Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

‘ସହଜ ଜୀବନଯାପନ’ ଏବଂ ‘ବ୍ୟବସାୟିକ ସୁଗମତା’ କୁ ପ୍ରୋତ୍ସାହନ ଦେବା ଲାଗି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦର ଏକ ବୈଠକ ଅନୁଷ୍ଠିତ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଅନୁଷ୍ଠିତ ମନ୍ତ୍ରୀ ପରିଷଦର ଏକ ଫଳପ୍ରଦ ବୈଠକ ସମ୍ପର୍କରେ ଆଜି ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପରିଷଦ ‘ସହଜ ଜୀବନଯାପନ‘ ଏବଂ ‘ସହଜ ବ୍ୟବସାୟ‘ କୁ ପ୍ରୋତ୍ସାହନ ଦେବା ସମ୍ବନ୍ଧୀୟ ମୂଲ୍ୟବାନ ଦୃଷ୍ଟିକୋଣ ଏବଂ ସର୍ବୋତ୍ତମ ଅଭ୍ୟାସ ଉପରେ ବିଚାରବିମର୍ଶ କରିଥିଲା। ଶ୍ରୀ ମୋଦୀ ଆହୁରି ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ, ବିକଶିତ ଭାରତର ସହଭାଗୀ ସ୍ୱପ୍ନକୁ ସଫଳତାର ସହ ସାକାର କରିବା ପାଇଁ ସଂସ୍କାରଗୁଡ଼ିକୁ କିପରି ପ୍ରଭାବୀ ଢଙ୍ଗରେ ଆଗକୁ ବଢ଼ାଯାଇପାରିବ, ତାହା ଉପରେ ଆଲୋଚନା କେନ୍ଦ୍ରିତ ଥିଲା।

ପ୍ରଧାନମନ୍ତ୍ରୀ ‘ଏକ୍ସ ’ ରେ ପୋଷ୍ଟ କରିଛନ୍ତି:

“ଗତକାଲି ମନ୍ତ୍ରୀ ପରିଷଦର ଏକ ଫଳପ୍ରଦ ବୈଠକ ହୋଇଥିଲା। ‘ସହଜ ଜୀବନଯାପନ ’ ,’ ବ୍ୟବସାୟିକ ସୁଗମତା’ ଏବଂ ‘ବିକାଶିତ ଭାରତ’ ର ଆମର ସହଭାଗୀ ସ୍ୱପ୍ନକୁ ସାକାର କରିବା ପାଇଁ କିପରି ଆହୁରି ସଂସ୍କାର ଅଣାଯାଇପାରିବ, ସେ ସମ୍ବନ୍ଧରେ ଆମେ ଦୃଷ୍ଟିକୋଣ ଏବଂ ସର୍ବୋତ୍ତମ ଅଭ୍ୟାସ ବିନିମୟ କରିଥିଲୁ ।’’

HS