Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶ୍ରୀ ଡି. ୱାଇ. ପାଟିଲ ଜୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ଶିକ୍ଷାବିତ୍ ତଥା ପରୋପକାରୀ ଶ୍ରୀ ଡି. ୱାଇ. ପାଟିଲ ଜୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଶ୍ରୀ ଡି. ୱାଇ. ପାଟିଲଜୀ ସର୍ବଦା ଅନ୍ୟମାନଙ୍କ, ବିଶେଷ କରି ଗରିବଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟ କରିଥିଲେ।

ପ୍ରଧାନମନ୍ତ୍ରୀ ‘ଏକ୍ସ ’ ରେ ପୋଷ୍ଟ କରିଛନ୍ତି:

ଶ୍ରୀ ଡି. ୱାଇ. ପାଟିଲ ଜୀ ପରୋପକାର ଏବଂ ବିଶେଷ କରି ଶିକ୍ଷା ମାଧ୍ୟମରେ ସମାଜର ସେବା କରିବାରେ ଅଗ୍ରଣୀ ଥିଲେ। ସେ ସର୍ବଦା ଗରିବ ଲୋକମାନଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟ କରୁଥିଲେ। ତାଙ୍କ ବିୟୋଗରେ ମର୍ମାହତ। ଏହି ଦୁଃଖଦ ସମୟରେ ମୋର ଚିନ୍ତାଧାରା ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ସହ ଅଛି। ଓମ୍ ଶାନ୍ତି।

HS