ପିଏମଇଣ୍ଡିଆ

ମଂଚ ଉପରେ ବିରାଜମାନ ଏହି ସମ୍ମିଳନୀର ଅଧ୍ୟକ୍ଷ ଶ୍ରୀରାମ ରାମ ବହାଦୂର ରାୟ ମହାଶୟ, ମନ୍ତ୍ରିପରିଷଦରେ ମୋର ସହଯୋଗୀ ଶ୍ରୀ ପ୍ରକାଶ ଜାଭଡେକର ମହାଶୟ, ଡ଼କ୍ଟର ସତ୍ୟପାଲ ସିଂହ ମହାଶୟ, ୟୁଜିସିର ଅଧ୍ୟକ୍ଷ ଡ଼କ୍ଟର ଧୀରେନ୍ଦ୍ର ପ୍ରତାପ ସିଂହ ମହାଶୟ, ପୁନରୁତ୍ଥାନ ପାଇଁ ଗବେଷଣାରତ ଫାଉଣ୍ଡେସନର ଅଧ୍ୟକ୍ଷ ଡ଼କ୍ଟର ସଚ୍ଚିଦାନନ୍ଦ ଯୋଶୀ, ଇଗନୁର କୁଳପତି ଡ଼କ୍ଟର ନାଗେଶ୍ୱର ରାଓ, ସମ୍ମିଳନୀରେ ଭାଗ ନେବାପାଇଁ କେନ୍ଦ୍ରୀୟ, ରାଜ୍ୟ ଏବଂ ଘରୋଇ ବିଶ୍ୱବିଦ୍ୟାଳୟରୁ ଆସିଥିବା କୁଳପତି, ଉପକୁଳପତି ଏବଂ, ନିର୍ଦ୍ଦେଶକ ଓ ଶିକ୍ଷା ଜଗତର ସମସ୍ତ ମହାନୁଭବ, ଭାଇ ଓ ଭଉଣୀମାନେ ।
ଆଜି ଆପଣ ସମସ୍ତେ ‘ଶିକ୍ଷା ପୁନରୁତ୍ଥାନ ପାଇଁ ଏକାଡେମିକ ନେତୃତ୍ୱ’ ସଂପର୍କରେ ଏକ ସାର୍ଥକ ଆଲୋଚନା କରିବା ପାଇଁ ଏଠାରେ ଏକତ୍ରିତ ହୋଇଛନ୍ତି । ସର୍ବପ୍ରଥମେ ମୁଁ ଆପଣମାନଙ୍କୁ ଏହି ମହତ୍ୱପୂର୍ଣ୍ଣ ବିଷୟ ଉପସ୍ଥାପନା କରିଥିବାରୁ ଶୁଭେଚ୍ଛା ଜଣାଉଛି । ଭାରତର ଭବିଷ୍ୟତ ପାଇଁ, ନୂତନ ଭାରତ ପାଇଁ ଏଭଳି ବିଷୟର ମନ୍ଥନର ବହୁତ ଆବଶ୍ୟକତା ଅଛି ଏବଂ ସମୟର ଆହ୍ୱାନ ମଧ୍ୟ ଅଛି । ସାଥୀଗଣ, ଯେତେବେଳେ ମୁଁ Resurgence ଅର୍ଥାତ ପୁନରୁତ୍ଥାନ ଭଳି ଶବ୍ଦ ବିଷୟରେ ଚିନ୍ତା କରୁଥାଏ, ତ ମନ ଓ ମସ୍ତିଷ୍କରେ ପ୍ରଥମେ ସ୍ୱାମୀ ବିବେକାନନ୍ଦଙ୍କ ଛବି ପ୍ରକଟିତ ହୋଇଥାଏ । ସ୍ୱାମୀ ବିବେକାନନ୍ଦ ହିଁ ଶହ ଶହ ବର୍ଷ ପୂର୍ବେ ଭାରତୀୟ ଦର୍ଶନ ଶକ୍ତିର ପୁନରୁତ୍ଥାନ ଦୁନିଆ ଆଗରେ ପ୍ରସ୍ତୁତ କରିଥିଲେ । ଏହା ହେଉଛି ସେହି ସମୟର କଥା କି ଯେତେବେଳେ ଦୁନିଆ ଗୋଟିଏ ପ୍ରକାରରେ ଆମ ଦେଶର କ୍ଷମତା, ଆମର ସାମର୍ଥ୍ୟ, ଆମର ଯୋଗଦାନ, ଆମର ପୁରୁଷାର୍ଥ, ଆମର ପରାକ୍ରମ ସବୁ କିଛି ଭୁଲି ଯାଇଥିଲା ଆଉ ଭୁଲାଇ ଦିଆଯାଇଥିଲା । ସ୍ୱାମୀ ବିବେକାନନ୍ଦ ମହାଶୟଙ୍କ କଥାରୁ ହିଁ ମୁଁ ମୋ ନିଜ କଥା ଆରମ୍ଭ କରିବାକୁ ଚାହୁଁଛି । ସେ ଶିକ୍ଷା ସଂପର୍କରେ ଏକ ମହତ୍ୱପୂର୍ଣ୍ଣ କଥା କହିଥିଲେ, ଯାହା ଆଜି ମଧ୍ୟ ମୁଁ ବୁଝୁଛି ଆମର ଆଜିର ସମ୍ମିଳନୀର ମାର୍ଗଦର୍ଶିକା ନୀତି ହୋଇ ପାରିବ । ଅମକୁ ଏଭଳି ସର୍ବସମ୍ପନ୍ନ ଶିକ୍ଷା ଦରକାର ଯାହା ବିବେକାନନ୍ଦ କହିଥିଲେ କି ଅମକୁ ଏଭଳି ସର୍ବସମ୍ପନ୍ନ ଶିକ୍ଷା ଆବଶ୍ୟକ ଯାହା ଆମକୁ ମନୁଷ୍ୟ ଭାବେ ଗଢ଼ିତୋଳିବ । ଶିକ୍ଷା କେବଳ ସେହି ତଥ୍ୟର ନାମ ନୁହେଁ, ଯାହା ଆପଣଙ୍କ ମସ୍ତିଷ୍କରେ ପୁରାଇ ଦିଆଯାଇଛି । ଆମକୁ ତ ଭାବ ଅଥବା ବିଚାରକୁ ଏହି ଭଳି ଆତ୍ମସାତ କରିବା ଦରକାର, ଯାହା ଦ୍ୱାରା ଜୀବନ ନିର୍ମାଣ ହେଉ, ମାନବତାର ପ୍ରସାର ହେଉ ଏବଂ ଚରିତ୍ର ଗଠନ ହେଉ । ଏହା ହେଉଛି ବିବେକାନନ୍ଦଙ୍କ କଥା । ଆଉ ଯଦି ଆଜି ମୁଁ ପୁନରୁତ୍ଥାନର କଥା କହୁଛି ତ ମୁଁ ଜାଣି ନାହିଁ କି ଏହା ବ୍ୟତୀତ କେହି ଅଧିକ କିନ୍ତୁ ପୁଣି ମଧ୍ୟ ସମୟ ବଦଳିଥାଏ ତ କିଛି କଥା ଯୋଡି ଦିଆ ଯାଇଥାଏ, କିନ୍ତୁ ସେହି ମୂଳ ବିଚାର ତତ୍ତ୍ଵ ସହିତ ଯୋଡି ହୋଇଥାଏ ଆଉ ଏହି ତିନି ତତ୍ତ୍ଵରେ ହିଁ ଆଜିର ଶିକ୍ଷା ନୀତି ସମ୍ଭବ – ଜୀବନ ନିର୍ମାଣ, ମାନବିକତା ଏବଂ ଚରିତ୍ର ଗଠନ । ସ୍ୱାମୀଜୀଙ୍କର ଏହି ବିଚାର ଦ୍ୱାରା ପ୍ରେରଣା ପାଇ ଆଜି ମୁଁ ଏଥିରେ ଆଉ ଏକ ସ୍ତମ୍ଭ ଯୋଡିବା ପାଇଁ ସାହସ କରୁଛି । କାରଣ ସମୟର ଆବଶ୍ୟକତା ଅଛି.. ଆଉ ତାହା ହେଉଛି ନବୋନ୍ମେଷ, ବା ନବସୃଜନ । ଯେତେବେଳେ ନବ ଉନ୍ମେଷ ଅଟକି ଯାଇ ଥାଏ ତ ଜୀବନ ସ୍ଥିର ହୋଇ ଯାଇଥାଏ । କୌଣସି ଯୁଗ, କୌଣସି କାଳ, କୌଣସି ବ୍ୟବସ୍ଥା ଏପରି ହୋଇ ପାରିବ ନାହିଁ କି ଯାହା ନବସୃଜନ ବିନା ଚାଲି ପାରିବ । ଜୀବନର ଯଦି କିଛି ମହତ୍ୱପୂର୍ଣ୍ଣ ଲକ୍ଷ ଅଛି, ତ ତାହା ହେଉଛି ନବୋନ୍ମେଷ । ଆଉ ଯଦି ନବୋନ୍ମେଷ ନାହିଁ ତ ଜୀବନର ବୋଝକୁ ବୋହିବାକୁ ପଡ଼ିଥାଏ । ବ୍ୟବସ୍ଥାଗୁଡ଼ିକ, ବିଚାର, ଜୀବନର ପରମ୍ପରା, ଏହା ସମସ୍ତ ବୋଝ ପାଲଟି ଯାଇଥାଏ । ଯଦି ଆମେ ଏହି ଚାରୋଟି ଦିଗକୁ ନେଇ ନିଜର ଉଚ୍ଚ ଶିକ୍ଷାର ପୁନରୁତ୍ଥାନ ବିଷୟରେ ଭାବିବା ତ ଆମକୁ ଏକ ସଠିକ ଦିଗ ଦେଖା ଦେଇଥାଏ । ଶିକ୍ଷାର ଏଭଳି ଦିଗରେ ଯେଉଁ ବ୍ୟକ୍ତିଙ୍କ ଜୀବନରୁ ନେଇ ସମାଜର ଆବଶ୍ୟକତା ଆଉ ରାଷ୍ଟ୍ରର ନିର୍ମାଣ ପର୍ଯ୍ୟନ୍ତ କାର୍ଯ୍ୟରେ ଆସିବ । ଏତିକି ହିଁ ନୁହେଁ, ଶିକ୍ଷାର ଏହି ଦିଗକୁ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ସେହି ସମୟରେ ଭିନ୍ନ ଭାବରେ ବୁଝାଇଥିଲେ । ତେଣୁ କରି ତ ସେ କହିଥିଲେ କି ପ୍ରତ୍ୟେକ ବ୍ୟକ୍ତିର ଜନ୍ମ କୌଣସି ନା କୌଣସି ଲକ୍ଷ୍ୟ ସହିତ ହୋଇଥାଏ । ଆଉ ସେହି ଲକ୍ଷକୁ ପାଇବାରେ ଶିକ୍ଷାର ବହୁତ ବଡ଼ ଯୋଗଦାନ ରହିଥାଏ । ମୁଁ ଏହି କଥାକୁ ଆଗକୁ ବଢ଼ାଇ କହିବି କି ଯେପରି ବ୍ୟକ୍ତି ଜୀବନରେ ପ୍ରତ୍ୟେକ ସଂସ୍ଥାର ଜନ୍ମ ମଧ୍ୟ କୌଣସି ନା କୌଣସି ନିର୍ଦ୍ଧାରିତ ଲକ୍ଷ୍ୟ ସହିତ ହେବା ଦରକାର ଆଉ ପୁଣି ଏଥିପାଇଁ ସାଧନ ଆଉ ସାଧ୍ୟ ମଧ୍ୟରେ ଏକ ସୂତ୍ର ରହିବା ଦରକାର ।
ସାଥୀଗଣ, ଯେତେବେଳେ କଥା ବିଦ୍ୟା, ବିଦ୍ୟାଳୟ, ବିଦ୍ୟାର୍ଥୀଙ୍କ ବିଷୟରେ ହୋଇଥାଏ, ତ ମୁଁ ଆପଣ ମାନଙ୍କର ଧ୍ୟାନ ନିଜ ଦେଶର ପୁରାତନ ଗୌରବଶାଳୀ ପରମ୍ପରା ଆଡ଼କୁ ମଧ୍ୟ ନେଇ ଯିବାକୁ ଚାହୁଁଛି । ଆମ ସଂସ୍କୃତିର ଆଧାର ସ୍ତମ୍ଭ ହେଉଛି ବେଦ । ଆପଣ ସମସ୍ତେ ମଧ୍ୟ ଏହି କଥା ଜାଣିଛନ୍ତି – ବେଦ ସଂସ୍କୃତ ଭାଷାର ବିଦ୍ ଶବ୍ଦରୁ ସୃଷ୍ଟି ହୋଇଛି, ଯାହାର ତାତ୍ତ୍ଵିକ ଅର୍ଥ ହେଉଛି ଜ୍ଞାନଗ୍ରନ୍ଥ । ଏହି ବିଦ୍ ରୁ ବିଦ୍ୟା ଶବ୍ଦ ବିକଶିତ ହୋଇଛି, ଅର୍ଥାତ୍ ଜ୍ଞାନ ବିନା ଆମ ସମାଜ, ଆମ ଦେଶ, ଆଉ ତ ଆଉ ଆମର ଜୀବନର ଆଧାରର ମଧ୍ୟ କଳ୍ପନା କେବେ କରାଯାଇ ନ ପାରେ । ସାଥୀଗଣ, ଜ୍ଞାନ ଆଉ ଶିକ୍ଷା କେବଳ ପୁସ୍ତକରେ ନ ଥାଏ । ଶିକ୍ଷାର ଉଦ୍ଦେଶ୍ୟ ବ୍ୟକ୍ତିର ପ୍ରତ୍ୟେକ ଆୟାମକୁ ବା ଦିଗକୁ ସନ୍ତୁଳିତ ବିକାଶ କରିବା । ଆଉ ଆପଣ ସମସ୍ତେ ଜାଣନ୍ତି କି ସନ୍ତୁଳିତ ବିକାଶ ଏଥିପାଇଁ ନିରନ୍ତର ନବସୃଜନ ଅନିବାର୍ଯ୍ୟ ହୋଇଥାଏ । ଆମ ପ୍ରାଚୀନ ତକ୍ଷଶିଳା, ନାଳନ୍ଦା, ବିକ୍ରମଶୀଳା ଭଳି ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଜ୍ଞାନ ସହିତ ନବୋନ୍ମେଷ ଉପରେ ମଧ୍ୟ ଗୁରୁତ୍ୱ ଦିଆ ଯାଉଥିଲା । ତେବେ ଯାଇ ତ ଏଭଳି ବିଦ୍ୟାର ମନ୍ଦିରରେ ଆଚାର୍ଯ୍ୟ ଚାଣକ୍ୟ, ଆର୍ଯ୍ୟଭଟ୍ଟ, ପାଣିନି, ଧନ୍ୱନ୍ତରୀ, ଚରକ, ଶୁଶ୍ରୁତଙ୍କ ଭଳି ଅଗଣିତ ବିଦ୍ୱାନ ସେଠାରୁ ବାହାରିଥିଲେ । ଯଦି ସେମାନେ କେବଳ ପୁସ୍ତକ ଜ୍ଞାନକୁ ପର୍ଯ୍ୟାପ୍ତ ବୋଲି ମାନି ନେଇଥାଆନ୍ତେ ତ କ’ଣ ଦୁନିଆକୁ ରାଜନୀତି ଶାସ୍ତ୍ର, ଅର୍ଥଶାସ୍ତ୍ର, ଖଗୋଳ ବିଜ୍ଞାନ, ଶଲ୍ୟ ଚିକିତ୍ସା, ଗଣିତ ଏବଂ ବ୍ୟାକରଣର ନିୟମ ମିଳି ପାରିଥାଆନ୍ତା କି? ମୁଁ ସ୍ୱୀକାର କରିବି ନାହିଁ କି ତାହା ବୋଧହୁଏ ମିଳି ପାରି ଥାଆନ୍ତା । ଆଉ ଏଥିପାଇଁ ଯେତେବେଳେ ‘ଶିକ୍ଷା ପୁନରୁତ୍ଥାନ’ ର କଥା ହେଉଛି, ତ ଚିନ୍ତାରେ, ବିଚାରରେ ନୂତନତ୍ୱ ବିନା କାମ ହୋଇ ପାରିବ ନାହିଁ ।
ଭାଇ ଓ ଭଉଣୀ ମାନେ, ଶିକ୍ଷା ଏବଂ ଶିକ୍ଷା ସହିତ ଜଡ଼ିତ ପୁସ୍ତକଗତ ଜ୍ଞାନକୁ ନେଇ ଆମ ଦେଶର ଆଧୁନିକ ଇତିହାସର ତିନି ମହାପୁରୁଷଙ୍କ ବିଚାର ଗୋଟିଏ ପ୍ରକାରର ଥିଲା । ବାବା ସାହେବ ଭୀମରାଓ ଆମ୍ବେଦକର, ଦୀନ ଦୟାଲ ଉପାଧ୍ୟାୟ ଏବଂ ରାମ ମନୋହର ଲୋହିୟା । ସେମାନେ ଶିକ୍ଷାରେ ଚରିତ୍ର ଆଉ ସମାଜ ହିତର ପ୍ରତିବିମ୍ବ ଦେଖିଥିଲେ ଆଉ ବାବା ସାହେବ ଆମ୍ବେଦକର କହିଥିଲେ,- ଚରିତ୍ରହୀନ ଅବା ବିନୟହୀନ ସୁଶିକ୍ଷିତ ବ୍ୟକ୍ତି ପଶୁଠାରୁ ଅଧିକ ଭୟଙ୍କର ହୋଇଥାଏ । ଯଦି ସୁଶିକ୍ଷିତ ବ୍ୟକ୍ତି ଶିକ୍ଷା ଗରିବ ଜନତାଙ୍କ ହିତ ବିରୋଧୀ ହେବ ତ ବ୍ୟକ୍ତିଗତ ସମାଜ ପାଇଁ ଅଭିଶାପ ହୋଇ ଯାଇଥାଏ । ଶିକ୍ଷାରୁ ଅଧିକ ମହତ୍ୱ ହେଉଛି ଚରିତ୍ର । ଏହି ଶବ୍ଦ ଡକ୍ଟର ବାବା ସାହେବ ଆମ୍ବେଦକରଙ୍କ । ସେହିଭଳି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ମଧ୍ୟ ଶିକ୍ଷାର ସାମାଜିକ ଦାୟିତ୍ୱକୁ ଯୋଡ଼ିକରି କହିଥିଲେ କି ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉପଯୁକ୍ତ ଢ଼ଂଗରେ ଶିକ୍ଷିତ କରିବାକୁ ପଡ଼ିବ, ତେବେ ଯାଇ ସେ ସମାଜ ପ୍ରତି ନିଜ ଦାୟିତ୍ୱ ପୂରଣ କରିବାରେ ସକ୍ଷମ ହେବ । ଏହି ବିଚାରକୁ ସେ ଶିକ୍ଷା ସଂସ୍ଥାନ ପର୍ଯ୍ୟନ୍ତ ସୀମିତ ରଖି ନ ଥିଲେ, ତାଙ୍କ ବିଚାରରେ ସମାଜ ହିଁ ସମାଜକୁ ଶିକ୍ଷିତ କରାଇବା, ଗୋଟିଏ ପିଢି ଅନ୍ୟ ପିଢିକୁ ସଂସ୍କାର ଅର୍ପଣ କରିବା, ସେହି ବିଚାରକୁ ଆଧୁନିକ ସ୍ୱରୂପରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଦେଖିଥିଲେ । ଦେଶର ମହାମନିଷୀ ଡକ୍ଟର ରାମମନୋହର ଲୋହିୟା ମଧ୍ୟ କହୁଥିଲେ କି – ଶିକ୍ଷା ଗବେଷଣା ଲବ୍ଧ ବିଚାରଧାରା ଉପରେ ହେବା ଦରକାର । ସେ କହିଥିଲେ କି ଶିକ୍ଷା ବ୍ୟବସ୍ଥାର ସ୍ୱରୂପ ଏଭଳି ହେବା ଦରକାର ଯାହା ବ୍ୟକ୍ତି, ପରିବାର, ସମାଜ ଏବଂ ରାଷ୍ଟ୍ରକୁ ଗୋଟିଏ ସୂତ୍ରରେ ବାନ୍ଧି ପାରିବ । ଆମେ ସେହି ସମାଜର କଳ୍ପନା କରି ପାରିବା ନାହିଁ କି ଗୋଟିଏ ସର୍କଲ ଅର୍ଥାତ ବ୍ୟକ୍ତି, ଦ୍ୱିତୀୟ ସର୍କଲ ଅର୍ଥାତ ପରିବାର, ତୃତୀୟ ସର୍କଲ ଅର୍ଥାତ ସମାଜ, ଚତୁର୍ଥ ସର୍କଲ ଅର୍ଥାତ ରାଜ୍ୟ, ପଂଚମ ସର୍କଲ ଅର୍ଥାତ ଦେଶ.. ଏଭଳି କଳ୍ପନା ଆମେ କରି ପାରିବା ନାହିଁ । ଆମେ ତ ବ୍ୟକ୍ତିଠାରୁ ଆରମ୍ଭ କରି ପରିବାର, ପରିବାରରୁ ଆରମ୍ଭ କରି ଗୋଟିଏ ହିଁ ଧାରାରେ ଗୋଟିଏ ହିଁ ସୂତ୍ରରେ ବିସ୍ତାର ହୋଇ ଚାଲିବ ଏହି କଳ୍ପନାକୁ ସାଥୀରେ ନେଇ ଚାଲିବା ଭଳି ଲୋକ ହେଉଛୁ ଆମେ, ଆମେ ଏଭଳି ସର୍କଲର କଳ୍ପନା କରି ପାରିବା ନାହିଁ କି ଗୋଟିଏ ସର୍କଲ ଅନ୍ୟଟି ସହିତ ଯୋଡ଼ି ହୋଇ ନାହିଁ । ଦୁଇଟି ଯାକ ସର୍କଲ ଅଲଗା ଅଲଗା ତ ସମାଜର ବିଚାର ଗତ ବିକାଶ, ବିସ୍ତାର ଏବଂ ସଂସ୍କାରର ପ୍ରବୃତି ଅସମ୍ଭବ ହେବ । ଦେଶର ଏହି ତିନି ମହାନ ଚିନ୍ତାନାୟକଙ୍କ ବିଚାରରୁ ଏହା ମଧ୍ୟ ସ୍ପଷ୍ଟ ଯେ ଶିକ୍ଷାର ଯଦି କୌଣସି ଲକ୍ଷ୍ୟ ନ ରହିବ ତ ତାହା ଖୁଂଟ ଉପରେ ଟଙ୍ଗା ହୋଇ ରହିଥିବା ପ୍ରମାଣପତ୍ରରୁ କିଛି ଅଧିକ ନୁହେଁ ।
ସାଥୀଗଣ, ଆମକୁ ଆଉ ଏକ ବାସ୍ତବିକତାକୁ ସ୍ୱୀକାର କରିବାକୁ ହେବ ଯେ ଆଜି ଦୁନିଆରେ କୌଣସି ମଧ୍ୟ ଦେଶ ସମାଜ କିମ୍ବା ବ୍ୟକ୍ତି ଏକୁଟିଆ ହୋଇ ରହି ପାରିବେ ନାହିଁ । ଆମକୁ ବିଶ୍ୱ ନାଗରିକ ଏବଂ ବିଶ୍ୱ ଗ୍ରାମର ଦର୍ଶନ ବିଷୟରେ ଚିନ୍ତନ କରିବାକୁ ହିଁ ପଡ଼ିବ । ଆଉ ଏହି ଦର୍ଶନ ତ ଆମ ସଂସ୍କାର ଗୁଡ଼ିକରେ ଆଗରୁ ପ୍ରାଚୀନ କାଳରୁ ହିଁ ରହିଛି । ଯେତେବେଳେ ଆମେ ବସୁଧୈବ କୁଟୁମ୍ବକମ ଏବଂ ସର୍ମେ ଭବନ୍ତୁ ସୁଖିନଃ ର କଥା କହୁଛେ ତ ଆମ ଦର୍ଶନର ଅଂଶ ଏହି ବିଶ୍ୱ ପରିବାର, ବିଶ୍ୱ ଗ୍ରାମର ହୋଇଥାଏ । ଏହି ଦୃଷ୍ଟିଭଙ୍ଗୀକୁ ନେଇ ଚାଲି ଆଜି ସରକାର ଶିକ୍ଷାକୁ ଲକ୍ଷ୍ୟ ଦେବା, ତାହାକୁ ସମାଜ ସହିତ ଯୋଡ଼ିବା ଏବଂ ଶିକ୍ଷାର ସମସ୍ୟା ଗୁଡ଼ିକର ସମାଧାନ ଖୋଜିବା ଦିଗରେ ଲଗାତାର ପ୍ରୟାସ କରି ଚାଲିଛୁ, ନବସୃଜନ ମଧ୍ୟ କରି ଚାଲିଛୁ ।
ସାଥୀଗଣ, ଆଜି ଆମ ଦେଶର ପ୍ରାୟ 900 ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷା ସଂସ୍ଥାନ ସହିତ ମଧ୍ୟ ଦେଶରେ ପାଖାପାଖି 40 ହଜାର କଲେଜ ରହିଛି । ଆପଣ ଚିନ୍ତା କରି ପାରୁଥିବେ କି କେତେ ବଡ଼ ଶକ୍ତିର କଥା ଆମ ଦାୟିତ୍ୱରେ ରହିଛି । ଯଦି ଆମେ ନିଜର ଗାଁ ଏବଂ ସହର ଗୁଡ଼ିକର ସମସ୍ୟା ଗୁଡ଼ିକରେ ଥିବା ଆହ୍ୱାନ ଗୁଡ଼ିକର ମୁକାବିଲା କରିବା ପାଇଁ ଏହି ଶିକ୍ଷା ସଂସ୍ଥାନ ଗୁଡ଼ିକର ଅଧିକରୁ ଅଧିକ ସହଯୋଗ ନେବା, ତ ସ୍ଥିତି କେତେ ଭିନ୍ନ ହୋଇଯିବ । ଆଉ ମୋର କହିବାର ଉଦ୍ଦେଶ୍ୟ ହେଉଛି ଏହା କି ଆମେ ‘ପ୍ରତିଷ୍ଠାନଗୁଡ଼ିକୁ ଅନ୍ତଃସଂଯୋଗ କରି ନବସୃଜନ ଓ ନବୋନ୍ମେଷ’ ର ଦର୍ଶନ ଉପରେ କାର୍ଯ୍ୟ କରିବା । ଏକ ଏଭଳି ଅନ୍ତଃସଂଯୋଗ ଯାହା ସମାଜ ଏବଂ ସଂସ୍ଥାନକୁ ଯୋଡ଼ିବ ଏବଂ ସଂସ୍ଥାନଗୁଡ଼ିକୁ ମଧ୍ୟ ନିଜ ନିଜ ମଧ୍ୟରେ ଯୋଡ଼ିବ ଆଉ ଏ ସବୁକୁ ମିଶାଇ ରାଷ୍ଟ୍ରର ସ୍ୱପ୍ନ ସହିତ ଯୋଡ଼ିହେବ । କଳ୍ପନା କରନ୍ତୁ କି 20-22 ବର୍ଷର ଛାତ୍ର ନିଜର ଡିଗ୍ରୀ ପାଇଁ ପାଠ ପଢ଼ିବା ସମୟରେ ଯେତେବେଳେ ସମାଜର ଆବଶ୍ୟକତାକୁ ଧ୍ୟାନରେ ରଖି ନିଜର ଚିନ୍ତାଧାରାର ପ୍ରଣାଳୀକୁ ବିକଶିତ କରିବ ତ କେତେ ଫରକ ପଡ଼ି ପାରିବ । ଯାହାକି ସେ ନିଜର ପ୍ରକଳ୍ପ ଉପରେ କାମ କରି ଏହି ଚିନ୍ତାଧାରା ମଧ୍ୟ ରଖିବ କି ଏହାର ବ୍ୟବହାର ସମାଜର କାମରେ ଆସିବ, ତ ପରିଣାମ ନିଶ୍ଚିତ ଭାବେ ବହୁତ ସକାରାତ୍ମକ ହେବ ।
ସାଥୀଗଣ, ଉଚ୍ଚ ଶିକ୍ଷାରେ ଆମେ ଉଚ୍ଚ ବିଚାର, ଉଚ୍ଚ ଆଚାର, ଉଚ୍ଚ ସଂସ୍କାର ଏବଂ ଉଚ୍ଚ ବ୍ୟବହାର ସହିତ ହିଁ ସମାଜର ସମସ୍ୟା ଗୁଡ଼ିକର ଉଚ୍ଚ ସମାଧାନ ମଧ୍ୟ ଉପଲବ୍ଧ କରାଇବା ଦରକାର । ମୋର ଏହି ଅନୁରୋଧ ବିଦ୍ୟାର୍ଥୀ ମାନଙ୍କୁ ଯେ କଲେଜ ଓ ୟୁନିଭର୍ସିଟିର ଶ୍ରେଣୀରେ ତ ଧ୍ୟାନ ଦେବେ ହିଁ, କିନ୍ତୁ ସେଗୁଡ଼ିକୁ ଦେଶର ଆଶ ଆକାଂକ୍ଷା ଗୁଡ଼ିକ ସହିତ ଯୋଡ଼ିବଚୁ ମଧ୍ୟ ପଡ଼ିବ । ଏହି ମାର୍ଗରେ ଚାଲିକରି କେନ୍ଦ୍ର ସରକାରଙ୍କର ମଧ୍ୟ ଏହି ଚେଷ୍ଟା ରହିଛି କି ଆମେ ପ୍ରତ୍ୟେକ ସ୍ତରରେ ଦେଶର ଆବଶ୍ୟକତା ଗୁଡ଼ିକରେ ଶିକ୍ଷଣ ସଂସ୍ଥାନ ଗୁଡ଼ିକୁ ଭାଗିଦାର କରାଇବୁ । ଏହି ଦୃଷ୍ଟିଭଙ୍ଗୀ ସହିତ ଆମେ ଯେପରି ଏବେ ଜାୱଡ଼େକର ମହାଶୟ ଉଲ୍ଲେଖ କରିଥିଲେ, ଅଟଳ ନବୋନ୍ମେଷ ପ୍ରୟୋଗଶାଳା ଆରମ୍ଭ କରିଛନ୍ତି । ଏଥିରେ ସ୍କୁଲର ପିଲା ମାନଙ୍କରଠାରେ ନବସୃଜନର ପ୍ରବୃତିକୁ ବୃଦ୍ଧି କରିବା ଉପରେ ଗୁରୁତ୍ଵ ଦିଆଯାଉଛି । ଏ ପର୍ଯନ୍ତ ଦେଶର 2000ରୁ ଅଧିକ ସ୍କୁଲ ମାନଙ୍କରେ ଏଭଳି ଅଟଳ ନବୋନ୍ମେଷ ପ୍ରୟୋଗଶାଳା ଆରମ୍ଭ କରା ସରିଛି ଆଉ ଆଗାମୀ କିଛି ମାସ ମଧ୍ୟରେ ଆମେ ଏହାର ସଂଖ୍ୟାକୁ ବୃଦ୍ଧି କରି 5000 ପର୍ଯ୍ୟନ୍ତ କରିବାକୁ ଯାଉଛୁ । ଆଉ ମୁଁ ମଝିରେ ଥରେ ଟେକ୍ନୋଲଜି ମାଧ୍ୟମରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମଗ୍ର ଦେଶରେ ଅଲଗା-ଅଲଗା କୋଣ ଅନୁକୋଣରେ ଅଟଳ ନବୋନ୍ମେଷ ପ୍ରୟୋଗଶାଳାରେ କାମ କରୁଥିବା ପିଲା ମାନଙ୍କ ସହିତ ବାର୍ତ୍ତାଳାପ କରିଥିଲି । ଅଷ୍ଟମ, ନବମ, ଦଶମ ଶ୍ରେଣୀର ପିଲାମାନେ ଥିଲେ । ଅର୍ଥାତ ମୋତେ ସେହି କାର୍ଯ୍ୟକ୍ରମକୁ ଛାଡ଼ିବା ପାଇଁ ମନ ହେଉ ନ ଥିଲା । ମୋର ସେହି କାର୍ଯ୍ୟକ୍ରମ ପରେ ଅନେକ ଗୁଡ଼ିକ କାର୍ଯ୍ୟକ୍ରମର ଆୟୋଜନ ରହିଥିଲା । କିନ୍ତୁ ମୁଁ ସେହି ପିଲାମାନଙ୍କର କଥାକୁ ଶୁଣିବା, ସେମାନେ ଗୋଟିଏ-ଗୋଟିଏ ପ୍ରୟୋଗ ଦେଖାଉଥିଲେ କି ଆମେ ପରୀକ୍ଷାଗାରରେ ଏହା କଲୁ, ଆମେ ପରୀକ୍ଷାଗାରରେ ତାହା କଲୁ, ଅର୍ଥାତ ମୁଁ ଚକିତ ହୋଇ ରହିଗଲି । ଅର୍ଥାତ ଆମମାନଙ୍କ ପିଲାଙ୍କ ମଧ୍ୟରେ କେତେ ଶକ୍ତି ରହିଛି ସେମାନଙ୍କୁ ଟିକିଏ ସୁଯୋଗ ଦିଆଗଲେ, ସେମାନଙ୍କର ଭିତରେ ଥିବା ଶକ୍ତିକୁ ଉଜାଗର କରାଗଲେ, କଳ୍ପନା କରି ନ ଥିବା ପରିଣାମ ସେମାନେ ଆମକୁ ଦିଅନ୍ତି । ବାଧ୍ୟବାଧକତାରେ କରା ନ ଯାଉ, ସମସ୍ୟା ସେହିଠାରେ ହିଁ ସୃଷ୍ଟି ହୁଏ ।
ଆମ ସରକାର ଶିକ୍ଷା ଜଗତରେ ନିବେଶ ଉପରେ ମଧ୍ୟ ଧ୍ୟାନ ଦେଉଛନ୍ତି । ଯେପରି ଶିକ୍ଷାର ଭିତ୍ତିଭୂମି ଉନ୍ନତ କରିବା ପାଇଁ ରାଇଜ(RISE) ଅର୍ଥାତ Revitalising of Infrastructure and Systems in Education ଏହି କାର୍ଯ୍ୟକ୍ରମକୁ ଆମେ ବ୍ୟାପକ ଭାବେ ଆରମ୍ଭ କରିଛୁ । ଏହା ମାଧ୍ୟମରେ 2022 ଯେତେବେଳେ ଭାରତ ସ୍ୱାଧୀନତାର 75 ବର୍ଷ ହେବ । 2022 ପର୍ଯ୍ୟନ୍ତ ଏକ ଲକ୍ଷ କୋଟି ଟଙ୍କା ବ୍ୟୟ କରିବାର ଲକ୍ଷ୍ୟ ଆମର ରହିଛି । ସରକାର ଏଚଇଏଫଏ ଅର୍ଥାତ ଉଚ୍ଚ ଶିକ୍ଷା ଫଣ୍ଡିଂ ସଂସ୍ଥା (Higher Education Funding Agency) ର ସ୍ଥାପନା ମଧ୍ୟ କରିଛନ୍ତି । ଯାହାକି ଉଚ୍ଚ ଶିକ୍ଷା ସଂସ୍ଥାନର ଗଠନରେ ଆର୍ଥିକ ସହାୟତା ପ୍ରଦାନ କରିବେ । ସରକାର ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନର ବଜେଟକୁ ମଧ୍ୟ ତିନି ଗୁଣ ବୃଦ୍ଧି କରିବାର ନିଷ୍ପତି ନେଇଛନ୍ତି । ଏବେ ପ୍ରକାଶ ମହାଶୟ ପରିସଂଖ୍ୟାନ ଦେଉଥିଲେ କିନ୍ତୁ ମୋତେ ଆହୁରି ଆଗକୁ ଯିବାର ଅଛି । ଏହା ରାଜ୍ୟମାନଙ୍କରେ ଉଚ୍ଚ ଶିକ୍ଷାକୁ ସୁଦୃଢ଼ କରିବାରେ ପ୍ରଭାବଶାଳୀ ପଦକ୍ଷେପ ବୋଲି ପ୍ରମାଣିତ ହେବ ।
ଭାଇ ଓ ଭଉଣୀ ମାନେ, ବିଗତ ଚାରି ବର୍ଷ ମଧ୍ୟରେ ଦେଶରେ ବହୁତ ଗୁଡ଼ିଏ ନୂତନ ଆଇଆଇଟି, ନୂତନ ଆଇଆଇଏମ, ନୂତନ ଆଇଜର ଏବଂ ନୂତନ ଆଇଆଇଆଇଟି, ନୂତନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ୱୀକୃତ କରାଯାଇଛି । ସରକାର ଏକ ନୀତି ମଧ୍ୟ ଆଣିଛନ୍ତି, ଯାହାର ଅନ୍ତର୍ଗତ ଦେଶରେ 20ଟି Eminence Setup ସୁନାମଧନ୍ୟ ପ୍ରତିଷ୍ଠାନ ସ୍ଥାପନା କରିବାର ଚେଷ୍ଟା କରାଯାଉଛି । ଏଥିରେ 10ଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ 10ଟି ଘରୋଇ କ୍ଷେତ୍ର ରହିଛ । ଏହି ନୀତିର ଉଦ୍ଦେଶ୍ୟ ହେଉଛି ଦେଶର ଶିକ୍ଷା ସଂସ୍ଥାନଗୁଡ଼ିକୁ ଦୁନିଆର ସିଦ୍ଧ ସଂସ୍ଥାନମାନଙ୍କ ସାରଣୀରେ ସାମିଲ କରିବା । ଆଜି ଆମେ ବିଶ୍ୱସ୍ତରର ଶୀର୍ଷ 500ମଧ୍ୟରେ ବହୁତ କମ୍ ସଂଖ୍ୟାରେ ଦୃଷ୍ଟିଗୋଚର ହେଉଛେ । ଏହି ସ୍ଥିତିକୁ ଆମକୁ ପରିବର୍ତ୍ତନ କରିବାର ଅଛି ଆଉ ଏଥିପାଇଁ ସରକାର ରାଷ୍ଟ୍ରାୟତ୍ତ କ୍ଷେତ୍ରର ପ୍ରତ୍ୟେକ ପ୍ରତିଷ୍ଠାନ ଉପରେ ପ୍ରାୟ ଏକ ହଜାର କୋଟି ଟଙ୍କା ଆଗାମୀ କିଛି ବର୍ଷରେ ବ୍ୟୟ କରିବେ । ଆପଣ ଏହି କଥାରେ ମଧ୍ୟ ଭଲ ଭାବେ ପରିଚିତ ଥିବେ କି Global initiative for academic network ଅର୍ଥାତ ଜ୍ଞାନ (GYAN) ଯୋଜନା ମାଧ୍ୟମରେ ଆମେ ଭାରତୀୟ ସଂସ୍ଥାମାନଙ୍କରେ ପଢ଼ାଇବା ପାଇଁ ସମଗ୍ର ଦୁନିଆରୁ ସର୍ବଶ୍ରେଷ୍ଠ ଶିକ୍ଷକମାନଙ୍କୁ ନିମନ୍ତ୍ରଣ କରୁଛୁ । ସାଥୀଗଣ, ଆମ ସରକାର ହେଉଛନ୍ତି ଶିକ୍ଷଣ ସଂସ୍ଥାନମାନଙ୍କରେ ମୁକ୍ତ ଚିନ୍ତାଧାରା ପ୍ରବାହ ସପକ୍ଷରେ । ଆମେ ଆଇଆଇଏମ ଭଳି ସଂସ୍ଥାନଗୁଡ଼ିକୁ ସ୍ୱାୟତ୍ତତା ଦେଇ ଏହାର ଶୁଭାରମ୍ଭ କରି ଦେଇଛୁ । ମୁଁ ଆଶ୍ଚର୍ଯ୍ୟ ଯେ ଦେଶରେ ଏହି କଥାର ଚର୍ଚ୍ଚା ହେଉ ନାହିଁ । ବିଦ୍ୱାନ ଲୋକମାନେ ମଧ୍ୟ କାହିଁକି କେଜାଣି ଚୁପ ହୋଇ ବସି ରହିଛନ୍ତି । ଆଇଆଇଏମରେ ଯେଉଁ ସୁଧାର କରାଯାଇଛି ବୋଧହୁଏ ହିନ୍ଦୁସ୍ଥାନରେ ଯେଉଁମାନେ ସୁଧାର ପାଇଁ ବଡ଼ ବଡ଼ ଓକିଲାତି କରିବା ଭଳି ଲୋକ ଥିଲେ, ଯେଉଁମାନେ ବିଗତ 20-25 ବର୍ଷ ଧରି ଲେଖି ଚାଲୁଥିଲେ, ବୋଧହୁଏ ସେମାନେ ମଧ୍ୟ ଚିନ୍ତା କରି ନ ଥିବେ ଏତେ ଶକ୍ତର ସହିତ ଆମେ… କିନ୍ତୁ ହୋଇଯିବା ପରେ କେଉଁଠି ଭଲ ବୋଲି କହିବେ ତ ମୋଦୀର ଖାତାକୁ ଚାଲିଯିବ ତ ଅସୁବିଧା ହୋଇଯିବ, ଲେଖିବା ବନ୍ଦ କରିଦେବେ । କିନ୍ତୁ ଏହି କାରଣରୁ ଯେଉଁ ପରିବର୍ତ୍ତନ ଆସିଛି ଆଇଆଇଏମକୁ ନିଜର କୋର୍ସ, ନିଜର ପାଠ୍ୟଖସଡ଼ା, ଶିକ୍ଷକ ନିଯୁକ୍ତି ଏପରିକି ବୋର୍ଡ ସଦସ୍ୟଙ୍କର ନିଯୁକ୍ତି, ସମୟସୀମା ବୃଦ୍ଧି ନିଜେ ସେମାନଙ୍କୁ ସ୍ଥିର କରିବାକୁ ପଡ଼ୁଛି । ଆପଣ କରି ନିଅନ୍ତୁ, ମୁଁ ଏହା କହିଛି, ମୋତେ କରି ଦେଖାନ୍ତୁ, ସରକାର କେଉଁଠିକୁ ଆସିବେ ନାହିଁ, କୌଣସି ବାବୁ ଆସି ବସିବେ ନାହିଁ । ଏବେ ଏହା ହେଉଛି ସେମାନଙ୍କର ଦାୟିତ୍ୱ ସେମାନେ କରି ଦେଖାନ୍ତୁ ।
ମୁଁ ବୁଝି ପାରୁଛି କି ଭାରତରେ ଉଚ୍ଚଶିକ୍ଷା ସହିତ ଜଡ଼ିତ ଏହା ହେଉଛି ଏକ ଅଭୂତପୂର୍ବ ପ୍ରୟୋଗ ଏବଂ ଏହି ନିଷ୍ପତି ଆମକୁ ଅନ୍ୟ ସଂସ୍ଥାଗୁଡ଼ିକ ପାଖକୁ ନେଇ ଯିବାର ଅଛି । ନିକଟରେ ୟୁଜିସି Graded Economic Regulation ମଧ୍ୟ ଜାରି କରିଛନ୍ତି, ଯାହାଦ୍ୱାରା ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକୁ ସ୍ୱୟଂଶାସିତ କରାଯାଇଛି । ଏହାର ଉଦ୍ଦେଶ୍ୟ ଶିକ୍ଷାର ସ୍ତରକୁ ସୁଧାରିବା ତ ହେଉଛି ହିଁ, ଏହାଦ୍ୱାରା ସେମାନଙ୍କୁ ସର୍ବଶ୍ରେଷ୍ଠ କରିବାରେ ମଧ୍ୟ ସାହାଯ୍ୟ ମିଳିବ । ଏହି ଆଇନ କାରଣରୁ ଦେଶରେ 60ଟି ଉଚ୍ଚ ଶିକ୍ଷା ସଂସ୍ଥାନ ଏବଂ ବିଶ୍ୱବିଦ୍ୟାଳୟକୁ ଗ୍ରେଡ଼ ଅଟୋନୋମି ମିଳି ସାରିଛି । ଏଥିରୁ କେତେଗୁଡ଼ିଏ ରାଜ୍ୟର ବିଶ୍ୱବିଦ୍ୟାଳୟ ମଧ୍ୟ ଏହାର ଅଂଶ ରହିଛି । ସରକାରଙ୍କ ତରଫରୁ କରାଯାଉଥିବା ଏହି ପ୍ରୟାସ ଗୁଡ଼ିକ ମଧ୍ୟରେ ଆପଣ ସମସ୍ତଙ୍କର ମଧ୍ୟ ଏହି ଦାୟିତ୍ୱ ରହିଛି କି ସକାରାତ୍ମକ ପରିବେଶର ଯେତିକି ଲାଭ ଉଠାଯାଇ ପାରିବ, ଉଠାନ୍ତୁ ଆଉ ଏଥିରେ ଯେଉଁ ସବୁ ଭଲ କଥା ରହିଛି, ଯେଉଁଗୁଡ଼ିକ ଆମର ଉତ୍ତମ-ଉତ୍ତମ ସ୍ୱପ୍ନ ରହିଥିଲା ସେହି ସ୍ୱପ୍ନଗୁଡ଼ିକୁ ଯୋଡ଼ି ଏ ସମୟକୁ ଆମେ ହାତଛଡ଼ା କରିବା ନାହିଁ, ଏହାକୁ ହରାଇବା ନାହିଁ । ଆପଣ ମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କର ସମୟସୀମା ଚାରି-ପାଂଚ ବର୍ଷର ହୋଇଥାଏ । ଏହି ବର୍ଷ ଗୁଡ଼ିକ ମଧ୍ୟରେ କାମ କରି ଆପଣମାନଙ୍କୁ ମଧ୍ୟ ନିଜ ପାଇଁ କିଛି ଲକ୍ଷ୍ୟ ନିର୍ଦ୍ଧାରିତ କରିବା ଦରକାର ।
ଆପଣମାନଙ୍କୁ ପ୍ରଥମ ଦିନରୁ ଏହା ଚିନ୍ତା କରିବାକୁ ହେବ କି ଯେତେବେଳେ ଆପଣଙ୍କର କାର୍ଯ୍ୟକାଳ ସମାପ୍ତ ହେବ, ସେତେବେଳେ ଆପଣ କ’ଣ ପରମ୍ପରା ବା Legacy ଛାଡ଼ି କରି ଯିବେ । ଅନେକ ଗୁଡ଼ିଏ ଏଭଳି ବିଷୟ ରହିଛି ଯାହା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି, ଯାହାକି ଉଚ୍ଚ ଶିକ୍ଷା ସ୍ତରରେ ପୁନରୁତ୍ଥାନ ପାଇଁ ହେଉଛି ବହୁତ ଆବଶ୍ୟକ । ଆଉ ଯେମିତିକି ଆପଣ ଶିକ୍ଷଣର ନୂତନ ପଦ୍ଧତି ଗୁଡ଼ିକୁ ବିକଶିତ କରିବାରେ ସହଯୋଗ ଦେଇ ପାରିବେ । ଆଜି ପ୍ରତ୍ୟେକ ଦିନ ଗୋଟିଏ ନୂତନ ଟେକ୍ନୋଲଜି ଆସୁଛି । ଆମେ ସମୟର ସାଥୀରେ ରହି ନୂତନ ଟେକ୍ନୋଲଜିର ପ୍ରୟୋଗ କରି ଶିକ୍ଷଣର ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କିପରି କରି ପାରିବା । ଶିକ୍ଷକଙ୍କର ପ୍ରଶିକ୍ଷଣ, ଯାହାକି ସର୍ବଦା ଏକ ଉପେକ୍ଷିତ କ୍ଷେତ୍ର ହୋଇ ରହି ଆସିଛି, ତାକୁ କିପରି ଭାବେ ସୁଧାରି ପାରିବା । ଆମେ ଏହି କଥାରେ ସହମତ ହେବା କି କୌଣସି ଗରିବ ରୁ ଅତିଗରିବ ହେଉ କିମ୍ବା ଧନୀରୁ ଅଧିକ ଧନୀ ମଧ୍ୟ ହେଉ ଯଦି ତାଙ୍କୁ ଜୀବନର ଗୋଟିଏ ଇଚ୍ଛା ବିଷୟରେ ପଚାରିବେ, ଗରିବ ରୁ ଅତି ଗରିବକୁ ପଚାରନ୍ତୁ ଡ୍ରାଇଭର ହୋଇଥିବ, ପିଅନ ହୋଇଥିବ, ସାଧାରଣ ଜୀବନ ଅତିବାହିତ କରୁଥିବା ଶ୍ରମିକ ହୋଇଥିବ କିମ୍ବା ଧନୀରୁ ଅଧିକ ଧନୀ ହୋଇଥିବ । ଯଦି ତାଙ୍କୁ ପଚାରିବେ, ତ ଗୋଟିଏ ସ୍ୱପ୍ନ ସାଧାରଣ ରହିଥାଏ ଆଉ ତାହା ହୋଇଥାଏ, ନିଜର ପିଲାମାନଙ୍କର ଉତ୍ତମ ଶିକ୍ଷା । ଧନୀରୁ ଅଧିକ ଧନୀ ବ୍ୟକ୍ତି ମଧ୍ୟ ଚାହିଁଥାଏ କି ଭାଇ ମୋ ପିଲାମାନଙ୍କୁ ସମ୍ଭାଳି ପାରୁଥିବା କୌଣସି ଭଲ ଶିକ୍ଷକ ମିଳି ଯାଆନ୍ତେ, କୌଣସି ଭଲ ସ୍କୁଲ ମିଳି ଯାଆନ୍ତା, ଗରିବରୁ ଅତି ଗରିବ ଲୋକ ମଧ୍ୟ ଚାହେଁ କି ମୋ ପିଲାମାନଙ୍କ ପାଇଁ ଭଲ ଶିକ୍ଷାର ବ୍ୟବସ୍ଥା ହୋଇଯାଉ । ଆଉ ଏହା ଶିକ୍ଷକଙ୍କ ବିନା ସମ୍ଭବପର ନୁହେଁ, ପ୍ରତ୍ୟେକ ଲୋକ ଭଲ ଶିକ୍ଷକ ଖୋଜି ଥାଆନ୍ତି । ଆଉ ଏଥିପାଇଁ ଆମର ଗୁରୁତ୍ୱ ଏହି କଥା ଉପରେ ହେବା ଦରକାର କି ସମାଜକୁ କିଭଳି ଉତମ ଶିକ୍ଷକ ମିଳିବେ? ଆଉ ମିଶନାରୀ ଜିନ୍ ଯୁକ୍ତ ଶିକ୍ଷକ ଆବଶ୍ୟକ । ଆମର ପ୍ରତିଷ୍ଠାନ ବହୁତ ଭଲ ଭଲ ସିଇଓ ସୃଷ୍ଟି କରୁଛନ୍ତି, ଦୁନିଆର ବଡ଼ ବଡ଼ କମ୍ପାନୀର ସିଇଓ ହୋଇ ଯାଉଛନ୍ତି, ଆମେ ବହୁତ ବଡ଼ ଗର୍ବ କରୁଛୁ କି ମୋ ଦେଶର ଅମୁକ ପ୍ରତିଷ୍ଠାନରୁ ବାହାରିଥିବା ବ୍ୟକ୍ତି ସେହି ଦେଶର ବଡ଼ ଉଦ୍ୟୋଗ ଅଥବା ବ୍ୟବସାୟ ଜଗତର ସିଇଓ ହୋଇ ଯାଇଛନ୍ତି, ମୋତେ କିନ୍ତୁ ସେତେବେଳେ ଖୁସି ଲାଗିବ, ଯେତେବେଳେ ଆମେ କହିବା କି ମୋର ଏଠାରୁ ବାହାରିଥିବା ଶିକ୍ଷକ ସେ ଦେଶକୁ 50 ଜଣ ବୈଜ୍ଞାନିକ ଦେଇଛନ୍ତି, 50 ଜଣ ଡାକ୍ତର ଦେଇଛନ୍ତି । ଆଉ ମୁଁ ଏହା ଜାଣିଛି କି ଏହା ହେଉଛି ଆଜିର ସବୁଠାରୁ ବଡ଼ ଆବଶ୍ୟକତା । ଯଦି ଆମେ କୌଣସି ଭଲ ସାହିତ୍ୟିକଙ୍କୁ ଭେଟିବା, କବିଙ୍କୁ ଶୁଣିବା ତ, ପାଇବା କି ତାଙ୍କ ମଧ୍ୟରେ ଯେଉଁ କଥା ସବୁ ରହିଛି, ନିଜସ୍ୱ ଚିନ୍ତାଧାରା ରହିଛି, କଲମ ନିଜର ହେଉ, ଶବ୍ଦ ନିଜସ୍ୱ ହେଉ, ମାଆ ସରସ୍ୱତୀଙ୍କ ଆଶୀର୍ବାଦ ଥିବ, କିନ୍ତୁ ଗୋଟିଏ କଥା ସାଧାରଣ ଥିବ, ତାହା ହେଉଛି ଯାହା କିଛି ବାହାରି ଥିବ, ତାହା ଜୀବନର ଅନୁଭବରୁ ହିଁ ବାହାରିଥିବ । ସମାଜ ପ୍ରତି ସମ୍ବେଦନାରୁ ବାହାରିଥିବ, କିଛି ସ୍ୱପ୍ନ ଯୋଗୁଁ ବାହାରିଥିବ । ଏହା କେବଳ ଶବ୍ଦର ମିଳନ ନୁହେଁ, ସଂପୂର୍ଣ୍ଣ ଭାବେ ବିଶ୍ୱର ଭାବନା ରହିଥାଏ, ଯାହା ଏହି ଶବ୍ଦକୁ ଗର୍ଭାଧାନ କରାଇଥାଏ, ଆଉ ସେହି ଗର୍ଭାଧାନରୁ କିଏ କବିତା ହୋଇ, କିଏ ସାହିତ୍ୟ ରଚନା ହୋଇ ବାହାରି ଆସନ୍ତି । କିଛି ସୃଜନଶୀଳ ଜିନିଷ ଭାବେ ବାହାରି ଆସିଥିବେ । ବୋଧହୁଏ କଲମରୁ, କମ୍ପ୍ୟୁଟରରୁ ବାହାରିଥାଇ ପାରନ୍ତି, କିନ୍ତୁ ସେଥିରେ ମୂଳତଃ ସମାଜ ପ୍ରତି ସେହି ସମ୍ବେଦନା ରହିଥାଏ । ଜୀବନର ଅନୁଭବ ଏକ ସାରାଶଂ ହୋଇଥାଏ, ସେତେ ଯାଇ ତାହା ପ୍ରକୃତ ସ୍ୱରୂପ ପାଇଥାଏ । ଆଉ ଏଥିପାଇଁ ସମାଜର ସୁଖ, ଦୁଃଖକୁ ବୁଝିବା ଆଉ ମାଟି ସହିତ ରହି ଅନୁଭବ କରିବା ଏହା ଆମର ଶିକ୍ଷା ବ୍ୟବସ୍ଥାର କିପରି ଅଂଶ ହୋଇ ପାରିବ ଏହା ହେଉଛି ସମୟର ଆବଶ୍ୟକତା । ଏହା ସେତେବେଳେ ହେବ ଯେତେବେଳେ ଶିକ୍ଷାର ସଂପ୍ରସାରଣ ଶ୍ରେଣୀ ଗୃହର ଦରଜାରୁ ବାହାରେ ମଧ୍ୟ ହେବ । ଏବେ ଯେପରି ପୁରୁଣା ସମୟରେ ଗୁରୁକୂଳରେ ବିଦ୍ୟାର୍ଥୀମାନଙ୍କୁ କାଠ, କାଠ କାଟିବା ପାଇଁ ପଠାଗଲା । ରାଜା ମହାରାଜା ମାନଙ୍କର ପୁଅ ଗୁରୁକୂଳରେ ପଢ଼ୁଥିଲେ । ଏବେ ସେହି ସଂସ୍ଥା ପାଇଁ କାଠ ମଗାଇବା କୌଣସି କଠିନ କାର୍ଯ୍ୟ ନ ଥିଲା, କିନ୍ତୁ ସଂସ୍କାର ଆଣିବା ପାଇଁ, ଜୀବନରେ ଅନୁଭବ କରିବା ପାଇଁ ରାଜାଙ୍କର ପୁଅ ଯଦି ଗୁରୁକୁଳରେ ପଢ଼ିଥାଏ ତ ତାକୁ କାଠ କାଟିବା ପାଇଁ ଯିବାକୁ ପଡିଥାଏ । ଆଉ ଏଥିପାଇଁ ଏହା ପଛରେ ଏହି ଉଦ୍ଦେଶ୍ୟ ଥିଲା କି ଛାତ୍ର ବାହାରକୁ ଯାଉ, ସମାଜ, ତାହାର ଆହ୍ୱାନକୁ ଦେଖୁ, ବୁଝୁ । ଏହିଭଳି ଭାବେ ବିଦ୍ୟାର୍ଥୀ ମାନଙ୍କୁ ଦିଆଯାଉଥିବା ଶିକ୍ଷା ଶିକ୍ଷାର ସଂପ୍ରସାରଣ ଶ୍ରେୀଣୀ ଗୃହର ପରିସରରୁ ବାହାରକୁ ଯିବା ହେଉଛି ବହୁତ ଅନିବାର୍ଯ୍ୟ । ସେ ଆଖ ପାଖର କୌଣସି ସାହି ବସ୍ତିକୁ ଯାଉ, ନିଜ ଆଖ ପାଖକୁ ଦେଖୁ, କି କିପରି ନୂଆଣିଆ ବସ୍ତିରେ କୁପୋଷଣର ସମସ୍ୟା ରହିଛି କିଛି ପିଲାମାନଙ୍କୁ ପର୍ଯ୍ୟାପ୍ତ ଟିକା ମିଳୁ ନାହିଁ । ଡ୍ରଗ୍ସ ଧୀରେ ଧୀରେ ଗରିବ ପରିବାରରେ ପ୍ରବେଶ କରିବାରେ ଲାଗିଛି । କ’ଣ କାରଣ ଅଛି କି ପିଲା ସ୍କୁଲ ଛାଡି ଏଭଳି ବୁଲୁଛନ୍ତି । ସମାଜର ପ୍ରତିଛବି ସହିତ ତା’ର ପରିଚୟର ମଧ୍ୟ ବହୁତ ଆବଶ୍ୟକତା ରହିଛି ।
ଆପଣ ଚିନ୍ତା କରନ୍ତୁ ଯଦି କଲେଜରେ ପଢ଼ୁଥିବା ଯୁବକ ନିଜ ଆଖ ପାଖ ଅଂଚଳକୁ ଯାଇ କେବଳ ଗୋଟିଏ କଥା ପ୍ରତି ସଚେତନତା ସୃଷ୍ଟି କରିବେ, ବସ୍ତି ଅଂଚଳର ସମସ୍ତ ପିଲାଙ୍କୁ କହିବେ, ଗରିବ ମାନଙ୍କୁ କହିବେ ଆରେ ଭାଇ, ପିଲାମାନେ ହାତ ନ ଧୋଇ ଖାଦ୍ୟ ଖାଇବା ଉଚିତ ନୁହେଁ । ବାରମ୍ବାର କହିବେ, ଆପଣ କଳ୍ପନା କରି ପାରିବେ କି କେତେ ବଡ଼ ପରିବର୍ତ୍ତନ ଆସିବ, କଥା ହେଉଛି ବହୁତ ଛୋଟ । ମୁଁ ସେ କଥା କହୁ ନାହିଁ, କି କିଛି ବଜେଟ ବ୍ୟବସ୍ଥା କରନ୍ତୁ, ବେଟିଂ କରନ୍ତୁ, ସଂସ୍କାର କରନ୍ତୁ, ଫର୍ମ ପୂରଣ କରନ୍ତୁ, ତାହା କହୁ ନାହିଁ । ମୁଁ ଯୋଡି ହେବାର କଥା କହୁଛି । ଯୋଡି ହେବାର କଥା କହୁଛି । ସଚେତନତାର ପଦ୍ଧତି ନବସୃଜନ ଭଳି ହୋଇଥାଉ । ସୃଜନାତ୍ମକ ହୋଇଥାଉ । ଏଭଳି ଅଭିଯାନ ନା କେବଳ ବିଦ୍ୟାର୍ଥୀମାନଙ୍କୁ ନିଜ ଜୀବନ ସୁଦୃଢ଼ କରିବ ବରଂ ଅନେକ ଗରିବ ପିଲାମାନଙ୍କର ଜୀବନର ରକ୍ଷା ମଧ୍ୟ କରିବ ।
ମୁଁ ଏବେ କିଛି ଦିନ ପୂର୍ବରୁ ବାରଣାସୀ ଯାଇଥିଲି, ତାହା ହେଉଛି ମୋର ଲୋକସଭା କ୍ଷେତ୍ର । ଆଉ ସେଠାରେ ମୋର ସାକ୍ଷାତ କାଶୀ ବିଶ୍ୱବିଦ୍ୟାଳୟର କିଛି ଯୁବକମାନଙ୍କ ସହିତ ହୋଇଥିଲା । ମୁଁ ଜାଣି ନାହିଁ, ସେମାନଙ୍କର ଉପ-କୁଳପତିଙ୍କ ସହିତ କେବେ ସେମାନଙ୍କର ସାକ୍ଷାତ ହୋଇଛି କି ନାହିଁ, କିନ୍ତୁ ମୋତେ ସାକ୍ଷାତ କରିବାର ସୁଯୋଗ ମିଳିଲା । ଏହି ଯୁବକମାନେ ଚାରି – ପାଂଚ ବର୍ଷ ପୂର୍ବେ ଏକ ସଂସ୍ଥା ଗଠନ କରିଥିଲେ । ଟ୍ରାଏ ଟୁ ଫାଇଟ୍, ଟ୍ରାଏ ଟୁ ଫାଇଟ୍ ନାମରେ । ଆରମ୍ଭରେ ଏହି ତିନି ଚାରି ଜଣ ଯୁବକ ଥିଲେ । ଆଉ ଏବେ ଏହା ବହୁତ ବଡ଼ ଗୋଷ୍ଠୀ ହୋଇ ଯାଇଛି, ପୁଅ ଝିଅ ସମସ୍ତେ ଏକାଠି ହୋଇ ଆସିଛନ୍ତି ।
ଏହି ଯୁବକମାନେ, ଅଳିଆ ଗୋଟାଉଥିବା ଯେଉଁ ପିଲାମାନେ ଅଛନ୍ତି, ସେମାନଙ୍କ ଉପରକୁ ଏମାନଙ୍କର ଧ୍ୟାନ ଯାଇଥିଲା, ଆଉ ସ୍ଥିର କରି ନେଇଥିଲେ ଏହି ପିଲାମାନଙ୍କୁ ଶିକ୍ଷା ମିଳିବା ଦରକାର । ଆଉ ସେମାନେ ନିଜ ପାଠ ପଢ଼ିବା ସମୟରୁ କିଛି ସମୟ ବାହାର କରି ଅଳିଆ ଗୋଟାଉଥିବା ଏହି ପିଲାମାନଙ୍କୁ ସ୍କୁଲ ପର୍ଯ୍ୟନ୍ତ ନେଇଯିବା ଦିଗରେ ପରିଶ୍ରମ କଲେ, କିଛି ପିଲା ପାଠ ପଢ଼ିବା ଆରମ୍ଭ କଲେ, କିଛି ସମୟ ଦେବାରେ ଲାଗିଲେ ଅର୍ଥାତ ପରିଶ୍ରମ କରିବାରେ ଲାଗିଲେ । ଆଜି ବାରଣାସୀରେ ଏହି ଯୁବସଂସ୍ଥା 1000ରୁ ଅଧିକ ଗରିବ ପିଲାଙ୍କୁ ଶିକ୍ଷା ଦେବାର କାର୍ଯ୍ୟ କରୁଛି ।
ମୁଁ ମଧ୍ୟ ସେହି ପିଲାମାନଙ୍କୁ ଭେଟିଛି, ସେହି ଯୁବକମାନଙ୍କୁ ମଧ୍ୟ ଭେଟିଛି ଆଉ ପରିବାରରେ ଏଭଳି ପିଲା ଜନ୍ମ ହୋଇଛନ୍ତି ମାଆ ନିଜ କାମରେ ଲାଗିଛି, ବାପା ନିଜ କାମରେ ଲାଗିଛନ୍ତି । ପିଲାମାନଙ୍କର ଦୁନିଆ ହେଉଛି ଭିନ୍ନ । ଏଭଳି ଖରାପ ଅଭ୍ୟାସରେ ଫସି ଯାଇଥିଲେ, ସେହି ସମସ୍ତଙ୍କୁ ବାହାରକୁ ବାହାର କରି ଆଣିଲୁ । ଗୋଟିଏ ଝିଅକୁ ମୁଁ ଦେଖିଲି, ଏତେ ବଢ଼ିଆ ଚିତ୍ର ଆଙ୍କିଥିଲା, ତା’ର ଶକ୍ତି ଥିଲା, ଭଗବାନ ତାକୁ ଦାନ ଆକାରରେ ଦେଇଥିଲେ । ସେ ଯେତେବେଳେ ମୋତେ ତାହାକୁ ଉପହାର ଆକାରରେ ଦେଲା, ସେହି ଝିଅଟି ଦେଲା, ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ପୁଣି ମୁଁ ତାକୁ ପଚାରିଲି – ଝିଅ, ତୁମ ପରିବାରରେ କେହି ଏଭଳି ଶିଖିଛନ୍ତି, କହିଲା – ନାହିଁ । ମୁଁ ଏଭଳି କରୁଥିଲି । ଆଉ ଯେତେବେଳେ ସାହେବମାନେ ଆସିଲେ ସେମାନେ ମୋ ପାଇଁ କାଗଜ ଆଣିଲେ, କଲମ ଆଣିଲେ, ଏବେ ମୁଁ ତା’ଉପରେ କରୁଛି ।
ଦେଖନ୍ତୁ, ସେହି କଲେଜର ଛାତ୍ର । ସେମାନେ ଗୁଣ୍ଡାଗର୍ଦି କରିବା ପାଇଁ ଯାଇ ପାରି ଥାଆନ୍ତେ, ୟୁନିଅନବାଜିରେ ଯାଇ ପାରି ଥାଆନ୍ତେ, ଆନ୍ଦୋଳନ କରିବାକୁ ଯାଇ ପାରି ଥାଆନ୍ତେ, କିନ୍ତୁ ସେମାନେ ଏହି ରାସ୍ତା ବାଛିଲେ ଆଉ 1000 ପିଲାଙ୍କ ଜୀବନ ପରିବର୍ତ୍ତନ କରିଦେଲେ । ଆଉ ମୁଁ ମାନୁଛି କେବଳ ସେହି 1000 ପିଲାଙ୍କର ଜୀବନ ବଦଳି ନାହିଁ, ସେହି ଯୁବକମାନଙ୍କର ଜୀବନ ଅଧିକ ବଦଳି ଯାଇଛି, ଯେଉଁମାନେ ସମ୍ବେଦନାକୁ ବୁଝିଛନ୍ତି ।
ସମାଜର ହିତ ପାଇଁ କାମ କରୁଥିବା ଏଭଳି ସଂସ୍ଥାଗୁଡ଼ିକ ସହିତ ଯେତେ ଅଧିକ ଯୁବକ ଯୋଡ଼ି ହେବେ, ଏଭଳି ଅଭିନବ ପ୍ରୟୋଗ କରିବେ, ସେତେ ଅଧିକ ଗରିବ – ବଂଚିତ ପିଲାଙ୍କୁ ଲାଭ ମିଳିବ । ଏହି ସମସ୍ତ କାର୍ଯ୍ୟ ପାଇଁ ବହୁତ ବଜେଟ ଅଥବା ଆର୍ଥିକ ସହାୟତାର ଆବଶ୍ୟକତା ପଡ଼ି ନ ଥାଏ । କିନ୍ତୁ ଏଭଳି କାର୍ଯ୍ୟ କଲେଜରେ ପଢ଼ୁଥିବା ବିଦ୍ୟାର୍ଥୀମାନଙ୍କୁ ଆଉ କୌଣସି ବସ୍ତିରେ ରହୁଥିବା ଛୋଟ ପିଲା ଉଭୟଙ୍କୁ ହିଁ ପ୍ରେରଣା ଦେବା ଭଳି କାର୍ଯ୍ୟ କରିବ । ସେମାନଙ୍କ ମଧ୍ୟରେ ଏକ ସମ୍ବନ୍ଧ ସ୍ଥାପିତ ହେବ । କିନ୍ତୁ ଆମ ଦେଶର ଏକ ଦୁର୍ଭାଗ୍ୟ ମଧ୍ୟ ହେଉଛି । କ୍ଷମା କରନ୍ତୁ କେହି ଖରାପ ଭାବିବେ ନାହିଁ । ଆମେମାନେ ସ୍କୁଲରେ ପଢ଼ୁଥିଲେ, ସେତେବେଳେ ସ୍କୁଲର ଶିକ୍ଷକ କହୁଥିଲେ କି ଆଜି କୌଣସି ସେବା କାର୍ଯ୍ୟ କରିଛ ତ ରଚନା ଲେଖି ଆଣିବ । ବୋଧହୁଏ ଆପଣମାନଙ୍କୁ ମଧ୍ୟ ଏଭଳି କାର୍ଯ୍ୟ କରିବା ପାଇଁ କୁହା ଯାଇଥିବ । ଆଜି କିଭଳି ସେବା କାର୍ଯ୍ୟ କରିଛ – ଏହା ଲେଖିକରି ଆଣିଥିବ ଆଉ 100ରୁ 90 ପିଲା ଲେଖୁଥିଲେ କି ଆଜି ରାସ୍ତାରେ ଜଣେ ଅନ୍ଧ ଲୋକଙ୍କୁ ଭେଟିଲି, ତାଙ୍କୁ ମୁଁ ରାସ୍ତା ପାର କରାଇଲି । ଆପଣ ଦେଖି ନିଅନ୍ତୁ 90 ଜଣ ପିଲା ଏହା ଲେଖୁଥିଲେ । ଅର୍ଥାତ ଗୋଟିଏ ପଟରେ ସେମାନେ ମିଛ ଲେଖିବାର ଅଭ୍ୟାସ କରୁଥିଲେ, ମିଥ୍ୟାବାଦୀ ହେବାର ଅଭ୍ୟାସ କରୁଥିଲେ ଆଉ ଆମେ ସେମାନଙ୍କୁ ଅଟକାଉ ମଧ୍ୟ ନ ଥିଲେ କି ଏହା ହେଉଛି ଏକ ଛୋଟ ଗାଁ, ଏଠାରେ ରାସ୍ତା ପାର ହେବାର ପରିସ୍ଥିତି କେଉଁଠୁ ଆସିଲା ବନ୍ଧୁ । ବାସ ଗାଡ଼ି ଚାଲିଥିଲା । ପ୍ରଥମରୁ ଚାଲି ଆସୁଥିଲା, ଆମମାନଙ୍କ ପାଇଁ ମଧ୍ୟ ଚାଲିଲା, ଆଜି ମଧ୍ୟ ବୋଧହୁଏ ଚାଲୁଥିବ ।
ମୋର କହିବାର ତାତ୍ପର୍ଯ୍ୟ ଏହା ଯେ, ଏ ସମସ୍ତ ନବସୃଜନ ନ ରହିବାର ପରିଣାମ । ଏହା ଏଥିପାଇଁ ଆରମ୍ଭ ହୋଇଥିବ କି ସେହି ପିଲାମାନଙ୍କୁ ସମାଜ ସେବାର ସଂସ୍କାର ଥିବ କିନ୍ତୁ ପରେ ତାହା ଏକ ପ୍ରଥା ହୋଇ ଯାଇଥିବ । ପ୍ରାଣହୀନ ହୋଇ ଯାଇଥିବ, କାରଣ ଲେଖିବାର ଅଛି । ତୁମେ ଲେଖିକରି ଆଣିଛ, ପୃଷ୍ଠା ଶେଷ ହୋଇଯାଇଛି, ଶିକ୍ଷକଙ୍କୁ ପଢ଼ିବା ପାଇଁ ସମୟ ନାହିଁ । ସଂପୂର୍ଣ୍ଣ ପୃଷ୍ଠା ଲେଖିଛି, ପୁଣି ଭିତରେ କିଛି ମଧ୍ୟ ଲେଖିଛି, କିନ୍ତୁ ଲେଖିଛି ତ ।
ମୁଁ ଭାବୁଛି ଏଥିରେ ପରିବର୍ତ୍ତନ ଆବଶ୍ୟକ । ଆଉ ମୁଁ ସ୍ୱୀକାର କରୁଛି କି ଆପଣମାନଙ୍କ ମଧ୍ୟରୁ ବହୁତ ଲୋକ ଏହି କଥା ସହିତ ପରିଚିତ ଥିବେ କି ଏହି ସରକାର ଆସିବା ପରେ ମୁଁ ଏକ ପ୍ରୟାସ ଆରମ୍ଭ କରିଛି । ମୋର ପ୍ରୟାସ ରହିଛି କି ଯେଉଁଠାରେ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବକୁ ଯାଉଛି, ଏଠାରେ ବୋଧହୁଏ କେତେ ଜଣ ବସିଥିବେ, ଯେଉଁମାନଙ୍କୁ ବିଶ୍ୱବିଦ୍ୟାଳୟ ଯିବାର ସୌଭାଗ୍ୟ ମିଳି ନ ଥିବ, ତ ମୁଁ ଏକ ନିୟମ କରିଥିଲି । ମୋ ଅଫିସରୁ ଚିଠି ଯାଉଥିଲା କି ମୁଁ ସେହି ସମାବର୍ତ୍ତନ ଉତ୍ସବକୁ ଯିବି । କିନ୍ତୁ ସେଠାରେ ମୋର ପଚାଶ ସ୍ୱତନ୍ତ୍ର ଅତିଥି ଥିବେ । ସେମାନଙ୍କର ବସିବା ପାଇଁ ଆଗ ଧାଡ଼ିରେ ସ୍ୱତନ୍ତ୍ର ବ୍ୟବସ୍ଥା ଆବଶ୍ୟକ । ଏହା ମୋର ଅନୁରୋଧ ଥିଲା କି ସେହି 50 ଜଣ କିଏ ହୋଇଥିବେ – ସେହି ଅଂଚଳର ସରକାରୀ ସ୍କୁଲରେ ପଢ଼ୁଥିବା ବସ୍ତି ବାସିନ୍ଦାଙ୍କ ପିଲା, ସେମାନେ ସପ୍ତମ, ଅଷ୍ଟମ, ନବମ, ଦଶମ ଶ୍ରେଣୀର ପିଲା, ମୋର ମୁଖ୍ୟ ଅତିଥି ହୋଇ ଥାଆନ୍ତି । ସେମାନଙ୍କୁ ମୁଁ ପରିଚୟ କରାଇଥାଏ । ସମାବର୍ତ୍ତନରେ ଉପସ୍ଥିତ ଥିବା ସମସ୍ତ ଦର୍ଶକଙ୍କ ସହିତ । କାରଣ ମୁଁ ସେହି ପିଲାମାନଙ୍କୁ ସଂସ୍କାର କରିବାକୁ ଚାହୁଁଥିଲି ଆଉ ଦେଖିବା ହିଁ ବିଶ୍ୱାସ କରିବା, ସେହି ପିଲା ଯେତେବେଳେ ବସିଥାଏ, ସେ ତ ବିଚରା ନିଜ ନୁଆଁଣିଆ ବସ୍ତି ଦେଖିଛି, ସ୍କୁଲର ଯେଉଁ ପରିବେଶ ତାକୁ ଦେଖିଛି, ଏତେ ବଡ଼ ବିଶ୍ୱବିଦ୍ୟାଳୟ ପରିସରକୁ ଆସିଛି । ବସିଛି, ସମସ୍ତେ ଅଲଗା-ଅଲଗା, କିନ୍ତୁ ଏକାଭଳି ପିନ୍ଧିକରି ପିଲା ଆସି ଥାଆନ୍ତି, ଟୋପି ସହିତ, ଆଉ ଯେତେବେଳେ ପ୍ରମାଣପତ୍ର ନେଇ ଥାଆନ୍ତି, ସେମାନଙ୍କ ମଧ୍ୟରେ ଏକ ବୀଜ ଅଙ୍କୁରିତ ହୋଇଥାଏ କି କେବେ ମୁଁ ମଧ୍ୟ । ମୁଁ ମଧ୍ୟ କେବେ ଏହି ମଂଚକୁ ଆସିବି, ଆଉ ମୋତେ ମଧ୍ୟ କେହି ଏ ପ୍ରକାରର ଦେବେ । ଏହା ସ୍ୱପ୍ନ ବୁଣିବାର କାର୍ଯ୍ୟ କରିଥାଏ ।
କଥା ହେଉଛି ଛୋଟ, ପରିବର୍ତ୍ତନ ବଜେଟରେ ଆସିଥାଏ, ଏପରି ନୁହେଁ ଆଜ୍ଞା । ବଦଳାଇବାର ଲକ୍ଷ୍ୟରୁ ଆସିଥାଏ, ଯୋଡ଼ି ହେବାରୁ ଆରମ୍ଭ ହୋଇଥାଏ । ଆଉ ଲଢ଼େଇ କରିବା ଦ୍ୱାରା ସଫଳତା ମଧ୍ୟ ମିଳିଥାଏ, ଏହି ସଂକଳ୍ପ ନେଇ ଚାଲିବାର ଅଛି । ଆଉ ଏଥିପାଇଁ ଯେତେବେଳେ ମଧ୍ୟ ମୁଁ ଶିକ୍ଷା ଜଗତର ବିଦ୍ୱାନମାନଙ୍କ ମଧ୍ୟକୁ ଯାଇଥାଏ, ତ ଗୋଟିଏ କଥା ଉପରେ ଗୁରୁତ୍ୱ ଦେଇଥାଏ । ଆଉ ଏହି ବିଷୟ ହେଉଛି ସହର ଆଧାରିତ ଉତ୍କର୍ଷ କେନ୍ଦ୍ର, ପ୍ରତ୍ୟେକ ସଂସ୍ଥାନକୁ ଏହା ମଧ୍ୟ ଦାୟିତ୍ୱର ସହିତ ନେବାର ଅଛି କି ସେମାନେ ନିଜର ଆଖପାଖର ଶିକ୍ଷା ଏବଂ ସମସ୍ୟାର ସମାଧାନ ପାଇଁ ଇକୋ-ସିଷ୍ଟମକୁ ସଠିକ ଭାବେ ପ୍ରସ୍ତୁତ କରିବେ ଆଉ ଏଥିପାଇଁ ମୁଁ ଆପଣମାନଙ୍କୁ କିଛି ଉଦାହରଣ ଦେବାକୁ ଚାହୁଁଛି ।
ଆମ ବିଦ୍ୟାର୍ଥୀମାନଙ୍କୁ ଦାୟିତ୍ୱ ଦିଆଯାଇ ପାରେ କି ସେମାନେ ନିଜର ଆଖପାଖର ଲୋକଙ୍କୁ ଡିଜିଟାଲ ସାକ୍ଷରତାର କାର୍ଯ୍ୟ କରିବେ । ସେମାନେ ନିଜ ଆଖପାଖର ଲୋକଙ୍କୁ ଆୟୁଷ୍ମାନ ଭାରତ, ଉଜାଲା, ସ୍ୱଚ୍ଛଭାରତ ମିଶନ ଭଳି ଯୋଜନା ଗୁଡ଼ିକ ସହିତ ପରିଚିତ କରାଇବେ । ସେମାନେ ସେମାନଙ୍କର ଜୀବନକୁ ସହଜ କରି ପାରିବେ । ବିଦ୍ୟାର୍ଥୀ ନିଜ ସ୍ଥାନୀୟ ଅଂଚଳରେ ଜଳ ସଂରକ୍ଷଣ, ପର୍ଯ୍ୟାବରଣ ଏବଂ ବିଜୁଳି ସଂଚୟ କାର୍ଯ୍ୟ ବିଷୟରେ ଶିକ୍ଷା ଦିଅନ୍ତୁ ।
ଏଭଳି ଅନେକ କାର୍ଯ୍ୟର ତାଲିକା ପ୍ରସ୍ତୁତ କରି, କାର୍ଯ୍ୟସୂଚୀ ପ୍ରସ୍ତୁତ କରି ଶିକ୍ଷା ସଂସ୍ଥାନ ଜଣେ ଅନ୍ୟ ଜଣଙ୍କ ସହିତ ବାଂଟି ପାରିବେ । ମୁଁ ମଧ୍ୟ ଏହା ମଧ୍ୟ କହୁଛି କି ଏହି କାମରେ କେବଳ ଶିକ୍ଷକ ଆଉ ଛାତ୍ର ହିଁ ନୁହଁନ୍ତି, ଅଭିଭାବକ ଏବଂ ପୁରାତନ ଛାତ୍ରଙ୍କୁ ମଧ୍ୟ ଯୋଡ଼ିବା ଦରକାର । ଯେତେବେଳେ ଶିକ୍ଷା ଦ୍ୱାରା ଏହି କାର୍ଯ୍ୟ ପ୍ରତ୍ୟେକ ସ୍ତରରେ ସମାଜ ସହିତ ଯୋଡ଼ି ହୋଇଯିବ ତ ଆମର ଯୁବକମାନେ ସାମର୍ଥ୍ୟ ଏବଂ ସେମାନଙ୍କର ଚିନ୍ତାଧାରା କେତେ ବୃଦ୍ଧି ପାଇବ, ଆପଣ ଅନୁମାନ କରିପାରିବେ ।
ଭାଇ ଓ ଭଉଣୀମାନେ, ଦେଶର ଯୁବକମାନେ ନିଜ କ୍ଷମତା ଦ୍ୱାରା ବ୍ରାଣ୍ଡ ଇଣ୍ଡିଆକୁ ବିଶ୍ୱ ପରିଚୟ ଦେଇଛନ୍ତି । ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଭିନ୍ନ ଭିନ୍ନ ସଂସ୍ଥାନ ଯେପରିକି ଆଇଆଇଟି, ଆଇଆଇଏମ, ମେଡିକାଲ କଲେଜରେ ପଢ଼ୁଥିବା ଛାତ୍ରମାନେ ବିଦେଶ ଯାଇ ଭାରତର ନାମ ଉଜ୍ଜ୍ୱଳ କରିଛନ୍ତି, କିଏ ତ ଦୁନିଆର ବଡ଼ କମ୍ପାନୀମାନଙ୍କୁ ଚଲାଉଛନ୍ତି । ଆମେ ସବୁ ଏହି କଥା ସହିତ ଭଲ ଭାବେ ପରିଚିତ କି ଦେଶର ଯୁବକଙ୍କ ପାଖରେ ଚିନ୍ତାଧାରାର ଅଭାବ ନାହିଁ । ଯଦି ଆମ ପାଖରେ ନିୟୁତ ନିୟୁତ ସମସ୍ୟା ମଧ୍ୟ ଅଛି ତ କୋଟି କୋଟି ସମାଧାନ ମଧ୍ୟ ଅଛି । ଏହି ବିଶ୍ୱାସ ମଧ୍ୟ ଅଛି ।
ଏହା ମଧ୍ୟ ସତ୍ୟ ଯେ ଆଜି ଦୁନିଆର ସବୁଠାରୁ ବଡ଼ ବଡ଼ କମ୍ପାନୀ ମାନେ କେବେ ନା କେବେ ଷ୍ଟାର୍ଟ-ଅପ’ରୁ ହିଁ ଆରମ୍ଭ ହୋଇଥିବେ, ଏହାକୁ ଧ୍ୟାନରେ ରଖି ସରକାର ଷ୍ଟାର୍ଟ ଅପ୍ ଇଣ୍ଡିଆ, ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆ, ସ୍କିଲ ଇଣ୍ଡିଆ ଭଳି ଯୋଜନା ମାନ ଚଳାଉଛନ୍ତି । ମୁଁ ଏହି କଥାକୁ ନେଇ ମଧ୍ୟ ଆଶ୍ୱସ୍ତ ଅଛି କି ଆଗାମୀ ଦିନରେ କୃତ୍ରିମ ଧୀଶକ୍ତି ଯାନ୍ତ୍ରିକ ଶିକ୍ଷା, 5-ଜି ଟେକ୍ନୋଲଜି, ବ୍ଲକଚେନ୍ ଏବଂ ବୃହତ ଡାଟା ବିଶ୍ଳେଷଣ ଭଳି କ୍ଷେତ୍ରରେ ଆମର ଯୁବକମାନେ, ଏହି ବିଶ୍ୱର ନେତୃତ୍ୱ ନେଇ ପାରିବେ । ଆମକୁ କରିବାକୁ ପଡ଼ିବ । ଆମେ ସମସ୍ତେ ଏହା ଜାଣିଛେ କି ଆମ ଦେଶ ବୈଷୟିକ ମାନବ ସମ୍ବଳ କ୍ଷେତ୍ରରେ ହେଉଛି ଦୁନିଆର ବହୁତ ବଡ଼ ଶୃଙ୍ଖଳ । ଷ୍ଟାର୍ଟ ଅପ୍ କ୍ଷେତ୍ରରେ ଆମେ ଦୁନିଆରେ ହେଉଛେ ଦ୍ୱିତୀୟ ବଡ଼ ବ୍ୟବସ୍ଥା । ନବସୃଜନ ସୂଚକାଙ୍କରେ କ୍ରମାଗତ ପ୍ରଗତି କରି ଚାଲିଛେ ।
ଏହି ସମସ୍ତ ସ୍ଥିତି ଆମ ଦେଶର ଯୁବକ ମାନେ ଆଉ ଶିକ୍ଷା ସଂସ୍ଥାନ ଗୁଡ଼ିକ ଉଭୟ ହିଁ ଅନୁକୂଳ ଅଟନ୍ତି । ଆଉ ଏଥିପାଇଁ ଆମ ସମସ୍ତଙ୍କୁ ମିଳିମିଶି ଦେଶର ଯୁବକମାନଙ୍କୁ ସାମାଜିକ ବୈଜ୍ଞାନିକ ଆଉ ନବସୃଜନ ଦକ୍ଷତା, ଏହାକ ବିକଶିତ କରିବା ଦିଗରେ ଆମ ମାନଙ୍କୁ କାର୍ଯ୍ୟ କରିବାର ବହୁତ ଆବଶ୍ୟକତା ଅଛି ।
ସାଥୀଗଣ, ପୁନରୁତ୍ଥାନ ସେତେବେଳେ ସମ୍ଭବ ହେବ, ଯେତେବେଳେ ଆମେ ସମସ୍ତେ ଆଗକୁ ବଢ଼ିବା, ସେହି ଭଳି ଗବେଷଣାରୁ ପୁନରୁତ୍ଥାନର ଦୋଷ ତ୍ରୁଟିକୁ ଶେଷ କରି ଆଗକୁ ବଢ଼ିବାର ପ୍ରୟାସ ହେଉଛି । କିନ୍ତୁ ଏହା ସହିତ ନୂତନ ଯୁଗ ଅନୁକୂଳ ପରିବର୍ତ୍ତନ ଆଣିବା, ଏହା ସେଥିରେ ନିହିତ ହେବା ଦରକାର ।
ମୋର ଦୁର୍ବଳତା ଦୂର କରନ୍ତୁ, ସେତିକି ହିଁ ନୁହେଁ, ମୁଁ ରୋଗଗ୍ରସ୍ତ ହୋଇଛି, ଏଥିପାଇଁ ରୋଗରୁ ମୁକ୍ତ ହୋଇଯାଏ । ଏତିକି ନୁହେଁ । ମୋତେ ସୁସ୍ଥ ସବଳ ମଧ୍ୟ ହେବା ଦରକାର । ଏହା ମଧ୍ୟ ମୋର ଲକ୍ଷ୍ୟ ହେବା ଆବଶ୍ୟକ । ଶିକ୍ଷା ଜଗତର ଆପଣ ହେଉଛନ୍ତି ସମସ୍ତେ ତୁଙ୍ଗ । ନ୍ୟୁ ଇଣ୍ଡିଆର ନିର୍ମାଣ ପାଇଁ ଦେଶର ମୂଳଦୁଆକୁ ଆହୁରି ମଜବୁତ କରନ୍ତୁ । ଦେଶର ଯୁବକମାନଙ୍କ ମଧ୍ୟରେ ଆହୁରି ଆତ୍ମବିଶ୍ୱାସ ସୃଷ୍ଟି କରନ୍ତୁ । ଏହି କାମନା ସହିତ ମୁଁ ପୁଣି ଥରେ ଏହି ମହତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ଆପଣ ସମସ୍ତଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି । ଆପଣମାନେ ଏଠାରେ ଯାହା ମନ୍ଥନ କରିବେ, ଯାହା ଚିନ୍ତନ କରିବେ, ଯେଉଁ କଥା ସେଥିରୁ ଉଜାଗର ହୋଇ ଆସିବ, ମୋର ଭରସା ଅଛି କି ଆପଣମାନେ ହେଉଛନ୍ତି ସେହି ଲୋକ, ଯେଉଁମାନେ ଏହି ମାଟି ସହିତ ଜଡ଼ିତ । ଯେଉଁମାନେ ବିଗତ ଦିନ ସହିତ ଜଡ଼ିତ । ଆପଣ ମାନେ ହେଉଛନ୍ତି ସେହି ଲୋକ ଯେଉଁମାନେ ଆଗାମୀ ଉତମ ଭବିଷ୍ୟତର ସ୍ୱପ୍ନ ବୁଣି ଜୀବନ ଜୀଇଁବା ପାଇଁ ନିଜକୁ ନିୟୋଜିତ କରି ପାରିବେ । ଯେଉଁଠାରେ ଏଭଳି ସମୁଦାୟ ଥାଆନ୍ତି, ସେମାନେ ବହୁତ କିଛି ଦେଇ ପାରିବେ ।
ମୋର ବିଶ୍ୱାସ ଅଛି କି ଏହି ଚିନ୍ତନ, ଏହି ମନନ, ଏହି ପ୍ରୟାସ ଦେଶକୁ ଆଗାମୀ ସମୟରେ କିଛି ନା କିଛି ମହତ୍ୱପୂର୍ଣ୍ଣ କଥା ଦେଇ କରି ଯିବ । ଏହି ଆଶା ସହିତ ପୁଣି ଥରେ ଏହି ପ୍ରୟାସ ପାଇଁ ଶୁଭେଚ୍ଛା ଜଣାଇ ଆପଣମାନଙ୍କୁ ମୋର ବହୁତ ବହୁତ ଶୁଭକାମନା ଦେଉଛି ।
ଧନ୍ୟବାଦ ।
ज्ञान और शिक्षा सिर्फ किताबी नहीं हो सकते हैं।
— PMO India (@PMOIndia) September 29, 2018
शिक्षा का मकसद व्यक्ति के हर आयाम का संतुलित विकास करना है और संतुलित विकास Innovation के बिना संभव नहीं है।
हमारे प्राचीन तक्षशिला, नालंदा, विक्रमशिला जैसे विश्वविद्यालयों में ज्ञान के साथ INNOVATION पर भी ज़ोर दिया जाता था: PM
हमें एक और वास्तविकता को स्वीकार करना होगा कि आज दुनिया में कोई भी देश, समाज या व्यक्ति isolate होकर नहीं रह सकता।
— PMO India (@PMOIndia) September 29, 2018
हमें ‘ग्लोबल सिटीजन और ग्लोबल विलेज’ के दर्शन पर सोचना ही होगा।
और ये दर्शन तो हमारे संस्कारों में प्राचीन काल से ही मौजूद है: PM
उच्च शिक्षा हमें
— PMO India (@PMOIndia) September 29, 2018
उच्च विचार,
उच्च आचार,
उच्च संस्कार और
उच्च व्यवहार के साथ ही समाज की समस्याओं का
उच्च समाधान भी उपलब्ध करती है।
मेरा आग्रह है कि विद्यार्थियों को कालेज, यूनीविर्सिटी के क्लास रुम में तो ज्ञान दें हीं लेकिन उन्हें देश की आकांक्षाओं से भी जोड़ें: PM
इसी मार्ग पर चलते हुए केंद्र सरकार की भी यही कोशिश है कि हम हर स्तर पर देश की आवश्यकताओं में शिक्षण संस्थानों को भागीदार बनाएं।
— PMO India (@PMOIndia) September 29, 2018
इसी विजन के साथ हमने अटल टिंकरिंग लैब की शुरुआत की है। इसमें स्कूली बच्चों में Innovation की प्रवृत्ति बढ़ाने पर फोकस किया जा रहा है: PM
हमारी सरकार शिक्षा जगत में निवेश पर भी ध्यान दे रही है।
— PMO India (@PMOIndia) September 29, 2018
शिक्षा का इंफ्रास्ट्रक्चर बेहतर बनाने के लिए RISE यानि Revitalisation of Infrastructure and Systems in Education कार्यक्रम शुरु किया गया है।
इसके जरिए वर्ष 2022 तक एक लाख करोड़ रुपए खर्च करने का लक्ष्य रखा गया है: PM
सरकार ने HEFA- यानि HIGHER EDUCATION FUNDING AGENCY की स्थापना भी की है जो उच्च शिक्षण संस्थाओं के गठन में आर्थिक सहायता मुहैया कराएगी।
— PMO India (@PMOIndia) September 29, 2018
सरकार ने राष्ट्रीय उच्चतर शिक्षा अभियान का बजट भी बढ़ाने का निर्णय लिया है: PM
हमने IIM जैसे संस्थानों को स्वायत्ता देकर इसकी शुरुआत कर दी है।
— PMO India (@PMOIndia) September 29, 2018
अब IIM को अपने कोर्स करिकुलम, टीचर अपाइंटमेंट, बोर्ड मेंबर अपाइंटमेंट, एक्सपेंशन, खुद तय करने की शक्ति मिल गई है।
सरकार की इनमें अब कोई भूमिका नहीं होगी। भारत में उच्च शिक्षा से जुड़ा ये एक अभूतपूर्व फैसला है: PM
हाल ही में UGC ने ग्रेडेड एटॉनॉमी रेग्यूलेशंस भी जारी किए हैं।
— PMO India (@PMOIndia) September 29, 2018
इसका उद्देश्य शिक्षा के स्तर को सुधारना तो है ही, इससे उन्हें सर्वश्रेष्ठ बनने में भी मदद मिलेगी।
इस रेग्यूलेशन की वजह से देश में 60 Higher Education Institutes और Universities को ग्रेडेड अटॉनॉमी मिली है: PM
मेरी कोशिश रहती है कि जहां कहीं भी मैं कॉन्वोकेशन में जाऊं, तो वहां पर 40-50 गरीब बच्चों को भी उस कार्यक्रम में बुलाया जाए।
— PMO India (@PMOIndia) September 29, 2018
ये बच्चे आते हैं, देखते हैं कि कैसे बड़े भैया,बड़ी दीदी डिग्रियां लेकर खुश हो रहे हैं, उनका सम्मान किया जा रहा है, तो उन्हें भी प्रेरणा मिलती है: PM
Sharing my remarks at the 'Conference on Academic Leadership on Education for Resurgence' held in Delhi. https://t.co/GO2XBvFftn pic.twitter.com/bS9j6BdFsQ
— Narendra Modi (@narendramodi) September 29, 2018
जब पुनरुत्थान के बारे में सोचता हूं तो मन मस्तिष्क में पहली छवि स्वामी विवेकानंद जी की बनती है।
— Narendra Modi (@narendramodi) September 29, 2018
उन्होंने शिक्षा के 3 स्तंभ दिए - जीवन निर्माण, मानवता और चरित्रगठन - जो आज भी प्रासंगिक है।
इन विचारों से प्रेरित होकर मैंने एक और स्तंभ जोड़ा है - इनोवेशन। pic.twitter.com/qNyL4M4B4s
Three great Indians of the 20th century- Dr. Babasaheb Ambedkar Ji, Pandit Deendayal Upadhyaya Ji and Dr. Ram Manohar Lohia emphasised on the power of education. pic.twitter.com/kkRL3DEy9l
— Narendra Modi (@narendramodi) September 29, 2018
Encouraging innovation among young India. pic.twitter.com/ymXyMlnhlr
— Narendra Modi (@narendramodi) September 29, 2018
Boosting infrastructure, providing financial assistance to institutions, building new world class centres of education and more.
— Narendra Modi (@narendramodi) September 29, 2018
Here are some of the steps being taken by the Centre in the education sector. pic.twitter.com/Geqq6k25nv