Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସଶସ୍ତ୍ର ସୀମା ବଳର ନିର୍ବାହୀ ଅଧିକାରୀମାନଙ୍କୁ କେନ୍ଦ୍ରୀୟ ଗ୍ରୁପ ‘ଏ’ ସେବା ଏବଂ କ୍ୟାଡର ପ୍ରଦାନ କରାଯିବା ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସଶସ୍ତ୍ର ସୀମା ବଳର ନିର୍ବାହୀ ଅଧିକାରୀମାନଙ୍କୁ ଗ୍ରୁପ ‘ଏ’ ସେବା ଏବଂ କ୍ୟାଡର ପ୍ରଦାନ କରାଯିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏହା ଅଧୀନରେ କମାଣ୍ଡେଣ୍ଟଙ୍କ ଠାରୁ ଆରମ୍ଭ କରି ମହାନିରୀକ୍ଷକ ସ୍ତରର ମୋଟ 19ଟି ପଦବୀ ସୃଷ୍ଟି କରାଯିବା ଲାଗି ଗ୍ରୁପ ‘ଏ’ ବର୍ଗର ସମୀକ୍ଷା ସାମିଲ ରହିଛି । ଏହାଦ୍ୱାରା ସଶସ୍ତ୍ର ସୀମା ବଳର ପରିଚାଳନା ଏବଂ ପ୍ରଶାସନିକ କ୍ଷମତାରେ ବୃଦ୍ଧି ଘଟି ପାରିବ ।

ବର୍ତ୍ତମାନର ଗ୍ରୁପ ‘ଏ’ ପଦବୀଗୁଡ଼ିକୁ 1253ରୁ ବଢ଼ାଇ 1272 କରାଯାଉଛି  । ଏହାର ବିବରଣୀ ନିମ୍ନ ପ୍ରକାର ଅଟେ-

  1. ମହାନିରୀକ୍ଷକ (ଏସଏଜି ସ୍ତର) ପାଇଁ 2 ଟି ପଦବୀ ବୃଦ୍ଧି
  2. ଉପ-ମହାନିରୀକ୍ଷକ/କମାଣ୍ଡେଣ୍ଟ(ଜେଏଜି ସ୍ତର) ପାଇଁ ମୋଟ 11ଟି ପଦବୀ ବୃଦ୍ଧି
  3. ଉପ-କମାଣ୍ଡେଣ୍ଟ (ଏସଟିଏସ ସ୍ତର) ପାଇଁ 2ଟି ପଦବୀ ବୃଦ୍ଧି
  4. ସହାୟକ କମାଣ୍ଡେଣ୍ଟ (ଜେଟିଏସ ସ୍ତର) ପାଇଁ 4ଟି ପଦବୀ ବୃଦ୍ଧି

ସୂଚନାଯୋଗ୍ୟ ଯେ ସୀମାବର୍ତ୍ତୀ କ୍ଷେତ୍ରର ସୁରକ୍ଷା, ଜାତୀୟ ଭାବନାକୁ ପ୍ରୋତ୍ସାହନ ଦେବା ଏବଂ ଏହି କ୍ଷେତ୍ରରେ ସୁରକ୍ଷା ପରିବେଶର ବୃଦ୍ଧି ଲାଗି ସଶସ୍ତ୍ର ସୀମା ବଳ 1963ରେ ଗଠନ କରାଯାଇଥିଲା  ।

 

**********