ପିଏମଇଣ୍ଡିଆ
ସରକାରୀ ଇ-ବଜାରସ୍ଥଳୀ ନାମରେ ଏକ ସ୍ୱତନ୍ତ୍ର ସଂସ୍ଥା ଗଠନ କରାଯିବ । ଏହା ଜାତୀୟ ସାର୍ବଜନୀନ ସଂଗ୍ରହକାରୀ ପୋର୍ଟାଲ ଭାବେ କମ୍ପାନୀ ଆଇନ 2013ର ସେକ୍ସନ 8 ଅଧିନରେ ପଞ୍ଜିକୃତ ହେବ । ନୂତନ ପୋର୍ଟାଲ ଜରିଆରେ କେନ୍ଦ୍ର ଓ ରାଜ୍ୟ ସରକାରୀ ସଂଗଠନମାନେ ଆବଶ୍ୟକ ସାମଗ୍ରୀ ଓ ସେବା କ୍ରୟ କରିପାରିବେ । ଏହି ସ୍ୱତନ୍ତ୍ର ସଂସ୍ଥା ଜରିଆରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ମନ୍ତ୍ରଣାଳୟ ତଥା ଏସବୁ ଅଧିନରେ କାର୍ଯ୍ୟରତ ସଂସ୍ଥା, ରାଷ୍ଟ୍ରାୟତ ଉଦ୍ୟୋଗ ଓ ପୌରସଂସ୍ଥାମାନେ ପାରଦର୍ଶୀ ଢ଼ଙ୍ଗରେ ସାମଗ୍ରୀ ଓ ସେବା ସଂଗ୍ରହ କରିପାରିବେ । ଯେଉଁଥିରେ କି ସ୍ୱଚ୍ଛତା ରକ୍ଷା ହେବ ।
ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈ÷ଠକରେ ଏହି ସରକାରୀ ଇ-ବଜାରସ୍ଥଳୀ ପୋର୍ଟାଲ ଗଠନ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।
ନୂତନ ପୋର୍ଟାଲ ଗଠନ ସହ ଡିଜିଏସ ଏଣ୍ଡ ଡି ସଂସ୍ଥାକୁ 31 ଅକ୍ଟୋବର 2017ରୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯିବ । 31 ଅକ୍ଟୋବର ସୁଦ୍ଧା ବନ୍ଦ ହୋଇନପାରିଲେ ଆବଶ୍ୟକ ଯୁକ୍ତି ସଂଗତି ଦର୍ଶାଇ ଏହାକୁ 31 ମାର୍ଚ୍ଚ 2018 ସୁଦ୍ଧା ବନ୍ଦ କରିବାକୁ ପଡିବ ।