ପିଏମଇଣ୍ଡିଆ

ନମସ୍କାର,
ସମସ୍ତ ବନ୍ଧୁମାନଙ୍କୁ 2020 ତଥା ଚଳିତ ଦଶକର ଏହି ପ୍ରଥମ ସଂସଦୀୟ ଅଧିବେଶନକୁ ସ୍ୱାଗତ । ଚଳିତ ଦଶକରେ ଦେଶର ସର୍ବାଙ୍ଗୀନ ବିକାଶ ଓ ଉଜ୍ୱଳ ଭବିଷ୍ୟତ ଲାଗି ଏହି ଅଧିବେଶନରେ ଆମେ ସମସ୍ତେ ପ୍ରୟାସ କରିବା ଜରୁରୀ । ଆଜି ମହାମହୀମ ରାଷ୍ଟ୍ରପତି ସଂସଦରେ ଉଦବୋଧନ ଦେବେ ଏବଂ କାଲି ବଜେଟ୍ ଉପସ୍ଥାପନ କରାଯିବ । ଏହି ଅଧିବେଶନରେ ମୁଖ୍ୟତଃ ଆର୍ଥିକ ବିଷୟ ଉପରେ ଚର୍ଚ୍ଚା କରାଯିବ । ସାମ୍ପ୍ରତିକ ବୈଶ୍ୱିକ ଅର୍ଥନୀତିକ ପରିସ୍ଥିତିରେ କିପରି ଭାରତର ଅର୍ଥନୀତିକୁ ଅଧିକ ସୁଦୃଢ କରାଯିବ ଏବଂ କିପରି ଭାରତକୁ ଅଧିକରୁ ଅଧିକ ଲାଭ ମିଳିବ ସେ ସଂପର୍କରେ ଆଲୋଚନା କରାଯିବ । ପୀଡ଼ିତ, ଶୋଷିତ, ବଞ୍ଚିତ ଏବଂ ମହିଳାଙ୍କ ବିକାଶକୁ ଆମ ସରକାର ସର୍ବଦା ପ୍ରାଥମିକତା ଦେଇ ଆସିଛନ୍ତି । ଚଳିତ ଦଶକରେ ମଧ୍ୟ ଆମେ ଏହି ଲକ୍ଷ୍ୟ ନେଇ ଆଗକୁ ବଢିବୁ । ମୁଁ ଚାହୁଁଛି ସାଧାରଣ ଜନତାର ସଶକ୍ତିକରଣ ଏବଂ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ବିଷୟ ଉପରେ ସଂସଦର ଉଭୟ ସଦନରେ ଅଧିକରୁ ଅଧିକ ଚର୍ଚ୍ଚା ହେଉ । ଏହି ବିଶ୍ୱାସର ସହିତ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।
ନମସ୍କାର ।
******************
Speaking at the start of the Budget Session of Parliament. https://t.co/CIMbUsXOVV
— Narendra Modi (@narendramodi) January 31, 2020