ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଜାତୀୟ ଖାଦ୍ୟ ପ୍ରଯୁକ୍ତି, ଉଦ୍ୟମୀତା ଏବଂ ପରିଚାଳନା ସଂସ୍ଥାନ ବିଲ, 2019କୁ ସଂସଦରେ ଉପସ୍ଥାପନ କରିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି ।
ଏହି ବିଲର ଉଦ୍ଦେଶ୍ୟ ହେଉଛି ଜାତୀୟ ଖାଦ୍ୟ ପ୍ରଯୁକ୍ତି, ଉଦ୍ୟମୀତା ଏବଂ ପରିଚାଳନା ସଂସ୍ଥାନ (ଏନଆଇଏଫଟିଇଏମ) କୁଣ୍ଡଳୀ, ହରିଯାଣା ଏବଂ ଭାରତୀୟ ଖାଦ୍ୟ ପ୍ରକ୍ରିୟାକରଣ ପ୍ରଯୁକ୍ତି ସଂସ୍ଥାନ (ଆଇଆଇଏଫପିଟି), ତାଞ୍ଜାଭୁର, ତାମିଲନାଡ଼ୁକୁ ‘ଜାତୀୟ ଗୁରୁତ୍ୱସମ୍ପନ୍ନ ସଂସ୍ଥାନ’ ମାନ୍ୟତା ପ୍ରଦାନ କରିବା ।
ଲାଭ :
ଏହି ବିଲ ଏହି ସଂସ୍ଥାନଗୁଡ଼ିକୁ ନିଜ ଶିକ୍ଷଣ ପାଠ୍ୟକ୍ରମର ରୂପରେଖ ପ୍ରସ୍ତୁତି ଏବଂ ବିକଶିତ କରିବା, ନିଜ ଶୈକ୍ଷିକ କାର୍ଯ୍ୟକଳାପରେ ଗବେଷଣା ଗତିବିଧି ଏବଂ ଏହାର ପରିଧି ବଢାଇବା ଲାଗି ପରିଚାଳନାଗତ ସ୍ୱାୟତ୍ତତା ପ୍ରଦାନ କରିବ । ଫଳରେ ଏଗୁଡ଼ିକ ବିଶ୍ୱସ୍ତରୀୟ ସଂସ୍ଥାନ ହୋଇପାରିବେ । ଏହି ସଂସ୍ଥାନ ସରକାରଙ୍କ ସଂରକ୍ଷଣ ନୀତି ଲାଗୁ କରିବେ ଏବଂ ସମ୍ପୃକ୍ତ ହିତାଧିକାରୀଙ୍କ ଲାଭ ପାଇଁ ସ୍ୱତନ୍ତ୍ର ଗତିବିଧି ପରିଚାଳନା କରିବେ । ଯାହା ଫଳରେ ଏହି ସଂସ୍ଥାନଗୁଡ଼ିକ ବିଶ୍ୱସ୍ତରୀୟ ଶିକ୍ଷା ପ୍ରଦାନ କିରବା ଏବଂ ନବୋନ୍ମେଷର ଉପଯୋଗ କରି ଗବେଷଣା ଅନୁଭବ ପ୍ରଦାନ କରିବାରେ ସମର୍ଥ ହୋଇପାରିବେ ।