ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଶ୍ରମ ଏବଂ ନିଯୁକ୍ତି କ୍ଷେତ୍ରରେ ତାଲିମ ଏବଂ ଶିକ୍ଷାଦାନ ଲାଗି ଭାରତ ଓ ଇଟାଲି ମଧ୍ୟରେ ବୁଝାମଣାପତ୍ର (ଏମଓୟୁ)କୁ ମଞ୍ଜୁରି ଦେଇଛନ୍ତି ।
ଲାଭ : ଏହି ଏମଓୟୁ ନିମ୍ନଲିଖିତ ମାଧ୍ୟମରେ କର୍ମ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ଲାଗି ତାଲିମ ଏବଂ ଶିକ୍ଷାଦାନ ଗତିବିଧିର ସମ୍ପ୍ରସାରଣରେ ସହାୟତା ପ୍ରଦାନ କରାଯିବ :
– ତାଲିମ, କାର୍ଯ୍ୟ ପଦ୍ଧତି ଏବଂ ଜ୍ଞାନକୌଶଳ ବିଷୟରେ ମିଳିତ କାର୍ଯ୍ୟକ୍ରମ ଆୟୋଜନ କରିବା;
– ବିଭିନ୍ନ ସାମାଜିକ ଭାଗୀଦାରମାନଙ୍କ ପାଇଁ ନୂତନ ତାଲିମ ଢାଞ୍ଚା ବିକଶିତ କରିବା;
– ଶ୍ରମ ନିଯୁକ୍ତି ବିଷୟରେ ବିଭିନ୍ନ ବିଷୟ ଉପରେ ସ୍ୱତନ୍ତ୍ର ଭାବେ ତାଲିମ କାର୍ଯ୍ୟକ୍ର ଆୟୋଜନ କରିବା;
– ତାଲିମ କାର୍ଯ୍ୟ-ପଦ୍ଧତିର ମୂଲ୍ୟାଙ୍କନ କରିବା;
– ସ୍ୱତନ୍ତ୍ର ଭାବେ ତାଲିମ ପ୍ରଶାସନ ସନ୍ଦର୍ଭରେ, ତାଲିମ କାର୍ଯ୍ୟକ୍ରମ ବିଷୟରେ ଉନ୍ନତ କାର୍ଯ୍ୟପ୍ରଣାଳୀର ଆଦାନ ପ୍ରଦାନ, ପ୍ରଶିକ୍ଷଣ ଢାଞ୍ଚାର ଉପଲବ୍ଧତା ଏବଂ ସୁବିଧାରେ ପରସ୍ପରର ସହାୟତା କରିବା ଏବଂ ଅଧ୍ୟୟନ-ଗସ୍ତର ଆୟୋଜନ କରିବା; ଏବଂ
– ଜ୍ଞାନ ଓ ସୂଚନା ବାଂଟିବା ଲାଗି ତାଲିମଦାତାମାନଙ୍କର ଆଦାନପ୍ରଦାନ କରିବା ଏହି ବୁଝାମଣା ହେତୁ ସୁଗମ ହୋଇପାରିବ ।
**********