Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସଂସଦରେ ଦିବ୍ୟାଙ୍ଗ ଅଧିକାର ବିଧେୟକ-2016 ଗୃହୀତ ହେବା ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ଦିବ୍ୟାଙ୍ଗ ଅଧିକାର ବିଧେୟକ-୨୦୧୬’ ସଂସଦରେ ଗୃହୀତ ହୋଇଥିବାରୁ ଏହାର ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ଏକ ଉଲ୍ଲେଖନୀୟ ମୂହୁର୍ତ୍ତ ଏବଂ ଏହା ସୁଗମ୍ୟ ଭାରତ ଅଭିଯାନକୁ ଅପୂରନ୍ତ ଶକ୍ତି ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ ନିଜ ବାର୍ତ୍ତାରେ କହିଛନ୍ତି ଯେ, “ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ଅଧିକାର ବିଧେୟକ-୨୦୧୬’ ଗୃହୀତ ହେବା ଏକ ଉଲ୍ଲେଖନୀୟ ମୂହୂର୍ତ୍ତ ଏବଂ ଏହାଦ୍ୱାରା ସୁଗମ୍ୟ ଭାରତ ଅଭିଯାନକୁ ଅପୂରନ୍ତ ଶକ୍ତି ମିଳିବ ।

ଏହି ଅଧିନିୟମ ବ୍ୟବସ୍ଥାରେ ଭିନ୍ନକ୍ଷମମାନଙ୍କ ପ୍ରକାରକୁ ବଢା ଯାଇଛି ଏବଂ ଏହା ସହ ଅତିରିକ୍ତ ସୁବିଧାର ବ୍ୟବସ୍ଥା କରାଯାଇଛି ।

ଏହି ନୂତନ ଆଇନ ଅଧିନରେ ଦିବ୍ୟାଙ୍ଗମାନଙ୍କ ବିରୁଦ୍ଧରେ ହେଉଥିବା ଅପରାଧଗୁଡିକ ପାଇଁ କଠିନରୁ କଠିନ ଦଣ୍ଡ ବିଧାନ ଏବଂ ଏହାର ଉଲ୍ଲଂଘନ ପାଇଁ ମଧ୍ୟ କଠିନ ଦଣ୍ଡ ବିଧାନ କରାଯାଇଛି ।

ଏହି ଅଧିନିୟମରେ ଅନେକ ବିଶେଷତା ରହିଛି, ଯାହାଦ୍ୱାରା ଭିନ୍ନକ୍ଷମମାନଙ୍କୁ ଅଧିକ ସୁଯୋଗ, ସମାନତା ଏବଂ ସୁବିଧାଗୁଡିକ ମିଳିପାରିବ । ସଂପୂର୍ଣ୍ଣ ବିବରଣୀ https://goo.gl/Zwpm4k ପ୍ରଦାନ କରାଯାଇଛି” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

****