ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସଶସ୍ତ୍ର ସୀମା ବଳର ନିର୍ବାହୀ ଅଧିକାରୀମାନଙ୍କୁ ଗ୍ରୁପ ‘ଏ’ ସେବା ଏବଂ କ୍ୟାଡର ପ୍ରଦାନ କରାଯିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏହା ଅଧୀନରେ କମାଣ୍ଡେଣ୍ଟଙ୍କ ଠାରୁ ଆରମ୍ଭ କରି ମହାନିରୀକ୍ଷକ ସ୍ତରର ମୋଟ 19ଟି ପଦବୀ ସୃଷ୍ଟି କରାଯିବା ଲାଗି ଗ୍ରୁପ ‘ଏ’ ବର୍ଗର ସମୀକ୍ଷା ସାମିଲ ରହିଛି । ଏହାଦ୍ୱାରା ସଶସ୍ତ୍ର ସୀମା ବଳର ପରିଚାଳନା ଏବଂ ପ୍ରଶାସନିକ କ୍ଷମତାରେ ବୃଦ୍ଧି ଘଟି ପାରିବ ।
ବର୍ତ୍ତମାନର ଗ୍ରୁପ ‘ଏ’ ପଦବୀଗୁଡ଼ିକୁ 1253ରୁ ବଢ଼ାଇ 1272 କରାଯାଉଛି । ଏହାର ବିବରଣୀ ନିମ୍ନ ପ୍ରକାର ଅଟେ-
ସୂଚନାଯୋଗ୍ୟ ଯେ ସୀମାବର୍ତ୍ତୀ କ୍ଷେତ୍ରର ସୁରକ୍ଷା, ଜାତୀୟ ଭାବନାକୁ ପ୍ରୋତ୍ସାହନ ଦେବା ଏବଂ ଏହି କ୍ଷେତ୍ରରେ ସୁରକ୍ଷା ପରିବେଶର ବୃଦ୍ଧି ଲାଗି ସଶସ୍ତ୍ର ସୀମା ବଳ 1963ରେ ଗଠନ କରାଯାଇଥିଲା ।
**********