ପିଏମଇଣ୍ଡିଆ
ଉଡୁପିର ପେଜୱାର ମଠର ସ୍ୱାମୀଜୀ ବିଶ୍ୱେଷ ତୀର୍ଥଙ୍କ ତିରୋଧାନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଲକ୍ଷ ଲକ୍ଷ ଲୋକଙ୍କ ଜୀବନର ପଥ ପ୍ରଦର୍ଶକ ଭାବେ କାର୍ଯ୍ୟ କରିଥିବା ଲୋକମାନଙ୍କ ମନ ଓ ହୃଦୟରେ ଶ୍ରୀ ବିଶ୍ୱେଷ ତୀର୍ଥ ସ୍ୱାମୀ ସବୁଦିନ ପାଇଁ ସ୍ମରଣୀୟ ରହିବେ ବୋଲି ଶ୍ରୀ ମୋଦୀ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି । ସେବା ଓ ଆଧ୍ୟାତ୍ମିକତାକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ଏକ ସଠିକ ଓ କରୁଣାମୟ ସମାଜ ଗଠନ କରିବାରେ ତାଙ୍କ ଜୀବନ ଉତ୍ସର୍ଗୀକୃତ ଥିଲା ବୋଲି ସେ କହିଛନ୍ତି । ଓମ୍ ଶାନ୍ତି ।
“ବିଶ୍ୱେଷ ତୀର୍ଥ ସ୍ୱାମୀଜୀଙ୍କ ଠାରୁ ଅନେକ କଥା ଶିଖିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି । ନିକଟରେ ଗୁରୁପୂର୍ଣ୍ଣିମା ଦିନ ତାଙ୍କର ପବିତ୍ର ଦର୍ଶନ ଖୁବ ସ୍ମରଣୀୟ ହୋଇ ରହିବ । ତାଙ୍କର ଆଗାଧ୍ୟ ପାଣ୍ଡିତ୍ୟ ସବୁବେଳେ ଲୋକଙ୍କୁ ଉତ୍ତମ ପଥ ପ୍ରଦର୍ଶନ କରିଆସିଛି । ତାଙ୍କର ଅଗଣିତ ଅନୁଗାମୀମାନଙ୍କ ଦୁଃଖରେ ମୁଁ ସମଭାଗୀ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Sri Vishvesha Teertha Swamiji of the Sri Pejawara Matha, Udupi will remain in the hearts and minds of lakhs of people for whom he was always a guiding light. A powerhouse of service and spirituality, he continuously worked for a more just and compassionate society. Om Shanti. pic.twitter.com/ReVDvcUD6F
— Narendra Modi (@narendramodi) December 29, 2019
I consider myself blessed to have got many opportunities to learn from Sri Vishvesha Teertha Swamiji. Our recent meeting, on the pious day of Guru Purnima was also a memorable one. His impeccable knowledge always stood out. My thoughts are with his countless followers. pic.twitter.com/sJMxIfIUSS
— Narendra Modi (@narendramodi) December 29, 2019