ପିଏମଇଣ୍ଡିଆ
ସର୍ବଭାରତୀୟ ବ୍ୟାଘ୍ର ଗଣନା-2018ର ଚତୁର୍ଥ ଚକ୍ର ଫଳାଫଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୋମବାର ଜୁଲାଇ 29, 2019ରେ ଲୋକ କଲ୍ୟାଣ ମାର୍ଗଠାରେ ଉନ୍ମୋଚନ କରିବେ ।
କାଭରେଜ, ସାମ୍ପ୍ଲିଙ୍ଗର ଘନତ୍ଵ ଏବଂ କ୍ୟାମେରା ଟ୍ରାପିଙ୍ଗର ପରିମାଣ ଦୃଷ୍ଟିରୁ ଏହା ହେଉଛି ବିଶ୍ଵର ସର୍ବବୃହତ ବ୍ୟାଘ୍ର ଗଣନା କାର୍ଯ୍ୟକ୍ରମ ।
ଭାରତ ପ୍ରତି ଚାରି ବର୍ଷରେ ସର୍ବଭାରତୀୟ ବ୍ୟାଘ୍ର ଗଣନା ପରିଚାଳନା କରୁଛି । ଗଣନାର ତିନୋଟି ଚକ୍ର 2006, 2010 ଏବଂ 2014ରେ ସମ୍ପନ୍ନ ହୋଇସାରିଛି ।
ଜଳବାୟୁ ପରିବର୍ତ୍ତନର ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବା ପାଇଁ ସରକାର ଏବଂ ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ସଂସ୍ଥା ବ୍ୟାଘ୍ରମାନଙ୍କ ଅର୍ଥନୈତିକ ମୂଲ୍ୟାଙ୍କନ କରିଛନ୍ତି । ଏହିପରି ପଦକ୍ଷେପ ଏବଂ ପ୍ରକ୍ରିୟାକୁ ଆଇନଗତ ଭାବେ ବାଧ୍ୟତାମୂଳକ ବ୍ୟାଘ୍ର ସଂରକ୍ଷଣ ଯୋଜନା ମାଧ୍ୟମରେ କାର୍ଯ୍ୟ କରାଯାଉଛି, ଯାହାଫଳରେ ଏହାକୁ ସଂସ୍ଥାଗତ ମାନ୍ୟତା ମିଳିପାରିବ ।