ପିଏମଇଣ୍ଡିଆ
ନମସ୍କାର!
କମିଟିର ସମସ୍ତ ସମ୍ମାନୀତ ସଦସ୍ୟଗଣ ଏବଂ ସାଥୀଗଣ! ଗୁରୁ ତେଗ୍ ବାହାଦୂର ଜୀଙ୍କର ଚାରିଶହ ପ୍ରକାଶ ପର୍ବର ଏହି ଅବସର ହେଉଛି ମଧ୍ୟ ଏକ ଆଧ୍ୟାତ୍ମିକ ସୌଭାଗ୍ୟ ମଧ୍ୟ ଏବଂ ହେଉଛି ଏକ ଜାତୀୟ କର୍ତ୍ତବ୍ୟ ମଧ୍ୟ । ଏଥିରେ ଆମେ ନିଜର କିଛି ଯୋଗଦାନ କରିପାରିବା, ଏହି ଗୁରୁକୃପା ଆମ ସମସ୍ତଙ୍କ ଉପରେ ହୋଇଛି । ମୁଁ ଖୁସି ଯେ ଆମେ ସମସ୍ତେ ଦେଶର ସମସ୍ତ ନାଗରିକଙ୍କୁ ସାଙ୍ଗରେ ନେଇ ଏହି ପ୍ରୟାସକୁ ଆଗେଇ ନେଉଛୁ ।
ଏବେ ଏଠାରେ ଗୃହମନ୍ତ୍ରୀ ଜାତୀୟ କାର୍ଯ୍ୟକାରିଣୀ କମିଟିର ଅଧ୍ୟକ୍ଷ ଭାବେ କମିଟିର ମତାମତ ଆମ ଆଗରେ ଉପସ୍ଥାପନ କରିଛନ୍ତି, ଯାହା ମଧ୍ୟ ପରାମର୍ଶ ଆସିଥିଲା, ତାହାକୁ ଉପସ୍ଥାପିତ କରାଯାଇଛି । ଉପସ୍ଥାପନାରେ ସଂମ୍ପୂର୍ଣ୍ଣ ବର୍ଷର କାର୍ଯ୍ୟ ଯୋଜନା ସମ୍ବନ୍ଧରେ ଏକ ନମନୀୟ ଢାଞ୍ଚା ମଧ୍ୟ ରହିଥିଲା, ଯେଉଁଥିରେ ଅନେକ ସୁଧାରର ସମ୍ଭାବନା ମଧ୍ୟ ରହିଛି, ନୂଆ-ନୂଆ ଚିନ୍ତାଧାରାର ମଧ୍ୟ ସମ୍ଭାବନା ରହିଛି । ଆପଣ ସଦସ୍ୟମାନଙ୍କ ଠାରୁ ମଧ୍ୟ ବହୁ ମୂଲ୍ୟବାନ ପ୍ରସ୍ତାବ ମିଳିଛି, ବହୁତ ମୌଳିକ ପ୍ରସ୍ତାବ ମିଳିଛି ଏବଂ ଏହା ମଧ୍ୟ ସତ୍ୟ ଯେ ଆନ୍ତର୍ଜାତୀୟ ସ୍ତରରେ ଆମେ ଏହି ଅବସରରେ ଦେଶର ମୌଳିକ ଚିନ୍ତାଧାରାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଏହା ଆମ ପାଇଁ ବହୁତ ବଡ଼ ସୁଯୋଗ ସୃଷ୍ଟି କରିଛି । ଯଦିଓ ଆଜି ଏହି କମିଟିରେ ଏଠାରେ ବହୁ ସଂଖ୍ୟାରେ ମାନନୀୟ ସଦସ୍ୟ ଅଛନ୍ତି, ସମସ୍ତଙ୍କୁ ନିଜ ମତାମତ ପ୍ରକାଶ କରିବାର ସୁଯୋଗ ମିଳି ପାରି ନାହିଁ, କିନ୍ତୁ ମୋର ସଂମ୍ପୂର୍ଣ୍ଣ ବିଶ୍ବାସ ଯେ, ସମସ୍ତ ମାନନୀୟ ସଦସ୍ୟ ଏହି ଚିନ୍ତାଧାରାକୁ ଲିଖିତ ଆକାରରେ ପଠାଇବେ ଯାହା ଫଳରେ ଏହା ଅଧିକ ସମୃଦ୍ଧ ହୋଇପାରିବ ଏବଂ ଭଲ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରି ସାରା ବର୍ଷ ଏହି କାର୍ଯ୍ୟକୁ ଆଗକୁ ନେଇଯିବା।
ସାଥୀଗଣ,
ବିଗତ ଚାରି ଶତାବ୍ଦୀରେ, ଭାରତର କୌଣସି ମଧ୍ୟ କାଳଖଣ୍ଡ, କୌଣସି ମଧ୍ୟ ସମୟ ଏପରି ନାହିଁ ଯାହା ଆମେ ଗୁରୁ ତେଗ୍ ବାହାଦୁର ଜୀଙ୍କର ପ୍ରଭାବ ବିନା କଳ୍ପନା କରିପାରିବା ! ନବମ ଗୁରୁ ଭାବରେ ଆମେ ସମସ୍ତେ ତାଙ୍କଠାରୁ ପ୍ରେରଣା ପାଇଥାଉ । ଆପଣ ସମସ୍ତେ ତାଙ୍କ ଜୀବନର ପ୍ରତ୍ୟେକ ସୋପାନ ସହିତ ପରିଚିତ, କିନ୍ତୁ ଦେଶର ନୂତନ ପିଢୀକୁ ତାଙ୍କ ବିଷୟରେ ଜଣାଇବା, ତାଙ୍କୁ ବୁଝାଇବା ମଧ୍ୟ ହେଉଛି ସେତିକି ଗୁରୁତ୍ୱପୂର୍ଣ୍ଣ।
ସାଥୀଗଣ,
ଗୁରୁ ନାନକ ଦେବ ଜୀଙ୍କ ଠାରୁ ନେଇ ଗୁରୁ ତେଗ୍ ବାହାଦୁର ଜୀ ଏବଂ ତା’ପରେ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ପର୍ଯ୍ୟନ୍ତ ଆମର ଶିଖ ଗୁରୁ ପରମ୍ପରା ନିଜକୁ ନିଜ ମଧ୍ୟରେ ହେଉଛି ଏକ ସମ୍ପୂର୍ଣ୍ଣ ଜୀବନ ଦର୍ଶନ । ଏହା ଏକ ସୌଭାଗ୍ୟ ଯେ, ଗୁରୁ ନାନକ ଦେବ ଜୀଙ୍କର 550 ତମ ପ୍ରକାଶ ପର୍ବ, ଗୁରୁ ତେଗ୍ ବାହାଦୂର ଜୀଙ୍କର ଚାରି ଶହ ଜନ୍ମ ବାର୍ଷିକୀ ତଥା ଗୁରୁ ଗୋବିନ୍ଦ ସିଂହ ଜୀଙ୍କର 350 ତମ ପ୍ରକାଶ ପର୍ବ ପାଳନ କରିବାର ସୁଯୋଗ ଆମ ସରକାରକୁ ମିଳିଛି। ଯଦି ସମଗ୍ର ବିଶ୍ୱ ଜୀବନର ମହତ୍ତ୍ୱ ବୁଝିବାକୁ ଚାହୁଁଛି, ତେବେ ଆମର ଗୁରୁମାନଙ୍କ ଜୀବନକୁ ଦେଖି ଅତି ସହଜରେ ବୁଝି ପାରିବ। ତାଙ୍କ ଜୀବନରେ ସର୍ବୋଚ୍ଚ ତ୍ୟାଗ ମଧ୍ୟ ଥିଲା, ତିତୀକ୍ଷା ମଧ୍ୟ ଥିଲା। ତାଙ୍କ ଜୀବନରେ ଜ୍ଞାନର ଆଲୋକ ମଧ୍ୟ ଥିଲା, ଆଧ୍ୟାତ୍ମିକ ଶିଖର ମଧ୍ୟ ଥିଲା।
ସଥୀଗଣ,
ଗୁରୁ ତେଗ ବାହାଦୂର ଜୀ କହିଛନ୍ତି- "ସୁଖୁ ଦୁଖୁ ଦୋନୋ ସମ କରି ଜାନୌ ଅଉରୁ ମାନୁ ଅପମାନା" ଅର୍ଥାତ, ସୁଖ-ଦୁଃଖ, ମାନ-ଅପମାନ ଏହି ସବୁ ମଧ୍ୟରେ ସମାନ ହୋଇ ରହି ଆମ ନିଜର ଜୀବନ ଜୀଉଁବା ଉଚିତ୍ । ସେ ଜୀବନର ଉଦ୍ଦେଶ୍ୟ ବିଷୟରେ ମଧ୍ୟ କହିଛନ୍ତି, ତାହାର ପଥ ମଧ୍ୟ ଦେଖାଇଛନ୍ତି । ସେ ଆମକୁ ରାଷ୍ଟ୍ର ସେବା କରିବା ସହିତ ଜୀବ ସେବାର ମାର୍ଗ ମଧ୍ୟ ଦେଖାଇଛନ୍ତି । ସେ ଆମକୁ ସମାନତା, ସମନ୍ୱୟ ଏବଂ ତ୍ୟାଗର ମନ୍ତ୍ର ଦେଇଛନ୍ତି । ଏହି ମନ୍ତ୍ର ଗୁଡ଼ିକୁ ନିଜେ ବଞ୍ଚିବା ଏବଂ ଲୋକଙ୍କ ନିକଟରେ ପହଞ୍ଚାଇବା ହେଉଛି ଆମ ସମସ୍ତଙ୍କର କର୍ତ୍ତବ୍ୟ ।
ସାଥୀଗଣ,
ଯେପରି ଏଠାରେ ମଧ୍ୟ ଆଲୋଚନା ହେଲା, ଚାରି ଶହତମ ପ୍ରକାଶ ପର୍ବ ଦେଶରେ ବର୍ଷସାରା ଆୟୋଜିତ ହେବା ଉଚିତ୍ ଏବଂ ଆମେ ମଧ୍ୟ ବିଶ୍ୱରେ ସର୍ବାଧିକ ସଂଖ୍ୟକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିବା ଉଚିତ୍। ଶିଖ ପରମ୍ପରା ସହିତ ଜଡିତ ଯେଉଁ ତୀର୍ଥସ୍ଥାନ ଅଛି, ଯେଉଁ ଶ୍ରଦ୍ଧାର ସ୍ଥାନ ଅଛି, ତାହା ଏହି କାର୍ଯ୍ୟକଳାପକୁ ଅଧିକ ଉର୍ଜା ଦେବ । ଗୁରୁ ତେଗ ବାହାଦୂରଙ୍କ ଶବଦ୍, ତାଙ୍କ ରାଗର ଭଜନ, ତାଙ୍କ ସହ ଜଡିତ ସାହିତ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ, ଏହା ଲୋକମାନଙ୍କୁ ପ୍ରେରଣା ଯୋଗାଇବ । ଏଥିରେ ଡିଜିଟାଲ୍ ଟେକ୍ନୋଲୋଜିର ବ୍ୟବହାର ସହିତ, ଏହି ବାର୍ତ୍ତା ସମଗ୍ର ବିଶ୍ୱରେ ନୂତନ ପିଢୀ ପାଇଁ ସହଜରେ ଉପଲବ୍ଧ ହେବ ଏବଂ ମୁଁ ଖୁସି ଯେ ଆଜି ଅଧିକାଂଶ ସଦସ୍ୟ ସର୍ବାଧିକ ଡିଜିଟାଲ୍ ଟେକ୍ନୋଲୋଜି ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି, ଏହା ନିଜକୁ ନିଜ ମଧ୍ୟରେ ହେଉଛି ପରିବର୍ତ୍ତିତ ଭାରତର ପ୍ରତିଛବି । ଏହି ସମସ୍ତ ପ୍ରୟାସରେ, ଆମେ ଅଧିକରୁ ଅଧିକ ଲୋକଙ୍କୁ ନିଜ ସହିତ ସାମିଲ କରିବାର ଅଛି।
ସାଥୀଗଣ,
ଏହି ସଂମ୍ପୂର୍ଣ୍ଣ ଆୟୋଜନରେ ଆମେ ଗୁରୁ ତେଗ୍ ବାହାଦୂର ଜୀଙ୍କ ଜୀବନ ଏବଂ ଶିକ୍ଷା ସହିତ ସମଗ୍ର ଗୁରୁ ପରମ୍ପରାକୁ ବିଶ୍ୱ ପାଖରେ ପହଞ୍ଚାଇବା ଉଚିତ୍ । ସମଗ୍ର ବିଶ୍ୱରେ କିପରି ଶିଖ ସମ୍ପ୍ରଦାୟର ଲୋକମାନେ ଏବଂ ଆମର ଗୁରୁମାନଙ୍କର ଏହି ସମସ୍ତ କୋଟି କୋଟି ଅନୁଗାମୀ କିପରି ତାଙ୍କ ପଦାଙ୍କ ଅନୁସରଣ କରି ଚାଲୁଛନ୍ତି, କିପରି ଶିଖ୍ ସାମାଜ ସେବାର ଏତେ ବଡ଼ ବଡ଼ କାର୍ଯ୍ୟ କରୁଛନ୍ତି, ଆମର ଗୁରୁଦ୍ୱାରା କିପରି ହେଉଛି ମାନବ ସେବାର ବଳିଷ୍ଠ କେନ୍ଦ୍ର, ଯଦି ଆମେ ଏହି ସନ୍ଦେଶକୁ ସମଗ୍ର ବିଶ୍ୱ ପର୍ଯ୍ୟନ୍ତ ନେଇ ଯିବା, ତେବେ ଆମେ ମାନବତାକୁ ବହୁତ ବଡ଼ ପ୍ରେରଣା ଦେଇ ପାରିବା । ମୁଁ ଚାହିଁବି ଏହା ଉପରେ ଗବେଷଣା କରି ଏହାର ଡକ୍ୟୁମେଣ୍ଟ୍ ପ୍ରସ୍ତୁତ କରାଯାଉ । ଆମର ଏହି ପ୍ରୟାସ ଭବିଷ୍ୟତ ପିଢୀକୁ ମଧ୍ୟ ମାର୍ଗଦର୍ଶନ କରିବ। ଏହା ମଧ୍ୟ ଗୁରୁ ତେଗ୍ ବାହାଦୂର ଜୀ ସମେତ ସମସ୍ତ ଗୁରୁଙ୍କ ପାଦତଳେ ଆମର ମଧ୍ୟ ଶ୍ରଦ୍ଧାଞ୍ଜଳି ହେବ, ଏପରିକି କାର୍ଯ୍ୟାଞ୍ଜଳି ମଧ୍ୟ ହେବ । ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ଏହି ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ସମୟରେ ଦେଶ ମଧ୍ୟ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି, ଆମର ସ୍ୱାଧୀନତା 75 ବର୍ଷ ହେବାକୁ ପାଉଛି। ମୋର ବିଶ୍ବାସ ଯେ, ଗୁରୁଙ୍କ ଆଶୀର୍ବାଦ ସହିତ, ଆମେ ନିଶ୍ଚିତ ଭାବରେ ଆମର ସମସ୍ତ ଆୟୋଜନରେ ସଫଳ ହେବା । ଆପଣ ସମସ୍ତଙ୍କର ଉତ୍ତମ ପରାମର୍ଶ ଓ ପ୍ରସ୍ତାବ ପାଇଁ ମୁଁ ଆପଣ ସମସ୍ତଙ୍କ ନିକଟରେ ବହୁତ କୃତଜ୍ଞ ଏବଂ ଆଗାମୀ ସମୟରେ ମଧ୍ୟ, ଆପଣଙ୍କର ସକ୍ରିୟ ସହଯୋଗ ଏହି ମହାନ ପରମ୍ପରାକୁ ଆଗାମୀ ପିଢୀ ପର୍ଯ୍ୟନ୍ତ ନେବାରେ ବହୁତ ବଡ଼ ସାହାଯ୍ୟ କରିବ। ମୁଁ ଏହି ପବିତ୍ର ପର୍ବରେ ଗୁରୁମାନଙ୍କର ସେବା କରିବାର ଯେଉଁ ସୌଭାଗ୍ୟ ପାଇଛି, ଏହା ହେଉଛି ଆମର ଗୌରବ।
ଏହି ଶୁଭକାମନା ସହିତ, ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ!
*****
AH
India will pay a fitting tribute to the great Sri Guru Tegh Bahadur Ji on his 400th Parkash Purab. https://t.co/vIDO7t8z4P
— Narendra Modi (@narendramodi) April 8, 2021
बीती चार शताब्दियों में भारत का कोई भी कालखंड, कोई भी दौर ऐसा नहीं रहा जिसकी कल्पना हम गुरु तेगबहादुर जी के प्रभाव के बिना कर सकते हों!
— PMO India (@PMOIndia) April 8, 2021
नवम गुरु के तौर पर हम सभी उनसे प्रेरणा पाते हैं: PM @narendramodi
गुरुनानक देव जी से लेकर गुरु तेगबहादुर जी और फिर गुरु गोबिन्द सिंह जी तक, हमारी सिख गुरु परंपरा अपने आप में एक सम्पूर्ण जीवन दर्शन रही है: PM @narendramodi
— PMO India (@PMOIndia) April 8, 2021
हमें गुरु तेगबहादुर जी के जीवन और शिक्षाओं के साथ ही समूची गुरु परंपरा को भी विश्व तक लेकर जाना चाहिए: PM @narendramodi
— PMO India (@PMOIndia) April 8, 2021