Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସପ୍ତଦଶ ଲୋକସଭା ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଗଣମାଧ୍ୟମ ବିବୃତ୍ତି


17ତମ ଲୋକସଭାର ପ୍ରଥମ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ସାଂସଦମାନଙ୍କୁ ସ୍ୱାଗତ କରିଛନ୍ତି ।
ଅଧିବେଶନ ପୁର୍ବରୁ ଏକ ଗଣମାଧ୍ୟମ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି, “2019 ଲୋକସଭା ନିର୍ବାଚନ ପରେ ଆଜି ପ୍ରଥମ ଅଧିବେଶନ ଆରମ୍ଭ ହେଉଛି । ସମସ୍ତ ନୂତନ ସାଂସଦମାନଙ୍କୁ ମୁଁ ସ୍ୱାଗତ କରୁଛି । ଏହି ସାଂସଦମାନଙ୍କ ଆଗମନରେ ନୂତନ ଆଶା, ନୂତନ ଅଭିଳାଷା ଏବଂ ନୂତନ ସଞ୍ଚାର ହୋଇଛି ।”

17ତମ ଲୋକସଭାରେ ମହିଳା ସାଂସଦଙ୍କ ସଂଖ୍ୟାରେ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ । ସେ କହିଥିଲେ ଯେ ସୂଚାର ରୂପେ କାର୍ଯ୍ୟ କରିବା ଦ୍ୱାରା ସଂସଦ ଜନସାଧାରଣଙ୍କ ଅଭିଳାଷା ପୁରଣ କରିବାରେ ସମର୍ଥ ହୋଇଥାଏ ।

ପ୍ରଧାନମନ୍ତ୍ରୀ ସଂସଦୀୟ ଗଣତନ୍ତ୍ରରେ ବିରୋଧି ଦଳର ଗୁରୁତ୍ୱ ସମ୍ବନ୍ଧରେ ପ୍ରକାଶ କରିଥିଲେ । ସଦନର କାର୍ଯ୍ୟରେ ବିରୋଧି ଦଳ ସକ୍ରିୟ ଭାବେ ଅଂଶଗ୍ରହଣ କରିବେ ବୋଲି ସେ ପ୍ରକାଶ କରିଥିଲେ । ବିରୋଧି ସଂଖ୍ୟାକୁ ନେଇ ବିବ୍ରତ ହେବା ଆବଶ୍ୟକ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

“ଆମେ ଯେତବେଳେ ସଂସଦକୁ ଆସିବା ସେତେବେଳେ ଆମେ ପକ୍ଷ ଏବଂ ବିପକ୍ଷ ଭୁଲିଯିବା ଉଚିତ । ଆମେ ‘ନିରପେକ୍ଷ ଭାବନା’ରେ ବିଭିନ୍ନ ବିଷୟ ସମ୍ବନ୍ଧରେ ଚିନ୍ତା କରିବା ଉଚିତ ଏବଂ ଦେଶର ବୃହତର ସ୍ୱାର୍ଥକୁ ଆଖି ଆଗରେ ରଖି କାର୍ଯ୍ୟ କରିବା ଉଚିତ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ।