Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ‘ଲୌହ ପୁରୁଷ’ ତଥା ଅଖଣ୍ଡ ଭାରତର ନିର୍ମାତା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସର୍ଦ୍ଦାର ପଟେଲ ଏକ ଶକ୍ତିଶାଳୀ, ସମୃଦ୍ଧ ଏବଂ ସକ୍ଷମ ଭାରତ ଗଠନ ପାଇଁ ନିଜ ଜୀବନ ଉର୍ତ୍ସଗ କରିଥିଲେ । ଏକ ବିକଶିତ ତଥା ଆତ୍ମନିର୍ଭରଶୀଳ ଭାରତ ଗଢ଼ିବା ଦିଗରେ ତାଙ୍କର ଏହି ଅବଦାନ ଏବେ ମଧ୍ୟ ଏକ ବଡ଼ ପ୍ରେରଣାର ଉତ୍ସ ହୋଇ ରହିଛି ।

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;

ଅଖଣ୍ଡ ଭାରତର ନିର୍ମାତା, ଭାରତର ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ସମ୍ମାନପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ସେ ଏକ ସୁଦୃଢ଼, ସମୃଦ୍ଧ ଏବଂ ସକ୍ଷମ ରାଷ୍ଟ୍ର ଗଠନ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ । ଭାରତ ମାତାର ସେବାରେ ତାଙ୍କର ତ୍ୟାଗ ଓ ନିଷ୍ଠା ଏକ ବିକଶିତ ତଥା ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ଏକ ଗଭୀର ପ୍ରେରଣାର ଉତ୍ସ ହୋଇ ରହିଛି।

 

SR

a