Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସରକାରଙ୍କ ଦ୍ୱାରା ଆଇଡିବିଆଇ ବ୍ୟାଙ୍କରେ ପୁଞ୍ଜି ନିବେଶକୁ କ୍ୟାବିନେଟର ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ସରକାରଙ୍କ ଦ୍ୱାରା ଆଇଡିବିଆଇ ବ୍ୟାଙ୍କରେ 4,557 କୋଟି ଟଙ୍କା ପୁଞ୍ଜି ନିବେଶ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛି ।

ଏହାଫଳରେ ଆଇଡିବିଆଇ ବ୍ୟାଙ୍କ ସୁଦୃଢ଼ ହେବ ଓ ଏହି ବ୍ୟାଙ୍କ ଲାଭ କରିବା ତଥା ସାମାନ୍ୟ ଋଣ ପ୍ରଦାନ କରିବାରେ ସମର୍ଥ ହେବ । ସରକାରଙ୍କ ପାଖରେ ସଠିକ ସମୟରେ ନିବେଶ ଅସୁଲ କରିବାର ବିକଳ୍ପ ମଧ୍ୟ ଉପଲବ୍ଧ ହେବ ।

ଆଇଡିବିଆଇ ବ୍ୟାଙ୍କ ଜୁନ 2018ର 18.8 ପ୍ରତିଶତ ଏନପିଏକୁ ଜୁନ 2019ରେ 8 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବାରେ ମହତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି । ଏହାର ଅଂଶ ଧାରକ ମାନଙ୍କଠାରୁ ଏହା ପାଇଁ ପୁଞ୍ଜି ପ୍ରାପ୍ତ କରାଯିବ । ଏଲଆଇସି 51 ପ୍ରତିଶତ ସ୍ତରରେ ରହିଛି ଏବଂ ଏହାକୁ ବୀମା ନିୟାମକ ଦ୍ୱାରା ଉଚ୍ଚତର ସ୍ତରରେ ପହଂଚିବାର ଅନୁମତି ପ୍ରଦାନ କରାଯାଇ ନାହିଁ । ଆବଶ୍ୟକ 9,300 କୋଟି ଟଙ୍କାରୁ, ଏଲଆଇସି 51 ପ୍ରତିଶତ ଧନରାଶି (4,743 କୋଟି ଟଙ୍କା) ପ୍ରଦାନ କରିବ । ଅବଶିଷ୍ଟ 49 ପ୍ରତିଶତ ଧନରାଶି (4,557 କୋଟି ଟଙ୍କା) ଏକକାଳୀନ ସରକାରଙ୍କ ତରଫରୁ ପ୍ରଦାନ କରାଯିବାର ପ୍ରସ୍ତାବ ରହିଛି ।

ଏହି ନିବେଶ ବ୍ୟତୀତ, ଆଶା ରହିଛି କି ଆଇଡିବିଆଇ ବ୍ୟାଙ୍କ ଏହାର ନିଜସ୍ୱ ଦମରେ ଅଧିକ ପୁଞ୍ଜି ଜୁଟାଇବାରେ ସକ୍ଷମ ହେବ ଏବଂ ଆଗାମୀ ବର୍ଷ ଭାରତୀୟ ରିଜର୍ଭ ବ୍ୟାଙ୍କର ତୁରନ୍ତ ସୁଧାରାତ୍ମକ କାର୍ଯ୍ୟକ୍ରମ (ପିସିଏ)ରୁ ମଧ୍ୟ ମୁକ୍ତ ହୋଇ ପାରିବ । ଏହି କେସ ନ୍ୟୁଟ୍ରାଲ ପୁଞ୍ଜି ପ୍ରବାହ ରିକ୍ୟାପ ବ୍ରାଣ୍ଡ ଅର୍ଥାତ ସରକାରଙ୍କ ଦ୍ୱାରା ପୁଞ୍ଜି ପ୍ରବାହ ଏବଂ ସେହି ଦିନ ସରକାରଙ୍କ ଠାରୁ ବ୍ୟାଙ୍କ ଦ୍ୱାରା ରିକ୍ୟାପ ବ୍ରାଣ୍ଡର କ୍ରୟ ମାଧ୍ୟମରେ କରାଯିବ । ଏହାଦ୍ୱାରା ଲିକ୍ୟୁଡିଟି ଅଥବା ଚଳିତ ବର୍ଷର ବଜେଟ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡିବ ନାହିଁ ।

**********