Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶ୍ରୀ ଅନିଲ ମାଧବ ଦବେଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ପରିବେଶ ମନ୍ତ୍ରୀ ଶ୍ରୀ ଅନିଲ ମାଧବ ଦବେଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନିଜ ଶୋକବାର୍ତ୍ତାରେ କହିଛନ୍ତି, “ମୋର ପ୍ରିୟ ବନ୍ଧୁ ଏବଂ ସମ୍ମାନନୀୟ ସହକର୍ମୀ ପରିବେଶ ମନ୍ତ୍ରୀ ଶ୍ରୀ ଅନିଲ ମାଧବ ଦବେଙ୍କ ଆକସ୍ମିକ ଦେହାନ୍ତରେ ମୁଁ ମର୍ମାହତ ।

ଅନିଲ ମାଧବ ଦବେଜୀ ଜଣେ ଉତ୍ସର୍ଗୀକୃତ ଜନସେବକ ଭାବେ ମାନେ ରହିବେ । ପରିବେଶର ସୁରକ୍ଷା ନିମନ୍ତେ ସେ ଅତ୍ୟନ୍ତ ଭାବପ୍ରବଣ ଥିଲେ ।
ମୁଁ ଅନିଲ ମାଧବ ଦବେଜୀଙ୍କ ସହ ଗତ ସନ୍ଧ୍ୟାରେ ପ୍ରମୁଖ ନୀତି ଓ ଯୋଜନା ସମ୍ପର୍କରେ ଚର୍ଚ୍ଚା କରୁଥିଲି । ତାଙ୍କ ଅକାଳ ବିୟୋଗ ମୋ ପାଇଁ ଏକ ବ୍ୟକ୍ତିଗତ ହାନି । ”