Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସଂସଦର ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି

ସଂସଦର ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି


2017ରେ ସଂସଦର ପ୍ରଥମ ଅଧିବେଶନ ଆଜି ଠାରୁ ଆରମ୍ଭ ହେଉଛି । ରାଷ୍ଟ୍ରପତି ମହୋଦୟଙ୍କ ଉଦ୍ବୋଧନ, ବଜେଟ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ ଅବସରରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହେବ । ବିଗତ ଦିନରେ ରାଜନୈତିକ ଦଳଗୁଡ଼ିକ ସହିତ ସାମୂହିକ ଭାବେ, ବ୍ୟକ୍ତିଗତ ଭାବେ ଲଗାତାର ଆଲୋଚନା ହୋଇଛି । ଚଳିତ ଅଧିବେଶନର ସର୍ବାଧିକ ଉପଯୋଗ ଜନହିତ ନିମନ୍ତେ ହେଉ, ସାର୍ଥକ ଚର୍ଚ୍ଚା ହେଉ, ବଜେଟ ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ଚର୍ଚ୍ଚା ହେଉ ।

ପ୍ରଥମ ଥର ଲାଗି 1 ଫେବୃଆରୀରେ ବଜେଟ ଆଗତ କରାଯିବ । ଆପଣମାନେ ସମସ୍ତେ ଜାଣିଥିବେ ଆମ ଦେଶରେ ପୂର୍ବରୁ ସନ୍ଧ୍ୟା 5ଟାରେ ବଜେଟ ଆଗତ କରାଯାଉଥିଲା । କିନ୍ତୁ ଅଟଳଜୀଙ୍କ ସରକାର ଆସିବା ପରେ ଏହି ସମୟ ପରିବର୍ତ୍ତନ କରାଯାଇ ସକାଳୁ ଅଧିବେଶନ ଆରମ୍ଭ ହେବା ମାତ୍ରେ ବଜେଟ ଆଗତ କରାଯିବାର ପରମ୍ପରା ଆରମ୍ଭ ହେଲା ।

ଆଜି ଆଉ ଏକ ନୂଆ ପରମ୍ପରା ଆରମ୍ଭ ହେଉଛି । ପ୍ରଥମତଃ ସାଧାରଣ ବଜେଟ ପ୍ରାୟ ଏକ ମାସ ପୂର୍ବରୁ ଆଗତ କରାଯାଉଛି । ଦ୍ୱିତୀୟତଃ ସାଧାରଣ ବଜେଟ ସହିତ ରେଳ ବଜେଟକୁ ଯୋଡ଼ି ଦିଆଯାଇଛି । ସଂସଦରେ ଏ ସମ୍ପର୍କରେ ବ୍ୟାପକ ଚର୍ଚ୍ଚା ହେବ ଏବଂ ସେଥିରୁ ଆଗାମୀ ଦିନରେ କି ଲାଭ ମିଳିବ, ତାହା ମଧ୍ୟ ସର୍ବସମ୍ମୁଖକୁ ଆସିବ ।

ସମସ୍ତ ରାଜନୈତିକ ଦଳ ଉପରେ ମୋର ବିଶ୍ୱାସ ରହିଛି, ସେମାନେ ଏଥର ସଂସଦରେ ଉତ୍ତମ ଚର୍ଚ୍ଚା କରିବେ । ଏଥିସହିତ ଜନହିତ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକୁ ଆଗକୁ ନେବାରେ ସଂସଦର ସମୟ ଉପଯୋଗ କରିବେ ।

ଅନେକ-ଅନେକ ଧନ୍ୟବାଦ ।

**********