Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

“ଷ୍ଟେଚ୍ୟୁ ଅଫ ୟୁନିଟି” ପ୍ରତିମୂର୍ତ୍ତିକୁ ଜାତି ଉଦ୍ଦେଶ୍ୟରେ ସମର୍ପିତ କରିବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର 31, 2018ରେ ଗୁଜରାଟର କେଭାଡିଆଠାରେ ବିଶ୍ୱର ସର୍ବୋଚ ଏକତା ପ୍ରତିମୂର୍ତୀ’ (Statue of Unity)କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ  ।

182 ମିଟର ଉଚ୍ଚତା ବିଶିଷ୍ଟ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ଗୁଜରାଟର ନର୍ମଦା ଜିଲ୍ଲାସ୍ଥିତ କେଭାଡିଆଠାରେ ତାଙ୍କ ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ସମର୍ପିତ କରାଯିବ  ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ଗଣମାନ୍ୟ ବ୍ୟକ୍ତି ଏକତା ପ୍ରତିମୂର୍ତ୍ତିଲୋକାର୍ପଣ ସମାରୋହରେ ଉପସ୍ଥିତ ରହିବା ସହିତ ମୃତ୍ତିକା ଏବଂ ନର୍ମଦା ନଦୀର ଜଳକୁ କଳସରେ ଭରିବାର କାର୍ଯ୍ୟକ୍ରମ ରହିଛି  । ପ୍ରଧାନମନ୍ତ୍ରୀ ଲିଭର ଉପରେ ଚାପ ପ୍ରୟୋଗ କରି ପ୍ରତିମୂର୍ତ୍ତି ଅଭିଷେକ କାର୍ଯ୍ୟର ଶୁଭାରମ୍ଭ କରିବେ  ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ସମ୍ବୋଧନ କରିବେ  ।

ଏହାପରେ ସେ ଏକତାର ପ୍ରାଚୀର (Wall of Unity) ପାଖରେ ପହଂଚିବେ ଏବଂ ଏହାର ଉଦଘାଟନ କରିବେ  । ଏକତା ପ୍ରତିମୂର୍ତ୍ତିଙ୍କ ଚରଣରେ, ପ୍ରଧାନମନ୍ତ୍ରୀ ଏକ ବିଶେଷ ପ୍ରାର୍ଥନା କରିବେ  । ସେ ସଂଗ୍ରହାଳୟ ଏବଂ ପ୍ରଦର୍ଶନୀ, ଏବଂ ଦର୍ଶକ ଗାଲେରୀ ମଧ୍ୟ ପରିଦର୍ଶନ କରିବେ  । ଏହି  ଗାଲେରୀ, 153 ମିଟର ଉଚ୍ଚତାର । ଏଠାରେ ଏକା ସମୟରେ 200ଜଣ ଆଗନ୍ତୁକ ପରିଦର୍ଶନ କରିପାରିବେ  । ଏଠାରେ ସର୍ଦ୍ଦାର ସରୋବର ବନ୍ଧ, ଏହାର ଜଳାଶୟ, ଏବଂ ସତପୁରା ଏବଂ ବିନ୍ଧ୍ୟ ପର୍ବତମାଳାର ଦୃଶ୍ୟ ଅତି ମନୋରମ  ।

ସମର୍ପଣ ସମାରୋହକୁ ଆଇଏଏଫ ବିମାନର ଫ୍ଲାଇପାଷ୍ଟ ଏବଂ ସାଂସ୍କୃତିକ ମଣ୍ଡଳୀମାନଙ୍କ ପ୍ରଦର୍ଶନ ଦ୍ୱାରା ମଧ୍ୟ ସ୍ମରଣୀୟ କରାଯିବ  ।

 

**********