Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସହରାଞ୍ଚଳ ବିକାଶ ଅଭିଯାନର ତୃତୀୟ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲକ୍ଷ୍ନୌଠାରେ “ସହରାଞ୍ଚଳ ପରିଦୃଶ୍ୟ ରୂପାନ୍ତରଣ” ଶୀର୍ଷକ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି, ଯାହାକି ସହରାଞ୍ଚଳ ବିକାଶ ସମ୍ପର୍କିତ 3 ଟି ପ୍ରମୁଖ ସରକାରୀ ପଦକ୍ଷେପର ତୃତୀୟ ବାର୍ଷିକୀ ଅବସରରେ ପାଳନ କରାଯାଇଛି । ଏଗୁଡ଼ିକ ମଧ୍ୟରେ ରହିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ ), ସହରାଞ୍ଚଳ ସଜ୍ଜୀବକରଣ ପାଇଁ ଅଟଳ ମିଶନ (ଏଏମଆରୟୁଟି) ଏବଂ ସ୍ମାର୍ଟ ସିଟି ମିଶନ ।

ପ୍ରଧାନମନ୍ତ୍ରୀ ସହରାଞ୍ଚଳ ବିକାଶକୁ ନେଇ ଫ୍ଲାଗସିପ ମିଶନର ଏକ ପ୍ରଦର୍ଶନୀରେ ଯୋଗଦେଇଥିଲେ । ସେ ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳର ଜଣେ ଲେଖାଁଏ ପିଏମଏୱାଇ (ୟୁ)ର 35 ଜଣ ହିତାଧିକାରୀମାନଙ୍କ ସହ ମତ ବିନିମୟ କରିଥିଲେ ।

ଉତ୍ତର ପ୍ରଦେଶର ବିଭିନ୍ନ ସହରରୁ ପିଏମଏୱାଇ ହିତାଧିକାରୀମାନଙ୍କଠାରୁ ଭିଡିଓ ଲିଙ୍କ ମାଧ୍ୟମରେ ସେ ଅଭିମତ/ଫିଡବେକ ଗ୍ରହଣ କରିଥିଲେ ।
ଉତ୍ତର ପ୍ରଦେଶରେ ଫ୍ଲାଗସିପ ମିଶନ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ ପାଇଁ ସେ ଆଧାରଶିଳା ସ୍ଥାପନ କରିଥିଲେ ।

ଜନ ସମୁଦାୟଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏହି ସମୂହ ମଧ୍ୟରେ ଉପସ୍ଥିତ ଥିବା ସହରାଞ୍ଚଳ ପ୍ରଶାସକମାନେ ହେଉଛନ୍ତି ସହରମାନଙ୍କର ପ୍ରତିନିଧି, ଯେଉଁମାନେ ହେଉଛନ୍ତି ନୂତନ ଭାରତ ଏବଂ ନୂତନ ପିଢ଼ିର ଆଶା ଓ ଅଭିଳାଷର ପ୍ରତୀକ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ମାର୍ଟସିଟି ମିଶନ ଅନ୍ତର୍ଗତ 7000 କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି ଏବଂ 52,000 କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ କାର୍ଯ୍ୟାଧୀନ ରହିଛି । ସେ କହିଲେ ଯେ ଏହି ମିଶନର ଲକ୍ଷ୍ୟ ହେଉଛି ନିମ୍ନ, ନିମ୍ନ ମଧ୍ୟବିତ୍ତ ଏବଂ ମଧ୍ୟବିତ୍ତ ବର୍ଗଙ୍କୁ ଉନ୍ନତ ସହରାଞ୍ଚଳ ସୁବିଧା ଉପଲବ୍ଧ କରାଇବା ଏବଂ ସେମାନଙ୍କ ଜୀବନକୁ ସରଳ କରାଇବା । ସେ କହିଲେ ଯେ ସମନ୍ୱିତ କମାଣ୍ଡ କେନ୍ଦ୍ରଗୁଡ଼ିକ ହେଉଛନ୍ତି ଏହି ମିଶନର ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ । ସେ କହିଲେ ଯେ ଏହି କେନ୍ଦ୍ରଗୁଡ଼ିକ 11ଟି ସହରରେ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି ଏବଂ ଆହୁରି ଅନେକ ସହରମାନଙ୍କରେ କାର୍ଯ୍ୟ ଚାଲୁରହିଛି ।

ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ପ୍ରୟାସ ସମ୍ବନ୍ଧରେ ସ୍ମରଣ କରି ଶ୍ରୀ ନରେନ୍ଦ୍ର ମୋଦୀ କହିଲେ ଯେ ସହରାଞ୍ଚଳ ଭାରତର ପରିଦୃଶ୍ୟକୁ ସ୍ଥାନାନ୍ତରିତ କରିବାର ଅନ୍ତର୍ଦୃଷ୍ଟି ଲକ୍ଷ୍ନୌ ସହିତ ନିବିଡ ଭାବେ ସଂଯୁକ୍ତ, ଯେଉଁ ଆସନରୁ କି ଶ୍ରୀ ବାଜପାୟୀ ଲୋକସଭାର ସଦସ୍ୟ ଥିଲେ ।

ଶ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ ଯେ କେନ୍ଦ୍ର ସରକାର ସେହି ପଦକ୍ଷେପଗୁଡ଼ିକର ଉଦ୍ଦେଶ୍ୟକୁ ସ୍ଥିର ରଖି ଏଗୁଡ଼ିକର ଗତିରେ ବୃଦ୍ଧି, ଆକାର, ଜୀବନଧାରଣର ମାନ ବଜାୟ ରଖିବା ଦିଗରେ କେନ୍ଦ୍ର ସରକାର କାର୍ଯ୍ୟ କରିଛନ୍ତି । ସେ କହିଲେ ଯେ 2022 ସୁଦ୍ଧା ସମସ୍ତଙ୍କୁ ଗୃହ ଯୋଗାଇ ଦେବା ପାଇଁ ସରକାର ଆଶା ପ୍ରକାଶ କରୁଛନ୍ତି ।

ପରିସଂଖ୍ୟାନ ପ୍ରଦାନ କରି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ ଯେ କିପରି ଭାବେ ଏ ଦିଗରେ ଅନେକ କାର୍ଯ୍ୟ କରାଯାଇ ସାରିଛି । ସେ କହିଲେ ଯେ ଏବେ ନିର୍ମାଣ କରାଯାଉଥିବା ଗୃହମାନଙ୍କରେ ଗୋଟିଏ ଲେଖାଁଏ ପାଇଖାନା ଏବଂ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା ରହିଛି । ସେ କହିଲେ ଯେ ଏହି ଗୃହଗୁଡ଼ିକ ହେଉଛି ମହିଳା ସଶକ୍ତୀକରଣର ପ୍ରତୀକ ଯେହେତୁ ଏଗୁଡ଼ିକ ମହିଳାମାନଙ୍କ ନାମରେ ପଞ୍ଜୀକୃତ ହୋଇଛି ।
ସମ୍ପ୍ରତି କରାଯାଉଥିବା ସମାଲୋଚନାର ଜବାବ ରଖି ଏକ ନିରପେକ୍ଷ ମତ କ୍ରମେ ପ୍ରଧାନମନ୍ତ୍ରୀ ନିଶ୍ଚିତ କରିଥିଲେ ଯେ ସେ ହେଉଛନ୍ତି

ଗରିବ ଓ ଅବହେଳିତ ତଥା କୃଷକ ଏବଂ ଯବାନମାନଙ୍କ ପାଇଁ ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ସମୟରେ ଏକ ଅଂଶୀଦାର ଏବଂ ଦୃଢ଼ ନିଷ୍ପତି ମାଧ୍ୟମରେ ସେମାନଙ୍କ ଦୁର୍ଦ୍ଦଶା ଦୂର କରିବା ଚାହାନ୍ତି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଏକଦା ଭାରତରେ ଯୋଜନାବଦ୍ଧ ଭାବେ ସହରମାନଙ୍କରେ ସ୍ଥାନ ରହିଥିଲା । ମାତ୍ର ବିଶେଷ କରି ସ୍ୱାଧୀନତା ପରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଏବଂ ମୁକ୍ତ ଚିନ୍ତାର ଅଭାବ ଫଳରେ ଆମ ସହରାଞ୍ଚଳ କେନ୍ଦ୍ରଗୁଡ଼ିକର ଅନେକ କ୍ଷତିସାଧନ ହୋଇଛି ।
ସେ କହିଲେ ଯେ ଭାରତ ଆଜି ଦୃତଗତିରେ ପ୍ରଗତି କରୁଛି ଏବଂ ସହରଗୁଡ଼ିକ ଏହାର ପ୍ରଗତିର ଇଂଜିନ ହୋଇଥିବାରୁ ଏଗୁଡ଼ିକୁ ଉପରଠାଉରିଆ ଭାବେ ବିକଶିତ କରିବା ପାଇଁ ଛାଡି ଦିଆଯିବା ଠିକ ନୁହେଁ । ସେ କହିଲେ ଯେ ନୂତନ ଭାରତର ଆହ୍ୱାନର ସମ୍ମୁଖୀନ ହେବା ପାଇଁ ଆମ ସହରଗୁଡ଼ିକୁ ପ୍ରସ୍ତୁତ କରିବାରେ ସ୍ମାର୍ଟସିଟି ମିଶନ ସହାୟକ ହେବ ଏବଂ ଏକବିଂଶ ଶତାବ୍ଦୀରେ ବିଶ୍ୱଶ୍ରେଣୀୟ ଚତୁର ସହର କେନ୍ଦ୍ର ପ୍ରସ୍ତୁତ କରିବ । ସେ କହିଲେ ଯେ 5ଟି “ଇ” ମାଧ୍ୟମରେ ରହଣୀ ସ୍ଥାନମାନଙ୍କୁ ଚରିତ୍ରାୟିତ କରିବା ଉଚିତ । ଏଗୁଡ଼ିକ ହେଉଛି ଇଜ ଅଫ ଲିଭିଙ୍ଗ (ସହଜ ଜୀବନଧାରଣ), ଏଜୁକେସନ (ଶିକ୍ଷା), ଏମ୍ପ୍ଲୋଏମେଂଟ (ନିଯୁକ୍ତି), ଇକୋନୋମୀ (ଅର୍ଥବ୍ୟବସ୍ଥା) ଏବଂ ଏଂଟରଟେନମେଂଟ (ମନୋରଞ୍ଜନ) ।

ପ୍ରଧାନମନ୍ତ୍ରୀ ମଧ୍ୟ କହିଲେ ଯେ ସ୍ମାର୍ଟ ସିଟି ମିଶନ ନାଗରିକଙ୍କ ଅଂଶଗ୍ରହଣ, ନାଗରିକଙ୍କ ଅଭିଳାଷ ଏବଂ ନାଗରିକର ଦାୟିତ୍ୱବୋଧ ଉପରେ ଆଧାରିତ । ସେ କହିଲେ ଯେ ମ୍ୟୁନିସିପାଲ ବଣ୍ଡ୍ ମାଧ୍ୟମରେ ପୁଣେ, ହାଇଦ୍ରାବାଦ ଏବଂ ଇନ୍ଦୋର ଆଦି ସହର ଅନେକ ପାଣ୍ଠି ସଂଗ୍ରହ କରିଛନ୍ତି ଏବଂ ଲକ୍ଷ୍ନୌ ଓ ଗାଜିଆବାଦ ଭଳି ଅନ୍ୟାନ୍ୟ ସହର ମଧ୍ୟ ଖୁବ ଶୀଘ୍ର ଏହି ବ୍ୟବସ୍ଥାକୁ ଗ୍ରହଣ କରିବେ । ସେ କହିଲେ ଯେ ଯେହେତୁ ନାଗରିକ ସେବା ଅନଲାଇନର ଉପଲବ୍ଧ ହେଲାଣି, ତେଣୁ ଦୁର୍ନୀତିର ଉତ୍ସ ଭାବେ ଧାଡି ପ୍ରକ୍ରିୟାକୁ ଦୂର କରାଯାଉଛି । ସେ କହିଲେ ଯେ ସ୍ମାର୍ଟ, ସୁରକ୍ଷିତ, ସ୍ଥାୟୀ ଏବଂ ସ୍ୱଚ୍ଛ ପ୍ରକ୍ରିୟା କୋଟି କୋଟି ଜନସାଧାରଣଙ୍କ ଜୀବନକୁ ରୂପାନ୍ତରିତ କରୁଛି ।

***