Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଷ୍ଟାଚ୍ୟୁ ଅଫ ୟୁନିଟ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଏଚ.ଡି. ଦେବ ଗୌଡାଙ୍କ ପ୍ରଶଂସା


 

ଗୁଜୁରାଟରେ ବିଶ୍ୱର ଉଚ୍ଚତମ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଥିବାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଏଚ.ଡି. ଦେବ ଗୌଡା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ଅତୀତରେ ଅହମ୍ମଦାବାଦ ବିମାନବନ୍ଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତିକ ବିମାନବନ୍ଦରରେ ନାମିତ ହେବା ଏବଂ ଗୁଜୁରାଟରେ ତାଙ୍କ ନିଜ ସହର ନାଦିଆଦରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ମାରକୀ ନିର୍ମିତ ହେବା ସମ୍ବନ୍ଧରେ ସେ ସ୍ମରଣ କରିଥିଲେ । ଭାରତର ଲୌହ ମାନବଙ୍କର ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି ନିର୍ମାଣ ହେବାରେ ଏସବୁର ତାର୍କିକ ଅନ୍ତ ଘଟିଥିଲା । ସେ ମଧ୍ୟ କହିଥିଲେ ଯେ ଏହାକୁ ଅତ୍ୟନ୍ତ ଆକର୍ଷଣୀୟ ଓ ସ୍ୱଦେଶୀ ଶୈଳୀରେ ନିର୍ମାଣ କରାଯାଇଛି ଏବଂ ସେଥିପାଇଁ ଉଭୟ ଷ୍ଟାଚ୍ୟୁ ଅଫ ୟୁନିଟିସର୍ଦ୍ଦାର ସରୋବର ଡ୍ୟାମର ସୌନ୍ଦର୍ଯ୍ୟତାକୁ ଉପଭୋଗ କରିବା ପାଇଁ ବିଶ୍ୱବ୍ୟାପୀ ପରିଦର୍ଶକ ଏହି ସ୍ଥାନଗୁଡ଼ିକର ପରିଦର୍ଶନ କରୁଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଏଚ.ଡି. ଦେବ ଗୌଡା ଷ୍ଟାଚ୍ୟୁ ଅଫ ୟୁନିଟି ପରିଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ପ୍ରକାଶ କରିଛନ୍ତି ।

 

***********