Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସାଂସଦଙ୍କ ପାଇଁ ବାସଗୃହ ଏବଂ ଟେଲିଫୋନ ସେବା ନିୟମ, ନିର୍ବାଚନ କ୍ଷେତ୍ର ଭତା ନିୟମ ଏବଂ କାର୍ଯ୍ୟାଳୟ ବ୍ୟୟ ଭତା ନିୟମରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବାସଗୃହ ଏବଂ ଟେଲିଫୋନ ସୁବିଧା (ସଂସଦ ସଦସ୍ୟ) ନିୟମ, 1956, ସଂସଦ ସଦସ୍ୟ (ନିର୍ବାଚନ କ୍ଷେତ୍ର ଭତା) ନିୟମ, 1986 ଏବଂ ସଂସଦ ସଦସ୍ୟ (କାର୍ଯ୍ୟାଳୟ ବ୍ୟୟ ଭତା) ନିୟମ, 1988ରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଯାହାର ବିବରଣୀ ନିମ୍ନରେ ଦିଆଗଲା:-

 

  1. 1. ସଂସଦର ସଦସ୍ୟଙ୍କ ବାସଗୃହରେ ଫର୍ଣ୍ଣିଚରର ଆର୍ଥିକ ସୀମାକୁ 75 ହଜାର ଟଙ୍କା (60 ହଜାର ଟଙ୍କ ସ୍ଥାୟୀ ଫର୍ଣ୍ଣିଚର ନିମନ୍ତେ ଏବଂ 15 ହଜାର ଟଙ୍କା ଅସ୍ଥାୟୀ ଫର୍ଣ୍ଣିଚର ନିମନ୍ତେ)ରୁ ବୃଦ୍ଧି କରାଯାଇ ତାରିଖ 04.2018 ଠାରୁ 1ଲକ୍ଷ ଟଙ୍କା (80 ହଜାର ଟଙ୍କ ସ୍ଥାୟୀ ଫର୍ଣ୍ଣିଚର ନିମନ୍ତେ ଏବଂ 20 ହଜାର ଟଙ୍କା ଅସ୍ଥାୟୀ ଫର୍ଣ୍ଣିଚର ନିମନ୍ତେ)କୁ ବୃଦ୍ଧି କରାଯିବ । ଏଥିରେ ଆୟକର ଆଇନର 1961ର ଧାରା 48ରେ ସ୍ପଷ୍ଟୀକରଣର ଭାଗ (ଙ୍ଖ) ଅନ୍ତର୍ଗତ ଉପବନ୍ଧିତ ବ୍ୟୟ ମୂଦ୍ରାସ୍ଫୀତି ସୂଚକାଙ୍କ ଆଧାରରେ ତାରିଖ 01.04.2023 ଠାରୁ ପ୍ରତ୍ୟେକ 5 ବର୍ଷରେ ବୃଦ୍ଧି କରାଯିବ ।
  2. 2. ସଂସଦର ସଦସ୍ୟମାନଙ୍କୁ ଲ୍ୟାଣ୍ଡଲାଇନ ସଂଯୋଗ ଉପରେ ପ୍ରତିବର୍ଷ ଛାଡ଼ କରାଯାଉଥିବା 10 ହଜାର କଲ ୟୁନିଟ ବଦଳରେ ଅଗଷ୍ଟ 2006ଠାରୁ ବ୍ରଡବ୍ୟାଣ୍ଡ ଇଂଟରନେଟ ସୁବିଧା ଉପଲବ୍ଧ କରାଇବା, ସଂସଦର ସଦସ୍ୟମାନଙ୍କୁ ବ୍ରଡବ୍ୟାଣ୍ଡ ଇଂଟରନେଟ ସୁବିଧା ପୂର୍ବରୁ ଅଗଷ୍ଟ, 2006 ଠାରୁ ପ୍ରଦାନ କରାଯାଇଆସୁଛି ଏବଂ ଏହାର ନିୟମନ ଲାଗି ଆବାସ ଏବଂ ଟେଲିଫୋନ ସେବା ସୁବିଧା (ସଂସଦ ସଦସ୍ୟ) ନିୟମ, 1956ରେ ଏକ ନୂଆ ନିୟମକୁ ଅନ୍ତଃସ୍ଥାପନ କରି ପିଛିଲା ଭାବେ ସଂଶୋଧନ ମାଧ୍ୟମରେ ଏହାକୁ ସାମିଲ କରାଯିବ ।
  3. 3. ହାଇସ୍ପିଡ ଇଂଟରନେଟ ସଂଯୋଗ (ଏଫଟିଟିଏଚ କନେକସନ) ଉପଲବ୍ଧ କରାଇବା ଲାଗି ସଦସ୍ୟମାନଙ୍କ ଆବାସିକ କ୍ଷେତ୍ରରେ ତାରିଖ 09.2015 ଠାରୁ 31.12.2016 ପର୍ଯ୍ୟନ୍ତ 17ଶହ ଟଙ୍କା ଏବଂ ତାରିଖ 01.01.2017 ପର ଠାରୁ 22ଶହ ଟଙ୍କାର ମାସିକ ଭଡ଼ା ଯୋଜନା ଥିବା ୱାଇଫାଇ ଜୋନ ପ୍ରତିଷ୍ଠା କରିବା । ଏହି ସୁବିଧା ବର୍ତମାନ ବ୍ରଡବ୍ୟାଣ୍ଡ ସୁବିଧା ବ୍ୟତୀତ ହେବ । ଏହି ପ୍ରୟୋଜନ ଲାଗି ଆବାସ ଏବଂ ଟେଲିଫେନ ସୁବିଧା (ସଂସଦ ସଦସ୍ୟ) ନିୟମ, 1956 ରେ ତିନୋଟି ନୂଆ ଉପନିୟମ ସାମିଲ କରାଯିବ ।
  4. 4. ଉଚ୍ଚ ମୁଦ୍ରସ୍ଫୀତି ହାର ଏବଂ ବର୍ତମାନ ଆର୍ଥିକ ସ୍ଥିତି ଉପରେ ବିଚାର କରି ସଂସଦର ସଦସ୍ୟମାନଙ୍କ ନିର୍ବାଚନ କ୍ଷେତ୍ର ଭତାକୁ 45 ହଜାର ଟଙ୍କା ମାସିକରୁ ବୃଦ୍ଧି କରାଯାଇ 75 ହଜାର ଟଙ୍କା ମାସିକ କରିଦିଆଯିବ । ଏଥିରେ ଆୟକର ଆଇନ 1961ର ଧାରା 48ର ସ୍ପଷ୍ଟୀକରଣର ଭାଗ (ଙ୍ଖ) ଅନ୍ତର୍ଗତ ଉପବନ୍ଧିତ ବ୍ୟୟ ମୂଦ୍ରାସ୍ଫୀତି ସୂଚକାଙ୍କ ଆଧାରରେ ତାରିଖ 04.2023 ଠାରୁ ପ୍ରତ୍ୟେକ ପାଂଚ ବର୍ଷରେ ବୃଦ୍ଧି କରାଯିବ ।
  5. 5. ସଂସଦ ସଦସ୍ୟମାନଙ୍କ କାର୍ଯ୍ୟକାଳ ବ୍ୟୟ ଭତାକୁ 45 ହଜାର ଟଙ୍କା ମାସିକ (15ହଜାର ଟଙ୍କା ଲେଖା ସାମଗ୍ରୀ ଏବଂ ଡାକ ବ୍ୟୟ ଲାଗି ଏବଂ 30 ହଜାର ଟଙ୍କା ସଚିବାଳୟ ସହାୟତା ପ୍ରାପ୍ତ କରିବା ଲାଗି ସଂସଦ ସଦସ୍ୟମାନଙ୍କ ଦ୍ୱାରା ନିୟୋଜିତ ଜଣେ କମ୍ପୁ୍ୟଟର ପ୍ରଶିକ୍ଷିତ ବ୍ୟକ୍ତିଙ୍କ ପାଇଁ)କୁ ବୃଦ୍ଧି କରାଯାଇ 04.2018 ଠାରୁ 60 ହଜାର ଟଙ୍କା ମାସିକ (20 ହଜାର ଟଙ୍କା ଲେଖା ସାମଗ୍ରୀ ଏବଂ ଡାକ ବ୍ୟୟ ଲାଗି ଏବଂ 40 ହଜାର ଟଙ୍କା ସଚିବାଳୟ ସହାୟତା ପ୍ରାପ୍ତ କରିବା ଲାଗି ସଂସଦ ସଦସ୍ୟମାନଙ୍କ ଦ୍ୱାରା ନିୟୋଜିତ ଜଣେ କମ୍ପ୍ୟୁଟର ପ୍ରଶିକ୍ଷିତ ବ୍ୟକ୍ତିଙ୍କ ପାଇଁ)କୁ ବଢ଼ାବା । ଏଥିରେ ଆୟକର ଆଇନ 1961ର ଧାରା 48ର ସ୍ପଷ୍ଟୀକରଣର ଭାଗ (ଙ୍ଖ) ଅନ୍ତର୍ଗତ ଉପବନ୍ଧିତ ବ୍ୟୟ ମୂଦ୍ରାସ୍ଫୀତି ସୂଚକାଙ୍କ ଆଧାରରେ ତାରିଖ 01.04.2023 ଠାରୁ ପ୍ରତ୍ୟେକ 5 ବର୍ଷରେ ବୃଦ୍ଧି କରାଯିବ ।

 

**********