Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶପଥ ଗ୍ରହଣ କରିଥିବା ଯୋଗୀ ଆଦିତ୍ୟନାଥ ଏବଂ ତାଙ୍କ ମନ୍ତ୍ରୀ ପରିଷଦ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗୀ ଆଦିତ୍ୟନାଥ ଏବଂ ତାଙ୍କ ମନ୍ତ୍ରୀ ପରିଷଦକୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।

ବିଗତ ପାଞ୍ଚ ବର୍ଷର ଅନେକ ସଫଳତାକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ବିକାଶର ଏକ ନୂତନ ଅଧ୍ୟାୟ ଲେଖିବ ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

“ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବାରୁ ଯୋଗୀ ଆଦିତ୍ୟନାଥ ଏବଂ ତାଙ୍କ କ୍ୟାବିନେଟକୁ ହାର୍ଦ୍ଦିକ ଅଭିନନ୍ଦନ । ଗତ ୫ବର୍ଷ ମଧ୍ୟରେ ରାଜ୍ୟର ବିକାଶ ଯାତ୍ରା ଅନେକ ମାଇଲଖୁଣ୍ଟ ସ୍ଥାପନ କରିଛି । ମୋର ବିଶ୍ୱାସ ଯେ ଆପଣଙ୍କ ନେତୃତ୍ୱରେ ରାଜ୍ୟର ଲୋକମାନଙ୍କର ଆକାଂକ୍ଷା ପୂରଣ ସହିତ ପ୍ରଗତିର ଆଉ ଏକ ନୂତନ ଅଧ୍ୟାୟ ଲେଖାହେବ ।”  

HS