ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯେତେବେଳେ ସାମଗ୍ରିକ ବିକାଶ ପ୍ରତ୍ୟେକ ନାଗରିକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ସୁନିଶ୍ଚିତ କରିଥାଏ, ସେତେବେଳେ ଏହା ରାଷ୍ଟ୍ରର ପ୍ରଗତିକୁ ନୂତନ ଗତି ଦେଇଥାଏ। ସେ ଉଲ୍ଲେଖ କରିଥିଲେ ଯେ ଏହି ପ୍ରେରଣାଦାୟୀ ଭାବନା ସହିତ ହିଁ ଦେଶ ଭାରତର ସାମର୍ଥ୍ୟକୁ ଆହୁରି ସୁଦୃଢ଼ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛି।
ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ସୁଭାଶିତମ୍ ବାଣ୍ଟିଥିଲେ –
‘‘କନ୍ୟାନାଂ ସମ୍ପ୍ରଦାନଶ୍ଚ କୁମାରାଣାଶ୍ଚ ରକ୍ଷଣମ୍ ।
ରାଷ୍ଟ୍ରସ୍ୟ ସଡଗ୍ରହେ ନିତ୍ୟଂ ବିଧାନମିଦମାଚରେତ୍ ।।’’
ସୁଭାଶିତମ୍ ସୂଚିତ କରେ ଯେ ମହିଳାମାନଙ୍କ କଲ୍ୟାଣ ସୁନିଶ୍ଚିତ କରିବା, ଯୁବ ପିଢ଼ିକୁ ସୁରକ୍ଷା ଏବଂ ପୋଷଣ କରିବା ଏବଂ ରାଷ୍ଟ୍ରର ଏକତା, ସୁରକ୍ଷା, ସମୃଦ୍ଧି ଏବଂ ଶୃଙ୍ଖଳିତ ଶାସନ ପାଇଁ ନିରନ୍ତର ଆବଶ୍ୟକ ବ୍ୟବସ୍ଥା କରିବା ହେଉଛି ଜନସାଧାରଣଙ୍କ ପ୍ରତ୍ୟେକ ପ୍ରତିନିଧୀଙ୍କ ନିରନ୍ତର କର୍ତ୍ତବ୍ୟ ।
ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;
“ଯେତେବେଳେ ସାମଗ୍ରିକ ବିକାଶ ପ୍ରତ୍ୟେକ ଦେଶବାସୀଙ୍କ ଜୀବନରେ ଏକ ସକାରାତ୍ମକ ପରିବର୍ତ୍ତନ ସୁନିଶ୍ଚିତ କରିଥାଏ, ସେତେବେଳେ ରାଷ୍ଟ୍ରର ପ୍ରଗତି ମଧ୍ୟ ଏକ ନୂତନ ଗତି ପାଇଥାଏ। ଏହି ପ୍ରେରଣାଦାୟୀ ଭାବନା ସହିତ ଆମେ ଭାରତର ସାମର୍ଥ୍ୟକୁ ସୁଦୃଢ଼ କରିବା ଜାରି ରଖିଛୁ।
‘‘କନ୍ୟାନାଂ ସମ୍ପ୍ରଦାନଶ୍ଚ କୁମାରାଣାଶ୍ଚ ରକ୍ଷଣମ୍ ।
ରାଷ୍ଟ୍ରସ୍ୟ ସଡଗ୍ରହେ ନିତ୍ୟଂ ବିଧାନମିଦମାଚରେତ୍ ।।’’
HS
जब चौतरफा विकास के साथ हर देशवासी के जीवन में सकारात्मक परिवर्तन सुनिश्चित होता है, तब राष्ट्र की प्रगति को भी नई गति मिलती है। इसी प्रेरक भावना के साथ हम भारत के सामर्थ्य को निरंतर मजबूती देने में जुटे हुए हैं।
— Narendra Modi (@narendramodi) July 13, 2026
कन्यानां सम्प्रदानञ्च कुमाराणाञ्च रक्षणम्।
राष्ट्रस्य सङ्ग्रहे… pic.twitter.com/l7LZyxxNoY