Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସଂସଦର କେନ୍ଦ୍ରୀୟ କକ୍ଷରେ ଜାତୀୟ ବ୍ୟବସ୍ଥାପକ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ସଂସଦର କେନ୍ଦ୍ରୀୟ କକ୍ଷରେ ଜାତୀୟ ବ୍ୟବସ୍ଥାପକ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ସଂସଦର କେନ୍ଦ୍ରୀୟ କକ୍ଷରେ ଜାତୀୟ ବ୍ୟବସ୍ଥାପକ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ସଂସଦର କେନ୍ଦ୍ରୀୟ କକ୍ଷରେ ଜାତୀୟ ବ୍ୟବସ୍ଥାପକ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ


ସଂସଦର କେନ୍ଦ୍ରୀୟ କକ୍ଷରେ ଆଜି ଅନୁଷ୍ଠିତ ଜାତୀୟ ବ୍ୟବସ୍ଥାପକ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ପ୍ରତ୍ୟେକ ରାଜ୍ୟରେ କେତେକ ଜିଲ୍ଲା ରହିଛି ଯେଉଁଠାରେ କି ଉନ୍ନୟନର ପରିମାପକ ଅତ୍ୟନ୍ତ ଶକ୍ତିଶାଳୀ । ଆମେ ଏମାନଙ୍କଠାରୁ ଶିକ୍ଷା ଲାଭ କରିପାରିବା ଏବଂ ଦୁର୍ବଳ ଜିଲ୍ଲାମାନଙ୍କରେ ସେହି ଅନୁଯାୟୀ କାର୍ଯ୍ୟ କରିପାରିବା ।

ପ୍ରତିଯୋଗିତାମୂଳକ ଭାବନା ଏବଂ ସହଯୋଗୀ ସଂଘୀୟ ମନୋଭାବ ଦେଶ ପାଇଁ ବହୁତ ଭଲ ।

ଜନସାଧାରଣଙ୍କ ସହଯୋଗ ସବୁବେଳେ ସହାୟକ ହୋଇଥାଏ । ଯେଉଁଠାରେ ବି ପଦାଧିକାରୀମାନେ ଜନସାଧାରଣଙ୍କ ସହ ମିଶି କାର୍ଯ୍ୟ କରିଛନ୍ତି ଏବଂ ସେମାନଙ୍କୁ ବିକାଶ ପ୍ରକ୍ରିୟାରେ ସହଭାଗି କରିଛନ୍ତି, ସେଠାରେ ଫଳାଫଳ ସକାରାତ୍ମକ ଏବଂ ରୂପାନ୍ତରଣକାରୀ ହୋଇଛି ।

ଅଭିଳାଷୀ ଜିଲ୍ଲାଗୁଡ଼ିକ ଯେଉଁ କ୍ଷେତ୍ରରେ ଉନ୍ନତି ଚାହୁଁଛନ୍ତି ସେହି ସବୁ କ୍ଷେତ୍ରକୁ ଚିହ୍ନଟ କରାଯିବାର ଆବଶ୍ୟକତା ରହିଛି ଏବଂ ସେହି ସବୁ ତୃଟିକୁ ମଧ୍ୟ ସୁଧାରିବା ଜରୁରୀ ।

ଏହି ଜିଲ୍ଲାଗୁଡ଼ିକରେ ଗୋଟିଏ ଦିଗକୁ ହେଲେ ମଧ୍ୟ ସୁଧାରିବାର ନିଷ୍ପତ୍ତି ଯଦି ଆମେ ଗ୍ରହଣ କରିବା, ତେବେ ଅନ୍ୟ ତୃଟିଗୁଡ଼ିକୁ ସୁଧାରିବା ନେଇ କାର୍ଯ୍ୟ କରିବା ଦିଗରେ ଆମକୁ ଗତି ମିଳିବ । ଏହି ପ୍ରକ୍ରିୟାରେ ଅନେକ ସଂସ୍କାର ଘଟିବ ।

ଆମ ପାଖରେ ଲୋକ ଶକ୍ତି ରହିଛି, ଆମ ପାଖରେ ଦକ୍ଷତା, ସାଧନ ଓ ସମ୍ବଳ ମଧ୍ୟ ରହିଛି । ଆମକୁ ଏକ ନିଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ କାର୍ଯ୍ୟ କରିବାକୁ ପଡିବ ଏବଂ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ପଡିବ । ଆମର ଲକ୍ଷ୍ୟ ହେଉଛି ସାମାଜିକ ନ୍ୟାୟ ।

ଅଭିଳାଷୀ ଜିଲ୍ଲାଗୁଡ଼ିକରେ କାର୍ଯ୍ୟ କରିବା ଦ୍ୱାରା ମାନବ ବିକାଶ ସୂଚକାଙ୍କ (ଏଚଡିଆଇ)ରେ ଭାରତର ସ୍ଥିତି ଉନ୍ନତ ହେବ ।

ବାଚସ୍ପତି ସୁମିତ୍ରା ମହାଜନ ମହୋଦୟାଙ୍କ ଦ୍ୱାରା ଆୟୋଜନ କରାଯାଇଥିବା ଏହି ବ୍ୟବସ୍ଥାପକ ସମ୍ମିଳନୀ ଏକ ପ୍ରଶଂସନୀୟ ପଦକ୍ଷେପ । ବିଭିନ୍ନ ରାଜ୍ୟରୁ ଆଇନପ୍ରଣୟନକାରୀ/ବିଧାୟକମାନେ ଏକାଠି ହୋଇ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବା ଏକ ଭଲ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ମତ ରଖିଥିଲେ ।