Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସହିଦ ଦିବସ ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସହିଦ ଦିବସ ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ରାଜଘାଟଠାରେ ପ୍ରଧାନମନ୍ତ୍ରୀ ପୁଷ୍ପମାଲ୍ୟ ଅର୍ପଣ କରି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ ଜରିଆରେ କହିଛନ୍ତି, “ସହିଦ ଦିବସ ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି । ମହାତ୍ମାଙ୍କ ବ୍ୟକ୍ତିତ୍ୱ, ଚିନ୍ତାଧାରା ଏବଂ ଆଦର୍ଶ ଏକ ସୁଦୃଢ଼ ଏବଂ ସମୃଦ୍ଧ ନୂତନ ଭାରତ ଗଠନ କରିବା ଦିଗରେ ଆମକୁ ଅନୁପ୍ରାଣିତ କରିବ ।”

**********