ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ଏହି ମଞ୍ଜୁରି ମିଳିଛି । 2006 ଜୁଲାଇ 07 ତାରିଖ ଦିନ ଦୁଇ ଦେଶ ମଧ୍ୟରେ ପ୍ରିଟୋରିଆଠାରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା ।
ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ସହଯୋଗ ଲାଗି ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ଆନ୍ତଃ-ସରକାରୀ ସ୍ତରରେ ରାଜିନାମାର ଏହା ଅଂଶବିଶେଷ । ଏହି ବୁଝାମଣାପତ୍ରର ସର୍ତ୍ତାବଳୀ ଅନୁସାରେ ଉଭୟ ରାଷ୍ଟ୍ର ନବସୃଜନ କାର୍ଯ୍ୟକ୍ରମ ପ୍ରବର୍ତ୍ତନ ଦିଗରେ ମିଳିତ ଭାବେ ଫୋରମ ଗଠନ ଠାରୁ ଆରମ୍ଭ କରି ସମ୍ପର୍କ, କର୍ମଶାଳା ଏବଂ ତାଲିମ କାର୍ଯ୍ୟକ୍ରମର ଆୟୋଜନ କରିବେ । ପରସ୍ପର ସହ ଏ ଦିଗରେ ନିଜ ନିଜର ପ୍ରଯୁକ୍ତି ଜ୍ଞାନକୌଶଳ ବିନିମୟ କରିବେ । ଏହା ବ୍ୟତୀତ ଦୁଇ ଦେଶ ମିଳିତ ଭାବେ ପ୍ରକଳ୍ପମାନ ବିକାଶ କରିବେ ଯଦ୍ୱାରା ଅଭିନବ ପ୍ରଯୁକ୍ତି ମାଧ୍ୟମରେ ସମାଜର ତଳସ୍ତରର ଲୋକମାନେ ଉପକୃତ ହେବେ । କୃଷି ଏବଂ ଜୈବପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏହା ବିଶେଷ ଭାବେ କାର୍ଯ୍ୟକାରୀ କରାଯିବ ।