ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯେଉଁମାନେ ଜାମ୍ମୁ ଏବଂ କାଶ୍ମୀରରେ ସନ୍ତ୍ରାସବାଦ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛନ୍ତି ସେମାନଙ୍କୁ କଡା ଜବାବ ଦିଆଯିବ । ଶ୍ରୀନଗରରେ ଆଜି ଏକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଲେ, “ଆମେ ପ୍ରତ୍ୟେକ ସନ୍ତ୍ରାସବାଦୀ ସହ କଡା ମୁକାବିଲା କରିବୁ । ଆମେ ଜାମ୍ମୁ କାଶ୍ମୀରରେ ସନ୍ତ୍ରାସବାଦର ମେରୁଦଣ୍ଡ ଭାଙ୍ଗିଦେବୁ ଏବଂ ସମସ୍ତ ଶକ୍ତିର ସହ ଏହା ବିରୋଧରେ ଲଢ଼େଇ କରିବୁ ।”
ପ୍ରଧାନମନ୍ତ୍ରୀ ଶହିଦ ନାଜିର ଅହମ୍ମଦ ୱାନୀଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ, ଯିଏକି ସନ୍ତ୍ରାସବାଦ ବିରୋଧରେ ଲଢ଼େଇ କରି ତାଙ୍କ ପ୍ରାଣ ଦାନ କରିଥିଲେ । ସେ କହିଲେ, “ଦେଶ ପାଇଁ ଏବଂ ଶାନ୍ତି ପାଇଁ ଯେଉଁମାନେ ପ୍ରାଣ ହରାଇଛନ୍ତି ସେହି ଶହିଦ ନାଜିର ଅହମ୍ମଦ ଏବଂ ଅନ୍ୟ ବୀର ସୈନିକମାନଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରୁଛି । ନାଜିର ଅହମ୍ମଦ ୱାନୀଙ୍କୁ ଅଶୋକ ଚକ୍ର ପୁରସ୍କାର ପ୍ରଦାନ କରାଯାଇଛି । ତାଙ୍କ ବୀରତା ଏବଂ ସାହସ ଜାମ୍ମୁ କାଶ୍ମୀର ଏବଂ ସମଗ୍ର ଦେଶର ଯୁବକମାନଙ୍କୁ ଦେଶ ପାଇଁ ବଂଚିବା ମାର୍ଗ ପ୍ରଦର୍ଶିତ କରୁଛି ।”
ନବ ନିର୍ବାଚିତ ସରପଞ୍ଚମାନଙ୍କ ସହ ପ୍ରଧାନମନ୍ତ୍ରୀ ଭାବ ବିନିମୟ କରିଥିଲେ । ସେ କହିଲେ ଯେ ରାଜ୍ୟରେ ଆଂଚଳିକସ୍ତରୀୟ ନିର୍ବାଚନ ଅନେକ ବର୍ଷ ପରେ ଅନୁଷ୍ଠିତ ହୋଇଥିବାରୁ ସେ ଖୁସି । ସମ୍ବେଦନଶୀଳ ପରିବେଶ ସତ୍ତ୍ୱେ ଭୋଟ ଦାନ କରିବା ପାଇଁ ଆସିଥିବାରୁ ସେ ରାଜ୍ୟର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ କହିଥିଲେ ଯେ ଏହା ଗଣତନ୍ତ୍ର ପ୍ରତି ସେମାନଙ୍କ ଆସ୍ଥା ଏବଂ ରାଜ୍ୟର ବିକାଶ ପାଇଁ ସେମାନଙ୍କ ଆଗ୍ରହକୁ ସୂଚାଉଛି ।
ରାଜ୍ୟରେ ସାମଗ୍ରୀକ ବିକାଶ ପାଇଁ ତାଙ୍କ ପ୍ରମୁଖତା ସମ୍ବନ୍ଧରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ, “6000 କୋଟି ଟଙ୍କାର ପ୍ରକଳ୍ପ ଉଦଘାଟିତ କରିବା ପାଇଁ ମୁଁ ଏଠାକୁ ଆସିଛି । ଏସବୁ ପ୍ରକଳ୍ପ ଶ୍ରୀନଗରର ଜନସାଧାରଣଙ୍କ ଜୀବନଧାରଣକୁ ସହଜ କରିବ ।”
ଜାମ୍ମୁ କାଶ୍ମୀର ଏବଂ ଶ୍ରୀନଗରରେ ପ୍ରଧାନମନ୍ତ୍ରୀ ଅନେକ ବିକାଶ ପ୍ରକଳ୍ପର ଉଦଘାଟନ କରିଥିଲେ । ସେ ପୁଲୱାମାର ଅୱନ୍ତିପୁରାଠାରେ ଏଆଇଆଇଏମଏସର ଆଧାରଶିଳା ରଖିଥିଲେ । ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ଆଣିବା ହେଉଛି ଏହାର ଲକ୍ଷ୍ୟ । ଏହାକୁ ଆୟୁଷ୍ମାନ ଭାରତ ସହିତ ସଂଯୁକ୍ତ କରାଯିବ, ଯାହା ହେଉଛି ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟସେବା ଯୋଜନା ଏବଂ ଶୁଭାରମ୍ଭ ହେବା ଦିନଠାରୁ ଏହା ମାଧ୍ୟମରେ 10 ଲକ୍ଷ ଜନସାଧାରଣ ଲାଭବାନ ହୋଇଛନ୍ତି । ଏହି ଯୋଜନାରେ କେବଳ ଜାମ୍ମୁ କାଶ୍ମୀରରୁ 30 ଲକ୍ଷ ଜନସାଧାରଣଙ୍କୁ ସାମିଲ କରାଯାଇଛି ।
ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବାନ୍ଦିପୁରାଠାରେ ପ୍ରଥମ ଗ୍ରାମୀଣ ବିପିଓର ଉଦଘାଟନ କରାଯାଇଥିଲା । ଏହା ବାନ୍ଦିପୁରା ଏବଂ ପଡୋଶୀ ଜିଲ୍ଲାମାନଙ୍କର ଯୁବବର୍ଗମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ବୃଦ୍ଧି କରିବ । ପ୍ରଧାନମନ୍ତ୍ରୀ କହିଲେ ଯେ ଗ୍ରାମୀଣ ବିପିଓ ଏହି ଅଂଚଳର ଯୁବବର୍ଗଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି କରିବ ।
ପ୍ରଧାନମନ୍ତ୍ରୀ କହିଲେ ଯେ ସରକାର ଏଠାକୁ ଫେରିଆସି ବସବାସ କରିବାକୁ ଚାହୁଁଥିବା କାଶ୍ମୀର ବିସ୍ଥାପିତମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବେ । କାଶ୍ମୀର ବିସ୍ଥାପିତ କର୍ମଚାରୀମାନଙ୍କୁ ଅସ୍ଥାୟୀ ଆବାସ ସୁବିଧା ପ୍ରଦାନ କରିବା ଲାଗି ପାଖାପାଖି 700ଟି ଅସ୍ଥାୟୀ ଗୃହ ନିର୍ମାଣ କରାଯାଉଛି । ବିସ୍ଥାପିତ କାଶ୍ମୀର ବାସୀଙ୍କୁ 3000 ପଦବୀରେ ଅବସ୍ଥାପିତ କରିବା ନେଇ କାର୍ଯ୍ୟଧାରାର ଆରମ୍ଭ କରାଯାଉଛି ବୋଲି ସେ କହିଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ଭାଗର ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ କରିଥିଲେ ।
ପ୍ରେସ ବଟନ ଦ୍ୱାରା ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ଆରୟୁଏସଏ) ଅଧୀନରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଡିଜିଟାଲ ଶୁଭାରମ୍ଭ ଅନ୍ୟ ଏକ ଆକର୍ଷଣ ଥିଲା । ପ୍ରଧାନମନ୍ତ୍ରୀ ଜାମ୍ମୁ କାଶ୍ମୀରର କିସ୍ତୱାର, କୁପୱାରା ଓ ବରମୁଲ୍ଲାଠାରେ 3ଟି ମଡେଲ କଲେଜର ଆଧାରଶିଳା ରଖିଥିଲେ । ସେ ମଧ୍ୟ ଜାମ୍ମୁ ବିଶ୍ୱବିଦ୍ୟାଳୟରେ ଉଦ୍ୟୋଗ, ଅଭିନବତା ଏବଂ କ୍ୟାରିଅର ହବ୍ ର ଆଧାରଶିଳା ରଖିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମଧ୍ୟ 400 କେଭିଡି/ସି ଜଳନ୍ଧର-ସାମ୍ବା-ରାଜୌରି, ସୋପିଆଁ-ମରଗଡ ସଂଚାରଣ ଲେନର ଶୁଭାରମ୍ଭ ହୋଇଥିଲା । ଜାମ୍ମୁ କାଶ୍ମୀରରେ ଗ୍ରୀଡ଼ ସଂଯୋଗ ଦ୍ୱାରା ଏହି ପ୍ରକଳ୍ପକୁ ବୃଦ୍ଧି କରାଯାଇଛି ।
ଏହି ଅବସରରେ ଏକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଲେ ଯେ ପୂର୍ବ ସରକାରଙ୍କ ଅମଳରେ ଦିଲ୍ଲୀର ବିଜ୍ଞାନ ଭବନରେ ଅନେକ ପ୍ରକଳ୍ପର ଉଦଘାଟନ କରାଯାଇଥିଲା । ମାତ୍ର ଏନଡିଏ ସରକାର ଭିନ୍ନ ଭିନ୍ନ ଅଂଚଳରେ ପ୍ରକଳ୍ପ ଉଦଘାଟନ କରିବା ପାଇଁ ସ୍ଥିର କରିଛି । ସେ କହିଲେ, “ଆମ ସରକାର ଝାଡଖଣ୍ଡରେ ଆୟୁଷ୍ମାନ ଭାରତ ଯୋଜନା, ଉତ୍ତର ପ୍ରଦେଶରେ ଉଜ୍ଜ୍ୱଳା ଯୋଜନା, ପଶ୍ଚିମ ବଙ୍ଗରେ ପ୍ରଧାନମନ୍ତ୍ରୀ ବୀମା ସୁରକ୍ଷା ଯୋଜନା, ତାମିଲନାଡୁରେ ହସ୍ତତନ୍ତ ଅଭିଯାନ ଏବଂ ହରିୟାନାରେ ବେଟି ବଚାଓ ବେଟି ପଢ଼ାଓ ଯୋଜନା ମାନ ଆରମ୍ଭ କରିଛନ୍ତି ।”
2018 ସେପ୍ଟେମ୍ବରରେ ଜାମ୍ମୁ କାଶ୍ମୀରକୁ ଖୋଲାରେ ମଳତ୍ୟାଗ ମୁକ୍ତ ରାଜ୍ୟରେ ପରିଣତ କରିଥିବାରୁ ସେ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ ଦେଶରେ ଅଭିନବତା, ଇନକ୍ୟୁବେସନ ଏବଂ ଷ୍ଟାର୍ଟଅପକୁ ନେଇ ଏକ ନୂତନ ଯୋଶ ଦେଖାଦେଇଛି ଏବଂ ଷ୍ଟାର୍ଟଅପ ଅଭିଯାନ ଜୋର ଧରିଛି । ସେ ପୁନଃପ୍ରକାଶ କରିଥିଲେ ଯେ 3-4 ବର୍ଷ ମଧ୍ୟରେ 15,000 ଷ୍ଟାର୍ଟଅପ ଭାରତରେ କାର୍ଯ୍ୟାନ୍ୱିତ ହୋଇଛି ଏବଂ ଏଥିମଧ୍ୟରୁ ଅଧା ଟାଏର-1 ଓ ଟାଏର-2 ସହରରେ ହୋଇଛି ।
ପ୍ରଧାନମନ୍ତ୍ରୀ ଗାନ୍ଦେରବାଲର ସେଫୋରାଠାରେ ବହୁମୁଖୀ କ୍ରୀଡ଼ା ସୁବିଧାର ଉଦଘାଟନ କରିଥିଲେ । ଏହି କ୍ରୀଡ଼ା ସୁବିଧା ଯୁବବର୍ଗଙ୍କୁ ଇଣ୍ଡୋର କ୍ରୀଡ଼ା ଖେଳିବାର ସୁବିଧା ପ୍ରଦାନ କରିବ । ସେ କହିଲେ ଯେ ପ୍ରତିଭା ଅନ୍ୱେଷଣ ଏବଂ କ୍ରୀଡ଼ା ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ଖେଲୋ ଇଣ୍ଡିଆ ଅଭିଯାନରେ ଜାମ୍ମୁ କାଶ୍ମୀରର ସମସ୍ତ 22ଟି ଜିଲ୍ଲାକୁ ସାମିଲ କରାଯାଇଛି ।
ପ୍ରଧାନମନ୍ତ୍ରୀ ଏହି ଗସ୍ତ ଅବସରରେ ପ୍ରସିଦ୍ଧ ଡାଲ ହ୍ରଦ ଗସ୍ତ କରିଥିଲେ ଏବଂ ସେଠାରେ ଥିବା ସୁବିଧା ସୁଯୋଗକୁ ବୁଲି ଦେଖିଥିଲେ ।
ଜାମ୍ମୁ-କାଶ୍ମୀର ରାଜ୍ୟକୁ ଏହା ପ୍ରଧାନମନ୍ତ୍ରୀଙ୍କର ଏକ ଲମ୍ବା ଗସ୍ତ ଥିଲା ଏବଂ ସେ ସମସ୍ତ ତିନୋଟି ଅଂଚଳ-ଲେହ, ଜାମ୍ମୁ ଏବଂ ଶ୍ରୀନଗର ଯାତ୍ରା କରିଥିଲେ ।
**********
The last few months have witnessed an increase in the pace of development in Jammu and Kashmir.
— Narendra Modi (@narendramodi) February 3, 2019
Projects that were pending for years are being completed and this is helping the people of the state. pic.twitter.com/Ih1EsSmJIF
The Central Government attaches immense priority towards energy, education, healthcare and infrastructure related works in Jammu and Kashmir. pic.twitter.com/9XzRfLlkpW
— Narendra Modi (@narendramodi) February 3, 2019
Youth of Jammu and Kashmir want peace and development.
— Narendra Modi (@narendramodi) February 3, 2019
The ethos of this land is all about harmony and brotherhood.
Any element who disturbs the developent journey of Jammu and Kashmir, spreads violence and hate will be given a strong answer! Terrorism will not be tolerated. pic.twitter.com/po9uIFO5iP
Had the wonderful opportunity of interacting with Sarpanchs from across Jammu and Kashmir.
— Narendra Modi (@narendramodi) February 3, 2019
I admire these remarkable men and women, who have shown great courage and are working to transform lives. pic.twitter.com/wFSFRXJdTD