ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପିଛିଲା ଭାବେ ସମନ୍ୱିତ ବସ୍ତୁ ଓ ସେବାକର (ଜାମ୍ମୁ କାଶ୍ମୀରକୁ ସଂପ୍ରସାରିତ) ଅଧ୍ୟାଦେଶ ଜାରି ଏବଂ ସମନ୍ୱିତ ବସ୍ତୁ ଓ ସେବାକର (ସଂଶୋଧନ) ବିଲ, 2017 ଅଧ୍ୟାଦେଶକୁ ରଦ୍ଦ କରାଯିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ସମନ୍ୱିତ ବସ୍ତୁ ଓ ସେବା କର ଆଇନ 2017 ଯାହାକି IGST ଆଇନ ଭାବେ ପରିଚିତ ତାହାର ବିଧିବିଧାନକୁ ଜାମ୍ମୁ-କାଶ୍ମୀର ରାଜ୍ୟକୁ ସଂପ୍ରସାରିତ କରାଯିବା ନିମନ୍ତେ ଅଧ୍ୟାଦେଶ ଜାରି ହୋଇଥିଲା ।
2017 ଜୁଲାଇ 8 ତାରିଖ ଦିନ ଏହି ଅଧ୍ୟାଦେଶ ଜାରି ହୋଇଛି ଏବଂ ସଂସଦର ଚଳିତ ଅଧିବେଶନରେ ସମନ୍ୱିତ ବସ୍ତୁ ଓ ସେବାକର (ସଂଶୋଧନ) ବିଲ, 2017 ଉପସ୍ଥାପନ କରାଯିବ ।
****