Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସମ୍ବିଧାନ ଦିବସ ପାଳନ ଅବସରରେ ପୁସ୍ତକ ଉନ୍ମୋଚନ ଉତ୍ସବରେ ପ୍ରଧାନମନ୍ତ୍ରୀ

ସମ୍ବିଧାନ ଦିବସ ପାଳନ ଅବସରରେ ପୁସ୍ତକ ଉନ୍ମୋଚନ ଉତ୍ସବରେ ପ୍ରଧାନମନ୍ତ୍ରୀ

ସମ୍ବିଧାନ ଦିବସ ପାଳନ ଅବସରରେ ପୁସ୍ତକ ଉନ୍ମୋଚନ ଉତ୍ସବରେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଂସଦର ସମ୍ମିଳନୀ କକ୍ଷରେ ସମ୍ବିଧାନ ଦିବସ ପାଳନ ନିମନ୍ତେ ଅନୁଷ୍ଠିତ ଏକ ଉତ୍ସବରେ ଯୋଗଦାନ କରିଛନ୍ତି । ଏହି ଅବସରରେ ଦୁଇଟି ପୁସ୍ତକ- ‘ଭାରତୀୟ ସମ୍ବିଧାନର ସଂଶୋଧିତ ସଂସ୍କରଣ’ ଓ ‘ସମ୍ବିଧାନ ନିର୍ମାଣ’ର ଉନ୍ମୋଚନ କରାଯାଇଥିଲା ।

ଏହି ଉତ୍ସବରେ ନିଜର ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଥିଲେ, ୨୦୧୫ରୁ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ରୂପେ ପାଳନ କରାଯାଇଆସୁଛି । ସେ କହିଥିଲେ ଯେ ପିଢୀ ପରେ ପୀଢ଼ି ସମ୍ବିଧାନ ସହିତ ଭଲ ଭାବେ ପରିଚିତ ହେବା ଉଚିତ ଓ ସାମ୍ପ୍ରତିକ ପ୍ରସଙ୍ଗରେ ଏହାର ଉପଯୋଗ କରିବା ଉଚିତ । ପ୍ରଧାନମନ୍ତ୍ରୀ ମତ ଦେଇଥିଲେ ଯେ, ଯେତେବେଳେ ସମ୍ବିଧାନ କଥା ପଡ଼େ, ସେତେବେଳେ ଆମେ ବାବାସାହେବ ଆମ୍ବେଦକରଙ୍କୁ ମନେ ପକାଇଥାଉ । ଆମେ ସମ୍ବିଧାନର ତତ୍ତ୍ୱ ସହ ଜଡ଼ିତ ହେବା ଏବଂ ଆମର ଅଧିକାର ଓ କର୍ତ୍ତବ୍ୟବୋଧ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଆବଶ୍ୟକ । ସମ୍ବିଧାନର ଗୁରୁତ୍ୱ ସମ୍ବନ୍ଧରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ନଭେମ୍ବର ୨୬ ବ୍ୟତିରେକ ଜାନୁଆରୀ ୨୬ (ଜନରାଜ୍ୟ ଦିବସ)କୁ ପାଳନ କରାଯାଇ ପାରିନଥାନ୍ତା । ଦୁର୍ନୀତି ଓ କଳାଧନ ବିପକ୍ଷ ସଂଗ୍ରାମରେ ସାଧାରଣ ନାଗରିକ ଆଜି ଜଣେ ସୈନିକ ସାଜିଛି । ଅର୍ଥ ବିନିମୟ ପାଇଁ ଯଥା ସମ୍ଭବ ଡିଜିଟାଲ ପଦ୍ଧତିର ବ୍ୟବହାର ପାଇଁ ସେ ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ । ଏହାଫଳରେ ସ୍ୱଚ୍ଛତା ବୃଦ୍ଧି ପାଇବ ବୋଲି ସେ ମତ ଦେଇଥିଲେ । ସେ ନିଶ୍ଚିତ କରିଥିଲେ ଯେ, ପ୍ରତ୍ୟେକ ବ୍ୟକ୍ତି ତାର ଅର୍ଥ ବ୍ୟୟ କରିବା ନେଇ ଅଧିକାର ରହିଛି ଏବଂ କେହି ତାଠାରୁ ତାର ଅର୍ଥକୁ କାଢି ନେଇପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।