Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସଂସଦରେ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତି

ସଂସଦରେ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତି


ଆପଣ ସମସ୍ତଙ୍କୁ ସ୍ୱାଗତ । ସଂସଦର ବଜେଟ ଅଧିବେଶନ ମଧ୍ୟରେ ଏକ ବିରତି ପରେ ପୁଣିଥରେ ସମସ୍ତେ ଏକତ୍ରିତ ହୋଇଛନ୍ତି । ଏହି ଅଧିବେଶନରେ ବଜେଟ୍ ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇ ବିସ୍ତୃତ ଭାବେ ଆଲୋଚନା କରାଯିବ । ମୋର ବିଶ୍ୱାସ ଯେ ଆଲୋଚନା ଓ ଚର୍ଚ୍ଚାର ସ୍ତର ବହୁତ ଉପରକୁ ଯିବ । ଦେଶର ଗରିବ ଲୋକମାନଙ୍କ ପାଇଁ ଉପଯୋଗୀ ବିଷୟଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ ଆଲୋଚନା କରାଯିବ । ଆମେ ଆଶା କରୁଛୁ ଯେ ଜିଏସଟି ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ଏବଂ ଏପରି ହେବାର କାରଣ ହେଉଛି ସମସ୍ତ ରାଜ୍ୟ ଏ ଦିଗରେ ଅତ୍ୟନ୍ତ ସକାରାତ୍ମକ ସହଯୋଗ ଯୋଗାଇ ଦେଇଛନ୍ତି । ସମସ୍ତ ରାଜନୈତିକ ଦଳଗୁଡ଼ିକର ମଧ୍ୟ ସକାରାତ୍ମକ ସହଯୋଗ ରହିଛି । ଗଣତାନ୍ତ୍ରିକ ଉପାୟରେ ବ୍ୟାପକ ଚର୍ଚ୍ଚା କରାଯାଇ କେତେକ ଫଳାଫଳ ଉପରେ ସହମତି ମାଧ୍ୟମରେ ଆମେ ଆଗକୁ ବଢ଼ିଛୁ । ଏହି ଅଧିବେଶନରେ ସମସ୍ତଙ୍କ ସହଯୋଗରେ ଜିଏସଟିକୁ ପୂର୍ଣ୍ଣ ରୂପରେଖ ଦେବା ପାଇଁ ପ୍ରୟାସ କରାଯାଉଛି । ମୁଁ ପୁଣିଥରେ ଆପଣ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ।

*****