Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସଶସ୍ତ୍ର ବାହିନୀ ମୁଖ୍ୟାଳୟର ସାଧାରଣ ସେବାରେ ନିୟମିତ 7 ପ୍ରମୁଖ ନିର୍ଦ୍ଦେଶକ ଓ 36ଟି ନିର୍ଦ୍ଦେଶକ ପଦବୀକୁ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ରକ୍ଷା ମନ୍ତ୍ରଣାଳୟର ପୁନର୍ଗଠନ ଆଧାରରେ ସଶସ୍ତ୍ର ବାହିନୀ ମୁଖ୍ୟାଳୟ(ଏଏଫଏଚକ୍ୟୁ) ସାଧାରଣ ସେବାରେ 7ଟି ପ୍ରମୁଖ ନିର୍ଦ୍ଦେଶକ ଓ 36ଟି ନିର୍ଦ୍ଦେଶକ ନିୟମିତ ପଦବୀକୁ ଅନୁମୋଦନ ମିଳିଛି ।

ଏଏଫଏଚକ୍ୟୁ ସାଧାରଣ ସେବାରେ ଏହି ନିୟମିତ ପଦବୀ ସୃଷ୍ଟି ଦ୍ୱାରା କ୍ୟାଡ଼ରଙ୍କ ମଧ୍ୟରେ ଥିବା ନିଷ୍କ୍ରିୟତା ହ୍ରାସ ପାଇବ । ଏହା ଉତ୍ତମ କ୍ୟାଡ଼ର ମ୍ୟାନେଜମେଂଟ ଓ ସେବାର ଦକ୍ଷତାରେ ବିକାଶରେ ସହାୟକ ହେବ । ଏହି ଅଭିନବ ପଦକ୍ଷେପ ଦ୍ୱାରା କୌଣସି ଅତିରିକ୍ତ ଖର୍ଚ୍ଚ ବହନ କରିବାକୁ ପଡ଼ିବ ନାହିଁ କିନ୍ତୁ କ୍ୟାଡ଼ର ମ୍ୟାନେଜମେଂଟ ଓ କ୍ୟାଡ଼ରଙ୍କ ଉପଯୋଗ ଦୃଷ୍ଟିରୁ ଅଧିକ ଲାଭଦାୟକ ହେବ ।

ସିଟୁ ପଦୋନ୍ନତି ପରିବର୍ତ୍ତେ ନିୟମିତ ପଦବୀ ସୃଷ୍ଟି ଦ୍ୱାରା କ୍ୟାଡ଼ର ମ୍ୟାନେଜମେଂଟରେ ଅଧିକ ସ୍ୱଚ୍ଛତା ସୁନିଶ୍ଚିତ କରାଯାଇପାରିବ । ନିୟମିତ ପଦବୀରେ ଥିବା ଅଧିକାରୀଙ୍କୁ ଅଧିକ ଦାୟିତ୍ୱ ଆବଂଟନ ଦ୍ୱାରା ଏଏଫଏଚକ୍ୟୁ ସାଧାରଣ ସେବା ଅଧିକାରୀମାନେ ଅଧିକ କାର୍ଯ୍ୟକ୍ଷମ ଓ ଉତ୍ତରଦାୟିତ୍ୱ କରିବା ସମ୍ଭବପର ହେବ ।

*****