଶେଷରେ କୌଣସି କାର୍ଯ୍ୟକୁ ତୁଳନା କରି ଦେଖିବାକୁ ହିଁ ପଡ଼ିଛି ଆଉ ତାହା ହେଉଛି ଖରାପ, ଏଭଳି ମାନି ନେବାର କୌଣସି କାରଣ ନାହିଁ, ଆମକୁ ଏତେ ବେଶୀ ବିଚଳିତ ହେବା ଆବଶ୍ୟକତା ନାହିଁ ।

ସାଢ଼େ ଚାରି ବର୍ଷ ପୂର୍ବରୁ କଣ ହେଉଥିଲା ଆଉ ଆଜି କଣ ହେଉଛି, ସାଢ଼େ ଚାରି ବର୍ଷରେ କେଉଁଭଳି ଭାବେ ଆମେ ଆଗକୁ ବଢ଼ିଛୁ । ଭାରତ ସାଢ଼େ ଚାରି ବର୍ଷରେ ଦଶମ, ଏକାଦଶ ସ୍ଥାନର ଅର୍ଥ ବ୍ୟବସ୍ଥାରୁ ଆଜି ଷଷ୍ଠ ନମ୍ବରରେ ପହଂଚିଯାଇଛି ଆଉ ଏହା ଭୁଲନ୍ତୁ ନାହିଁ କି ଯେତେବେଳେ ଏକାଦଶ ସ୍ଥାନରେ ପହଂଚିଥିଲୁ, ତ ଏହି ସଦନରେ ଏଠାରେ ବସିଥିବା ଲୋକମାନେ ଯେଉଁମାନେ କି ଆଜି ସେଠାରେ ମଧ୍ୟ ଦେଖାଯାଉ ନାହାଁନ୍ତି ସେମାନେ ଏକାଦଶ ସ୍ଥାନରେ ପହଂଚିବା କଥାର ବଡ଼ ଗୌରବଗାନ କରିଥିଲେ । ମୁଁ ବୁଝି ପାରୁ ନାହିଁ, ଯାହାଙ୍କୁ ଏକାଦଶ ସ୍ଥାନରେ ପହଂଚିବାଟା ଏକ ଗୌରବ ଭାବେ ଦେଖାଯାଉଥିଲା, ସେମାନଙ୍କୁ ଛଅରେ ପହଂଚିବା ଫଳରେ କଷ୍ଟ କାହିଁକି ହେଉଛି, ପୀଡ଼ା କାହିଁକି ହେଉଛି? ପୂର୍ବ ତୁଳନାରେ  ସବୁଠାରୁ ଅଧିକ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ଆଜି ଭାରତରେ ହେଉଛି । ମେକ୍ ଇନ୍ ଇଣ୍ଡିଆର ଶକ୍ତି ବିନିର୍ମାଣର ନୂତନ ପ୍ରତିମାନ ପ୍ରସ୍ଥାପିତ କରିଦେଲେ । ଦୁନିଆର ସବୁଠାରୁ ବଡ଼ ଷ୍ଟିଲ ଉତ୍ପାଦକ ଆଜି ଭାରତରେ, ଦୁନିଆର ଦ୍ୱିତୀୟ ବୃହତମ ମୋବାଇଲ ଫୋନ ନିର୍ମାଣକାରୀ ହେଉଛି ଭାରତ, ଦୁନିଆର ଚତୁର୍ଥ ବୃହତ ଅଟୋ ମୋବାଇଲ ନିର୍ମାଣକାରୀ ଆଜି ହିନ୍ଦୁସ୍ଥାନରେ ଅଛି । ଆଜି ଭାରତ ଫସଲ ଏବଂ ଦୁଗ୍ଧ ଉତ୍ପାଦନର ରେକର୍ଡ ସ୍ତରରେ କରୁଛି । ଇଂଟରନେଟ ଡାଟା ସବୁଠାରୁ ଶସ୍ତା ଏବଂ ଇଂଟରନେଟ ଡାଟା ସବୁଠାରୁ ଅଧିକ ବ୍ୟବହାର ଯଦି ଦୁନିଆରେ କେଉଁଠି ହେଉଛି, ତ ଭାରତରେ ହେଉଛି । … ଯେଉଁଭଳି ଭାବେ ନିଜର ସ୍ଥାନ ସୃଷ୍ଟି କରିଛି, ନିଜର ସ୍ଥାନ ସୁଦୃଢ଼ କରିଛି ଆଜି ବଡ଼ ବଡ଼ ବହୁମୁଖୀ ରାଷ୍ଟ୍ରାୟତ୍ତ ସଂସ୍ଥାକୁ ମଧ୍ୟ ସେ ଆହ୍ୱାନ ଦେଉଛି । ଆକାଶ ମାର୍ଗ କ୍ଷେତ୍ରରେ ସବୁଠାରୁ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । କିନ୍ତୁ ବିପକ୍ଷରେ ଅଛୁ, ବିରୋଧ କରିବା ହେଉଛି ଜରୁରୀ । ବିରୋଧ କରିବାକୁ ହେବ, ମାଦୀଙ୍କର ସମାଲୋଚନା କରିବା ଦରକାର, ଆମର ନୀତିଗୁଡ଼ିକର ଆଲୋଚନା କରିବା ଦରକାର । ଭଲ କଥା, ଏହା ଲୋକତନ୍ତ୍ରରେ ବହୁତ ଆବଶ୍ୟକ ମଧ୍ୟ କିନ୍ତୁ ମୁଁ ଦେଖୁଛି କି ଆମେ ମୋଦୀର ଆଲୋଚନା କରୁ-କରୁ, ବିଜେପିର ଆଲୋଚନା କରୁ-କରୁ, ଦେଶ ବିରୋଧରେ କହିବା ଆରମ୍ଭ କରି ଦେଉଛେ, ଏଥିପାଇଁ ଦେଶ ପଛରେ ଅଛି । ଆମମାନଙ୍କ ମଧ୍ୟରୁ କାହାକୁ ମଧ୍ୟ ଭୁଲରେ ଦେଶ ବିରୋଧରେ କହିବା ଉଚିତ ନୁହେଁ । ବହୁତଗୁଡ଼ିଏ କଥା ଅଛି, ଲଣ୍ଡନରେ ଯାଇ ସାମ୍ବାଦିକ ସମ୍ମିଳନୀ କରି ଦେଶ ବିରୋଧରେ କହି ଦେଶର ସମ୍ମାନ କେତେ ବଢ଼ାଉଛନ୍ତି? ମିଥ୍ୟା ସାମ୍ବାଦିକ ସମ୍ମିଳନୀ କରି ଆଉ ଆପଣ ମୋତେ ପଚାରୁଛନ୍ତି କି କଣ କିଛି କହିଲେ ନାହିଁ ଭଲ ହେବ ଯଦି ମୁଁ ନିଜ ମର୍ଯ୍ୟାଦାରେ ରହିବି, ତାହା ହିଁ ବହୁତ ଭଲ ହେବ ।

ଆଜି ଆମର ଖଡ଼ଗେ ମହାଶୟ, କହୁଥିଲେ ଯେ ମୋଦୀ ବାହାରେ ଲୋକଙ୍କ ସାମ୍ନାରେ କହୁଛନ୍ତି, ରାଷ୍ଟ୍ରପତି ମହୋଦୟ ମଧ୍ୟ ସେହି କଥା ସଦନରେ କହିଛନ୍ତି । ଏହାର ଅର୍ଥ ଏହା ସିଦ୍ଧ ହୋଇଗଲା କି ସତ୍ୟ କହିଲାବାଲାଙ୍କୁ ବାହାରେ ମିଛ ନ କହିବା, ଭିତରେ ଭିନ୍ନ ପ୍ରକାରର କଥା କହିବା, ଏପରି ନୁହେଁ । ଯିଏ ସତ କହିଥାଏ, ସେ ବାହାରେ ମଧ୍ୟ ସେହି କଥା କହିଥାଏ, ଭିତରେ ମଧ୍ୟ ସେହି କଥା କହିଥାଏ । ତ ମୁଁ ଆପଣଙ୍କ ନିକଟରେ ବହୁତ କୃତଜ୍ଞ କି ଆପଣମାନେ ଏହି କଥାକୁ ପଞ୍ଜିକୃତ କରିଛନ୍ତି କି ଆମେ ସତ୍ୟ କହୁଛୁ । ସାଧାରଣ ସଭାରେ ମଧ୍ୟ ସତ୍ୟ କହୁଛୁ, ଜନସଭାରେ ମଧ୍ୟ ସତ୍ୟ କହୁଛୁ, ଲୋକସଭାରେ ମଧ୍ୟ ସତ୍ୟ କହୁଛୁ । ଆଉ ପ୍ରଧାନମନ୍ତ୍ରୀ ମହୋଦୟ ମଧ୍ୟ ସତ୍ୟ କହୁଛନ୍ତି, ରାଷ୍ଟ୍ରପତି ମହୋଦୟ ମଧ୍ୟ ସତ୍ୟ କହୁଛନ୍ତି । ଏବେ ଆପଣମାନଙ୍କର ସମସ୍ୟା ହେଉଛି କି ସତ୍ୟ ଶୁଣିବାର ଅଭ୍ୟାସ ମଧ୍ୟ ଚାଲିଯାଇଛି ।

ଆପଣମାନେ କହିଲେ ମୋଦୀ ସଂସ୍ଥାଗୁଡ଼ିକୁ ଶେଷ କରୁଛନ୍ତି, ନଷ୍ଟ କରି ଦେଉଛନ୍ତି । ଆମର ଏଠାରେ ଗୋଟିଏ ଲୋକକଥା ଅଛି- ଉଲ୍ଟା ଚୋର କୋତୁୱାଲ୍ କୋ ଡାଣ୍ଟେଅର୍ଥାତ ଚୋର ଓଲଟା ଚୌକିଦାରକୁ ଗାଳି କରେ । ଆପଣ ଟିକେ କହନ୍ତୁ ମୋତେ ଲାଗୁଛି କି ଏ ବିଷୟରେ ବିଚାର କରିବାର ଆବଶ୍ୟକତା ରହିଛି । ଦେଶ ଉପରେ ଜରୁରୀକାଳୀନ ପରିସ୍ଥିତି ଆଣି ଲଦିଦେଲା କଂଗ୍ରେସ, କିନ୍ତୁ କହୁଛନ୍ତି କି ମୋଦୀ ଦେଶକୁ ନଷ୍ଟ କରୁଛି । ସେନାକୁ ଅପମାନିତ କଲା କଂଗ୍ରେସ, କିନ୍ତୁ କହୁଛନ୍ତି କି ମୋଦୀ ଦେଶକୁ ନଷ୍ଟ କରୁଛନ୍ତି । ଦେଶର ସେନାଧ୍ୟକ୍ଷଙ୍କୁ ଗୁଣ୍ଡା କହିଲେ, କିନ୍ତୁ କହୁଛନ୍ତି କି ମୋଦୀ ଦେଶର ସଂସ୍ଥାନଗୁଡ଼ିକୁ ନଷ୍ଟ କରୁଛନ୍ତି । କାହାଣୀ ସବୁ ସୃଷ୍ଟି କରାଯାଉଛି କ୍ଷମତା ଓଲଟପାଲଟ କରିବା ପାଇଁ ଆଉ କେତେ ବଡ଼ ହିନ୍ଦୁସ୍ତାନର ସେନାର ସମ୍ମାନକୁ କେତେ ବଡ଼ ଗଭୀର ଦାଗ ଲଗାଇ ଦେଇଛନ୍ତି । ଆପଣଙ୍କୁ ଜଣା ନାହିଁ, ଆପଣ ସପ୍ତାହେ, ବୋଧହୁଏ ଦୁଇ ସପ୍ତାହ ରାଜନୀତି କରି ନେଇଥିବେ । କିନ୍ତୁ ଏ ଯେଉଁ ପାପ ଆପଣ କରିଛନ୍ତି ମୁଁ ବୁଝି ପାରୁଛି ଆମର ସେନାଙ୍କ ହୃଦୟରେ ଯେଉଁ ଆଘାତ ଲାଗିଛି, ଭାରତର ସେନା ସତ୍ତା ପରିବର୍ତ୍ତନ କରିବାର କାମ କରେ, ଏହା ସ୍ୱାଧୀନତାର ଏତେ ବର୍ଷ ପରେ ଭଲ ଦିନ ଆସିଛି, ଖରାପ ଦିନ ଆସିଛି, ଦୁର୍ବଳ ପ୍ରଧାନମନ୍ତ୍ରୀ ହୋଇ ରହିଛି, ଦୁର୍ବଳ ସରକାର ରହିଛି । ଗୋଟିଏ ସରକାର ଥିଲା, ମିଳିମିଶି ମେଣ୍ଟ ସରକାର ଥିଲା, କେବେ ଦେଶରେ ସେନା ଏଭଳି ପାପ କରି ନଥିଲା । ଆମେ ଏହି କଥା କହୁଛୁ, କେବଳ ନିଜର ରାଜନୀତି ପାଇଁ ଆଉ ଏଥିପାଇଁ ମୁଁ ମାନୁଛି କି ଏହା ବହୁତ ଖରାପ କରିଛନ୍ତି ସେହି ଲୋକମାନେ । ଆମେ ହେଉଛୁ ଦାୟିତ୍ୱବାନ ଲୋକ ଆଉ ଶାସନରେ ବସି ଲୋକଙ୍କ ଦ୍ୱାରା ଏହି ପ୍ରକାରର କଥା ହେଉ, ଆଉ ଆପଣ କହିବେ କି ଆମେ ସଂସ୍ଥାଗୁଡ଼ିକୁ ନଷ୍ଟ କରିବାରେ ଲାଗିଛୁ ।

ନିର୍ବାଚନ ଆୟୋଗ, ଏହି ଦେଶର ନିର୍ବାଚନ ଆୟୋଗ ବିଶ୍ୱ ପାଇଁ ଗୌରବର କେନ୍ଦ୍ର ହୋଇ ପାରିବେ । ଛୋଟ- ମୋଟ ଅଭିଯୋଗ ରହିବା ପରେ ମଧ୍ୟ ସମସ୍ତ ରାଜନୈତିକ ଦଳ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ମାନି ଚାଲୁଛନ୍ତି । କଣ ଆମେ ତାକୁ ମଧ୍ୟ ନଷ୍ଟ କରି ରହିବା । ଆଜି ଆମେ ଏହାକୁ ନଷ୍ଟ କରିବାରେ ଲାଗିଛେ, ଣ ଆମେ ସେହି ଦିଗରେ ମଧ୍ୟ କିଛି ଚିନ୍ତା କରିପାରିବା କି? ସେହିପରି ନିଜର ବିଫଳତାକୁ ମଧ୍ୟ ଇଭିଏମ ଉପରେ… ମୁଁ ତ ନିରାଶ ହେଉଛି, ଦେଶ ବଜେଟ ଉପରେ ଚର୍ଚ୍ଚା କରୁଛି ଏବଂ ଏମାନେ ଇଭିଏମର କାନ୍ଦଣା କାନ୍ଦୁଛନ୍ତି । ଆପଣମାନେ ଏତେ ଭୟଭୀତ ହୋଇଯାଇଛନ୍ତି କଣ ହେଲା, ଣ ହୋଇଗଲା ଆପଣମାନଙ୍କର?

ନ୍ୟାୟପାଳିକାକୁ କଂଗ୍ରେସ ଡରାଉଛି, ଯେଉଁ ପ୍ରକାରରେ ନ୍ୟାୟପାଳିକାର ନିଷ୍ପତ୍ତିକୁ କଂଗ୍ରେସ ସହିତ ଜଡ଼ିତ ଲୋକମାନେ ଯେଉଁ ପ୍ରକାରରେ ବୟାନବାଜି କରୁଛନ୍ତି, ପୂର୍ବରୁ କେବେ ଏପରି ହୋଇ ନଥିଲା । ନ୍ୟାୟପାଳିକାର ନିଷ୍ପତ୍ତି ଭଲ ହେଉ, ମନ୍ଦ ହେଉ, କିନ୍ତୁ ତାର ସମ୍ମାନ ଏଥିପାଇଁ କରାଯାଉଛି, କାରଣ ଏହି ଅନୁଷ୍ଠାନକୁ ଶେଷରେ ବଂଚାଇ ରଖିବାକୁ ପଡ଼ିବ । କିନ୍ତୁ ଆମକୁ ପସନ୍ଦ ନ ହେବ, ତ କିଛି ମଧ୍ୟ କହିଦେବା, କିଛି ମଧ୍ୟ କୁହାଇଦେବା, କିଛି ମଧ୍ୟ ଲେଖିଦେବା । ଆପଣ ସମଗ୍ର ନ୍ୟାୟପାଳିକାକୁ ଭୟଭୀତ କରାଇବା ପାଇଁ ମହାଅଭିଯୋଗ ନାମରେ ସଂପୂର୍ଣ୍ଣ ବ୍ୟବସ୍ଥାକୁ ଦୋହଲାଇଦେବାର ପ୍ରୟାସ କରିଛନ୍ତି ଆଉ ଆପଣ ଆମକୁ କହୁଛନ୍ତି ।

ଇଏ ହେଉଛି କଂଗ୍ରେସ ପାର୍ଟି, ଯିଏ ଯୋଜନା ଆୟୋଗଙ୍କୁ – ପ୍ଲାନିଂ କମିଶନଙ୍କୁ ଜୋକର ଗୋଷ୍ଠୀ ବୋଲି କହିଥିଲେ ଜଣାଅଛି କି  କିଏ କହିଥିଲେ? ଆଜି ଆପଣ ଯୋଜନା କମିଶନଙ୍କ ଏତେ ଗୀତ ଗାଉଥିଲେ, ସେହି ଯୋଜନା କମିଶନ ଆପଣଙ୍କ ଜଣେ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଜୋକର ଗୋଷ୍ଠୀ ବୋଲି କହିଥିଲେ । ଅନୁଷ୍ଠାନର ସମ୍ମାନ… ଗୋଟିଏ ଶବ୍ଦ ଧରିନେଲା । କିନ୍ତୁ ଅନ୍ୟଗୁଡ଼ିକରେ ନିଜର କାରବାର ବିଷୟରେ ଟିକେ ଦେଖନ୍ତୁ । 356ର ଦୂରୁପଯୋଗ, 100ଥର, ପାଖାପାଖି ଶହେଥର ଆପଣମାନେ କରିଛନ୍ତି । ନିର୍ବାଚିତ ସରକାରଙ୍କୁ ଆପଣମାନେ ବରଖାସ୍ତ କରିଦେଲେ । ଆଉ ଶ୍ରୀମତୀ ଇନ୍ଦିରାଗାନ୍ଧି ତ ସ୍ୱୟଂ ପଚାଶ ଥର ଏହାର ଉପଯୋଗ କରିଛନ୍ତି । ପଚାଶ ଥର ସରକାରଙ୍କୁ ଭାଙ୍ଗିଛନ୍ତି ଆଉ ଏହା 2019 କେଉଁ କଥାର ବାର୍ଷିକୀ ପାଳନ କରୁଛି, ଟିକେ ମନେପକାନ୍ତୁ, ମୋର କେରଳର ବନ୍ଧୁମାନଙ୍କୁ କହିବାକୁ ଚାହୁଁଛି, ଟିକେ ମନେ  ପକାନ୍ତୁ, 1959ରେ ଯେତେବେଳେ ନେହେରୁ ମହାଶୟ ପ୍ରଧାନମନ୍ତ୍ରୀ ଥିଲେ, ଆଉ ଇନ୍ଦିରା ମହାଶୟା କଂଗ୍ରେସର ଅଧ୍ୟକ୍ଷା ଥିଲେ, ସେ କେରଳ ଯାଇଥିଲେ, ଜଣା ନାହିଁ କଣ ଦେଖିଲେ, ଣ-କଣ ପାଇଲେ, ଣ ଶୁଣିଲେ, ଆସିବା ପରେ କେରଳର ନିର୍ବାଚିତ ବାମପନ୍ଥୀ ସରକାରକୁ ବରଖାସ୍ତ କରିଦେଲେ 2019, ଏହା ହେଉଛି ସେହି କାର୍ଯ୍ୟର ବାର୍ଷିକୀ । ଆପଣ ସଂସ୍ଥାଗୁଡ଼ିକର ମାନ-ସମ୍ମାନର କଥା କହୁଛନ୍ତି । କିଭଳି ଭାବରେ ଆପଣ ଦେଶ ସହିତ ଆପଣମାନେ ଏନଟିଆରଙ୍କ ସହିତ କଣ କଲେ, ଆପଣମାନେ ଏମଜିଆରଙ୍କ ସହିତ କଣ କଲେ ।

କେବଳ ଏତିକି ହିଁ ନୁହେଁ, ଆପଣମାନେ ମନ୍ତ୍ରୀମଣ୍ଡଳର ନିଷ୍ପତ୍ତି, କ୍ୟାବିନେଟର ନିଷ୍ପତ୍ତିକୁ ସାମ୍ବାଦି ସମ୍ମିଳନୀରେ ଯାଇ କିପରି ଚିରି ଫୋପାଡ଼ିଦେଲେ । କିଭଳି ସହନଶୀଳତା, କେଉଁଭଳି ସଂସ୍ଥାଗୁଡ଼ିକର ସମ୍ମାନ ଆଉ ଏବେ ଏଥିପାଇଁ ଦୟାକରି ମୋଦୀଙ୍କ ଉପରେ ଆଙ୍ଗୁଳି ଉଠାଇବା ପୂର୍ବରୁ ଏହା ଆପଣମାନଙ୍କୁ ଜଣା ପଡ଼ିବା ଦରକାର ଆପଣଙ୍କ ଚାରୋଟି ଆଙ୍ଗୁଳି ନିଜ ଆଡ଼କୁ ରହୁଛି । ଆଉ ଏଥିପାଇଁ ସାଧାରଣ ଭାବେ ମୋର, ଖଡ଼ଗେ ମହାଶୟ ହେଉଛନ୍ତି ଜଣେ ଭଦ୍ରବ୍ୟକ୍ତି କିନ୍ତୁ ଜଣାନାହିଁ, ଣ ବାଧ୍ୟବାଧକତା ଅଛି, କେଉଁ ସମସ୍ୟାରେ ଫସିଛନ୍ତି । କି ଜଣେ ଭଦ୍ରବ୍ୟକ୍ତି ପ୍ରତ୍ୟେକ ଥର ଅସହମତ, ପ୍ରତ୍ୟେକ ଥର ମତଭେଦ, ପ୍ରତ୍ୟେକ ଥର ବିରୋଧ, କରୁଛନ୍ତି । ଏହିକଥାକୁ ତ ସଦନ ସାମ୍ନାରେ କହିବି, ନିଶ୍ଚିତ କହିବି ଆଉ ଏକଥା ନୁହେଁ ଯେ ଆଜି ସେ କହିଲେ, ମୁଁ ଟିକେ ଫାଷ୍ଟ ଏଡ଼୍ (ପ୍ରାଥମିକ ସହାୟତା) ପ୍ରାୟ 36 ଘଣ୍ଟା ପରେ ପଚାରୁଥିଲେ, ପ୍ରାଥମିକ ଚିକିତ୍ସାର ଆବଶ୍ୟକତା ରହିଛି କି । ତ ଆପଣ ଜଣେ ବରିଷ୍ଠ ବ୍ୟକ୍ତି ଭାବେ ଆମ ଭଳି ଲୋକଙ୍କର ଚିନ୍ତା କରୁଛନ୍ତି, ସେଥିପାଇଁ ମୁଁ ଆପଣଙ୍କ ନିକଟରେ କୃତଜ୍ଞ ।

ଅଧ୍ୟକ୍ଷା ମହୋଦୟ, ଆଜ୍ଞା ଏ ସମସ୍ତ ଅସୁବିଧାଜନକ ଭାବର ସବୁଠାରୁ ବଡ଼ କାରଣ ହେଉଛି ଏହା, କି ଦାରିଦ୍ର୍ୟ ଭିତରୁ ଉଠିଥିବା ଜଣେ ବ୍ୟକ୍ତି ଯିଏ କେବେ ଦିଲ୍ଲୀର ଗଳିକନ୍ଦି ଦେଖି ନଥିଲେ, ସେ ଏତେ ବଡ଼ ସାମ୍ରାଜ୍ୟକୁ ଆହ୍ୱାନ ଦେଇଦେଲେ । ତାହା ହଜମ ହୋଇ ପାରୁ ନାହିଁ । ସେମାନେ ଏହା ମାନି ଚାଲୁଛନ୍ତି କି ଆମେ ତ ଏହି ଦେଶର ସିଂହାସନ ଆମ ଅଧିକାରରେ ଅଛି । ସେମାନେ ଏହା ଭାବୁଛନ୍ତି କି ଗୋଟିଏ କୋଣରେ ପଡ଼ିଥିବା ଜଣେ ଗରିବ ବ୍ୟକ୍ତି ଏଠାରେ ଏକଥା କହୁଛି, ଏହା ସେମାନଙ୍କ ମୁଣ୍ଡରୁ ଯାଉନାହିଁ । ସେହି ଯେଉଁ ନିଶା ଅଛି, ସେହି ନିଶା ହେଉଛି ଅସୁବିଧାର କାରଣ ।

ଆଦରଣୀୟ ଅଧ୍ୟକ୍ଷା ମହୋଦୟ, ଏବେ ଟିକେ ହିସାବର କଥା ଚାଲୁଥିଲା କି ଆମ ସରକାର, ତୁମ ସରକାର – ତ ମୁଁ ମଧ୍ୟ କହି ଦେଉଛି । 55 ବର୍ଷ ବନାମ ମୋର 55ମାସ, 55 ବର୍ଷ ବଦଳରେ ମୋର 55ମାସ, ଦେଖନ୍ତୁ ସ୍ୱଚ୍ଛତାର ପରିସର 55 ବର୍ଷରେ 2014 ପର୍ଯ୍ୟନ୍ତ 40 ପ୍ରତିଶତ ଥିଲା । ଆଜି ସାଢ଼େ ଚାରି ବର୍ଷରେ 55ମାସ ଭିତରେ 98 ପ୍ରତିଶତରେ ପହଂଚିଯାଇଛି । ସାଢ଼େ ଚାରି ବର୍ଷରେ 10କୋଟିରୁ ଅଧିକ ଶୌଚାଳୟ ନିର୍ମାଣ ହୋଇଛି ଆଉ ଯେଉଁଲୋକ କହୁଛନ୍ତି କି ଏହି ସରକାର ଧନୀଙ୍କ ପାଇଁ ଅଟେ । ମୁଁ ଖୁସି ଯେ ମୋ ଦେଶର 80 କୋଟି ଧନୀଙ୍କ ପାଇଁ ମୁଁ ଶୌଚାଳୟ ନିର୍ମାଣ କରିଛି । ସେମାନେ ମୋ ପାଇଁ ହେଉଛନ୍ତି ଧନୀ, ସେମାନେ ହେଉଛନ୍ତି ମୋ ପାଇଁ ପୁଞ୍ଜି । ସେମାନେ ହେଉଛନ୍ତି  ମୋର ଜୀବନ । ସେମାନଙ୍କ ପାଇଁ ଜୀଉଁଛି, ସେମାନଙ୍କ ପାଇଁ ଏଠାକୁ ଆସିଛି । ଗ୍ୟାସ ସଂଯୋଗ 55 ବର୍ଷରେ 12 କୋଟି ଗ୍ୟାସ ସଂଯୋଗ, ଆଉ 55 ମାସରେ 13 କୋଟି ଗ୍ୟାସ ସଂଯୋଗ ଆଉ ସେଥିରେ ଛଅ କୋଟି ଉଜ୍ଜ୍ୱଳା, କାର୍ଯ୍ୟ କେଉଁ ଗତିରେ ହେଉଛି ଆଉ କେଉଁମାନଙ୍କ ପାଇଁ ହେଉଛି । ଏହା ଆପଣମାନେ ଅନୁମାନ କରିପାରୁଥିବେ ।

ବ୍ୟାଙ୍କ ଜାତୀୟ କରଣ କଲେ, ଗରିବଙ୍କ ନାମରେ କଥା କହିଲେ, ରାଜନୀତି କଲେ, ନିର୍ବାଚନ ଜିତି ଚାଲିଲେ, ଭୋଟ ଗୋଟାଇ ଚାଲିଲେ, କିନ୍ତୁ ଆମ ଦେଶରେ 55 ବର୍ଷରେ 50 ପ୍ରତିଶତ ଲୋକଙ୍କର ବ୍ୟାଙ୍କରେ ଖାତା ଥିଲା, 55 ମାସରେ ଏବେ ଆମେ ଶତ ପ୍ରତିଶତ କର ଯଶସ୍ୱୀ ହୋଇଯାଇଛୁ । ଆପଣଙ୍କୁ କଷ୍ଟ ହେଉଛି 18 ହଜାର ଗାଁରେ ବିଜୁଳି ପହଂଚାଯାଇଛି । ପରିସଂଖ୍ୟାନ ଓ ସଂଖ୍ୟା ଦେଖୁଛନ୍ତି ଅର୍ଥାତ 1947 ପୂର୍ବରୁ ଏହି ଦେଶର କୌଣସି ଗାଁରେ ବିଜୁଳି ନ ଥିଲା, 1947 ପୂର୍ବରୁ ଏହି ଦେଶର କୌଣସି ଗାଁରେ ବିଜୁଳି ନ ଥିଲା ସେହିଠାରୁ ଆପଣ ଆରମ୍ଭ କରୁଛନ୍ତି…., କିନ୍ତୁ ଯଦି ବାସ୍ତବରେ ଯେଉଁ ଗତିରେ ବିଗତ 55 ମାସରେ ସରକାର  ଚାଲିଛି । ସ୍ୱାଧୀନତା ପରେ ଏତେ ପ୍ରତିବନ୍ଧକ ନ ଥିଲା, ଏତେ ବିରୋଧ ନ ଥିଲା, ଏତେ ଆଇନର ଜଟିଳତା ନ ଥିଲା, ଏତେ ମିଡିଆ ମଧ୍ୟ ନ ଥିଲା, ଯଦି ଆପଣ  ସେ ସମୟରେ କାର୍ଯ୍ୟ କରିବାକୁ ଚାହିଁ ଥାଆନ୍ତେ, ତ ପ୍ରଥମ ଦୁଇ ଦଶକରେ ହିନ୍ଦୁସ୍ଥାନର ପ୍ରତ୍ୟେକ ଗାଁରେ ବିଜୁଳି ପହଁଚି ଯାଇଥାଆନ୍ତା । ଏହି କାର୍ଯ୍ୟ ଯାହା 20 ବର୍ଷରେ ହେବାର ଆବଶ୍ୟକ ଥିଲା ତାହାକୁ ମୋତେ ଆସି ସମ୍ପୂର୍ଣ୍ଣ କରିବାକୁ ପଡୁଛି । ଆଉ ଏଥିପାଇଁ ଏତିକି ହିଁ ନୁହେଁ, ଆପଣଙ୍କ 2004ର ଇସ୍ତାହାର ଦେଖି ନିଅନ୍ତୁ, ଆପଣଙ୍କର 2009ର ଇସ୍ତାହାର ଦେଖି ନିଅନ୍ତୁ, ଆପଣଙ୍କ 2014ର ଇସ୍ତାହାର ଦେଖି ନିଅନ୍ତୁ । ଆପଣ ତିନୋଟି ଯାକ ଇସ୍ତାହାରରେ ଏହା କହିଛନ୍ତି କି ଆମେ ତିନି ବର୍ଷ ମଧ୍ୟରେ, 2004ରେ କହିଲେ ଆମେ ତିନି ବର୍ଷ ଭିତରେ, ଆପଣ 2009ରେ କହିଲେ ଆମେ ତିନି ବର୍ଷ ଭିତରେ, 2014ରେ କହିଲେ ତିନି ବର୍ଷ ଭିତରେ ପ୍ରତ୍ୟେକ ଘରକୁ ବିଜୁଳି ପହଁଚାଇଦେବୁଆପଣଙ୍କ ଇସ୍ତାହାରରେ ଅଛି, ବିଜୁଳି ପହଁଚାଇବେ । ମୁଁ ଆଶ୍ଚର୍ଯ୍ୟ ହେଉଛି ସେହି ଗରିବୀ ହଟାଓ, ରିବୀ ହଟାଓ କହି ନିର୍ବାଚନ କରି ଚାଲିଲେ କିନ୍ତୁ 2004ରେ ମଧ୍ୟ ତିନି ବର୍ଷ, 2009ରେ ମଧ୍ୟ ତିନି ବର୍ଷ, 2014ରେ ମଧ୍ୟ ତିନି ବର୍ଷ, ଆଉ ଆଜି ଘରେ ଘରେ ବିଜୁଳି ପହଁଚାଇବା ପାଇଁ ମୋତେ ଦିନ-ରାତି ପରିଶ୍ରମ କରିବାକୁ ପଡୁଛି । ଅଢ଼େଇ କୋଟି ପରିବାରରେ ବିଜୁଳି ପହଁଚାଇବାର କାର୍ଯ୍ୟ ସଂପୂର୍ଣ୍ଣ କରି ଦେଇଛୁ ।

ଆଉ ଆଗାମୀ ଦିନରେ ଶତ ପ୍ରତିଶତ ବିଜୁଳିକରଣ କାର୍ଯ୍ୟ କରିବାର ଗର୍ବ ଆମକୁ ପ୍ରାପ୍ତ ହେବ, ଏହା ମୁଁ ଆପଣମାନଙ୍କୁ ବିଶ୍ୱାସ ଦେଉଛି । କିଛି ଲୋକ ଅଛନ୍ତି ଯେଉଁମାନେ ଭ୍ରମ ସଷ୍ଟି କରିବାର ପ୍ରୟାସ କରିବେ  କିନ୍ତୁ ସଂଖ୍ୟା, ପରିସଂଖ୍ୟାନକୁ ମିଥ୍ୟା ବୋଲି କହି ପାରିବେ ନାହିଁ । 2014ରେ ତିରିଶ ବର୍ଷ ପରେ ଦେଶର ଜନତା ପୂର୍ଣ୍ଣ ବହୁମତର ସରକାର ନିର୍ବାଚିତ କଲେ ଆଉ ଦେଶ ଆଜି ଅନୁଭବ କରୁଛି । ଯେତେବେଳେ ମିଳିମିଶି ମେଣ୍ଟ ସରକାର ହୋଇଥାଏ ସେତେବେଳେ କଣ ସ୍ଥିତି  ହୋଇଥାଏ । ଆଉ ଏବେ ମହାମେଣ୍ଟ ଆସିବାକୁ ଯାଉଛି । ପୂର୍ଣ୍ଣ ବହୁମତର ସରକାର ହୋଇଥାଏ ତ କେତେ ନିଷ୍ପତ୍ତି କରିପାରନ୍ତି, କେତେ ଗତିରେ ଆଗକୁ ବଢ଼ି ପାରନ୍ତି, ଆଉ ନିର୍ଦ୍ଧାରିତ, ମହାମେଣ୍ଟ, ମହାମିଳନ ସେଠାରେ ପହଁଚି ପାରିବ ନାହିଁ । ଏହି ମହାମେଣ୍ଟ ଆପଣ କୋଲକାତାରେ ଏକାଠି କରନ୍ତୁ । ଏହି ମହାମେଣ୍ଟର ଅବସ୍ଥା ଦେଖି ନିଅନ୍ତୁ, କେରଳରେ ଜଣେ ଅନ୍ୟକୁ ମୁହଁ ଦେଖାଇ ପାରିବେ ନାହିଁ, ଏହି ମହାମେଣ୍ଟର ନେତୃତ୍ୱ କରିଲାବାଲାଙ୍କୁ ଉତ୍ତର ପ୍ରଦେଶରେ ବାହାର କରିଦେଲେ, ଏହି ମହାମେଣ୍ଟର ନେତୃତ୍ୱ କରିଲାବାଲାଙ୍କୁ…. ଆଉ ଏଥିପାଇଁ ଏହି ମହାମେଣ୍ଟର ଖେଳ….ଅସ୍ଥିର ସରକାର ଆଉ କଳ୍ପନୀୟ ସରକାର ଏହି କାରଣରୁ ଏହି ମହାମେଣ୍ଟ ଦେଶରେ ତିରିଶ ବର୍ଷ ଏହି ସ୍ଥିତି ଦେଖିଛି । ଯେଉଁମାନେ ସ୍ୱାସ୍ଥ୍ୟ ସଚେତନ ସମାଜ ଅଛନ୍ତି, ସେମାନେ ଭେଜାଲଠାରୁ ଦୂରରେ ଅଛନ୍ତି । ସୁସ୍ଥ ଗଣତନ୍ତ୍ର ବାଲା ମଧ୍ୟ ଏହି ମହାମେଣ୍ଟରୁ ଦୂରରେ ରହିବାବାଲା ଭଳି । ଯେତେବେଳେ ବହୁମତର ସରକାର ହୋଇଥାଏ ପ୍ରଜା, ଦେଶବାସୀଙ୍କ ପାଇଁ ସମର୍ପିତ ସରକାର ହୋଇଥାଏ, ତ କାର୍ଯ୍ୟ କିଭଳି ହୋଇଥାଏ ।

2014 ପୂର୍ବରୁ ଆପଣଙ୍କର ସରକାର ଥିଲା । ଗରିବଙ୍କୁ ଘର ମିଳିବା ଦରକାର, ଏହା 1947 ପରଠାରୁ ପ୍ରତ୍ୟେକ ସରକାର ବିଚାର କରିଛନ୍ତି, କିନ୍ତୁ 2014ପୂର୍ବରୁ ପାଞ୍ଚ ବର୍ଷରେ ଆପଣଙ୍କ ସରକାର 25 ଲକ୍ଷ ଘର ନିର୍ମାଣ କରିଛନ୍ତି, ଆମେ 55 ମାସ ଭିତରେ 1 କୋଟି 30 ଲକ୍ଷ ଘର ନିର୍ମାଣ କରି ଚାବି ଦେଇ ଦେଇଛୁ ଆଉ ଘର ମଧ୍ୟ ଯେଉଁଥିରେ ଶୌଚାଳୟ ଅଛି, ଯେଉଁଥିରେ ବିଜୁଳି ଅଛି, ଯେଉଁଥିରେ ଗ୍ୟାସ ସଂଯୋଗ ଅଛି, ଏଭଳି କେବଳ ଚାରିକାନ୍ଥ କରି କାମ ସଂପୂର୍ଣ୍ଣ କରିନାହୁଁ, ଆଉ ଆଜି ସେହି କଥା, ଆପଣ ଏଠାରେ ଆପଣଙ୍କ ଲୋକମାନେ ଆସି ଏଠାରେ କହୁଛନ୍ତି କି ମୋ ଅଂଚଳରେ ଆବାସ ବଣ୍ଟନ କରିଦିଅନ୍ତୁ ଆଉ ପଇସା… ପଇସା ଗରିବଙ୍କ ଖାତାରେ ସିଧାସଳଖ ଜମା ହେଉଛି । ମଧ୍ୟସ୍ଥି ନାହାଁନ୍ତି ।

2014ରେ, ଏବେ ଆପଣଙ୍କ ଘୋଷଣାପତ୍ରରେ 2004ରେ ଥିଲା, 2009ରେ ଥିଲା, 2014ରେ ମଧ୍ୟ ଥିଲା ଆଉ ଆପଣ କହିଥିଲେ କି ସେମାନେ ମଧ୍ୟ ତିନି ବର୍ଷ କେଉଁଠାରୁ ଏମିତି ହିଁ ନେଇଆସିଲେ, ମୋତେ ଜଣା ନାହିଁ ଆପଣଙ୍କର ତିନି ବର୍ଷର ସଂଜ୍ଞା ହେଉଛି କ, ତାହା ମଧ୍ୟ ମୋତେ ଜଣା ନାହିଁ । 2004ରେ ମଧ୍ୟ କହିଲେ 3 ବର୍ଷରେ… ପ୍ରତି ପଂଚାୟତକୁ ଯୋଡିବୁ….

ଆମେ ଅପ୍ଟିକାଲ ଫାଇବର ନେଟୱାର୍କ ସହିତ ଯୋଡ଼ିବା ଡିଜିଟାଲ ଇଣ୍ଡିଆ ଆଡ଼କୁ ଆଗକୁ ବଢ଼ିବା । 2004ରେ କହିଥିଲେ, ସେହିକଥା 2009ରେ ମଧ୍ୟ କହିଲେ, ସେହିକଥା 2014ରେ ମଧ୍ୟ କହିଲେ…, ଯେତେବେଳେ ଆମେ ଆସିଲୁ ସେତେବେଳେ 59 ଗାଁରେ ଅପ୍ଟିକାଲ ଫାଇବର ନେଟୱାର୍କ ପହଂଚାଇ ଦେଲେ । 2004ରେ କାମ ଆରମ୍ଭ କଲେ ଆପଣ…2014 ପର୍ଯ୍ୟନ୍ତ ପହଂଚୁ, ପହଂଚୁ 59 ଗାଁରେ ବ୍ରଡବ୍ୟାଣ୍ଡ ସଂଯୋଗ ହେଇଥିଲା ମାତ୍ର କିନ୍ତୁ 55 ମାସରେ ଆମ ସରକାର 1 ଲକ୍ଷ 16 ହଜାର ଗାଁରେ ବ୍ରଡବ୍ୟାଣ୍ଡ ସଂଯୋଗ ପହଂଚାଇଦେଲେ । ଆପଣ କଥା ଦେଇ ଚାଲିଲେ, ଆଜି ଆମର ଖଡ଼ଗେ ସାହେବଙ୍କର କବିତା ସାୟରୀର ବେଶ ମିଜାଜ୍ ଥିଲା କବିତା ଯାହା ସୌନ୍ଦର୍ଯ୍ୟଠାରୁ ଆରମ୍ଭ ହେଉଥିଲା, ତାଙ୍କ ଦୃଷ୍ଟି ସେହିଆଡ଼େ ଗଲା । ମୋତେ ଜଣା ପଡ଼ିଲା ନାହିଁ କି ତାଙ୍କୁ ସୁନ୍ଦରୀ ଭଳି ପଂକ୍ତି କାହିଁକି ପସନ୍ଦ ଆସିଲା । କିନ୍ତୁ ସେହି କବିତାରେ ଯଦି ଆପଣ ଯେଉଁ ପରିବେଶରୁ ଜନ୍ମ ହୋଇ ଆସିଛନ୍ତି, ଆପଣଙ୍କର ପରିବାର ସହିତ ଯାହାଠାରୁ ଆପଣ ବାହାରିଛନ୍ତି । ମୁଁ ଜାଣୁଛି ଆଉ ମୁଁ ଗର୍ବ କରୁଛି କି ଆପଣଙ୍କ ପରିବାରର ସାହସକୁ ନେଇ, ଯଦି ସେହି ଜିନିଷଗୁଡ଼ିକ ଆପଣଙ୍କୁ ମନେ ରହିବ, ତ ସୁନ୍ଦରୀଙ୍କ ପ୍ରତି ଲେଖାଯାଇଥିବା କବିତା ଆଡ଼କୁ ଦୃଷ୍ଟି ଯାଇ ନଥାଆନ୍ତା । ଯଦି ତାହା ହୋଇଥାଆନ୍ତା ତ ଆପଣଙ୍କର ଦୃଷ୍ଟି ଯାଇଥାଆନ୍ତା ଆଉ ମୋତେ ତ ଖୁବ ଭଲ ଭାବେ ଏହି ଜିନିଷଗୁଡ଼ିକ ଦିନ-ରାତି ମନେ ରହେ ଆପଣମାନଙ୍କ କାରଣରୁ । ସେହି କବିତାରେ ଲେଖିଛନ୍ତି….

ଜବ୍ କଭି ଝୁଠ୍ କୀ ବସ୍ତି ମେଁ ସଚ୍ କୋ ତଡ଼ପ୍ତେ ଦେଖା ହୈ,

ତବ୍ ମୈନେ ଅପ୍ନେ ଭିତର୍, କିସି ବଚ୍ଚେ କୋ ସିସକ୍ତେ ଦେଖା ହୈ ।

ଆପଣଙ୍କର ମିଛର କାରବାରରୁ କଣ ହୋଇଥାଏ, ଏହି କବିତାରେ ଆପଣଙ୍କୁ ଦେଖାଯିବା ଦରକାର କିନ୍ତୁ ତାହା ଦେଖିପାରିଲେ ନାହିଁ.. ସେହି କବିତାରେ ଆଗକୁ ଲେଖାଅଛି…. ଯଦି ସମ୍ବେଦନା ନାମକ ଜିନିଷ ରହିଥାଆନ୍ତା କିନ୍ତୁ ଶାସନର ଅଧିକାର ମଧ୍ୟରେ ରହିବା କାରଣରୁ ବୋଧହୁଏ ତାହା ଛାଡ଼ି ହୋଇ ଯାଇଥିବ ଯଦି ତାହା… ପିଲା ହୋଇଥାଆନ୍ତା ତ ତାଆଗର ପଶ୍ଚାତାପ ମଧ୍ୟ ନିଶ୍ଚିତ ଭାବେ ହୃଦୟକୁ ଛୁଇଁ ଥାଆନ୍ତା । ପରବର୍ତ୍ତୀ ପଂକ୍ତି ହେଉଛି…

ଅପ୍ନେ ଘର୍ କୀ ଚାର ଦିୱାରୀ ମେଁ, ଅବ୍ ଲିହାଫ୍ ମେଁ ଭି ସିହରନ୍ ହୋତି ହୈ,

ଯିସ୍ ଦିନ୍ ସେ କିସି କୋ ଗୁର୍ବତ ମେଁ, ସଡ଼କୋଁ ପର୍ ଠିଠୁରାତେ ଦେଖା ହୈ ।

ତେଣୁ ସମ୍ବେଦନା ରହିଥାଏ, କଷ୍ଟ ହୋଇଥାଏ, ସେତେବେଳେ ଯାଇ କୌଣସି କାର୍ଯ୍ୟ ସଫଳ ହୋଇଥାଏ ଆଜ୍ଞା,

କଂଗ୍ରେସ 55 ବର୍ଷ…., ଶାସନ ଭୋଗ ଦଖଲର 55 ବର୍ଷ, ଆମର 55 ମାସ… ସେବା ଭାବର 55 ମାସ, 55 ବର୍ଷ ଶାସନର ଭୋଗ ଦଖଲ ଏବଂ 55 ମାସର ସେବା ଭାବ, ଆଉ ଯେତେବେଳେ ନୀତି ସ୍ପଷ୍ଟ ହୋଇଥାଏ, ଲକ୍ଷ୍ୟ ସ୍ପଷ୍ଟ ହୋଇଥାଏ, ଉଦ୍ଦେଶ୍ୟ ଭଲ ହୋଇଥିବ, ନିଷ୍ଠା ଅଟଳ ହୋଇଥିବ ତ ଆମେ ଚବିଶି ଘଣ୍ଟା ଗରିବଙ୍କ ପାଇଁ, ଦେଶର କଲ୍ୟାଣ ପାଇଁ, ଦେଶର ବିକାଶ ପାଇଁ ନିଜକୁ ନିଜେ ସମର୍ପିତ କରିବା ପାଇଁ ଏକ ନୂତନ ଉର୍ଜ୍ଜା, ଏକ ନୂତନ ପ୍ରେରଣା ନିରନ୍ତର ପାଇ ହିଁ ରହିବା ।

ଆପଣ କେଉଁଭଳି ଭାବେ କାର୍ଯ୍ୟ କରନ୍ତି? ମୁଁ ଏକବିଂଶ ଶତାବ୍ଦୀର ମାତଦାତାମାନଙ୍କୁ ନିଶ୍ଚିତ ଭାବେ ମନେ ପକାଇଦେବାକୁ ଚାହିଁବି କି କେଉଁ ଉଦ୍ଦେଶ୍ୟ ରଖି 55 ବର୍ଷର ଶାସନ ଭୋଗ ଦଖଲ ଚାଲୁ ରହିଥିଲା । ଆପଣ ଦେଖନ୍ତୁ, ଯେତେବେଳେ କମନୱେଲଥ କ୍ରୀଡା ଚାଲୁ ରହିଥିଲା, ଦେଶର ମାନ-ସମ୍ମାନ-ମର୍ଯ୍ୟାଦା ସମଗ୍ର ବିଶ୍ୱରେ ପହଂଚାଇବାର ଏକ ସ୍ୱର୍ଣ୍ଣିମ ଅବସର ଥିଲା କିନ୍ତୁ ସେହି ସମୟରେ ଗୋଟିଏ ପଟେ ଆମ ଖେଳାଳୀମାନେ ପଦକ ଜିତିବା ପାଇଁ ପରିଶ୍ରମ କରୁଥିଲେ ଆଉ ଏମାନେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କମନୱେଲଥରେ ନିଜର ୱେଲଥ ଅର୍ଥ ନିଜ ଲାଗି ଧନ – ତାହାକୁ ଯୋଗାଡ଼ କରିବାରେ ଲାଗିଥିଲେ ।

2-ଜି ସ୍ପେକ୍ଟ୍ରମର ଆବଂଟନ, ଆପଣ ତାହାକୁ ଦେଖିନିଅନ୍ତୁ 2-ଜି ସ୍ପେକ୍ଟ୍ରମରେ କଣ ହେଲା ଏହା ଥିଲା କ୍ଷମତା ଭୋଗ କରିବାର ପରିଣାମ ଏବଂ ନିଜର ଲୋକମାନଙ୍କୁ ଲାଭ କରାଇଦେବା । ଆମର ଉଦ୍ଦେଶ୍ୟ ହେଲା ଲୋକମାନଙ୍କୁ ଶସ୍ତା ଡାଟା, ଫୋନରେ କଥା ହେବାର ଖର୍ଚ୍ଚ କମ୍ ହେବ ଆଉ ଏହି ଉପରେ ତ ସ୍ପେକ୍ଟ୍ରମର ନିଲାମୀର ବ୍ୟବସ୍ଥା ଆମେ ବିସ୍ତୃତ କଲୁ ।

ବ୍ୟାଙ୍କିଙ୍ଗ ବ୍ୟବସ୍ଥା କଣ କରି ରଖିଥିଲେ । ଫୋନ ବ୍ୟାଙ୍କିଙ୍ଗ ଚାଲୁଥିଲା, ନାମଦାରଙ୍କୁ ଜଣା ପଡ଼ିବ କାହାକୁ ସାହାଯ୍ୟର ଆବଶ୍ୟକତା ଅଛି, ବ୍ୟାଙ୍କକୁ ଫୋନ ଆସିଯାଉଥିଲା । ଟଙ୍କା ବାହାରି ଯାଉଥିଲା, ପହଂଚିଯାଉଥିଲା, କେଉଁ କାର୍ଯ୍ୟ ପାଇଁ, କିଏ ନେଇ ଯାଉଥିଲା, କେଉଁଠି ରହିଯିବ । ଏବେ ସବୁକିଛି ବହାରୁଛି ତ ଚିନ୍ତା ମଧ୍ୟ ବଢ଼ୁଛି । ଏହି କଥାକୁ ତ ଭୁଲି ପାରିବା ନାହିଁ କି ସ୍ୱାଧୀନତା ପରେ 2008 ପର୍ଯ୍ୟନ୍ତ ବ୍ୟାଙ୍କମାନେ ତ ମୋଟ 18 ଲକ୍ଷ କୋଟି ଟଙ୍କା ଋଣ ନେଇଥିଲେ, ଋଣ ଦେଲେ । କିନ୍ତୁ କ୍ଷମତା ଭୋଗଦଖଲର ଯେଉଁ ରାଜନୀତି ଚାଲୁ ରହିଥିଲା, ଦେଶ ଚଳାଇବାର ଉପାୟ ଥିଲା, ସେହି ଭୋଗର 55 ବର୍ଷର ପରିଣାମକୁ ଦେଖନ୍ତୁ… 2008ରୁ 2014, ଛଅ ବର୍ଷରେ 18 ଲକ୍ଷ କୋଟି ବୃଦ୍ଧି ପାଇ 52  ଲକ୍ଷ କୋଟି ହୋଇଗଲା । ଏହା ଥିଲା ଫୋନ ବ୍ୟାଙ୍କିଙ୍ଗର ପରିଣାମ…ପଇସା ଲୋକଙ୍କର ଥିଲା, ଲୁଟ ହେଉଥିଲା । କେହି ପଚାରିବା ଭଳି ଲୋକ ନଥିଲେ । ଏହା ଥିଲା ଆପଣଙ୍କର ଉପାୟ, ଏହା ଏକବିଂଶ ଶତାବ୍ଦୀର ମତଦାତାଙ୍କୁ ଜଣାଥିବା ଆବଶ୍ୟକ । କି ଦେଶକୁ… ଆଉ ସେମାନଙ୍କୁ… ତାଙ୍କର ବୟସ ଏତେ କମ୍ ଥିବ ଯେତେବେଳେ ଖେଳ ଚାଲୁଥିଲା, ଏବେ ସେହି ଲୋକମାନଙ୍କୁ ଶିକ୍ଷିତ କରିବା ହେଉଛି ଆମମାନଙ୍କର କାର୍ଯ୍ୟ ।

ମୁଦ୍ରା ଯୋଜନା – ମୁଦ୍ରା ଯୋଜନା ଦ୍ୱାରା ଆମେ ସାତ ଲକ୍ଷ କୋଟି, ଏମାନେ ହେଉଛନ୍ତି ସେହିମାନେ, ଯେଉଁମାନେ 2014ରେ ଆପଣ ଛାଡ଼ିକରି ଗଲେ, ଏମାନେ ତ ସୁଧ ବଢ଼ାଉଛନ୍ତି, ଏକ ନୂତନ ଏନପିଏ ବଢ଼ୁନାହିଁ । ଏହା ଆପଣ ଛାଡ଼ିକରି ଗଲେ, ଏମାନେ ତାହାର ସୁଧ ବଢ଼ାଉଛନ୍ତି । ଆଉ ଆମେ ଏପରି ଆଇନ ଆଣିଛୁ କି ତିନି ଲକ୍ଷ କୋଟି ଟଙ୍କା ଫେରି ପାଇବା ଆରମ୍ଭ ହୋଇଛି । ମୁଦ୍ରା ଯୋଜନା, ସାତ ଲକ୍ଷ କୋଟି ଟଙ୍କା ଆମେ ମୁଦ୍ରା ଯୋଜନାରେ ଦେଇଛୁ, ମାନନୀୟ ଅଧ୍ୟକ୍ଷା ମହୋଦୟ, ସେହି ଲୋକଙ୍କୁ ଦେଲୁ ଯାହାଙ୍କ ପାଖରେ କୋଲେଟେରାଲ/ବନ୍ଧକ ଗ୍ୟାରେଂଟିର ମଧ୍ୟ କୌଣସି ଶକ୍ତି ନଥିଲା ଆଉ ସେମାନେ ସ୍ୱରୋଜଗାର କରି ଠିଆ ହେଲେ । ସେମାନେ ରୋଜଗାରର ଅବସର ସୃଷ୍ଟି କଲେ । ଏହି କାର୍ଯ୍ୟ ଆମେ କରିଛୁ । ଯେଉଁମାନେ ପଳେଇ ଯାଇଛନ୍ତି, ସେମାନେ ଟ୍ୱିଟରରେ କାନ୍ଦୁଛନ୍ତି କି ମୁଁ ତ ନଅ ହଜାର କୋଟି ଟଙ୍କା ନେଇ ବାହାରିଥିଲି କିନ୍ତୁ ମୋଦୀ ମୋର 13 ହଜାର କୋଟି ଟଙ୍କା ଜବତ କରିଦେଲେ । ସେମାନେ କାନ୍ଦୁଛନ୍ତି । ଟ୍ୱିଟ କରୁଛନ୍ତି । ଆଉ କହିବେ କି ସକାଳେ ଉଠୁଛି ତ ଜଣା ପଡ଼ୁଛି କି ମୋର ଆଜି ଏହି ସମ୍ପତ୍ତି ଥିଲା, ତାହା ମଧ୍ୟ ଜବତ ହୋଇଗଲା । ଏହି ଆଇନ ଆମେ ତିଆରି କରିଛୁ । ଲୁଟିବାବାଲାଙ୍କୁ ଆପଣ ଲୁଟିବାକୁ ଦେଲେ ଆମେ ଆଇନ ତିଆରି କରି ସେଗୁଡ଼ିକୁ ଫେରାଇ ଆଣିବା ପାଇଁ ଚେଷ୍ଟା କଲୁ ।

ଅଧ୍ୟକ୍ଷା ମହୋଦୟ, ମୋତେ ଲାଗୁଛି କି ଆମର କଂଗ୍ରେସର ମିତ୍ରମାନେ କିଛି କାର୍ଯ୍ୟ ଅଧିକ କରିଦେଇଛନ୍ତି, ଏମିତିକି ଦୁଇ ଦିନ ତଳେ ସାହାଯ୍ୟ କରନ୍ତୁ କିଛି ତ କରିବାକୁ ପଡ଼ିବ । ମାନନୀୟ ଅଧ୍ୟକ୍ଷା ମହୋଦୟ, କଂଗ୍ରେସ ଏହା କହିଲା ଯେତେବେଳେ ସର୍ଜିକାଲ ଷ୍ଟ୍ରାଇକର କଥା ଆସିଲା । ମୁଁ ଏଠାରେ ଉରୀ ଫିଲ୍ମର କଥା ବିଷୟରେ ଚର୍ଚ୍ଚା କରୁ ନାହିଁ । ମୁଁ ସର୍ଜିକାଲ ଷ୍ଟ୍ରାଇକ କଥା କହୁଛି ସେତେବେଳେ କଂଗ୍ରେସ କହିଲା ଆମ ସମୟରେ ମଧ୍ୟ ସର୍ଜିକାଲ ଷ୍ଟ୍ରାଇକ ହୋଇଥିଲା । ହଁ…ହଁ ଆପଣଙ୍କ ପାଖରେ ସବୁକିଛି ଅଛି । ଆପଣ ହେଉଛନ୍ତି ସବୁକିଛି । ରହନ୍ତୁ..ଆପଣଙ୍କ ପାଖରେ ସବୁକିଛି ଅଛି ଆପଣଙ୍କୁ ଘଣ୍ଟା ଘଣ୍ଟା ଧରି କହିବାକୁ ଦିଆଯାଇଛି, ଯଦି ସେହି ସମୟରେ ସେନାର ସେହି ଅବସ୍ଥା ହିଁ ରହିବାକୁ ଦିଆଯାଇ ନଥାଆନ୍ତା, ଆପଣ ତ ସେନାକୁ ଏକ ପ୍ରକାରର ଅସ୍ତ୍ରଶସ୍ତ୍ର ଶୂନ୍ୟ କରିଦେଇଥିଲେ । ତାହା କୌଣସି ସ୍ଥିତି ନଥିଲା କି କେହି ସର୍ଜିକାଲ ଷ୍ଟ୍ରାଇକ କରିବା ପାଇଁ ନିଷ୍ପତ୍ତି ନେଇ ପାରିବେ । ଏହିଭଳି ଅବସ୍ଥା କରି ରଖିଥିଲେ । ସେହିଦିନ ଥିଲା ଯେତେବେଳେ ବୁଲେଟ ପ୍ରୁଫ୍ ଜାକେଟ୍ ମଧ୍ୟ ଉପଲବ୍ଧ ନଥିଲା । ଆପଣ ସର୍ଜିକାଲ ଷ୍ଟ୍ରାଇକ କରିବା ପାଇଁ ଚିନ୍ତା ମଧ୍ୟ କିପରି କରିପାରିବେ, ଆଉ ଆପଣ ହିନ୍ଦୁସ୍ତାନର ଆଖିରେ ଧୂଳି ପକାଉଛନ୍ତି । ନା ଯୋଗାଯୋଗ ଯନ୍ତ୍ରାଂଶ ଥିଲା, ନା ହେଲମେଟ୍ ଥିଲା, ନା ଭଲ ପ୍ରକାରର ଜୋତା ଥିଲା, ମୁଁ ଯୁଦ୍ଧସାମଗ୍ରୀ କଥା କହୁନାହିଁ । ଏହା ହେଉଛି ସାଧାରଣ ବ୍ୟବସ୍ଥାର କଥା ।

2009ରେ ଭାରତୀୟ ସେନା 1 ଲକ୍ଷ 86 ହଜାର ବୁଲେଟ ପ୍ରୁଫ୍ ଜାକେଟ ଦାବି କରିଥିଲେ, ପାଞ୍ଚ ବର୍ଷ ପରେ ମଧ୍ୟ 2014 ପର୍ଯ୍ୟନ୍ତ ବୁଲେଟ ପ୍ରୁଫ୍ ଜାକେଟ କିଣାଗଲା ନାହିଁ…, ଏବେ ସେମାନେ ସର୍ଜିକାଲ ଷ୍ଟ୍ରାଇକ କଥା କହୁଛନ୍ତି । ଏହି ପରିସ୍ଥିତିକୁ ଜାଣିବା ପରେ 2016ରେ ଆମେ 50 ହଜାର ବୁଲେଟ ପ୍ରୁଫ୍ ଜାକେଟ୍ କିଣିଲୁ ଆଉ 2018ରେ ସଂପୂର୍ଣ୍ଣ 1 ଲକ୍ଷ 86 ହଜାର ବୁଲେଟ୍ ପ୍ରୁଫ୍ ଜାକେଟ ଆମେ ଆମ ସୈନିକମାନଙ୍କ ପାଖରେ ପହଂଚାଇ ଦେଇଛୁ ।

ଯଦି 2014 ରେ ତାପରେ ମଧ୍ୟ ଦେଶର ଜନତା ହେଉଛନ୍ତି ବହୁତ ବୁଦ୍ଧିମାନ, କି ଭୁଲ କରନ୍ତି ନାହିଁ କିନ୍ତୁ 2014 ପରେ ମଧ୍ୟ ୟୁପିଏର ସରକାର ହୋଇଥାଆନ୍ତା ତ ଦେଶର ଗୌରବ ତେଜସ୍  ଲଢ଼ୁଆ ଯୁଦ୍ଧ ବିମାନ ଆଜି ମାଟି ଉପରେ ହିଁ ଠିଆ ହୋଇଥାଆନ୍ତା ସେଠାରେ ପାର୍କିଂ ଏରିଆରେ ପଡ଼ି ରହିଥାଆନ୍ତା, ସେ ଆକାଶକୁ ଯାଇ ନଥାନ୍ତା । 2016 ଜୁଲାଇ ମାସରେ, ଆମେ 45 ସ୍କ୍ୱାର୍ଡନରେ ସାମିଲ କଲୁ ଆଉ 83 ତେଜସ୍ ଲଢ଼ୁଆ ବିମାନ କିଣିବାକୁ ଆମେ ସ୍ୱୀକୃତି ଦେଇଛୁ । ଆପଣମାନଙ୍କୁ ଏହାର ଚିନ୍ତା ନଥିଲା, ସେନା ଶକ୍ତିଶାଳୀ ହୁଅନ୍ତୁ ଏହା ଆପଣ କେବେ ଚିନ୍ତା କରିନଥିଲେ ।

ଦେଶ ପାଇଁ ଚିନ୍ତା କରୁଥିବା ଯୁବକମାନଙ୍କ ପାଇଁ ଆପଣମାନଙ୍କର ଏତେ ସମ୍ବେଦନହୀନତା କାହିଁକି ଥିଲା, ଆପଣ କାହିଁକି, କଂଗ୍ରେସ କାହିଁକି ପୂର୍ବ ସରକାର କାହିଁକି, ଦଶ ବର୍ଷରେ ସେନା, ବାୟୁ ସେନା, ନୌସେନା ତାଙ୍କର ଆବଶ୍ୟକତାଗୁଡ଼ିକୁ ଅଣଦେଖା କାହିଁକି କଲେ? କଳ୍ପନା କରନ୍ତୁ ସେହି ସମୟରେ ଯଦି କେହି ଆମର ଶତ୍ରୁ ଦେଶ କୌଣସି ଷଡଯନ୍ତ୍ର କରିଥାଆନ୍ତା ତ ଆଜି ଦେଶ କେଉଁଠି ଠିଆ ହୋଇଥାଆନ୍ତା ଆପଣମାନଙ୍କ ସମୟରେ ଏତେ ଅପରାଧିକ ଅବହେଳା କରାଯାଇଛି, ଆଉ ଦେଶ, ଦେଶ ଏହାକୁ କେବେ ହେଲେ କ୍ଷମା କରିବ ନାହିଁ । ଆଜିର ଆବଶ୍ୟକତା ହେଉଛି କି ଯେଉଁଭଳି ବାତାବରଣ ମଧ୍ୟରେ ଆମେ ରହୁଛୁ ଆମର ସେନାର ଆଧୁନିକୀକରଣ ହେବା ଦରକାର ଆଉ ସେଥିପାଇଁ ଆମେ,…

ମୋତେ ଏହା କହନ୍ତୁ ତିନି ଦଶକ ହୋଇଗଲା, ଣ କାରଣ ହୋଇଛି କି ଦେଶରେ ଗୋଟିଏ ହେଲେ ମଧ୍ୟ ଆଗାମୀ ପିଢିର ଲଢ଼ୁଆ ବିମାନ ଆମ ସେନାର ହାତରେ ଦିଆଯାଇ ନାହିଁ ଅର୍ଥାତ 30 ବର୍ଷ ମଧ୍ୟରେ ଗୋଟିଏ ହେଲେ ମଧ୍ୟ ନୁହେଁ ଯେତେବେଳେ କି ଆମ ପଡ଼ୋଶୀ ପ୍ରତ୍ୟେକ ପ୍ରକାରର ଯୁଦ୍ଧ ସାମର୍ଥ୍ୟ ବୃଦ୍ଧି କରି ଚାଲିଛି । କିନ୍ତୁ କଣ ଦେଶର ସୁରକ୍ଷା ବିଷୟରେ ଅବହେଳା ଦେଶ ସହିତ ବିଶ୍ୱାସଘାତକତା ନଥିଲା, ଣ ଏମାନଙ୍କର କୌଣସି ଦାୟିତ୍ୱ ନାହିଁ । ଗୋଟିଏ ଗୋଟିଏ ଅଭିଯୋଗର ଉତ୍ତର ନିର୍ମଳା ଜୀ ଗଣି-ଗଣି କରି ଦେଇଛନ୍ତି । ସୁପ୍ରିମ କୋର୍ଟ ପ୍ରତ୍ୟେକ ଦିଗକୁ ସୂକ୍ଷ୍ମ ଭାବେ ଦେଖିଛନ୍ତି ଆଉ ପ୍ରଶ୍ନ ଏହା ଅଛି କି କଂଗ୍ରେସ ଦଳ ଏହା ଚାହୁଁନାହିଁ କି ଦେଶର ସେନା ହାତରେ ଆମର ବାୟୁ ସେନା ଅଧିକ ସୁଦୃଢ଼ ହେଉ । ମୁଁ ଗୁରୁତର ଅଭିଯୋଗ ଲଗାଉଛି କଂଗ୍ରେସ ଦଳ ଏହା ଚାହୁଁନାହିଁ କି ଦେଶର ସେନା ହାତରେ ଆମର ବାୟୁ ସେନା ସୁଦୃଢ଼ ହେଉ, ଆଜି ରାଫେଲର କାରବାର ରଦ୍ଦ ହେଉ, ଏଥିପାଇଁ କାହାର ଭଲ ପାଇଁ ଲାଗୁଛନ୍ତି । ଆପଣ କେଉଁ କମ୍ପାନୀର ଭଲ ପାଇଁ ଖେଳ କରୁଛନ୍ତି । ଆପଣ ଏହିଭଳି ଭାବେ ଦେଶର ସେବା ସହିତ ଏହା ବ୍ୟବହାର କରୁଛନ୍ତି । 30 ବର୍ଷ ପର୍ଯ୍ୟନ୍ତ ଦେଶର ସେନାକୁ ଆପଣ ଅସ୍ତ୍ରଶସ୍ତ୍ର ଶୂନ୍ୟ କରି ରଖିଥିଲେ ଆଉ ଇତିହାସ ସାକ୍ଷୀ ରହିଛି… କଂଗ୍ରେସ ଦଳ ଆଉ ତାଙ୍କର ୟୁପିଏ ସରକାରର ଗାଦି ଲୋଭର ସମସ୍ତ ସୁରକ୍ଷା କାରବାରରେ ଦଲାଲୀ ନକରି କୌଣସି କାମ କରି ପାରିବେ ନାହିଁ ।

ମୁଁ କେବେ ଚିନ୍ତା କରୁଥିଲି କି ରାଫେଲକୁ ନେଇ ଏମାନେ ଏତେ ମିଛ ମଧ୍ୟ ଏତେ ଦୃଢ଼ତାର ସହିତ କାହିଁକି କହୁଛନ୍ତି, ଏହା ମୁଁ ଚିନ୍ତା କରୁଥିଲି, ତ ଯେତେବେଳେ ମୁଁ ଟିକିନିଖି କରି ଦେଖିଲି ତ ମୋତେ ଜଣା ପଡ଼ିଲା କି ସେମାନେ ଏହା ଭାବିନେଇଛନ୍ତି କି ବିଗତ 55 ବର୍ଷର ରାଜୁତି ସମୟ ମଧ୍ୟରେ ଗୋଟିଏ ହେଲେ ମଧ୍ୟ ସୁରକ୍ଷା କାରବାରରେ ଦଲାଲୀ ନକରି ହୋଇ ନାହିଁ । କେଉଁଠାରୁ କେହି କାକା, କେହି ମାମୁଁ… ଯେତେବେଳେ ପାରଦର୍ଶିତାର ସହିତ, ସଚ୍ଚୋଟତାର ସହିତ ଦେଶର ବାୟୁ ସେନାକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ ହେଉଛି ତ ମାନନୀୟ ଅଧ୍ୟକ୍ଷା ମହୋଦୟ ଏହି କଂଗ୍ରେସର ଲୋକମାନେ ଟିକେ ବିଚଳିତ ହୋଇ ଯାଆନ୍ତି । ସତକଥାକୁ ଶୁଣିବାର ଅଭ୍ୟାସ ସେମାନଙ୍କର ନାହିଁ ଆଉ ଏବେ ଚିନ୍ତା ରହିଛି ତେଣୁ ମୁହଁ ଉଦାସ ରହିଛି……..

ଆମେ ଆସି ଦେଶରେ ଭିନ୍ନ-ଭିନ୍ନ ସଂସ୍ଥାଗୁଡ଼ିକୁ ଏକ ଚିଠି ପଠେଇଛୁ । ଆମେ କହିଲୁ କି ଆପଣଙ୍କୁ ବିଦେଶରୁ ଧନ ମିଳୁଛି ଏଫସିଆରଏ ଆଇନ ଅଧୀନରେ ଆପଣଙ୍କୁ ଅନୁମତି ମିଳିଛି, ଆପଣ ଆପଣଙ୍କ ପଇସାର ହିସାବ ଦିଅନ୍ତୁ । ବିଦେଶରୁ ଟଙ୍କା ଆସୁଛି କେଉଁଠି ଉପଯୋଗ କରୁଛନ୍ତି । ଏତିକି ମାତ୍ର… କୌଣସି ରେଡ଼୍ କରିବାକୁ ପଡ଼ି ନାହିଁ । କୌଣସି ଆୟକର ବିଭାଗର ଲୋକଙ୍କୁ ଯିବାକୁ ପଡ଼ି ନାହିଁ ଗୋଟିଏ ଛୋଟିଆ ଚିଠି ଯାଇଛି ଆଉ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ଏହି ଦେଶରେ 20 ହଜାରରୁ ଅଧିକ ସଂଗଠନ ସେମାନେ ନିଜର ଦୋକାନ ବନ୍ଦ କରିଦେଲେ ଯେଉଁମାନେ ବିଦେଶରୁ ଧନ ଆଣୁଥିଲେ । ଏହି 20 ହଜାର ସଂସ୍ଥା କଣ କରୁଥିଲେ…ସୀମାବର୍ତ୍ତୀ ଗାଁରୁ ନେଇକରି, ସଂସଦରୁ ନେଇକରି, ନ୍ୟାୟତନ୍ତ୍ର ପର୍ଯ୍ୟନ୍ତ, ନ୍ୟାୟ ପ୍ରକ୍ରିୟା ପର୍ଯ୍ୟନ୍ତ ପ୍ରଭାବ ସୃଷ୍ଟି କରିବାର କାର୍ଯ୍ୟ ହେଉଥିଲାସେମାନଙ୍କ ଉପରେ ହାତ ଉଠାଇବାର କାମ ଆମେ କରିଛୁ । ହିନ୍ଦସ୍ଥାନକୁ କ୍ଷତି ପହଂଚାଇବାରେ…….20 ହଜାର ସଂସ୍ଥା… କଣ ଆପଣ ଏହାକୁ ବନ୍ଦ କରି ପାରିଥିଲେ, କାହିଁକି ଚାଲିବାକୁ ଦେଲେ, ଣ ଆଶୀର୍ବାଦ ଥିଲା, ଣ ଭଲ ହେଉଥିଲା ଆପଣଙ୍କର, ଏହି ବିଦେଶୀ ଧନ ଆଣିବାର ରାସ୍ତା କାହାପାଇଁ ଥିଲା । ଏହି ଲଢ଼େଇ ଆମେ ଲଢ଼ୁଛୁ ଆଉ ଏଥିପାଇଁ ଚାରିଆଡ଼ୁ ଅଭଦ୍ର ଭାଷା ଶୁଣିବାକୁ ମିଳୁଛି, ଗାଳିମନ୍ଦ ଶୁଣିବାକୁ ମିଳୁଛି, ଖରାପ ଅଭିଯୋଗ ଶୁଣିବାକୁ ମିଳୁଛି ଏହାର କାରଣ ହେଉଛି ଏହା କି ଏତେ ଲୋକଙ୍କୁ ଅସୁବିଧା ହେଉଛି କି ଗୋଟିଏ ସଚ୍ଚୋଟ ସତ ସରକାର, ଦେଶହିତରେ ଚିନ୍ତା କରୁଥିବା ଭଳି ସରକାର ଆସେ ତ କଣ ହୋଇଥାଏ । ଏହା ଏଥିରୁ ଜଣା ପଡ଼ିଥାଏ । 20 ହଜାର ସଂସ୍ଥା ଏହା ହେଉଛି ଏକ ବହୁତ ବଡ଼ ପରିସଂଖ୍ୟାନ ଆଉ ଏବେ ତ ଯାହା ମୁଁ ଦେଖୁଛି ଯେଉଁ ବଡ଼ ବଡ଼ ନାମ ଥିଲେ ସେମାନେ ଆନୁଷ୍ଠାନିକ ଭାବେ ହିନ୍ଦୁସ୍ଥାନରୁ ନିଜର ବ୍ୟବସାୟ ବନ୍ଦ କରି ନୂଆ ନାମରେ ଦେଶରେ ପଶିବା ପାଇଁ ରାସ୍ତା ଖୋଜୁଛନ୍ତି, ଏହି ଅବସ୍ଥା ସୃଷ୍ଟି ହୋଇଯାଇଛି ଆଉ ଆପଣ ଦେଖିଥିବେ ।

ମୋର ମନେଅଛି ଗୁଜରାଟରେ ସର୍ଦ୍ଦାର ସରୋବର ଡ୍ୟାମ, ନର୍ମଦା… ପଣ୍ଡିତ ନେହେରୁ ମହାଶୟ ତାହାର ଶିଳାନ୍ୟାସ କରିଥିଲେ, ପଣ୍ଡିତ ନେହେରୁ ମହାଶୟ ଆଉ ଏବେ ମୁଁ ଉଦ୍ଘାଟନ କରିଛି, ଦେଶର କେତେ ଅର୍ଥ ଆଉ ସେଥିରେ ମଧ୍ୟ ବିଦେଶୀ ଧନ ସହିତ ଖେଳୁଥିବା ଏନଜିଓ… ଆଉ କେହି ଏମାନଙ୍କୁ ଆଜି ପର୍ଯ୍ୟନ୍ତ ଅଟକାଇ ନାହାଁନ୍ତି… 20 ହଜାର ସଂସ୍ଥାଗୁଡ଼ିକ ବନ୍ଦ ହୋଇଛି । ଆଉ ଆଗାମୀ ଦିନମାନଙ୍କରେ ଏହି ସଂଖ୍ୟାରେ ବୃଦ୍ଧି ହୋଇପାରେ । କାରଣ ଆମେ ଟିକିନିଖି ହିସାବ ନେଉଛୁ ।

ଅଧ୍ୟକ୍ଷା ମହୋଦୟ 55 ବର୍ଷର ଶାସନ ଭୋଗ ଦଖଲ କିଛି ଦଳର ଲୋକମାନଙ୍କର ଅଭ୍ୟାସକୁ ଏପରି ଖରାପ କରି ଦେଇଛି ସେମାନେ ନିଜକୁ ନିଜେ ଏପରି ବାଦଶାହ ବୋଲି ଭାବୁଛନ୍ତି ଆଉ ଅନ୍ୟମାନଙ୍କୁ ଏପରି ନିକୃଷ୍ଟ ବୋଲି ମାନୁଛନ୍ତି, ପ୍ରତ୍ୟେକ ବ୍ୟବସ୍ଥାକୁ ନିକୃଷ୍ଟ ବୋଲି ଭାବୁଛନ୍ତି, ମାନିନିଅନ୍ତୁ ସମସ୍ତଙ୍କୁ ଅପମାନିତ କରିବା ସେମାନଙ୍କର ସ୍ୱଭାବରେ ରହିଛି । ଆଉ ଏଥିପାଇଁ ମୁଖ୍ୟ ନ୍ୟାୟାଧୀଶଙ୍କୁ ବିବାଦ ମଧ୍ୟକୁ ଟାଣିବା, ସଂପୂର୍ଣ୍ଣ ବାତାବରଣକୁ ବିଗାଡ଼ିବାର ପ୍ରୟାସ କରିବା, ନ୍ୟାୟତନ୍ତ୍ରକୁ ଅପମାନିତ କରିବା, ରିଜର୍ଭ ବ୍ୟାଙ୍କକୁ ଅପମାନିତ କରିବା, ସେନାଧ୍ୟକ୍ଷଙ୍କୁ ଅପମାନିତ କରିବା, ନିର୍ବାଚନ ଆୟୋଗଙ୍କୁ ଅପମାନିତ କରିବା, ଦେଶର ସବୁଠାରୁ ବଡ଼ ସଂସ୍ଥାକୁ ଅପମାନିତ କରିବା, ଲୋକତନ୍ତ୍ରକୁ ଅପମାନିତ କରିବା… ଏହା ମୁଁ ଭାବୁଛି କି ଶାସନ ଭୋଗ ଦଖଲ କାରଣରୁ ଆପଣଙ୍କ ଭିତରେ ଆସିଥିବା ବିକୃତି କାରଣରୁ । ଆଉ ମହାତ୍ମା ଗାନ୍ଧୀ ବହୁତ ପୂର୍ବରୁ ବାରି ପାରିଥିଲେ, ତାଙ୍କୁ ଧାରଣା ଆସିଯାଇଥିଲା କି ସବୁ ରୋଗଗୁଡ଼ିକୁ ଗ୍ରହଣ କରିବାର ଶକ୍ତି ସବୁଠାରୁ ଅଧିକ କାହାର ଅଛି ତ କଂଗ୍ରେସର ଅଛି । ଆଉ ଏଥିପାଇଁ ମହାତ୍ମା ଗାନ୍ଧୀ ସେହି ସମୟରେ କହିଥିଲେ, କଂଗ୍ରେସକୁ ଖେଳାଇ ଦିଅ, କଂଗ୍ରେସମୁକ୍ତ ଭାରତ ଏହା ମୋର ସ୍ୱପ୍ନ ନୁହେଁ, ମୁଁ ତ ମହାତ୍ମା ଗାନ୍ଧୀଙ୍କର ଇଚ୍ଛାକୁ ପୂରଣ କରୁଛି । ଆଉ ଦେଢ଼ ଶହ ବର୍ଷ ହେବାକୁ ଆଗକୁ  ରହିଛି ମହାତ୍ମା ଗାନ୍ଧୀଙ୍କର, ଏହା ଶ୍ରଦ୍ଧାଞ୍ଜଳି ଭାବେ ଏହି କାର୍ଯ୍ୟଟିକୁ କରିବାକୁ ହିଁ ପଡ଼ିବ । ଆଉ କେତେ ମଧ୍ୟ ଗୋଳିଆ କରିନିଅ ବଂଚିବ ନାହିଁ । ଆମ ପାଇଁ ତ ଆମର ସଂସ୍ଥାନ ହେଉଛି ଭିନ୍ନ । ଆମପାଇଁ ଆମଠାରୁ ବଡ଼ ହେଉଛି ଦଳ, ଦଳଠାରୁ ବଡ଼ ହେଉଛି ଆମର ଦେଶ । ଆଉ ଏଥିପାଇଁ ମାନନୀୟ ଅଧ୍ୟକ୍ଷା ମହାଶୟା ସମ୍ବିଧାନ ସଂସ୍ଥାନଗୁଡ଼ିକୁ ଅପମାନ, ଭ୍ରଷ୍ଟାଚାର, ବଂଶବାଦ ଏହା ହେଉଛି ଗୋଟିଏ ପ୍ରକାରରେ କଂଗ୍ରେସର ସାଥୀମାନେ ମଧ୍ୟ ଏହି ଭେଜାଲ ପରମ୍ପରାକୁ ସ୍ୱୀକାର କରି ନେଇଛନ୍ତି, ବଂଶବାଦ ବିନା ତାଙ୍କର ଜଣେ ହେଲେ ମଧ୍ୟ ସାଥୀ ରହି ପାରିବେ ନାହିଁ । ଜଣେ ହେଲେ ମଧ୍ୟ ନୁହେଁ, କାହିଁକି ନା ତାଙ୍କ ପାଇଁ ଏହା ଏକ ସଂସ୍କାର ହୋଇଯାଇଛି, ଏହା ଏକ ସଂସ୍କୃତି ହୋଇଯାଇଛି । ଆଉ ଏହା ସେମାନଙ୍କ ପାଇଁ ଦୃଢ଼ଭାବେ ଏବଂ ଏଥିପାଇଁ ଏହି ମହାମେଂଟର ଖେଳ ଏମାନେ ଖୁବ୍ ସୁନ୍ଦର ଭାବେ କରି ପାରିବେ, ସମସ୍ତେ ହେଉଛନ୍ତି ବଂଶବାଦୀ । ପ୍ରାୟ ସମସ୍ତେ ଜାମିନରେ ଅଛନ୍ତି…….

ଆଜି ପୂର୍ଣ୍ଣ ବହୁମତର ସରକାର ଯଦି ଅଟଳ ବିହାରୀ ବାଜପେୟୀ ମହୋଦୟଙ୍କୁ ମଧ୍ୟ ମୋଠାରୁ ଅଧିକ ସଂଖ୍ୟାରେ ପୂର୍ଣ୍ଣ ବହୁମତ ମିଳିଥାଆନ୍ତା ତ ଆଜି ଦେଶ କେଉଁଠାରୁ ଯାଇ କେଉଁଠି ପହଂଚି ଯାଇଥାଆନ୍ତା, ଆମେ ଜାଣିଛୁ ଆଉ ଆଜି ଯେଉଁମାନେ ଆପଣଙ୍କ ପାଖକୁ ଆସିଛନ୍ତି ନା ସେମାନେ ସେତେବେଳେ ଆମ ପାଖରେ ଥିଲେ ଆଉ ସେହି ସମୟରେ ଏହିଭଳି ଭାବେ ହିଁ ସେମାନେ ବିଶ୍ୱାସଘାତକତା କରିଥିଲେ । ଆସନ୍ତୁ ବିଶ୍ୱାସଘାତକ ଲୋକଙ୍କୁ ନେଇକରି ଆମକୁ ଦେଶର ମେଂଟ ସଂସ୍କୃତିକୁ, ମହାମେଂଟ କରିଚାଲ ।

ଆଜି ବାବା ସାହେବ ଆମ୍ବେଦକରଙ୍କର ଉଲ୍ଲେଖ ହୋଇଛି, ଥରେ ବାବା ସାହେବ ଆମ୍ବେଦକର କହିଥିଲେ, ଆଉ ହୋଇପାରେ କି ମେଂଟ ରାସ୍ତାରେ ଯାଇଥିବା କିଛି ଲୋକଙ୍କୁ ଯଦି ବାବା ସାହେବ ଆମ୍ବେଦକରଙ୍କ ଠାରେ ଶ୍ରଦ୍ଧା ରହିଥିବ ତ କିଛି କାର୍ଯ୍ୟରେ ଆସିବ । ବାବା ସାହେବ ଆମ୍ବେଦକର କହିଥିଲେ କି କଂଗ୍ରେସରେ ସାମିଲ ହେବା ଆତ୍ମହତ୍ୟା କରିବା ସହିତ ସମାନ ହେବ । ଏହା ହେଉଛି ବାବା ସାହେବ ଆମ୍ବେଦକରଙ୍କର ବାକ୍ୟ ।

ଅଧ୍ୟକ୍ଷା ମହୋଦୟ ଆଜ୍ଞା ଆଜି ଏଠାରେ ସଦନରେ…, ଖଡ଼ଗେ ମହାଶୟ ଆପଣଙ୍କର ସିଆର କେହି ବିଗାଡ଼ୁ ନାହାଁନ୍ତି ଆପଣ ଚିନ୍ତା କରନ୍ତୁ ନାହିଁ ଆପଣଙ୍କୁ ଶତାୟୁ ହେବାର ଅଛି । ଆମର ଶୁଭକାମନା ଆପଣଙ୍କ ସାଥୀରେ ରହିଛି ।

ଅଧ୍ୟକ୍ଷା ମହୋଦୟ ଆଜ୍ଞା ଆଜି ଏଠାରେ ସଦନରେ ଦରଦାମକୁ ନେଇ ମଧ୍ୟ କିଛି କଥା ହୋଇଛି । ସତ୍ୟତା ନେଇ ସଂପୂର୍ଣ୍ଣ ଭାବେ ଅଗୋଚର, ସତ୍ୟଠାରୁ ବହୁ ଦୂରରେ, ମୁଁ ସେ ସମସ୍ତଙ୍କୁ ମନେ ପକାଇ ଦେବାକୁ ଚାହୁଁଛି, କୌଣସି ଏକ ସମୟରେ ଆମ ଦେଶରେ ଦୁଇଟି ଗୀତ ଖୁବ୍ ସୁଖ୍ୟାତ ହୋଇଥିଲା । ଗୋଟିଏ ଥିଲା ବାକି କୁଛ୍ ବଚା ତୋ ମହଙ୍ଗାଇ ମାର୍ ଗଇ…’, ଗୋଟିଏ ଗୀତ ଥିଲା । ଆଉ ଦ୍ୱିତୀୟ ଗୀତଟି ଥିଲା ମହଙ୍ଗାଇର ଯାହା ଲୋକଙ୍କ ମଧ୍ୟରେ ଖୁବ ଲୋକପ୍ରିୟ ହୋଇଥିଲା ମହଙ୍ଗାଇ ଡାୟନ୍ ଖାଏ ଜାତ୍ ହୈ… ମହଙ୍ଗାଇ ଡାୟନ୍ ଖାଏ ଜାତ୍ ହୈ…ଏବେ ଏହି ଦୁଇଟି ଗୀତ ହେଉଛି କାହା କାର୍ଯ୍ୟକାଳ ସମୟର, ପ୍ରଥମ ଗୀତ ଲୋକପ୍ରିୟ ହୋଇଥିଲା ସେତେବେଳେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ମହାଶୟା ପ୍ରଧାନମନ୍ତ୍ରୀ ଥିଲେ, ଆଉ ମୁଦ୍ରାସ୍ଫୀତି 20 ପ୍ରତିଶତ ଅଧିକ ହୋଇଥିଲା । ଆଉ ଦ୍ୱତୀୟ ଗୀତ ରିମୋ କଂଟ୍ରୋଲର ସରକାର ଥିଲା ଆଉ ମୁଦ୍ରାସ୍ଫୀତି ଦଶ ପ୍ରତିଶତରୁ ଅଧିକ ଥିଲା । ସେତେବେଳେ ଏହି ଗୀତ ଲେଖାଯାଇଥିଲା, ସେତେବେଳେ ଏହି ଗୀତଗୁଡ଼ିକ ଲୋକପ୍ରିୟ ହୋଇଥିଲା, ଦରଦାମ ଆଉ ଆପଣଙ୍କର…ସମ୍ପର୍କ ହେଉଛି ଅତୁଟ… ଅତୁଟ ସମ୍ପର୍କ । ଏହି ଦେଶକୁ ଯେତେବେଳେ ମଧ୍ୟ କଂଗ୍ରେସ ଆସିଛି ଦରଦାମ ବୃଦ୍ଧି ହୋଇଛି । ଇନ୍ଦିରା ଜୀଙ୍କ ସମୟରେ ମୁଦ୍ରାସ୍ଫୀତି 30 ପ୍ରତିଶତ ଯୁକ୍ତ ହୋଇ ଚାଲିଥିଲା । ଏବେ ଆପଣ 1947ରୁ ଆରମ୍ଭ କରୁଥିଲେ କାଲି…ମୁଁ ଯଦି କଥା ଖୋଲିଦେବି ନା କଣ କଣ ସବୁ ଖୋଲିଯିବ । ଆଉ ଏଥିପାଇଁ ବିଗତ ସାଢ଼େ ଚାରି ବର୍ଷରେ ଦରଦାମର ମାତ୍ରା, 55 ମାସରେ ସେବା ଭାବ ଦ୍ୱାରା ଚାଲୁଥିବା ସରକାର 4 ପ୍ରତିଶତର ମର୍ଯ୍ୟାଦାରେ ବାନ୍ଧକରି ରଖିଛନ୍ତି । ମଧ୍ୟମବର୍ଗୀୟ ସମାଜ ପାଇଁ ବହୁତ ଗୁଡ଼ିଏ ସାହାଯ୍ୟକାରୀ କାର୍ଯ୍ୟ ଆମ ସରକାର ଲଗାତାର ଭାବେ କରୁଛନ୍ତି । କାରଣ ଦେଶରେ ଯେଉଁପ୍ରକାରର ଆର୍ଥିକ ଗତିବିଧି ଆସିଛି । ମଧ୍ୟମବର୍ଗୀୟ ଲୋକଙ୍କର ଆଶା ଆକାଂକ୍ଷା ବୃଦ୍ଧି ପାଇବା ହେଉଛି ବହୁତ ସ୍ୱାଭାବିକ । ଆଉ ମୁଁ ମାନୁଛି କି ତାହା କୌଣସି ମଧ୍ୟ ଦେଶର ପ୍ରଗତିର ବିକାଶ ପାଇଁ ହେଉଛି ଏକ ବହୁତ ଅନିବାର୍ଯ୍ୟ ଅଙ୍ଗ ଯାହା ଆଜି ଦେଶ 55 ମାସରେ ଅନୁଭବ କରୁଛି । ନୂଆ-ନୂଆ ଇଚ୍ଛା, ନୂଆ-ନୂଆ ଆଶା, ନୂଆ-ନୂଆ ଆକାଂକ୍ଷା ଏସବୁ ହେଉଛି ବିକାଶର ସବୁଠାରୁ ବଡ଼ ଚିହ୍ନ ଯାହା ଆଜି ଦେଶରେ ଦୃଷ୍ଟିଗୋଚର ହେଉଛି କିଛି ଲୋକଙ୍କୁ ଆଶା, ଆକାଂକ୍ଷା ଏହାସବୁ ବୋଝ ଭଳି ଲାଗୁଛି । ମୁଁ ତାକୁ ଗୌରବର ସହିତ ଦେଖୁଛି କାରଣ ସେଗୁଡ଼ିକ ଦୌଡ଼ିବା ପାଇଁ ଶକ୍ତି ଦେଇଥାଏ ନୂତନ କିଛି କରିବା ପାଇଁ ପ୍ରେରଣା ପ୍ରଦାନ କରିଥାଏ ।

ଜିଏସଟି ପରେ ଅତି ଆବଶ୍ୟକ ଜିନିଷକୁ ଟିକସ ପରିସରରୁ ଆମେ ବାହାର କରିବାର କାମକରିଛୁ ଆପଣ ମନେପକାନ୍ତୁ ଦୁଗ୍ଧ ଉପରେ ମଧ୍ୟ ଟିକସ ଲାଗୁଥିଲା, ଜଣା ନାହିଁ କେତେ କେତେ ଜିନିଷ ଉପରେ ଆପଣ ଟିକସ ନେଉଥିଲେ । ସେହି ଦିନ… ଆପଣଙ୍କୁ ତ କହିବାର ମଧ୍ୟ ଅଧିକାର ନାହିଁ ଆଉ ହାରାହାରି ଟିକସ ଜିଏସଟି ପୂର୍ବରୁ 30 ପ୍ରତିଶତରୁ ଅଧିକ ଯାଏଁ ହେଇ ଯାଉଥିଲା । ଆଉ ଆପଣ…, ଆପଣ ଏଭଳି କଥା କହୁଛନ୍ତି ଯେଭଳି ଅର୍ଥ ଏବେ ଜିଏସଟି ପରିଷଦ ନିଷ୍ପତ୍ତି କରୁଛନ୍ତି ଯେଉଁଥିରେ ଆପଣଙ୍କ ଦଳର ଲୋକ ମଧ୍ୟ ଅଛନ୍ତି ଆଉ ଆପଣଙ୍କ ଦଳର ମୁଖ୍ୟମନ୍ତ୍ରୀ, ଆଉ ଆପଣଙ୍କ ସରକାରର ଲୋକ ମଧ୍ୟ ରହିଥାଆନ୍ତି ।

ଆଜି 99 ପ୍ରତିଶତ ଜିନିଷ 18 ପ୍ରତିଶତ କିମ୍ବା ତାତଳକୁ ଆସିଯାଇଛି, ଏହି ବଜେଟରେ ମଧ୍ୟ ଆୟକରରେ 5 ଲକ୍ଷ ପର୍ଯ୍ୟନ୍ତ ରିହାତି ଦେବାର କାମ ଆମେ କରିଛୁ ଆଉ ଏହି ଦାବି ଆମ ସମୟରେ ଆସିଛି ଏଭଳି ନୁହେଁ ଯେତେବେଳେ ଅର୍ଥନୈତିଜ୍ଞ ପ୍ରଧାନମନ୍ତ୍ରୀ ଥିଲେ, ସେତେବେଳେ ମଧ୍ୟ ଆସୁଥିଲା । 1992 ରେ ମଧ୍ୟ ଏଭଳି ଦାବି ଆସିଥିଲା । କିନ୍ତୁ ଏତେ ବର୍ଷ ପର୍ଯ୍ୟନ୍ତ ଆପଣ କେବେ ଧ୍ୟାନ ଦେଇ ନାହାଁନ୍ତି, ଆମେ ଚିନ୍ତା କରିଛୁ, ଆମେ କରିଛୁ ।

ଶିକ୍ଷା ଋଣ ଆମ ମଧ୍ୟବିତ୍ତ ଶ୍ରେଣୀର ପରିବାର ଶିକ୍ଷା ଋଣ ନେଇଥାଆନ୍ତି । ଶିକ୍ଷା ଋଣ ନେଇଥାଆନ୍ତି, ତ 15 ପ୍ରତିଶତରୁ ହ୍ରାସ କରି ଆମେ 11 ପ୍ରତିଶତ କରିଛୁ  ସୁଧ ଏବଂ ସେହି କାରଣରୁ ଯଦି ଜଣେ ଯୁବ ବିଦ୍ୟାର୍ଥୀ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇଥାଆନ୍ତି ତ ଆଜି ତାଙ୍କୁ ଋଣ ପରିଶୋଧ କରୁ କରୁ ଏକ ଲକ୍ଷ ପଚିଶ ହଜାର ଟଙ୍କାର ସଂଚୟ ହେଉଛି । ସେହିଭଳି ଭାବେ ଆବାସ ଯୋଜନାରେ ଯଦି ସେ ବ୍ୟାଙ୍କରୁ ଋଣ ନେଇଥାଏ, ତ ମଧ୍ୟମ ବର୍ଗର ପରିବାରଙ୍କୁ ବ୍ୟାଙ୍କରେ ଟଙ୍କା ଜମା କରୁ କରୁ ତାଙ୍କୁ ପାଂଚରୁ ଛଅ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଂଚୟ ହୋଇଥାଏ । ଏହି କାର୍ଯ୍ୟ ଆମେ କରି ଦେଇଛୁ । ସେହିଭଳି ଭାବେ ଏଲଇଡ଼ି ବଲବ୍ ମୁଁ ଆଶ୍ଚର୍ଯ୍ୟ ଯେ କଣ କାରଣ ଥିଲା କି ୟୁପିଏ ସରକାରଙ୍କ ସମୟରେ ଏଲଇଡ଼ି ବଲବ୍ 300, 400450 ଟଙ୍କାରେ ମିଳୁଥିଲା ଆଉ ଏଭଳି କଣ କାରଣ ରହିଛି କି ଆମେ ଆସିଲା ପରେ ତାହା 60, 70, 80 ଟଙ୍କାରେ ମିଳିଗଲା । ଆଉ ଦେଶରେ କୋଟି କୋଟି ଏଲଇଡ଼ି ବଲ୍ବ ବିକ୍ରି ହୋଇଯାଇଛି । ଗରିବ ଏବଂ ମଧ୍ୟବିତ୍ତ ପରିବାରର ଲୋକଙ୍କର କେତେ କୋଟି ଟଙ୍କା ସଂଚୟ ହୋଇଛି ଯାହାର ଅନୁମାନ ଆପଣ ଲଗାଇ ପାରୁଥିବେ ଆଉ ଏଲଇଡ଼ି ବଲ୍ବ କାରଣରୁ ଦେଶରେ 50 ହଜାର କୋଟି ଟଙ୍କାର ବିଜୁଳି ବିଲ୍ କମ୍ ହୋଇଛି । ଯେଉଁ 50 ହଜାର କୋଟି ଟଙ୍କା ପ୍ରତିବର୍ଷ ମଧ୍ୟମବର୍ଗର ପରିବାରର ପକେଟରେ ସଂଚୟ ହୋଇଛି । ଯଦି ମୁଁ 50 ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥାନ୍ତି ତ ଗଣମାଧ୍ୟମରେ ଚବିଶି ଘଂଟା ଚର୍ଚ୍ଚା ହୋଇଥାଆନ୍ତା, ପ୍ରତ୍ୟେକ ଖବରକାଗଜରେ ମୁଖ୍ୟାଂଶ ହୋଇଥାଆନ୍ତା ଏହି କାମ ଆରାମରେ 50 ହଜାର କୋଟି ଟଙ୍କାର ସଂଚୟ କରି ଦେଶର ମଧ୍ୟମବର୍ଗୀୟ ପରିବାରଙ୍କୁ ସାହାଯ୍ୟ କରିବା କାର୍ଯ୍ୟ ଆମ ସରକାର କରିଛନ୍ତି ।

ହୃଦରୋଗର ଚିକିତ୍ସା ପାଇଁ ଷ୍ଟେଂଟ କେତେ ଦାମ ଥିଲା, ତାକୁ ଶସ୍ତା କରିଦେଲୁ । ଏହା କରି ଦେଖାଇଲୁ ଆମେ, ମାଗଣାରେ ଡାଲିସିସ୍ ସୁବିଧା ଜିଲ୍ଲା ସ୍ତର ପର୍ଯ୍ୟନ୍ତ ନେଇ ଯାଇଛୁ । ପୂର୍ବରୁ ଗରିବ ବ୍ୟକ୍ତିଙ୍କୁ ଡାଲିସିସ୍ ପାଇଁ 2-2  ହଜାର ଟଙ୍କା, 3-3 ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିଲା ଆଜି ମାଗଣାରେ ଏହାର ଚିକିତ୍ସା କରିବାର କାର୍ଯ୍ୟ ଆମ ସରକାର କରିଛନ୍ତିପାଂଚ ହଜାରରୁ ଅଧିକ ଜନ-ଔଷଧି କେନ୍ଦ୍ର ଆମେ ଆରମ୍ଭ କରିଛୁ, ଜନ-ଔଷଧି କେନ୍ଦ୍ରଗୁଡ଼ିକର ପରିଣାମ ଏହା ହୋଇଛି କି ଆଜି ଗରିବ ପରିବାର ଯେଉଁଥିରେ ଯୌଥ ପରିବାର ଥିବେ 60 ବର୍ଷ ବୟସ ଉପରକୁ 1-2  ଲୋକ ରହୁଥିବେ, ତ କିଛି ନା କିଛି ଔଷଧ ପ୍ରତିଦିନ ସେମାନଙ୍କ ପାଇଁ ଆଣିବା, କିଣିବା, ତାଙ୍କର କାମ ହୋଇଥାଏ, ଆଜି 100ଟଙ୍କାର ଔଷଧ ଜନ-ଔଷଧି କେନ୍ଦ୍ରରେ 30ଟଙ୍କାରେ ମିଳିଯାଉଛି । ମଧ୍ୟମବର୍ଗର ଲୋକଙ୍କୁ ସବୁଠାରୁ ବଡ଼ ଲାଭ ହେବାର କାର୍ଯ୍ୟ ଏହା ଆମେ କରିଛୁ ସେହିଭଳି ଭାବେ ଗରିବଙ୍କ ଚିକିତ୍ସା କରିବାର ଚିନ୍ତା ଆମେ କରିଛୁ । ମୁଁ ଆଶ୍ଚର୍ଯ୍ୟ ଯେ ଆୟୂଷ୍ମାନ ଭାରତର ଯୋଜନାରେ ମୋଦୀଙ୍କର ଚିଠିକୁ ନେଇ ବ୍ୟସ୍ତ ଅଛନ୍ତି ଏକ ପ୍ରକାରର ଚିଠି ଲେଖନ୍ତି ଦେଶର ପ୍ରଧାନମନ୍ତ୍ରୀ ତ ବହୁତ ବଡ଼ ଦାୟିତ୍ୱ ନେଇ ଥାଆନ୍ତି, ବହୁତ ବଡ଼ ପ୍ରତିଶୃତି ଦେଇ ଥାଆନ୍ତି । ଆଉ ସାଧାରଣ ନାଗରିକଙ୍କୁ ଏହି ବିଶ୍ୱାସ ଦେଇଥାଏ କି ଆପଣମାନେ ଚିନ୍ତା କରନ୍ତୁ ନାହିଁ ଆମେ ଆପଣଙ୍କ ସହିତ ରହିଛୁ । ଆପଣ…ଆପଣ ଏବଂ ସତରେ ସଦନ ଖୁସି ହେବା ଦରକାର ଯେ ଏହି ଦେଶର ଗରିବ ଯିଏ ଦାରିଦ୍ର୍ୟ କାରଣରୁ ମୃତ୍ୟୁର ଅପେକ୍ଷା କରୁଥିଲେ । କିନ୍ତୁ ହସ୍ପାତାଳ ଆଡ଼କୁ ଯିବାକୁ ପସନ୍ଦ କରୁ ନଥିଲେ ଆଉ ସେ ସାଧାରଣ ଜଡ଼ିବୁଟୀ ନେଇ ଦିନ ବିତାଇବାକୁ ଚାହୁଁଥିଲେ । ଗୁରୁତରରୁ ଅତି ଗୁରୁତର ରୋଗ ମଧ୍ୟରେ ସେ ଦିନ କାଟୁଥିଲେ । ପରିବାରର ଲୋକମାନଙ୍କର ମଧ୍ୟ ପରିସ୍ଥିତି ଏଭଳି ରହୁଥିଲା କି ଏବେ କଣ କରିବା । ପୂର୍ବରୁ ଅନେକ 2-2, 3-3, 4-4 ବର୍ଷ ଧରି ଗୁରୁତର ରୋଗରେ ପିଡ଼ୀତ ଥିବା ଲୋକ ଏବେ କିଛି ଶହେ ଦିନରୁ ମଧ୍ୟ ଅଧିକ କିଛି ଦିନ ହୋଇନାହିଁ ଏହି ଆୟୂଷ୍ମାନ ଭାରତ ଯୋଜନାକୁ ଆପଣେଇଛନ୍ତି ଏ ପର୍ଯ୍ୟନ୍ତ ପ୍ରାୟ 11 ଲକ୍ଷ ଗରିବ ଏହି ଯୋଜନାର ଲାଭ ଉଠାଇ ସାରିଛନ୍ତି ଆଉ ଗୁରୁତର ରୋଗ କ୍ଷେତ୍ରରେ ଲାଭ ମିଳିଛି ଏବଂ ପ୍ରତିଦିନ 15 ହଜାରରୁ ଅଧିକ ଗରିବ ଏହି ଆୟୂଷ୍ମାନ ଭାରତ ଯୋଜନାର ଲାଭ ଉଠାଉଛନ୍ତି । ଏହା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ ମୁଁ ଦେଖିଛି କି ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଆମର ସମସ୍ତ ସାଂସଦ ଚିଠି ଲେଖନ୍ତି କି ଭାଇ ଆମ ଅଂଚଳରେ କର୍କଟ ରୋଗ ରହିଛି ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆମକୁ ଟଙ୍କା ଦିଅନ୍ତୁ । ଆଉ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆମେ ଏହି କାର୍ଯ୍ୟକୁ ଲଗାତାର କରିଚାଲୁ, ମୋ ପୂର୍ବରୁ ଥିବା ପ୍ରଧାନମନ୍ତ୍ରୀମାନେ ମଧ୍ୟ କରିଛନ୍ତି । କିନ୍ତୁ ଏହି ଆୟୂଷ୍ମାନ ଭାରତ ପରେ ଆଜି କୌଣସି ସାଂସଦଙ୍କୁ କୌଣସି ପ୍ରକାରର ଚିଠି ଲେଖିବାର ଆବଶ୍ୟକତା ପଡ଼ୁନାହିଁ ସେମାନଙ୍କୁ ଗୋଲ୍ଡ କାର୍ଡ ମିଳିଯାଇଛି ତାହାର କାର୍ଯ୍ୟ ତୁରନ୍ତ ହୋଇଯାଉଛି । ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ କିଛି ସୀମା ପର୍ଯ୍ୟନ୍ତ ଟଙ୍କା ଦିଆ ଯାଉଥିଲା, ଏଥିରେ ସଂପୂର୍ଣ୍ଣ ଖର୍ଚ୍ଚ ଦିଆଯାଉଛି । ପ୍ରତ୍ୟେକ ସାଂସଦ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମିଳୁଥିବା ଟଙ୍କାର ସମ୍ବନ୍ଧ ସବୁବେଳେ ମୋତେ ମିଳୁଥିଲା, ସନ୍ତୋଷ ବ୍ୟକ୍ତ କରୁଥିଲେ, ମୋ ଅଂଚଳରେ ଏତେ ଲୋକଙ୍କର ଲାଭ ହୋଇଗଲା, ସାହେବ ପ୍ରଥମ ସପ୍ତାହରେ ହୋଇଗଲା, ତୃତୀୟ ସପ୍ତାହରେ ହୋଇଗଲା ସବୁକିଛି ନିଜର… ଆଉ ମୁଁ ସେମାନଙ୍କୁ ମଧ୍ୟ ଚିଠି ଲେଖୁଛି । ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଯାହାଙ୍କର ମଧ୍ୟ ଟଙ୍କା ମିଳିଥାଏ, ମୁଁ ସେମାନଙ୍କୁ ଚିଠି ଲେଖିଥାଏ କି ନିଶ୍ଚିତ ଭାବେ ହେବା ଦରକାର କି ହଁ, ସେ ରୋଗଗ୍ରସ୍ତ ଥିଲା କି ନଥିଲା । ଆଉ ଚିଠି ଲେଖୁଛି । ଆମେ ଯେତେବେଳେ ଗୁଜରାଟରେ ଥିଲୁ ଆମେ ଗୋଟିଏ ପ୍ରୟୋଗ କରିଥିଲୁ ସର୍କିଟ ହାଉସରେ ଲୋକମାନେ ରହୁଥିଲେ, ନେତା ଲୋକ ଅଛନ୍ତି ତ ପୁଣି ରିହାତି ସେହିମାନଙ୍କୁ ମିଳିଯାଇଥାଏ ସର୍କିଟ ହାଉସରେ, ଆମର ଜଣେ ସର୍କିଟ ହାଉସର ମ୍ୟାନେଜର ଥିଲେ, ଯେତିକି ଲୋକ ରହୁଥିଲେ ତାଙ୍କୁ ପୁଣି ଚିଠି ଲେଖୁଥିଲେ କି ଆପଣ ଏବଂ ଆପଣଙ୍କ ସ୍ତ୍ରୀ ଦୁଇଜଣ ଯାକ ଅମୁକ ତାରିଖରେ ଆସିଥିଲେ । ଆପଣଙ୍କୁ କୌଣସି ଅସୁବିଧା ହେବ ନାହିଁ । ସାହେବ ପରିସ୍ଥିତି ଏଭଳି ହୋଇଗଲା କି ଲୋକମାନେ ଆସିବା ବନ୍ଦ କରିଦେଲେ । ମୁଁ ଚିଠି ଲେଖୁଥିଲି ଆପଣଙ୍କୁ ଏହି ରୋଗ ହୋଇଥିବା କାରଣରୁ ମୁଁ ଏତିକି ଟଙ୍କା ପଠାଉଛି, ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍ ରହିଥିବ ଏହି କାରଣରୁ… ଆଉ ସେମାନଙ୍କୁ ପୁଣି ଆଧାର ସହିତ ଯୋଡ଼ି ଦିଆଗଲା । ଗୋଟିଏ ନୂଆ ପଇସାର ଲିକେଜ ନାହିଁ… କିନ୍ତୁ ଆୟୂଷ୍ମାନ ଭାରତ ଦ୍ୱାରା ସବୁ ସାଂସଦଙ୍କୁ ମୁଁ ଅନୁରୋଧ କରୁଛି, ଆପଣ ନିର୍ବାଚନକୁ ଯାଉଛନ୍ତି, ଯେତିକି ଗରିବ ଅଛନ୍ତି ଆପଣଙ୍କ ଅଂଚଳରେ ଆୟୂଷ୍ମାନ ଭାରତର ଲାଭ ନେବାକୁ ଦିଅନ୍ତୁ ମୁଁ ଆପଣଙ୍କୁ ସ୍ପଷ୍ଟ ପ୍ରତିଯୋଗୀତା ପାଇଁ ଆମନ୍ତ୍ରିତ କରୁଛି ଆପଣମାନଙ୍କୁ, ଗରିବଙ୍କର ଭଲ ହେବ, ନିର୍ବାଚନ ତ ଆସିବ, ଯିବ ଭାଇ ଏବେ ଦୁଇ ତିନି ମାସ ଅଛି କିଛି କାମ କରି ଯାଆନ୍ତୁ । ଆପଣଙ୍କ ପାଇଁ ସୁଯୋଗ ରହିଛି ତେଣୁ ମୁଁ ଆପଣଙ୍କୁ ଜଣାଉଛି ।

ଅଧ୍ୟକ୍ଷା ମହୋଦୟ ଆଜ୍ଞା, ଏକ ବିଶେଷ ଯୋଜନା ଯାହାକୁ ମୁଁ ବିସ୍ତାରିତ ଭାବେ ଜଣାଇବାକୁ ଚାହୁଁଛି । ସମ୍ବିଧାନ ସଂଶୋଧନ କରି ଆମେ ଦେଶର ଗରିବ ଯୁବକମାନଙ୍କୁ ସେମାନଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ଗୋଟିଏ ସୁବିଧା ତ କରିଛୁ କିନ୍ତୁ ସାମାଜିକ କଟକଣାକୁ ଯେତେ ହଜମ କରି ପାରିବେ ସେହି ରାସ୍ତାକୁ ଆମେ ବାଛିଛୁ । ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆବର୍ଗ ସେହି ବ୍ୟବସ୍ଥାକୁ ତିଳେ ମାତ୍ର ହାତ ନ ଲଗାଇ 10 ପ୍ରତିଶତ ଗରିବଙ୍କ ପାଇଁ ସଂରକ୍ଷଣ କରିଛୁ, ଏହି ବିଷୟ ଯେ ଆମେ ଆସିବା ପରେ ଆସିଛି, ଏଭଳି ନୁହେଁ ପୂର୍ବରୁ ଥିଲା, ଏହା ଆମେ ସାହସ ଦେଖାଇଲୁ ଆଉ ମୁଁ ଏହି ସଦନ ନିକଟରେ କୃତଜ୍ଞ, ସମସ୍ତଙ୍କ ନିକଟରେ କୃତଜ୍ଞ କି ସମସ୍ତେ ସର୍ବସମ୍ମତି କ୍ରମେ ଏଥିରେ ଏକାଠି ରହିଲେ ଆଉ ମୁଁ ଏଥିପାଇଁ ଏହି ଅବସରର ସୁଯୋଗ ନେଉଛି ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବା ପାଇଁ ଆଉ ସମସ୍ତଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁଛି କିନ୍ତୁ ଏହା ସହିତ ଅନ୍ୟମାନଙ୍କ ସହିତ ଅନ୍ୟାୟ ନ ହେଉ, ଏଥିପାଇଁ ଶିକ୍ଷା କ୍ଷେତ୍ରରେ ଅନୁପାତ ହିସାବରେ ସିଟ୍ ସଂଖ୍ୟା ବୃଦ୍ଧି କରିବାର ନିର୍ଣ୍ଣୟ କରାଯାଇଛି ଫଳରେ ଆମର ଯେଉଁ ପ୍ରଗତିର ଯାତ୍ରା ରହିଛି ତାକୁ କୌଣସି ଦୁଃଖ କଷ୍ଟ ନ ହେଉ ।

55 ବର୍ଷର ଶାସନକାଳ ପରେ ମଧ୍ୟ ଏବେ ମୁଁ ଟିକେ ଶାସନ ଭୋଗ ଦଖଲର ଅବସ୍ଥା କଣ ଅଛି । ଶାସନ ଭୋଗ ଦଖଲର 55 ବର୍ଷ ନିଯୁକ୍ତି କ୍ଷେତ୍ରରେ କୌଣସି ଷ୍ଟାଣ୍ଡାର୍ଡ ବ୍ୟବସ୍ଥା ବିକଶିତ କରାଯାଇ ନାହିଁ । 55 ବର୍ଷ ମଧ୍ୟରେ ଆମ ପାଇଁ ତାହା କାର୍ଯ୍ୟସୂଚୀ ନଥିଲା, ପୁରୁଣା ସରକାରମାନଙ୍କ ପାଇଁ କି ରୋଜଗାରକୁ ଧ୍ୟାନରେ ରଖି ବ୍ୟବସ୍ଥା ବିକଶିତ କରିବା ଦରକାର, କୌଣସି ବ୍ୟବସ୍ଥା ନାହିଁ, ଆଉ ଏଥିପାଇଁ ଶାସନ ଭୋଗ ଦଖଲରେ ବୁଡ଼ି ରହିଥିବା ଲୋକମାନଙ୍କର ଅଧିକ ଦାୟିତ୍ୱ ରହିଛି । ଆମେ ଆସି ଚେଷ୍ଟା କରିଛୁ ଆଉ ଯଦି 100ଟି କ୍ଷେତ୍ରରେ ନୂତନ ରୋଜଗାରର ଅବସର ସୃଷ୍ଟି ହେଉଛି ତ ସେଥିରେ କେବଳ 7-8ଟି କ୍ଷେତ୍ରରେ ଗଣିକରି ଏକ ମୋଟା ମୋଟା ଅନୁମାନ ଲଗାଇଲୁ, ଆଜି ଯେଉଁ ଗତି ରହିଛି କି 100ଟି କ୍ଷେତ୍ରରେ ରୋଜଗାର…7 କିମ୍ବା 8ଟିରେ ଟୋକନ ସର୍ଭେ ହୋଇଥାଏ ଆଉ ସେହି ହିସାବରେ ଅନୁମାନ ହେଉଛି ଆଜି ସମୟ ବଦଳି ଯାଇଛି, ସବୁ ମାନଦଣ୍ଡ ବଦଳି ଯାଇଛିରୋଜଗାରର ପ୍ରକାର ମଧ୍ୟ ବଦଳିଯାଇଛି ଏବେ ତେଣୁ ଆମେ ଆଜି ଏହି ସଦନକୁ ସତ୍ୟତା ଜଣାଇବାକୁ ଚାହୁଁଛୁ ଆଉ ସେହି ଆଧାରରେ ଜଣାଇବାକୁ ଚାହୁଁଛି, ସତ୍ୟତାର ଆଧାରରେ ଜଣାଇବାକୁ ଚାହୁଁଛି ଆଉ ମୁଁ ଦେଶବାସୀଙ୍କୁ ମଧ୍ୟ ଯେଉଁମାନେ ଟିଭିରେ ଦେଖୁଛନ୍ତି ସେମାନଙ୍କୁ ବିଶେଷ ଭାବେ କହିବାକୁ ଚାହୁଁଛି କି ମୋର ଆଗର ଭାଷଣ ଅପେକ୍ଷା ଏହାକୁ ଗମ୍ଭୀରତାର ସହିତ ଶୁଣନ୍ତୁ ଫଳରେ ସତ୍ୟର ଯେପରି କୌଣସି ସ୍ଥାନ ନାହିଁ ଏଭଳି ଯେଉଁମାନେ ଶାସନ ଭୋଗ ଦଖଲ କରିବାରେ ଯେଉଁ କଥା କହୁଛନ୍ତି ସେମାନଙ୍କୁ ଟିକେ ସିଧା ସଳଖ ଜବାବ ଦେଶର ଜନତା ଦେଇ ପାରିବେ ।

ଏବେ ଆପଣ ଦେଖନ୍ତୁ, ଦେଶରେ ଅସଂଗଠିତ କ୍ଷେତ୍ର ପ୍ରାୟ 85 ରୁ 90 ପ୍ରତିଶତ ରୋଜଗାର ପ୍ରଦାନ କରୁଛନ୍ତି । ଯେତେବେଳେ କି ସଂଗଠିତ କ୍ଷେତ୍ର କେବଳ 10 ରୁ 15 ପ୍ରତିଶତ ହିଁ ରୋଜଗାର ପ୍ରଦାନ କରୁଛନ୍ତି । ଏହି ସତ୍ୟକୁ ସ୍ୱୀକାର କରିବାକୁ ହେବ । ଅସଂଗଠିତ କ୍ଷେତ୍ର ପ୍ରାୟ 85 ରୁ 90 ପ୍ରତିଶତ ରହିଛି, ଯେତେବେଳେ କି ସଂଗଠିତ କ୍ଷେତ୍ର କେବଳ ମାତ୍ର 10 ରୁ 15 ପ୍ରତିଶତ ହିଁ ରହିଛି ।  ଯେଉଁ କ୍ଷେତ୍ର କେବଳ ଚାକିରୀରେ 10 ପ୍ରତିଶତ ପ୍ରତିନିଧିତ୍ୱ କରେ, ମୁଁ ତାହାର କିଛି ପରିସଂଖ୍ୟାନ ଜାଣିବାକୁ ଚାହୁଁଛି, ମୁଁ ଟିକେ ସେହି 10 ପ୍ରତିଶତବାଲା ହିସାବ ଜାଣିବାକୁ ଚାହୁଁଛି । 90 ପ୍ରତିଶତବାଲା ହିସାବ ପରେ ଜାଣିବା । ସେପ୍ଟେମ୍ବର 2017ରୁ ନେଇ ନଭେମ୍ବର 2018 ପର୍ଯ୍ୟନ୍ତ ଅର୍ଥାତ ପାଖାପାଖି 15 ମାସରେ ପ୍ରାୟ ଏକ କୋଟି 80 ଲକ୍ଷ ଲୋକ ପ୍ରଥମ ଥର ଭବିଷ୍ୟନିଧି ପାଣ୍ଠିର ଅର୍ଥ କାଟିବାକୁ ଆରମ୍ଭ କଲେ । ଏହା ରୋଜଗାର ବିନା ହୋଇଥାଏ କି? ହଁ, ଏମାନଙ୍କ ମଧ୍ୟରୁ 64 ପ୍ରତିଶତ ଲୋକ ଅଛନ୍ତି ଯାହାଙ୍କର ବୟସ ହେଉଛି 28 ବର୍ଷରୁ କମ୍ । ତେଣୁ ଖଡ଼ଗେ ମହାଶୟ ଆଜି ସକାଳେ ତର୍କରେ ଯେଉଁ ହିସାବ ଦେଉଥିଲେ, ତାହାର କୌଣସି ପ୍ରମାଣିକତା ନାହିଁ । 28 ବର୍ଷରୁ କମ୍ ବୟସର ବ୍ୟକ୍ତି ଅର୍ଥାତ ଜଣେ ନୂଆକରି ଚାକିରୀ ପାଇଥିବା ଲୋକ ହୋଇଥାଏ । ଏହା ବ୍ୟତୀତ ଆଉ ଏକ ତଥ୍ୟ ମୁଁ ଆପଣମାନଙ୍କୁ ଦେବାକୁ ଚାହିଁବି । ଆମ ଦେଶରେ ମାର୍ଚ୍ଚ 2014ରେ ପାଖାପାଖି 65 ଲକ୍ଷ ଲୋକଙ୍କୁ ନେସନାଲ ପେନସନ୍ ସ୍କିମ୍ ଏନପିଏସ୍ ରେ ପଞ୍ଜୀକୃତ କରାଯାଇଥିଲା । ଗତ ବର୍ଷ ଅକ୍ଟୋବରରେ ଏହି ସଂଖ୍ୟାରେ ବୃଦ୍ଧି ହୋଇ ଏକ କୋଟି 20 ଲକ୍ଷ ହୋଇ ଯାଇଛି । କଣ ଏହା ମଧ୍ୟ ଚାକରୀ ନ କରି ହୋଇଥିବ । କେହି ଏମିତି ହିଁ କରି ଦେଇଥିବ କି? ଆଉ ତେଣୁ ଆଉ ଏକ ପରିସଂଖ୍ୟାନ ମୁଁ ଦେବାକୁ ଚାହୁଁଛି । ପ୍ରତିବର୍ଷ ଆୟକର ରିଟର୍ଣ୍ଣ ଦାଖଲ କରିବା ସମୟରେ ଅଣ କର୍ପୋରେଟ ଆୟକରଦାତା ନିଜର ଆୟ ଯେଉଁ ଘୋଷଣା କରନ୍ତି । ସେମାନଙ୍କୁ ନିଜକୁ ଦରମା ମିଳି ନଥାଏ, କିନ୍ତୁ ଏହି ଲୋକମାନେ ନିଜ ପାଖରେ ଯେଉଁ ଲୋକଙ୍କୁ ନିଯୁକ୍ତି ଦେଇ ଥାଆନ୍ତି, ସେମାନଙ୍କୁ ଦରମା ଦିଅନ୍ତି । ବିଗତ ଚାରି ବର୍ଷରେ ଏଭଳି ପ୍ରାୟ ଛଅ ଲକ୍ଷ 35 ହଜାର ନୂତନ ବୃତ୍ତିଧାରୀ ଯୋଡ଼ି ହୋଇଛନ୍ତି । କଣ ଆପଣମାନଙ୍କୁ ଲାଗୁଛି କି ଜଣେ ଡାକ୍ତର ନିଜର କ୍ଲିନିକ୍ କିମ୍ବା ନର୍ସିଂହୋମ ଖୋଲିଥାଆନ୍ତି ତ କଣ ଆଉ କାହାକୁ କାମ ଦେଉ ନଥିବେ କି? କୌଣସି ଚାଟାର୍ଡ ଏକାଉଣ୍ଟାଣ୍ଟ ନିଜର ଅଫିସ ଖୋଲିଥିବେ ତ କଣ ଆଉ କାହାକୁ ରୋଜଗାର ଦେଉ ନଥିବେ କି? ଣ ଇଏ 1, 2 , 3 ଲୋକଙ୍କର କର୍ମଚାରୀ ରଖୁ ନଥିବେ କି? ଛଅ ଲକ୍ଷ 35 ହଜାର ବୃତ୍ତିଧାରୀ ଏବେ ସେମାନେ ଯେଉଁ ଲୋକମାନଙ୍କୁ କାମରେ ରଖିଥିବେ, ଆଉ ମୁଁ ପୁଣି କହିବି କି ଏହା ହେଉଛି ସଂଗଠିତ କ୍ଷେତ୍ରର ପରିସଂଖ୍ୟାନ ଯାହା କେବଳ 10 ପ୍ରତିଶତ ପ୍ରତିନିଧିତ୍ୱ କରିଥାଏ ସେହି ଆଧାରରେ ମୁଁ ଜଣାଇଛି ।

ଏବେ ମୁଁ ଆପଣମାନଙ୍କୁ ଟିକେ ଅସଂଗଠିତ କ୍ଷେତ୍ରର ପରିସଂଖ୍ୟାନ ଜଣାଉଛି । ଅସଂଗଠିତ କ୍ଷେତ୍ର ମଧ୍ୟରେ ରହିଛି ପରିବହନ କ୍ଷେତ୍ର, ଅସଂଗଠିତ ଯେଉଁ ଶ୍ରମିକ ରହିଛନ୍ତି ପରିବହନ କ୍ଷେତ୍ରରେ ସବୁଠାରୁ ଅଧିକ ରୋଜଗାରର ଅବସର ରହିଥାଏ । ବିଗତ ଚାରି ବର୍ଷ ମଧ୍ୟରେ ପ୍ରାୟ 36 ଲକ୍ଷ ବଡ଼ ଟ୍ରକ୍ କିମ୍ବା ବାଣିଜ୍ୟିକ ଯାନ ବିକ୍ରି ହୋଇଛି, ପ୍ରାୟ ଦେଢ଼ କୋଟି ଯାତ୍ରୀବାହୀ ଯାନ ବିକ୍ରି ହୋଇଛି ଏବଂ 27 ଲକ୍ଷରୁ ଅଧିକ ନୂତନ ଅଟୋ ବିକ୍ରି ହୋଇଛି । ଏସବୁ ଗାଡ଼ି ଯେଉଁମାନେ ମଧ୍ୟ କିଣିଛନ୍ତି, ଣ ସେମାନେ ତାକୁ ପାର୍କିଂ କରି ରଖିଛନ୍ତି କି? ଶୋଭା ବଢ଼ାଇବା ପାଇଁ ରଖିଛନ୍ତି କି? ଣ ସେଗୁଡ଼ିକୁ କେହି ଚଲେଇଲାବାଲା ଥିବେ କି? ସେମାନଙ୍କର କୌଣସି ଚାକିରୀ ହୋଇ ନଥିବ କି? ଣ ସେଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ କଣ କୌଣସି ପ୍ରକ୍ରିୟା କାର୍ଯ୍ୟ କରୁ ନଥିବ କି? ଏକ ଅନୁମାନ ରହିଛି କି ପରିବହନ କ୍ଷେତ୍ରରେ ହିଁ ଦେଶରେ ବିଗତ ସାଢ଼େ ଚାରି ବର୍ଷରେ ପ୍ରାୟତଃ ଏକ କୋଟି ପଚିଶ ଲକ୍ଷ ଲୋକଙ୍କୁ ନୂତନ ଅବସର ମିଳିଥିବ । ଏହିଭଳି ଭାବେ ହୋଟେଲ ଶିଳ୍ପ । ଯଦି ହୋଟେଲ ଶିଳ୍ପର କଥା ମୁଁ କହିବି ତ ଅନୁମତିପ୍ରାପ୍ତ ହୋଟେଲ ସଂଖ୍ୟାରେ 50 ପ୍ରତିଶତ ବୃଦ୍ଧି ହୋଇଛି । କଣ ଏହି ହୋଟେଲଗୁଡ଼ିକ ଖାଲି ପଡ଼ିଛି? କାହାକୁ ଚାକିରୀ ଦେଉ ନାହାଁନ୍ତି କି ସେମାନେ? ଏହି ଅନୁମାନ ଏହା ମଧ୍ୟ ହୋଇପାରେ କି ପର୍ଯ୍ୟଟନ କ୍ଷେତ୍ରରେ ପ୍ରାୟତଃ ଦେଢ଼ କୋଟି ନୂତନ ରୋଜଗାର ସୃଷ୍ଟି ହୋଇଛି ।

ଦେଶରେ ଟ୍ୟାକ୍ସି ଏଗ୍ରିଗେଟର ସର୍ଭିସର ଏତେ ସଂପ୍ରସାରଣ ହେଉଛି, କିନ୍ତୁ ବିପକ୍ଷରେ ଥିବା ମୋର ସାଥୀମାନଙ୍କୁ ଏହା ଲାଗୁଛି କି ସମସ୍ତ ଆପ୍ ଆଧାରିତ କମ୍ପାନୀଗୁଡ଼ିକ ଏହା କରୁଛି । ଏହା ଆପ୍ ଆଧାରିତ କରୁଛି, ଣ ଡ୍ରାଇଭର ବିନା କୌଣସି କାର୍ ଚାଲୁଛି କି? ଆପ୍ ଆଧାରିତ ମୋଟରଚାଳନା ହେଉଛି କି, ଡ୍ରାଇଭର ବିନା କୌଣସି କାର୍ ଅଛି କି? ସେଥିରେ ମଧ୍ୟ କେହି ନା କେହି ଗାଡ଼ି ଚଲାଏ । ତାହାର ମଧ୍ୟ କୌଣସି ନା କୌଣସି ରୋଜଗାର ଥାଏ । ମୁଦ୍ରା ଯୋଜନା ଅଧୀନରେ ପ୍ରଥମ ଥର ଋଣ ପାଇଥିବା ଲୋକଙ୍କ ସଂଖ୍ୟା ଚାରି କୋଟି ପଚିଶ ଲକ୍ଷରୁ ହେଉଛି ଅଧିକ । ପ୍ରଥମ ଥର ଅର୍ଥାତ ଏହି ଚାରି କୋଟି ପଚିଶ ଲକ୍ଷ ଲୋକମାନେ ନିଜର କାମ ଆରମ୍ଭ କରିଛନ୍ତି, କିନ୍ତୁ ଏହି ଲୋକମାନେ ରୋଜଗାର ଡାଟା ମଧ୍ୟରେ ନାହାଁନ୍ତି ଏହିଭଳି ଭାବେ ଆମ ସରକାରଙ୍କ ସମୟରେ ଦୁଇ ଲକ୍ଷରୁ ଅଧିକ ନୂତନ ସାଧାରଣ ସେବା କେନ୍ଦ୍ର ଦେଶର ଗ୍ରାମୀଣ ଅଂଚଳରେ ଖୋଲା ଯାଇଛି । କଣ ଏହି କାରଣରୁ ମଧ୍ୟ କୌଣସି ଲୋକଙ୍କୁ ମଧ୍ୟ ଚାକିରୀ ମିଳି ନଥିବ କି? ଗୋଟିଏ ସମୟ ଥିଲା, ଏସଟିଡ଼ିର ବୁଥ୍ ହେଉଥିଲା ଆଉ ସଂସଦରେ ତାହାକୁ ରୋଜଗାରର ପରିସଂଖ୍ୟାନ ରୂପେ କୁହାଯାଉଥିଲା ଆଜି ଦୁଇ ଲକ୍ଷ ସାଧାରଣ ସେବା କେନ୍ଦ୍ର ଏବଂ ପ୍ରାୟ 18-20 ଘଂଟା କାମ କରନ୍ତି, ଗୋଟିଏ ଗୋଟିଏ ସାଧାରଣ ସେବା କେନ୍ଦ୍ରରେ 3-3, 5-5 ଯୁବକ କାମ କରିବାକୁ ଲାଗିଛନ୍ତି ଆଉ ସାଧାରଣ ସେବା ପ୍ରଦାନ କରୁଛନ୍ତି ।

ସେହି ପ୍ରକାରରେ ଦେଶରେ ଦୁଇଗୁଣ ଗତିରେ ରାଜପଥ ନିର୍ମାଣ ହେଉଛି, ନୂତନ ବିମାନବନ୍ଦର ନିର୍ମାଣ ହେଉଛି, ରେଳ ଷ୍ଟେସନଗୁଡିକର ଆଧୁନିକୀକରଣ ହେଉଛି । କୋଟି- କୋଟି ନୂତନ ଘର ନିର୍ମାଣ ହେଉଛି । କଣ ଏହା ମଧ୍ୟ କାହାକୁ ରୋଜଗାରର ନୂତନ ଅବସର ଦେଇ ନଥାଏ କି? ଆମ ଦେଶର ଯୁବକ ଆଜି ନିଜ ବଳରେ ଠିଆ ହୋଇଛି । ସ୍କିଲ ଇଣ୍ଡିଆ, ଷ୍ଟାର୍ଟ ଅପ୍ ଇଣ୍ଡିଆ, ଷ୍ଟାଣ୍ଡ ଅପ୍ ଇଣ୍ଡିଆ, ମୁଦ୍ରା ଯୋଜନା ଏହି ସ୍ୱରୋଜଗାର ହେଉଛି ଏଭଳି ସୁଦୃଢ଼ ପଦକ୍ଷେପ ଯାହା ଦେଶରେ…

ଅଧ୍ୟକ୍ଷା ମହୋଦୟ, ଆମ ଦେଶର ଯୁବକ, ଆମ ଦେଶର ଭବିଷ୍ୟତ ସହିତ ସିଧାସିଧା ଯୋଡ଼ି ହୋଇଛନ୍ତି, କିନ୍ତୁ ଏହା ସହିତ ଆମ ଦେଶର କୃଷକ, ତାଙ୍କର ଚିନ୍ତା ମଧ୍ୟ ଯେଉଁଭଳି ଭାବେ କରାଯାଇଛି, ଟିକେ ବଜେଟ ଦେଖିନିଅନ୍ତୁ । ଆପଣଙ୍କ ସମୟରେ କେତେ ବଜେଟ ଖର୍ଚ୍ଚ ହେଉଥିଲା, ଆମ ସମୟରେ କେତେ ଖର୍ଚ୍ଚ ହେଉଛି । ଆପଣ ଏମଏସପିରେ କେତେ ପଇସା ଲଗାଉଥିଲେ, ଆମେ ଏମଏସପିରେ କେତେ ପଇସା ଲଗାଉଛୁ । ଆପଣ ଦେଖିନିଅନ୍ତୁ, ଯେତେବେଳେ ଆପଣଙ୍କର ସରକାର ଥିଲା, ଏମଏସପିରେ କେତେ ଖରିଦ କରୁଥିଲା, ଆଉ ଆଜି ଭାରତୀୟ ଜନତା ପାର୍ଟି ଏମଏସପିରେ କେତେ ଖରିଦ କରୁଛି । ଟିକେ ଦୟାକରି ପରିସଂଖ୍ୟାନ ଦେଖିବେ ତ ଆପଣଙ୍କୁ ଲାଗିବ କି କୃଷକମାନଙ୍କ ପାଇଁ କିଭଳି କାର୍ଯ୍ୟ ହେଉଛି 55 ବର୍ଷ କ୍ଷମତା ଭୋଗ କରି ରହିଲେ, 55 ମାସର ସେବାଭାବ, ଏହା ଆପଣଙ୍କୁ କୃଷକମାନଙ୍କ ସେବାରେ ମଧ୍ୟ ସଂପୂର୍ଣ୍ଣ ଭାବେ ଦୃଷ୍ଟିଗୋଚର ହେବ । ଆଉ ଆପଣମାନେ 10 ବର୍ଷରେ ନିର୍ବାଚନକୁ ଧ୍ୟାନରେ ରଖି ଗୋଟିଏ ଋଣ ଛାଡ଼ର ଚକ୍ର ତିଆରି କରିଦେଲେ । ଏଠାରେ ଆପଣ ନିଜର ଖେଳ ଆରମ୍ଭ କଲେ, 10 ବର୍ଷ ଧରି ପବନରେ କଥା କହିଚାଲ ଆଉ ଆଖିରେ ଧୂଳି ପକାଇ ଚାଲ, ପୁଣି ନିଜର ଭୋଟ ଗୋଟାଇବା ପାଇଁ ପ୍ରୟାସ କର । ଏହା ହେଉଛି ଆପଣଙ୍କର 10 ବାର୍ଷିକ ଯୋଜନା ।

2009ର ନିର୍ବାଚନ ଜିତିବା ପାଇଁ ଆପଣମାନେ ଋଣ ଛାଡ଼ର ଘୋଷଣା କଲେ । କୃଷକମାନଙ୍କର ଋଣ ଛଅ ଲକ୍ଷ କୋଟି ଟଙ୍କା ଥିଲା ମାନନୀୟ ଅଧ୍ୟକ୍ଷା ମହାଶୟା, ଛଅ ଲକ୍ଷ କୋଟି ଟଙ୍କା, ସେମାନେ ଏତେ ବଡ଼ ଭିଡ଼ାଓଟରା, ହୋ-ହାଲ୍ଲା କଲେ ଆଉ ତାଙ୍କ ସ୍ଥିତିରେ ସେମାନଙ୍କୁ କେହି ପ୍ରଶ୍ନ ପଚାରୁ ନଥିଲେ । ତେଣୁ ସେମାନେ ମଧ୍ୟ ଗାଇବା ବଜାଇବା ଆରମ୍ଭ କରି ଦେଉଥିଲେ । ଛଅ ଲକ୍ଷ କୋଟି ଟଙ୍କାର ଋଣ ଥିଲା ଆଉ ଆପଣମାନେ କେତେ କଲେ, 52  ହଜାର କୋଟି । ଏହା କରିଛନ୍ତି । ଆଉ ଏହା କେଉଁମାନଙ୍କ ପାଖକୁ ଯାଇଥାଏ? ବ୍ୟାଙ୍କରେ ଯେଉଁ ବଡ଼ ବଡ଼ ଲୋକଙ୍କଠାରୁ ଅର୍ଥ ନିଆଯାଉଥିଲା, ସେମାନଙ୍କ ପାଖକୁ ଯାଉଥିଲା । ଯେଉଁମାନେ ଗରିବ କୃଷକ ଅଛନ୍ତି, ସେମାନଙ୍କୁ ତ ବିଚରା କିଛି ଆବଶ୍ୟକତା ଅଛି ସେମାନଙ୍କୁ ତ ସାହୁକାରଙ୍କ ପାଖକୁ ଯିବାକୁ ପଡ଼ୁଛି, ସେମାନେ ସୁଧରେ ମରି ଯାଉଛନ୍ତି, କିନ୍ତୁ ଆପଣମାନଙ୍କୁ ସେମାନଙ୍କ ବିଷୟରେ କୌଣସି ଚିନ୍ତା ନଥିଲା । ଆଉ ସେହି ସମୟରେ ଯେଉଁ ସିଏଜିର ରିପୋର୍ଟ ଅଛି, ଏହି ସଦନରେ ରଖାଯାଇଛି । କିନ୍ତୁ ସେହି ସମୟରେ ଏତେ ବଡ଼ ବଡ଼ ଭ୍ରଷ୍ଟାଚାରର କାରବାର ଚାଲୁଥିଲା କି ବହୁତଗୁଡିଏ କଥା ଉପରେ ଧ୍ୟାନ ହିଁ ଯାଉ ନଥିଲା । 2-ଜି ଚାଲୁଥିଲା, କୋଇଲା ଚାଲୁଥିଲା, ସ୍ପେକ୍ଟ୍ରମ… ଜଣା ନାହିଁ କେତେ କଣ ଚାଲୁଥିଲା ଆଉ କିଭଳି ଲୋକ ଚଲାଉଥିଲେ, ସେମାନେ କେଉଁ କେଉଁ ସମୟରେ ଚଲାଉଥିଲେ । କିନ୍ତୁ ସେହି ସମୟର ସିଏଜି ରିପୋର୍ଟରେ ଅଛି କି ସେହି ସମୟରେ 52  ହଜାର କୋଟି ମଧ୍ୟରେ 35 ଲକ୍ଷ ଲୋକ ଏଭଳି ମିଳିଥିଲେ ଯେଉଁମାନେ ଏହାର ହକଦାର୍ ନଥିଲେ, କିନ୍ତୁ ସେମାନେ ଅର୍ଥ ନେଉଥିଲେ । ଏଥିରେ ମଧ୍ୟ ଦଲାଲୀ, ଏଥିରେ ମଧ୍ୟ ଖେଳ ଆଉ ଏତିକି ହିଁ ନୁହେଁ, ଆମେ ଯେତେବେଳେ ଏହି ଯୋଜନାକୁ ଆଣିଲୁ ତ ଆମର ସ୍ପଷ୍ଟମତ ଥିଲା କି ଆମେ ପୁଣି କେମିତି ଯିବୁ । କୃଷକମାନଙ୍କ ପାଇଁ ଆମରି ଚିନ୍ତାଧାରା କଣ ରହିଥିଲା । ଆମର ହଜାର ହଜାର କୋଟି ଟଙ୍କା, ଆମେ ମଧ୍ୟ ଋଣ ଛାଡ଼ ରାସ୍ତାରେ ଯାଇ ପାରି ଥାଆନ୍ତୁ । କିନ୍ତୁ କୃଷକଙ୍କ ସଶକ୍ତିକରଣ ସେମାନଙ୍କ ସମସ୍ୟାର ଉପଯୁକ୍ତ ସମାଧାନ 99 ଜଳସେଚନ ଯୋଜନା, ଆଜି ଆପଣମାନଙ୍କୁ ପ୍ରଧାନମନ୍ତ୍ରୀ ସିଁଚାଇ ଯୋଜନାକୁ ନେଇ କଷ୍ଟ ଲାଗୁଛି । 99 ଜଳସେଚନ ଯୋଜନା, ଯାହା କୌଣସି ସମୟରେ ମୁଁ କହିଲି ନେହେରୁ ମହାଶୟ ଆମର ଏଠାରେ ଏହି ପଥର ପୋତିଥିଲେ ବା ଶିଳାନ୍ୟାସ କରିଥିଲେ, ମୁଁ ଯାଇକରି ତାହାକୁ ଉଦ୍ଘାଟନ କଲି । 99ଟି ଏହିଭଳି ଯୋଜନାଗୁଡ଼ିକ ଯାହା ଅଟକି ପଡ଼ି ରହିଥିଲା, ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରି ସେହି ଯୋଜନାଗୁଡ଼ିକୁ ସଂପୂର୍ଣ୍ଣ କରିବାର କାର୍ଯ୍ୟ ଆମେ କରିଛୁ । ଆମେ ନୂତନ ବୃହତ (ମେଗା) ଫୁଡ଼୍ ପାର୍କ, ନୂତନ ଶୀତଳଭଣ୍ଡାରକୁ ଶକ୍ତି ଦେଇଛୁ । ଆମର 22  ହଜାର ଗ୍ରାମୀଣ ହାଟ ନିର୍ମାଣ କରିବା ଦିଗରେ କାମ ବହୁତ ଦ୍ରୁତ ଗତିରେ ଆଗକୁ ବଢ଼ି ଚାଲିଛି । ଆମେ ଇ-ନାମ ମାଧ୍ୟମରେ ଅନଲାଇନରେ କୃଷକଙ୍କୁ ନିଜ ସାମଗ୍ରୀ ବିକ୍ରି କରାଇବାର ସୁଯୋଗ ଉପଲବ୍ଧ କରାଇଛୁ । ଫଳରେ କୃଷକକୁ ନିଜ ଫସଲର ସଂପୂର୍ଣ୍ଣ ଦାମ ମିଳିପାରୁଛି

ମାନନୀୟ ଅଧ୍ୟକ୍ଷା ମହୋଦୟ, ଆମେ ଏହି ଯୋଜନାରେ କୃଷକଙ୍କ ପାଇଁ ଚଳିତ ବଜେଟରେ ବାର୍ଷିକ 6 ହଜାର ଟଙ୍କା ସହାୟତା ଭାବେ ଦେବା ପାଇଁ ସ୍ଥିର କରିଛୁ । ଏହି ନିଷ୍ପତ୍ତି ଆଗାମୀ ସମୟରେ ସୁଦୂର ପ୍ରସାରୀ ପରିଣାମ ଦେବ । 12 କୋଟି କୃଷକ ଏହାର ହିତାଧିକାରୀ ହେବେ । ଆପଣଙ୍କର ଏ ପର୍ଯ୍ୟନ୍ତ ଯୋଜନାଗୁଡ଼ିକ ଏକ କୋଟି, ଦେଢ଼ କୋଟି, ଦୁଇ କୋଟିରେ କୃଷକଙ୍କ ପର୍ଯ୍ୟନ୍ତ ସୀମିତ ଥିଲା । ତାହା ପୁଣି କିଛି ଲୋକଙ୍କ ପାଇଁ ନିର୍ଦ୍ଧିଷ୍ଟ ଥିଲା । ଏକ ଏକର ଜମିବାଲା, ଦୁଇ ଏକର ଭୂମି ଥିବା କୃଷକଙ୍କ ପର୍ଯ୍ୟନ୍ତ କେବେ ପହଂଚୁ ନଥିଲା । ଏହି ଯୋଜନା ଏଭଳି ଏକ ଯୋଜନା ଯାହା ଏକ ଏକର, ଦୁଇ ଏକର, କ୍ଷୁଦ୍ର ଚାଷୀ…ଆଉ ଏହି ଦେଶର 85 ପ୍ରତିଶତ କୃଷକଙ୍କ ପାଇଁ ଏହା ଉଦ୍ଦିଷ୍ଟ । ଏମାନଙ୍କୁ ଏହି ଲାଭ ମିଳିବ । ଆଉ ପ୍ରାୟ 12  କୋଟି କୃଷକଙ୍କୁ ସିଧା ସଳଖ ଲାଭ ସେମାନଙ୍କ ବ୍ୟାଙ୍କ ଖାତାକୁ ଯିବ, କେହି ଦଲାଲ ରହିବେ ନାହିଁ ମୁଁ ଆଶ୍ଚର୍ଯ୍ୟ ହେଉଛି କିଛି ରାଜ୍ୟ ଖୁବ ଛାତି ଦେଖାଇ କହୁଛନ୍ତି । ଆମେ ମୋଦୀଙ୍କର ଏହି କୃଷକ ଯୋଜନାକୁ ଗ୍ରହଣ କରିବୁ ନାହିଁ । ଆରେ ଟିକେ ସେଠାକାର କୃଷକଙ୍କୁ ତ ଟିକେ ପଚାର ଭାଇ, 6 ହଜାର ଟଙ୍କା ନେବାର ଅଛି ନା ନେବାର ନାହିଁ? ଆପଣମାନଙ୍କୁ ତ ଏକ ଟଙ୍କା ଦେବାର ନାହିଁ । ସିଧା ନିଷ୍ପତ୍ତିର କଥା । କିନ୍ତୁ ରାଜନୀତିରେ କିଛି ଲୋକଙ୍କୁ ପାଗଳପଣ ଏପରି ହୋଇ ଯାଇଥାଏ, ଘୋଷଣା କରି ଦେଇଥାଆନ୍ତି ଏହି ଯୋଜନାର ଲାଭ ନେବାର ନାହିଁ । ଆରେ ନିଜର କୃଷକମାନଙ୍କର କଥା ଚିନ୍ତାକର । ଆୟୂଷ୍ମାନ ଆମେ ନେବୁ ନାହିଁ । ଆରେ ସେଠାରେ ନିଜର ଗରିବଙ୍କ କଥା ଚିନ୍ତା କର । ଏହି ରାଜନୀତି ଚାଲୁ ରହିବ । ଏହି ଖେଳ କରିବା ବନ୍ଦ କର । ଆଉ ନିଜ ଗରିବ କୃଷକଙ୍କ କଥା ଚିନ୍ତାକର ।

କୃଷକ, ସାହୁକାରଙ୍କ ଠାରୁ ଋଣ ନେଉଥିବା କ୍ଷୁଦ୍ର ଚାଷୀଙ୍କର କେବେ ଋଣ ଛାଡ଼ ହୋଇ ନଥାଏ । ମୁଁ ଟିକେ କର୍ଣ୍ଣାଟକର ଉଦାହରଣ ଦେବାକୁ ଚାହୁଁଛି । ଆଉ ଆପଣ ହେଉଛନ୍ତି କର୍ଣ୍ଣାଟକର । ଏବେ ଆପଣଙ୍କର ଆଉ କୃଷକଙ୍କର ନେତା ଏଠାରେ ବସିଛନ୍ତି ଆମର ଆଦରଣୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ା ମହୋଦୟ, ଆପଣ ହେଉଛନ୍ତି ଜଣେ କୃଷକଙ୍କ ସୂତ୍ରଧର ଭାବେ ଏହା ସଦା ସର୍ବଦା ଲୋକଙ୍କୁ କହି ଚାଲିଛନ୍ତି । ଆପଣଙ୍କ ସରକାର… ଆପଣଙ୍କ ସରକାର, ଆପଣ ବଡ଼ ଘୋଷଣା କରିଥିଲେ ଆଉ ଆମକୁ କହୁଛନ୍ତି କି ଘୋଷଣାଗୁଡ଼ିକ କରି ମୋଦୀ ଭୋଟ ନେଇଗଲେ । ଆପଣ କର୍ଣ୍ଣାଟକରେ କୃଷକମାନଙ୍କର ଋଣ ଛାଡ଼ କରିବାକୁ କହିଥିଲେ । ଏହାର ହିତାଧିକାରୀ ହେଉଛନ୍ତି 43 ଲକ୍ଷ । କର୍ଣ୍ଣାଟକ ସରକାରଙ୍କର ରେକର୍ଡ ଅନୁସାରେ 43 ଲକ୍ଷ ହିତାଧିକାରୀ ଅଛନ୍ତି ଆଉ ଏ ପର୍ଯ୍ୟନ୍ତ କେବଳ 60 ହଜାର ଲୋକଙ୍କୁ କେବଳ ଲାଭ ମିଳିଛି । ଏହା ମୁଁ ଆପଣଙ୍କ ସରକାରଙ୍କ କଥା କହୁଛି । ଆପଣ 43 ଲକ୍ଷରୁ 60 ହଜାର, ଆଉ ଆପଣ ଦୁନିଆକୁ ଋଣ ଛାଡ଼ ବିଷୟରେ କହି ଚାଲିଛନ୍ତି । 10 ଦିନରେ ଋଣ ଛାଡ । ରାଜସ୍ଥାନ ଏବଂ ମଧ୍ୟପ୍ରଦେଶକୁ ଯାଇକରି ଆସନ୍ତୁ, ସେଠାରେ ଏ ପର୍ଯ୍ୟନ୍ତ ତ କାଗଜରେ ଚିଠିଟିଏ ପ୍ରସ୍ତୁତ ହୋଇ ପାରୁ ନାହିଁ । 10 ଦିନରେ ଆପଣ ବଡ଼ ବଡ଼ କଥା କହୁଥିଲେ, ଆଉ ମୁଁ କହୁଛି ଆପଣଙ୍କର 10 ବର୍ଷର ଆପଣଙ୍କ ଖେଳ… 10 ବର୍ଷର ଖେଳରେ ଆପଣ ଥରେ ମାତ୍ର 50-60 ହଜାର କୋଟି ଟଙ୍କାର ଋଣ ଛାଡ଼ କରୁଛନ୍ତି, 10 ବର୍ଷରେ ଥରେ ଆଉ ଉପରେ ଥିବା ଯେଉଁ 2-3 କୋଟି କୃଷକ ଅଛନ୍ତି, ସେଠାରେ ସେମାନଙ୍କ ହିତାଧିକାରୀ ଅଛନ୍ତି କିନ୍ତୁ ପହଂଚିପାରୁ ନାହିଁ ।       

ଆମର ଯୋଜନା ରହିଛି, ପ୍ରତିବର୍ଷ 10 ବର୍ଷର ହିସାବ ମୁଁ ଲଗାଇବି ତ କୃଷକଙ୍କ ଖାତାରେ ସାଢ଼େ ସାତ ଲକ୍ଷ କୋଟି ଟଙ୍କା ଜମା ହେବ । କେଉଁଠି 50 -52 ହଜାରର ଖେଳ ଆଉ କେଉଁଠି ସାଢ଼େ ସାତ ଲକ୍ଷ କୋଟି ଟଙ୍କା ଦେଶର କୃଷକଙ୍କ ହାତକୁ ଯିବ । ଏତିକି ହିଁ ନୁହେଁ ଆମେ ଏହି ବଜେଟରେ ରାଷ୍ଟ୍ରୀୟ କାମଧେନୁ ଆୟୋଗ, ମାଛଚାଷ କରୁଥିବା କୃଷକମାନଙ୍କ ପାଇଁ ମଧ୍ୟ ଆମେ ବିଶେଷ ବ୍ୟବସ୍ଥା କରିଛୁ । ଯେଉଁ କିଷାନ କ୍ରେଡିଟ୍ କାର୍ଡର ସୁବିଧା କୃଷକମାନଙ୍କୁ ମିଳୁଥିଲା, ତାହା ପାଶୁପାଳନକୁ ମଧ୍ୟ ଏବଂ ମାଛଚାଷ କରୁଥିବା ଲୋକଙ୍କୁ ମଧ୍ୟ ମିଳିବ, ଏହାର ଲାଭ ମିଳିବ । ଆମେ ସେହି ଲୋକମାନଙ୍କ ବିଷୟରେ ଚିନ୍ତା କଲୁ, ଏକ ସମ୍ବେଦନଶୀଳ ସରକାର କିଭଳି କାମ କରିଥାଏ । ଆପଣ କହିବେ ଆମ ସମୟରେ ମଧ୍ୟ ଥିଲା, ଭାଇ ସବୁକିଛି ଆପଣଙ୍କ ସମୟରେ ଥିଲା, ଆଉ ମୋତେ ତ ଲାଗୁଛି  ଏହା ଆପଣ କରିଛନ୍ତି ଏହା କହି ମୋର ସମସ୍ତ ଶକ୍ତି ଯାଉଛି । କାରଣ ଆପଣ ଏମିତି ଏମିତି ହାତ ମାରି ଛାଡ଼ି ଦେଇଛନ୍ତି କି ଏହାକୁ ପୂରା କରିବାକୁ ପଡ଼ୁଛି । ଏବେ କିନ୍ତୁ ମୁଁ ତାହାକୁ ଖୁସିର ସହିତ ସଂପୂର୍ଣ୍ଣ କରିବି ।

ଆପଣ ମୋତେ କୁହନ୍ତୁ ଟୀକାକରଣ ମୋଦୀ ଆସିବା ପରେ ଆସିଛି କି, ଟୀକାକରଣ ପୂର୍ବରୁ ମଧ୍ୟ ଥିଲା, କିନ୍ତୁ ଟୀକାକରଣ ହେବା ଦରକାର । ସେହି ପିଲାମାନଙ୍କୁ, ସେହି ମାଆକୁ ଲାଭ ମିଳିବା ଉଚିତ… ସେହି କାମ ହେଉ ନଥିଲା । ଆମର ଗରିବ, ଆଦିବାସୀ, ଦଳିତ, ପୀଡିତ, ଶୋଷିତ, ବଂଚିତ ବଳକା ରହି ଯାଉଥିଲେ । ଆମେ ସ୍ୱତନ୍ତ୍ର ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମ ଚଲାଇଲୁ ଆଉ ଆମେ ଟୀକାକରଣର ପରିସର ବୃଦ୍ଧି କରିଦେଲୁ ଏବଂ ସଫଳତା ପୂର୍ବକ ଆଗକୁ ବଢ଼ାଇଛୁ । ଟୀକାକରଣ ଆପଣଙ୍କ ସମୟରେ ମଧ୍ୟ ଥିଲା, କିନ୍ତୁ ତାହା କେତେ ଜଣଙ୍କର ଟୀକା ପାଇଁ ରହିଯାଉଥିଲା, ଗରିବଙ୍କ ଘର ପର୍ଯ୍ୟନ୍ତ ସେହି ଟୀକା ପହଂଚି ପାରୁ ନଥିଲା । ଏହି କାର୍ଯ୍ୟକୁ ଆମେ କରି ଦେଖାଇ ଦେଇଛୁ ।

ଅଧାରୁ ପାଠ ଛାଡ଼ୁଥିବା ବାଲାଙ୍କ କୌଶଳ ବିକାଶର କାର୍ଯ୍ୟ, ସ୍ୱରୋଜଗାରର କାର୍ଯ୍ୟ ସେଥିପାଇଁ କୌଶଳ ବିକାଶର ଏକ ବଡ଼ ଅଭିଯାନ ଆମେ ଚଳାଇଛୁ । ଆମ ଦକ୍ଷତା ବିକାଶ ଅଭିଯାନ ଅଧୀନରେ ଲକ୍ଷ ଲକ୍ଷ ଯୁବକମାନଙ୍କୁ ପ୍ରଶିକ୍ଷଣ ଦେଇଛୁ । ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା । କମ୍ୟୁନିଷ୍ଟ ପାର୍ଟିର ଲୋକମାନଙ୍କର ଅନେକ ବର୍ଷର ଦାବି ରହିଥିଲା, ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ, 40 -42 କୋଟି ଅସଂଗଠିତ କ୍ଷେତ୍ରର ଶ୍ରମିକ ଅଛନ୍ତି, ପ୍ରଥମଥର ପାଇଁ ଆମେ ସେଥିରେ ହାତ ଲଗାଇଲୁ ଆଉ ଆମେ 3 ହଜାର ଟଙ୍କାର ପେନସନର  ବ୍ୟବସ୍ଥା ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ନେଇକରି ଆସିଛୁ । ମୁଁ ମାନୁଛି ହିନ୍ଦୁସ୍ଥାନର କମ୍ୟୁନିଷ୍ଟ ପାର୍ଟି ଯାହା ଚିନ୍ତା କରୁଥିଲା ତାହା କରି ପାରି ନ ଥିଲା, ସେହି କାର୍ଯ୍ୟ ଆମେ କରି ପାରିଛୁ । ଆଉ ଏଥିପାଇଁ ଗୋଟିଏ କାର୍ଯ୍ୟ ଆମ ଦେଶରେ ମତ୍ସ୍ୟଜୀବୀଙ୍କ ଗୋଟିଏ ଦାବି ରହୁଥିଲା କି ଆମ ପାଇଁ ଭିନ୍ନ ମନ୍ତ୍ରଣାଳୟ ହେବା ଦରକାର, ଆମ ସରକାର ଚଳିତ ଥର ବଜେଟରେ କହିଛନ୍ତି କି ମତ୍ସ୍ୟଜୀବୀ ଓ ମାଛଚାଷୀଙ୍କ ପାଇଁ ଏକ ଭିନ୍ନ ମନ୍ତ୍ରଣାଳୟ ବ୍ୟବସ୍ଥା କରାଯିବ । ସେହିପରି ବ୍ୟବସାୟୀମାନେ, ଦେଶର କାର୍ଯ୍ୟକଳାପରେ, ଆର୍ଥିକ ବିକାଶର କାର୍ଯ୍ୟକଳାପରେ ବ୍ୟବସାୟୀଙ୍କର ଭୂମିକା ରହିଛି । କିନ୍ତୁ ସେମାନଙ୍କ ପାଇଁ କୌଣସି ମାଲିକ ନାହାଁନ୍ତି, କେହି ଚିନ୍ତା କରିବା ଭଳି ଲୋକ ନଥିଲେ । ସରକାର ଆମର ଯେଉଁ ବିଭାଗ ଅଛି, ସେଥିରେ ପରିବର୍ତ୍ତନ କରି ଡିଆଇପିପିକୁ ଶିଳ୍ପପ୍ରସାର ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ ସହିତ ଯୋଡ଼ି ଦେଇଛନ୍ତି ଫଳରେ ବ୍ୟବସାୟୀଙ୍କ ଦେଖାରଖା କରୁଥିବା ଭାରତ ସରକାରରେ ମଧ୍ୟ ଏକ ବିଭାଗ ହେବା ଉଚିତ ।

ଯାଯାବର ସମୁଦାୟ… ଏହା କେହି ମୋ ଆସିବା ପରେ ଯାଯାବର ହୋଇ ରହିଲେ ନାହିଁ ଯେଉଁମାନେ କି ଶତାବ୍ଦୀ ଶତାବ୍ଦୀ ଧରି ରହିଥିଲେ, ଆପଣଙ୍କ ସରକାର ବେଳେ ଥିଲେ, ଆପଣ ତ ଗରିବଙ୍କ ସ୍ଳୋଗାନ ଲଗାଉଥିଲେ କିନ୍ତୁ ଯାଯାବର ସମୁଦାୟଙ୍କ ପାଇଁ ସାପ-ସାପୁଆ କେଳା ଭଳି ଲୋକ ଅଛନ୍ତି, ସେମାନଙ୍କୁ ଆପଣ ବିଦେଶୀ ଅତିଥିଙ୍କୁ ଦେଖାଇବା ପାଇଁ ସାପୁଆକେଳାଙ୍କୁ ବସାଇ ଦେଉଥିଲେ କିନ୍ତୁ ସେମାନଙ୍କ ବିଷୟରେ ଚିନ୍ତା କରିବାକୁ ଆପଣଙ୍କୁ ସମୟ ମିଳୁ ନଥିଲା । ଆମେ ପ୍ରଥମ ଥର ଯାଯାବର ସମୁଦାୟଙ୍କ କଲ୍ୟାଣ ପାଇଁ ଏକ ବୋର୍ଡ ଗଠନ କରିବାର ନିଷ୍ପତ୍ତି କରିଛୁ । ଫଳରେ ଯୋଜନାଗୁଡିକର ଲାଭ ସମାଜର ସେହି ବର୍ଗକୁ ମିଳିବ ଆଉ ମୋର ଅନୁଭବ ଅଛି…ମୁଁ ଯେତେବେଳେ ଗୁଜରାଟରେ ଥିଲି । ମୁଁ ଯାଯାବର ସମୁଦାୟର ଲୋକଙ୍କ ପାଇଁ ଘର ନିର୍ମାଣ ପାଇଁ କାର୍ଯ୍ୟ କରୁଥିଲି । ମୋର ଇଚ୍ଛା ଥିଲା ସେମାନଙ୍କର ପିଲା ପାଠ ପଢ଼ନ୍ତୁ… ତ ସେମାନେ କହୁଥିଲେ କି ସାହେବ ଆମର ତ ଘର ନାହିଁ ଆମେ କେଉଁଠାରେ ରହିବୁ… ଆମେ କେଉଁଠାକୁ ଯିବୁ । ମୁଁ ଯେତେବେଳେ ସେମାନଙ୍କୁ ଘର ଦେଲି, ଆଜି ମୁଁ ଗର୍ବର ସହିତ କହୁଛି ତାଙ୍କ ପିଲା କମ୍ପ୍ୟୁଟର ଚଳାଉଛନ୍ତି ଆଉ ବଡ଼ ଆରାମରେ ଜୀବନ ଜୀଉଁଛନ୍ତି । ଯଦି ଏହି ସମାଜରେ ଶକ୍ତି ଅଛି ସେହି ସମାଜର ମଙ୍ଗଳ ପାଇଁ ଆମେ କାର୍ଯ୍ୟ କରିପାରିବା ତ ଆମେ କାମ କରି ଦେଖାଇବା ।

ଅଧ୍ୟକ୍ଷା ମହୋଦୟ ଆଜ୍ଞା, ବିଦେଶ ସଂପର୍କ ସମ୍ବନ୍ଧରେ ଆମ ସୁଷମା ଜୀ ଅନେକ ଥର ଅନେକ କଥା କହି ସାରିଛନ୍ତି, ଏଥିପାଇଁ  ମୁଁ ତାହାକୁ ବିସ୍ତାର ଭାବେ କହିବାକୁ ଚାହୁଁନାହିଁ । କିନ୍ତୁ ଗୋଟିଏ କଥା ଠିକ୍ ଅଛି, ନିଶ୍ଚିତ ଅଛି କି ଆଜି ବିଶ୍ୱ ମଂଚରେ ଭାରତର କଥା ଶୁଣା ଯାଉଛି । କୌଣସି ବିଷୟରେ ଭାରତ କଣ ଭାବିବ ଏହା ଆଜି ଦୁନିଆକୁ ପ୍ରଥମେ ଭାବିବାକୁ ପଡୁଛି । ଆଜି ବିଶ୍ୱରେ କୌଣସି ନିଷ୍ପତ୍ତି ହେଉଛି ତ ନିଷ୍ପତ୍ତି ପୁର୍ବରୁ, ଆପଣ ପ୍ୟାରିସ ବୁଝାମଣା ଦେଖି ନିଅନ୍ତୁ, ପ୍ୟାରିସ ବୁଝାମଣା ଚୁଡାନ୍ତ ହେବା ପୂର୍ବରୁ କ୍ରମାଗତ ଭାବେ ଦୁନିଆର ବଡ଼-ବଡ଼ ବିଶିଷ୍ଟ ବ୍ୟକ୍ତି ଟେଲିଫୋନରେ ଭାରତ ସହିତ କଥା ହେଉଥିଲେ, କି ଏହି କଥା ଅବା ଶବ୍ଦ ରଖିବା ନା ନାହିଁ । ଅର୍ଥାତ ଆଜି ଭାରତ ନିଜ ସ୍ଥାନ ସୃଷ୍ଟି କରି ନେଇଛି, ଆଉ ପାଲେଷ୍ଟାଇନ ଏବଂ ଇସ୍ରାଏଲ ମଧ୍ୟରେ ବିବାଦ ରହିଛି କିନ୍ତୁ ପାଲେଷ୍ଟାଇନ ଏବଂ ଇସ୍ରାଏଲ ଉଭୟ ଆମର ବନ୍ଧୁ ହୋଇପାରିବେ । ସାଉଦୀ ଆରବ ଏବଂ ଇରାନ ମଧ୍ୟରେ ବିବାଦ ଥିବ, କିନ୍ତୁ ସାଉଦୀ ଆରବ ଏବଂ ଇରାନ ଉଭୟ ଆମର ବନ୍ଧୁ ହୋଇପାରିବେ । ଆମେ ଏହି ସରକାର ମାଧ୍ୟମରେ ଆଜି ସାରା ଦୁନିଆରେ…. ଆମର ବିଦେଶରେ ରହୁଥିବା ଭାରତୀୟ ସମୁଦାୟ ଆମେ କେବେ ଏହାର ଗୁରୁତ୍ୱ ମାନିଲୁ ନାହିଁ, ଆଉ ମୁଁ ଖୁସୀ ଯେ ମୋର ପ୍ରଚେଷ୍ଟା ପରେ ସମସ୍ତ ରାଜନୈତିକ ଦଳଗୁଡିକର ମଧ୍ୟ ବିଦେଶରେ ରହୁଥିବା ଆମର ଭାରତୀୟଙ୍କ ଆଡକୁ ଦୃଷ୍ଟି ଯାଇଛି । ଆଉ ମୁଁ ଏହାକୁ ଖୁବ୍ ଭଲ ବୋଲି ଭାବୁଛି ଏବଂ ବିଦେଶରେ ରହୁଥିବା ଭାରତୀୟମାନେ ହେଉଛନ୍ତି ଆମ ଦେଶର ବହୁତ ବଡ଼ ଶକ୍ତି । ଆମେ ତାହାକୁ ଚିହ୍ନିଛୁ ଆଉ ଆଜି ଆମେ ତାହାର ଅନୁଭବ ମଧ୍ୟ କରୁଛୁ । ଆମ କଥାକୁ ପ୍ରତ୍ୟେକ କ୍ଷେତ୍ରରେ ସେମାନେ ନେଇ ପହଂଚାଉଛନ୍ତି । ଆଉ ମୁଁ ଖୁସି ଯେ ଏବେ ଯେଉଁ ପ୍ରବାସୀ ଭାରତୀୟ ଦିବସ ହେଲା, ବନାରସରେ ହେଲା । ଏ ପର୍ଯ୍ୟନ୍ତ ହୋଇଥିବା ପ୍ରବାସୀ ଭାରତୀୟ ଦିବସରେ ସବୁଠାରୁ ଅଧିକ ପ୍ରତିନିଧିତ୍ୱ ବଢ଼ିଲା ଆଉ ଏହା ହେଉଛି ଏକ ଖୁସିର ବିଷୟ ।

କୁମ୍ଭ, ବିଶ୍ୱରେ ଐତିହ୍ୟ ଭାବେ ଏହାକୁ ସ୍ୱୀକାର କରାଯାଇଛି, କିନ୍ତୁ ଆମେ ଏଭଳି ମାନସିକତାର ରୋଗରେ ଆକ୍ରାନ୍ତ ହୋଇଥିଲେ, କି କୁମ୍ଭ କଥା ଆସିଲା, ତ ଦୌଡ଼ୁଥିଲେ ଯଦି କେଉଁଠି ସାମ୍ପ୍ରଦାୟିକତାର ଦାଗ ଲାଗିଯିବ ନାହିଁ ତ । କିନ୍ତୁ ଆଜି ଦୁନିଆର ସବୁ ପ୍ରତିନିଧି କୁମ୍ଭମେଳାକୁ ଆସୁଛନ୍ତି । ଦୁନିଆର ସବୁ ଦୂତାବାସର ସମସ୍ତ ଲୋକ କୁମ୍ଭକୁ ଗଲେ ଆଉ ନିଜ ଦେଶର ପତାକା ଉଡ଼ାଇ ଆସିଲେ । ଏହା ହେଉଛି ଭାରତର ଶକ୍ତି । ଏହା ହେଉଛି ଭାରତର ମଧୁର ଶକ୍ତି । ଏହାକୁ ମଧ୍ୟ ଆମେ ପୂର୍ବରୁ ଅଣଦେଖା କରିଥିଲେ ଏବେ ଆମେ ସେହି ଜିନିଷଗୁଡ଼ିକ ଉପରେ ଗରୁତ୍ୱ ଦେଉଛେ । ଆଉ ଏଥିପାଇଁ ସେହି ଦିଗରେ ଆମେ ସଫଳତାପୂର୍ବକ ଆଗକୁ ବଢ଼ୁଛେ ।

ମୋ ପାଇଁ ଏହା ହେଉଛି ଖୁସିର ବିଷୟ, ଣ ମୁଁ ଯେତିକି ମଧ୍ୟ ବିଚାର ରଖିଥିବି ଆଲୋଚନା କରିଥିବି, ତଥ୍ୟଗୁଡ଼ିକର ଅଭାବ ରହିଥିବା ସତ୍ତ୍ୱେ ମଧ୍ୟ କିଛି କହିଦେଇଥିବି । ରେକର୍ଡ ମଧ୍ୟ ହୋଇଯାଇଥିବ କିନ୍ତୁ ମୁଁ ଆଜି ଏହି ସଦନକୁ ଅଧ୍ୟକ୍ଷା ମହୋଦୟ, ଆଜ୍ଞା ଆପଣଙ୍କ ମାଧ୍ୟମରେ ବିଶ୍ୱାସ ଦେବାକୁ ଚାହୁଁଛି । କି 2014ରେ ଯେଉଁ ଲକ୍ଷ୍ୟକୁ ନେଇ ଆମେ ବାହାରିଥିଲେ, ଦେଶର ସ୍ୱପ୍ନକୁ ପୂରଣ କରିବା ପାଇଁ ଆମେ ଯେଉଁ ଦୃଢ଼ ନିଷ୍ପତ୍ତି ନେଇଛୁ, ଦେଶ ପାଇଁ ଦିନ-ରାତି ପରିଶ୍ରମ କରୁଛୁ, ଦେଶ ଯେଉଁ ରୋଗଗୁଡ଼ିକରେ ଆକ୍ରାନ୍ତ ରହିଛି… ଏଥିରୁ ବାହାରକୁ ବାହାରିବାର କାର୍ଯ୍ୟ, ଦେଶ ଯେଉଁ ସ୍ୱପ୍ନଗୁଡ଼ିକୁ ନେଇ ଚାଲୁଛି, ଏହି ସ୍ୱପ୍ନଗୁଡ଼ିକୁ ନେଇ ଯୋଜନାବଦ୍ଧ ଭାବେ ଆଗକୁ ବଢ଼ିବାର ପ୍ରୟାସ, ଦେଶର ସଂସାଧନଗୁଡ଼ିକର ସର୍ବୋତ୍କୃଷ୍ଟ ବିନିଯୋଗ ପ୍ରତିକ୍ଷଣ ଦେଶର ବିକାଶରେ କାର୍ଯ୍ୟରେ ଲାଗୁ, ପ୍ରତିଟି ଟଙ୍କା ଦେଶର ଉନ୍ନତିମୂଳକ କାର୍ଯ୍ୟରେ ବିନିଯୋଗ ହେଉ, ଏଥିପାଇଁ ଆମେ କ୍ରମାଗତ ଭାବେ ଲଢ଼େଇ କରି ଚାଲିଛୁ । ଆମେ କରି ଚାଲିଛୁ, ଆମେ କରି ଚାଲିଥିବୁ, ଆଉ ମୁଁ ଦେଶବାସୀଙ୍କୁ ବିଶ୍ୱାସ ଦେଉଛି ।

ଆଉ ମୁଁ 2018ରେ ଅବିଶ୍ୱାସ ପ୍ରସ୍ତାବ ଆସିଥିବା ସମୟରେ ମଧ୍ୟ 2018ରେ ଅବିଶ୍ୱାସ ପ୍ରସ୍ତାବ ଆସିବା ପରେ ମୁଁ ଦେଖିଲି କି ମୋର ସ୍ୱର.. ମୋର କଣ୍ଠରୋଧ କରିବାର ଭରପୂର ପ୍ରୟାସ କରାଯାଇଥିଲା । ଦେଢ଼ ଘଂଟା, ଏକ ଘଂଟା ପଇଁଚାଳିଶ ମିନିଟ ପର୍ଯ୍ୟନ୍ତ ନାରାବାଜି ଭିତରେ ମଧ୍ୟ ଏହା ଈଶ୍ୱରଙ୍କର କୃପା ଥିଲା କି ମୁଁ ମୋ ନିଜ କଥାକୁ ଦେଶ ଏବଂ ଦୁନିଆ ସମ୍ମୁଖରେ ରଖିଲି, ଆଉ ସେହି ସମୟରେ ମୁଁ ଆପଣମାନଙ୍କୁ ଏହି ଶୁଭକାମନା ଦେଇଥିଲି, ସେହି ଶୁଭକାମନା ଆଜି ପୁଣିଥରେ ଦେବାକୁ ଚାହୁଁଛି କି ଆପଣ ଏତେ ପରିମାଣରେ ପ୍ରସ୍ତୁତି କରନ୍ତୁ, ଏତେ ପରିମାଣରେ ପ୍ରସ୍ତୁତି କରନ୍ତୁ କି 2013ରେ ପୁଣିଥରେ ଆପଣମାନଙ୍କୁ ଅବିଶ୍ୱାସ ପ୍ରସ୍ତାବ ଆଣିବାର ସୁଯୋଗ ମିଳୁ, ଆଉ… ଏହା ହେଉଛି ସମର୍ପଣ ଭାବ ଅହଂକାରର ପରିଣାମ ହେଉଛି କି 400 ରୁ 40  ହୋଇଗଲେ ଆଉ ସେବାଭାବର ପରିଣାମ ହେଉଛି କି ଦୁଇରୁ ଏଠାରେ ଆସି ବସିଗଲୁ, ଦୁଇରୁ ବାହାରି ଆସି ଏଠାରେ ଆସି ବସିଗଲୁ ଆଉ ଆପଣ କେଉଁଠାରୁ ଯାଇ କେଉଁଠି ପହଂଚିଗଲେ । ଆରେ ଅପମିଶ୍ରିତ ଦୁନିଆରେ ଜୀଇଁବାକୁ ପଡ଼ୁଛି । ଆପଣ କୌଣସି ବଡ଼-ବଡ଼ କଥା କହିବେ ତ ଶୋଭା ଦେବ ନାହିଁ ଆଉ ଏଥିପାଇଁ ଆଗାମୀ ଦିନମାନଙ୍କରେ ଯେଉଁ ଲୋକମାନେ କହନ୍ତି କି ଦେଶ ଆଗକୁ ବଢ଼ିଲା… ଆଗକୁ ବଢ଼ିଲା… ମୁଁ ଟିକେ କହୁଛି… ଖଡ଼ଗେ ମହାଶୟ ହେଉଛନ୍ତି ଜଣେ ବରିଷ୍ଠ ବ୍ୟକ୍ତି ତାଙ୍କର ଅଭ୍ୟାସ ପାଇଁ ଯଦି ହୋଇପାରେ ତ… 1947ରେ ଯେଉଁ ଦେଶସବୁ ସ୍ୱାଧୀନ ହେଲା ସେମାନେ 2014 ପର୍ଯ୍ୟନ୍ତ କଣ ପ୍ରଗତି କରିଛନ୍ତି… ଆଉ 1947ରେ ସ୍ୱାଧୀନ ହୋଇଥିବା ହିନ୍ଦୁସ୍ତାନ କଣ ପ୍ରଗତି କରିଛି… ଏହାର ହିସାବ-କିତାବ କରନ୍ତୁ ଜଣା ପଡ଼ିଯିବ ଓ ପ୍ରତ୍ୟେକ ସ୍ତରରେ ଆପଣଙ୍କର ବିଫଳତା ଦୃଷ୍ଟିଗୋଚର ହେବ । ଦୁନିଆର ଅନ୍ୟାନ୍ୟ ଦେଶଗୁଡ଼ିକ ଏହି ସମୟ ମଧ୍ୟରେ ବିଶ୍ୱର ସବୁଠାରୁ ବଡ଼ ଶକ୍ତିଶାଳୀ ବିଫଳତାଗୁଡ଼ିକୁ ଅତିକ୍ରମ କରି ଚାଲି ଆସିଛନ୍ତି, ଆମ ପାଖରେ ସମ୍ଭାବନ ଥିଲା, ଆପଣଙ୍କର ଗତିରେ ଦମ୍ ନଥିଲା, ଆପଣଙ୍କର ନୀତି ନଥିଲା, ଆପଣଙ୍କ ପାଖରେ ଦୃଷ୍ଟିକୋଣ ନଥିଲା ଆଉ ସେହି କାରଣରୁ 5-15 ସଂସ୍ଥାଗୁଡ଼ିକୁ ନାମ ଦେଇ ଆପଣ ଗୀତ ଗାଇ ଚାଲିଛନ୍ତି, ଯଦି ସେହି ଗତି ନେଇ ଚାଲିଥାଆନ୍ତେ, ଦେଶକୁ ସମସ୍ୟା ମଧ୍ୟରୁ ମୁକ୍ତ କରିଥାଆନ୍ତେ, ଆରେ କୃଷକଙ୍କ ପାଖରେ ନେଇ ପାଣି ପହଂଚାଇ ଦେଇଥାଆନ୍ତେ, ଆପଣ ଲୋକମାନଙ୍କ ଘରେ ନେଇ ବିଜୁଳି ପହଂଚାଇ ଦେଇଥାଆନ୍ତେ… ହଁ, ହଁ ଆମେ 55 ମାସରେ କରିଦେଇଛୁ ।

ଆଉ ଏଥିପାଇଁ ଶେଷରେ, ମୁଁ ଏହା କହିବାକୁ ଚାହିଁବି କି ଆଜି ସକାଳେ ବସବର୍ଣ୍ଣାର କିଛି କଥା ଖଡ଼ଗେ ସାହେବ ପଢ଼ୁଥିଲେ, କିନ୍ତୁ ଖଡ଼ଗେ ସାହେବ ଆପଣ ତ ହେଉଛନ୍ତି କର୍ଣ୍ଣାଟକର ଏତେ ବର୍ଷ ପରେ କାହିଁକି ପଢ଼ିଲେ, ଏହା ଯଦି 25-30 ବର୍ଷ ପୂର୍ବେ ପଢ଼ିଥାଆନ୍ତେ ତ ଯେଉଁ ଖରାପ ରାସ୍ତାରେ ଆପଣମାନେ ଚାଲିଗଲେ, ଯାଇ ନ ଥାଆନ୍ତେ, ଖରାପ କାର୍ଯ୍ୟ କରି ନ ଥାଆନ୍ତେ ବସବଣ୍ଣାର ବଚନକୁ ପଢ଼ି, ଆଉ ମୁଁ ଚାହିଁବି ପ୍ରତ୍ୟେକ କଂଗ୍ରେସୀଙ୍କ ଘରେ ବସବର୍ଣ୍ଣାର ବଚନ ଆଜି ଯାହାକୁ ପଢ଼ିଲେ ନା ତାକୁ ସାଇତି କରି ରଖନ୍ତୁ । ଆଉ ଏବେ ଏବେ ଯେଉଁଠି ସରକାର ଗଠନ କରିବାର ସୁଯୋଗ ଆପଣମାନଙ୍କୁ ମିଳିଛି ସେଠାରେ ତ ବଡ଼ବଡ଼ ଅକ୍ଷରରେ ଲଗେଇକି ରଖନ୍ତୁ ଫଳରେ ଏହି ରୋଗ ଯାହା ଆପଣଙ୍କ ପାଖରେ ପ୍ରସ୍ଫୁଟିତ ହୋଇଛି କିଛି ଲୋକ ଡରିବାକୁ ଲାଗନ୍ତୁ ଆଉ ତେଣୁ ସେଠାରେ ମୋଦୀଙ୍କର ମଧ୍ୟ ଗୋଟିଏ ଫଟୋ ରଖନ୍ତୁ ନାହିଁ ନହେଲେ ବିଚରାମାନେ ଡରିଯିବେ । ଅସୁବିଧା ହୋଇଯିବ ଆଉ ଏଥିପାଇଁ ମାନନୀୟ ଅଧ୍ୟକ୍ଷା ମହୋଦୟ, ମୁଁ… ଆଜ୍ଞା ହଁ ଆପଣ ଚିନ୍ତା କରନ୍ତୁ ନାହିଁ…. ଦେଶକୁ ଲୁଟୁଥିବା ଲୋକମାନଙ୍କୁ ମୋଦୀ ଡରାଇବେ ନିଶ୍ଚୟ, ଦେଶ ମୋତେ ଏହି କାର୍ଯ୍ୟ ପାଇଁ ଏଠାରେ ବସାଇଛି । ଯେଉଁମାନେ ଦେଶକୁ ଲୁଟିଛନ୍ତି, ଯେଉଁମାନେ ଦେଶକୁ ନଷ୍ଟ କରିଛନ୍ତି, ସେମାନଙ୍କୁ ଡରିବାକୁ ହିଁ ପଡ଼ିବ, ଏହି ଡର… ଆଉ ଏଥିପାଇଁ ତ ଜୀବନକୁ ସମର୍ପିତ କରିଛି… ଏଭଳି ଲୋକମାନଙ୍କ ବିରୁଦ୍ଧରେ ଲଢ଼େଇ କରିବା ପାଇଁ ଜୀବନକୁ ସମର୍ପିତ କରିଛି ।

ମାନନୀୟ ଅଧ୍ୟକ୍ଷା ମହୋଦୟ, ଶେଷରେ ଗୋଟିଏ କଥା କହିବାକୁ ଚାହିଁବି କି ଏହି ଦେଶରେ ସଂପୂର୍ଣ୍ଣ ଭାବେ ଚୋର ଡକାୟତଙ୍କ ଭୟ ଶେଷ ହୋଇ ଯାଇଥିଲା ସେହି କାରଣରୁ ଦେଶ ନଷ୍ଟ ହୋଇଛି । ସେମାନଙ୍କ ଭିତରେ ଭୟ ସୃଷ୍ଟି କରିବା ପାଇଁ ଦେଶ ମୋତେ ଏଠାରେ ବସାଇଛି । ଆଉ ଏଥିପାଇଁ ଆମେ ଏହି କାର୍ଯ୍ୟକୁ ଆଗକୁ ବଢ଼ାଇବୁ ଅଧ୍ୟକ୍ଷା ମହୋଦୟ ଆଜ୍ଞା, ଶେଷରେ ଗୋଟିଏ କଥା କହି ମୋ କଥାକୁ ସମାପ୍ତ କରିବି…

ସୂରଜ ଜାଏଗା ଭି ତୋ କହାଁ

ଉସେ ରହନା ହୋଗା

ୟହିଁ ହମାରୀ ସାଁସୋ ମେଁ

ହମାରୀ ରଗୋଁ ମେଁ

ହମାରେ ସଂକଳ୍ପୋଁ ମେଁ

ହମାରେ ରତଜଗୋଁ ମେଁ

ତୁମ ଉଦାସ ମତ୍ ହୋଓ

ଅବ୍ ମେଁ କିସି ଭି ସୂରଜ କୋ ଡୁବନେ ନହିଁ ଦୁଁଗା ।

ଅର୍ଥାତ

ସୂର୍ଯ୍ୟ ଯିବ ମଧ୍ୟ ତ କେଉଁଠିକୁ ଯିବ

ତାକୁ ରହିବାକୁ ହେବ

ଏଠାରେ ଆମର ନିଃଶ୍ୱାସରେ

ଆମର ଶିରାପ୍ରଶିରାରେ

ଆମର ସଂକଳ୍ପରେ

ଆମର ରକ୍ତର ପ୍ରତିଟି କଣିକାରେ

ତୁମେ ଉଦାସ ହୁଅନାହିଁ

ଏବେ ମୁଁ କୌଣସି ମଧ୍ୟ ସୂର୍ଯ୍ୟଙ୍କୁ ଅସ୍ତ ହେବାକୁ ଦେବି ନାହିଁ ।

ବହୁତ-ବହୁତ ଧନ୍ୟବାଦ ।

**********