Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶହୀଦ ଉଧମ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏକ ସଂସ୍କୃତ ସୁଭାଶିତମ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାନ ବିପ୍ଳବୀ ଶହୀଦ ଉଧମ ସିଂହଙ୍କୁ ତାଙ୍କ ବଲିଦାନ ଦିବସ ଅବସରରେ ହୃଦୟରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ସେ କହିଥିଲେ ଯେ ଉଧମ ସିଂହଙ୍କ ଜୀବନରେ ଥିବା ସାହସ ଏବଂ ବୀରତ୍ୱର ଗାଥା ଦେଶର ପ୍ରତ୍ୟେକ ପିଢ଼ିକୁ ମାତୃଭୂମିର ସମ୍ମାନ ଏବଂ ଆତ୍ମସମ୍ମାନ ବଜାୟ ରଖିବା ପାଇଁ ପ୍ରେରଣା ଯୋଗାଇବ

ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି

‘‘ନ ଜାତୁ ଶୌର୍ଯ୍ୟ ପୁରୁଷସ୍ୟ ମାନୁରସ୍ତଂ ଗତୋ ଭବତି କଦାପି ଶଖତ୍‍ ।

ଯଥା ପୁନସ୍ତପତି ଦିବାକରୋଭ୍ୟଂ ତଥା ପୁର୍ନବିକ୍ରମତେ ସ ବୀରଃ ।।’’

ସୁଭାଷିତମ୍ ସୂଚିତ କରେ ଯେ ବୀରତ୍ୱର ସୂର୍ଯ୍ୟ କଦାପି ସ୍ଥାୟୀ ଭାବରେ ଅସ୍ତ ହୁଅନ୍ତି ନାହିଁ ଯେପରି ସୂର୍ଯ୍ୟ ଉଦୟ ହୁଅନ୍ତି ଏବଂ ପୁନର୍ବାର ଉଜ୍ଜ୍ୱଳ ଭାବରେ ଆଲୋକିତ ହୁଅନ୍ତି, ସେହିପରି ଜଣେ ସାହସୀ ବ୍ୟକ୍ତି ନିଜର ବୀରତ୍ୱ ଦ୍ୱାରା ପ୍ରତ୍ୟେକ ପ୍ରତିକୂଳ ପରିସ୍ଥିତି ଉପରେ ବିଜୟ ଲାଭ କରନ୍ତି

ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;

ମହାନ ବିପ୍ଳବୀ ସହିଦ ଉଧମ ସିଂହଙ୍କୁ ତାଙ୍କ ସହିଦ ଦିବସରେ ଶ୍ରଦ୍ଧାଞ୍ଜଳି ସାହସ ଏବଂ ଧୈର୍ଯ୍ୟରେ ପରିପୂର୍ଣ୍ଣ ତାଙ୍କ ଜୀବନ କାହାଣୀ ଦେଶର ପ୍ରତ୍ୟେକ ପିଢ଼ିକୁ ମାତୃଭୂମିର ଆତ୍ମସମ୍ମାନ ରକ୍ଷା କରିବା ପାଇଁ ପ୍ରେରଣା ଯୋଗାଇବ

‘‘ନ ଜାତୁ ଶୌର୍ଯ୍ୟ ପୁରୁଷସ୍ୟ ମାନୁରସ୍ତଂ ଗତୋ ଭବତି କଦାପି ଶଖତ୍‍ ।

ଯଥା ପୁନସ୍ତପତି ଦିବାକରୋଭ୍ୟଂ ତଥା ପୁର୍ନବିକ୍ରମତେ ସ ବୀରଃ ।।’’

HS