Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଷ୍ଟକହୋମରେ ଭାରତୀୟ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଷ୍ଟକହୋମରେ ଭାରତୀୟ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଷ୍ଟକହୋମରେ ଭାରତୀୟ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଷ୍ଟକହୋମରେ ଭାରତୀୟ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଷ୍ଟକହୋମରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ସ୍ୱିଡେନର ମହାମହିମ ରାଜା ଏବଂ ସ୍ୱିଡେନ ପ୍ରଧାନମନ୍ତ୍ରୀ ଷ୍ଟିଫେନ ଲୱେନ ଉପସ୍ଥିତ ଥିଲେ । ସ୍ୱିଡେନରେ ଭାବି ଓ ଉଦାରତାପୂର୍ଣ୍ଣ ସ୍ୱାଗତ ଲାଗି ଉଭୟଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।

ସେ କହିଥିଲେ ଯେ ଭାରତ ଆଜି ଏକ ମହାନ ପରିବର୍ତ୍ତନ ଦେଇ ଗତି କରୁଛି । ସେ କହିଥିଲେ ଯେ ବର୍ତ୍ତମାନର କେନ୍ଦ୍ର ସରକାର ସବକା ସାଥ ସବକା ବିକାଶ ମତ ଆଧାରରେ ନିର୍ବାଚିତ ହୋଇଛି । ସେ କହିଥିଲେ ଯେ ଗତ 4 ବର୍ଷ ଧରି କେନ୍ଦ୍ର ସରକାର ଏକ ବିକଶିତ ଏବଂ ସାମଗ୍ରୀକ ଭାରତ ଦିଗରେ କାର୍ଯ୍ୟ କରିଛନ୍ତି । ସେ କହିଥିଲେ, 2022 ସୁଦ୍ଧା ନୂତନ ଭାରତ ଗଠନ ଲାଗି ସମସ୍ତ ପ୍ରୟାସ କରାଯାଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନ୍ତର୍ଜାତୀୟ ଯୋଗ ଦିବସ ଭଳି ପ୍ରୟାସ ମାଧ୍ୟମରେ ଭାରତକୁ ପୁଣିଥରେ ବିଶ୍ୱର ବିଚାରଶୀଳ ନେତୃତ୍ୱ ରୂପେ ଦେଖିବା ଲାଗି ପଦକ୍ଷେପ ନିଆଯାଉଛି । ସେ କହିଥିଲେ ଯେ ସାରା ବିଶ୍ୱ ଭାରତ ଆଡ଼କୁ ଆତ୍ମବିଶ୍ୱାସର ସହ ଚାହିଁଛି । ଏହି ପରିପ୍ରେକ୍ଷୀରେ ସେ ମାନବୀୟ ସହାୟତା ଏବଂ ଉଦ୍ଧାର କାର୍ଯ୍ୟ, ଅନ୍ତର୍ଜାତୀୟ ସୌର ମେଣ୍ଟ, ଗୁରୁତ୍ୱପୂର୍ଣ୍ଣ ମେଣ୍ଟ ଯେପରିକି କ୍ଷେପଣାସ୍ତ୍ର ପ୍ରଯୁକ୍ତି ନିୟନ୍ତ୍ରଣ ବ୍ୟବସ୍ଥା(MTCR), ୱାସେନାର ଏରେଞ୍ଜମେଣ୍ଟ ଏବଂ ଅଷ୍ଟ୍ରେଲିଆ ଗ୍ରୁପରେ ଭାରତର ସଦସ୍ୟତା ସମ୍ପର୍କରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ମହାକାଶ କାର୍ଯ୍ୟକ୍ରମ ଭଳି ଭାରତର ପ୍ରଯୁକ୍ତି ସାମର୍ଥ୍ୟକୁ ସାରା ବିଶ୍ୱ ମାନ୍ୟତା ଦେଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡିଜିଟାଲ ଭିତ୍ତିଭୂମି କାରଣରୁ ସରକାର ଏବଂ ନାଗରିକମାନଙ୍କ ମଧ୍ୟରେ ସମ୍ପର୍କର ଧାରା ବଦଳିଛି । ପ୍ରଯୁକ୍ତି ମାଧ୍ୟମରେ ଉତ୍ତରଦାୟିତ୍ୱ ଏବଂ ପାରଦର୍ଶିତ ବୃଦ୍ଧି ପାଇଛି ବୋଲି ସେ କହିଥିଲେ । ସରକାରଙ୍କ ନିକଟରେ ପହଁଚିବା ଏବେ ଏକ ସୁବିଧା ନୁହେଁ, କିନ୍ତୁ ଏକ ପ୍ରୟାସ । ଏହି ପରିପ୍ରେକ୍ଷୀରେ ସେ ଦ୍ରୁତ ଫାଇଲ କାର୍ଯ୍ୟ, ବ୍ୟବସାୟିକ ସୁଗମତା, ଜିଏସଟି, ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଏବଂ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ଗରିବଙ୍କୁ ରନ୍ଧନ ଗ୍ୟାସ ଯୋଗାଣ ବିଷୟରେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୁଦ୍ରା ଯୋଜନା ଜରିଆରେ ଉଦ୍ୟୋଗୀମାନଙ୍କ ପାଇଁ ନୂଆ ସୁଯୋଗ ଉପଲବ୍ଧ ହୋଇପାରିଛି । ସେ କହିଥିଲେ ବର୍ତ୍ତମାନ ସୁଦ୍ଧା ମୁଦ୍ରା ଯୋଜନାର 74 ପ୍ରତିଶତ ହିତାଧିକାରୀ ମହିଳା । ସେ ମଧ୍ୟ ଅଟଳ ନବସୃଜନ ମିଶନ, ସ୍କିଲ ଇଣ୍ଡିଆ ଏବଂ ଷ୍ଟାର୍ଟ-ଅପ ଇଣ୍ଡିଆ ବିଷୟରେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନବସୃଜନ/ଉଦ୍ଭାବନକୁ ପ୍ରୋତ୍ସାହନ ଯୋଗାଇ ଦେବା ଲାଗି ଭାରତ ଅନ୍ତର୍ଜାତୀୟ ଭାଗିଦାରୀ ନିର୍ମାଣ କରୁଛି । ଏହି ପରିପ୍ରେକ୍ଷୀରେ ସେ ସ୍ୱିଡେନ ସହିତ ନବସୃଜନ ଭାଗିଦାରୀ ଏବଂ ଇସ୍ରାଏଲ ସହିତ ଅନୁରୂପ ଏକ ଭାଗିଦାରୀ ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ସହଜ ଜୀବନ ଧାରଣ ଉପରେ ସରକାର ଗୁରୁତ୍ୱାରୋପ କରୁଛନ୍ତି । ଏହି ପରିପ୍ରେକ୍ଷୀରେ, ସେ ଆୟୁଷ୍ମାନ ଭାରତ ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ, ଯାହାକୁ ସେ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟସେବା ସୁନିଶ୍ଚିତତା କାର୍ଯ୍ୟକ୍ରମ ବୋଲି ବର୍ଣ୍ଣନା କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏସବୁ ପଦକ୍ଷେପ ଭାରତର ରୂପାନ୍ତରଣର ପ୍ରତୀକ । ସେ କହିଥିଲେ ଯେ ବିଶେଷଭାବେ ସ୍ୱିଡେନ ଏବଂ ଅନ୍ୟ ନର୍ଡିକ ରାଷ୍ଟ୍ରଗୁଡ଼ିକ ସହ ଭାରତର ଭାଗିଦାରୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଏହି ଅବସରରେ ଉପସ୍ଥିତ ପ୍ରବାସୀ ଭାରତୀୟମାନଙ୍କୁ ଭାରତ ସହ ସେମାନଙ୍କ ସମ୍ପର୍କକୁ କେବଳ ଭାବନାତ୍ମକ ବଳୟ ମଧ୍ୟରେ ସୀମିତ ନରଖିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ । ସେ କହିଥିଲେ ଯେ ଉଦୀୟମାନ ନୂତନ ଭାରତ ସେମାନଙ୍କ ପାଇଁ ନବସୃଜନ, ବାଣିଜ୍ୟ ଏବଂ ନିବେଶ ଲାଗି ବ୍ୟାପକ ସୁଯୋଗ ଯୋଗାଇଦେଉଛି ।