ପିଏମଇଣ୍ଡିଆ
ମହାମହିମ ସାଇପ୍ରସର ରାଷ୍ଟ୍ରପତି,
ମାନ୍ୟଗଣ୍ୟ ଅତିଥିବୃନ୍ଦ,
ମିଡିଆ ବନ୍ଧୁଗଣ,
ମହାମହିମ, ଭାରତକୁ ଆପଣଙ୍କ ପ୍ରଥମ ସରକାରୀ ଗସ୍ତ ଅବସରରେ ଆପଣଙ୍କୁ ସ୍ୱାଗତ କରି ମୁଁ ଆନନ୍ଦ ଅନୁଭବ କରୁଛି । ମୁଁ ଜାଣିଛି ଯେ ଭାରତ ପ୍ରତ୍ୟେକ ସାଇପ୍ରିଓଟ ରାଷ୍ଟ୍ରପତିଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ପ୍ରାୟତଃ ସେମାନଙ୍କ ମଧ୍ୟରୁ ସମସ୍ତେ ଭାରତ ଗସ୍ତରେ ଆସିଛନ୍ତି । ତେଣୁ, ବାସ୍ତବରେ ଏହା ମୋ ପାଇଁ ସମ୍ମାନର ବିଷୟ ଯେ ଜଣେ ମହାନ ବନ୍ଧୁ ଓ ଭାରତର ଦୃଢ ସମର୍ଥକଙ୍କୁ ମୁଁ ସ୍ୱାଗତ କରୁଛି । ସାଇପ୍ରସ ଓ ଭାରତ ପ୍ରାଚୀନ ସଭ୍ୟତାର ମହାନ ପରମ୍ପରାର ଅଂଶ ଏବଂ ଆମ ସଭ୍ୟତା ସହସ୍ରାବ୍ଦୀ ଧରି ପରସ୍ପରକୁ ପ୍ରଭାବିତ କରିଛନ୍ତି । ଆଧୁନିକ ସମୟରେ, ଆମର ବନ୍ଧୁତ୍ୱ ପ୍ରାକ୍ ସ୍ୱାଧୀନତା ସମୟରୁ ରହିଆସିଛି, ଯେତେବେଳେ ଆମ ପ୍ରାଣ ପ୍ରତିଷ୍ଠାତାମାନେ ସାଇପ୍ରସ ସ୍ୱାଧୀନତା ଆନ୍ଦୋଳନକୁ ସମର୍ଥନ କରୁଥିଲେ । ଆଉ ସାଇପ୍ରସ ମଧ୍ୟ ସବୁବେଳେ ଉଷ୍ମତା ଏବଂ ପାରସ୍ପରିକ ବନ୍ଧୁତ୍ୱ ଅତୁଟ ରଖିଛି । ଭାରତ ସବୁବେଳେ ସମସ୍ତ ମହତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସାଇପ୍ରସ ସହିତ ଛିଡା ହୋଇଛି । 1947ରେ ସାଇପ୍ରସ ଗଣରାଜ୍ୟର ସାର୍ବର୍ଭୌମତ୍ୱ, ଏକତା ଏବଂ କ୍ଷେତ୍ରୀୟ ଅଖଣ୍ଡତାକୁ ଭାରତ ଦୃଢ ସମର୍ଥନ କରିଥିଲା । ସାଇପ୍ରସରେ ମିଳିତ ଜାତିସଂଘର ଶାନ୍ତି ସୁରକ୍ଷା ବାହିନୀ ମୁତୟନରେ ଭାରତ ଯୋଗଦାନ ଦେଇଥିଲା । ଭାରତର ତିନିଜଣ ସେନା କମାଣ୍ଡର ଦକ୍ଷତାର ସହ ସେବା କରିଥିଲେ, ଆଉ ମୁଁ ଏହା ଜାଣି ଆନନ୍ଦିତ ଯେ ସାଇପ୍ରସରେ ସେମାନଙ୍କୁ ସ୍ମରଣ କରାଯାଏ ।
ମହାମହିମ,
ସାଇପ୍ରସର ସମସ୍ୟା ସମାଧାନ ଦିଗରେ ଆପଣଙ୍କ ପଦକ୍ଷେପ ବିଷୟରେ ମୁଁ ଅବଗତ । ଆପଣ ଶାନ୍ତି, ବିକାଶ ଓ ସୁରକ୍ଷାର ନୂଆ ଯୁଗ ଆଣିବା ପାଇଁ ନେତୃତ୍ୱ ନେଇ ପ୍ରୟାସ କରୁଛନ୍ତି । ଆମେ ଆପଣଙ୍କ ପ୍ରଚେଷ୍ଟାରେ ସଫଳତା କାମନା କରୁଛୁ । ଆପଣଙ୍କ ନେତୃତ୍ୱରେ, ନିକଟରେ ଦେଖାଦେଇଥିବା ଆର୍ଥôକ ଓ ବ୍ୟାଙ୍କିଙ୍ଗ ଆହ୍ୱାନ ଗୁଡିକୁ ସାଇପ୍ରସ ସଫଳତାର ସହ ମୁକାବିଲା କରି ପାରିଛି । ଆଉ 2016 ୟୁରୋ ଜୋନ୍ ରେ ଦ୍ରୁତ ଅଭିବୃଦ୍ଧି କ୍ଷେତ୍ରରେ ଏକ ନୂଆ ରେକର୍ଡ ପ୍ରତିଷ୍ଠା କରିଛି । ମହାମହିମ, ନିଜ ଦେଶକୁ ଏହି ସଂକଟରୁ ମୁକାଳିବା କ୍ଷେତ୍ରରେ ଏବଂ ଆର୍ଥିକ ସମୃଦ୍ଧି ପଥରେ ଆଗେଇ ନେବାରେ ଆପଣଙ୍କ ଦୃଷ୍ଟିକୋଣ ଓ ନେତୃତ୍ୱକୁ ଭାରତ ପ୍ରଶଂସା କରୁଛି ।
ବନ୍ଧୁଗଣ,
ଆଜି, ରାଷ୍ଟ୍ରପତି ଏବଂ ମୁଁ ବିସ୍ତୃତ ଭାବେ ଆଲୋଚନା କରିଛୁ । ଆମ ଆଲୋଚନାର ପୂରା ଶୃଙ୍ଖଳାରେ ଦ୍ୱିପାକ୍ଷିକ ସହଯୋଗ ବିଷୟ ସ୍ଥାନ ପାଇଛି । ଆମେ ପାରସ୍ପରିକ ଚିନ୍ତା, ଗୁରତ୍ୱପୂର୍ଣ୍ଣ ବିଶ୍ୱ ଓ ଆଞ୍ଚଳିକ ପ୍ରସଙ୍ଗ ବିଷୟରେ ମଧ୍ୟ ବିଚାର ବିମର୍ଷ କରିଛୁ । ସାଇପ୍ରସ ଓ ଭାରତ ମୁକ୍ତ ଆର୍ଥିକ ସମ୍ବନ୍ଧର ଳାଭ ଉଠାଉଛନ୍ତି । ସାଇପ୍ରସ, ଭାରତରେ ଅଷ୍ଟମ ସର୍ବାଧିକ ନିବେଶକାରୀ । ଗତ ବର୍ଷ ଆମ ପୁଞ୍ଜି ଓ ନିବେଶ ସମ୍ବନ୍ଧକୁ ଆଗକୁ ନେବା ପାଇଁ ଆମେ Double Taxation Avoidance Agreement ରେ ସଂଶୋଧନ କରିଛୁ । ରାଷ୍ଟ୍ରପତି ଏବଂ ମୁଁ ନିଜେ ସହମତ ଯେ, ସାଇପ୍ରିଓଟ ଉଦ୍ୟୋଗୀ ମାନଙ୍କୁ ଭାରତ ଉତ୍କୃଷ୍ଟ ନିବେଶର ସୁଯୋଗ ପ୍ରଦାନ କରୁଛି । ଆମ ଦୁଇ ଦେଶର ଅର୍ଥ ବ୍ୟବସ୍ଥାରେ ଉଦ୍ୟୋଗ ଓ ବ୍ୟବସାୟ ମୋ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରମୁଖ କାର୍ଯ୍ୟକ୍ରମ ମାଧ୍ୟମରେ ଆକର୍ଷକ ସହଭାଗୀ ହୋଇ ପାରିବେ । ସାଇପ୍ରସର ସୁନ୍ଦର ପରିଦୃଶ୍ୟ ଏବଂ ‘ଅତୁଲ୍ୟ ଭାରତ’ର ବ୍ୟାପକ ପ୍ରଚାରର ପରିଧି ଆମ ଉଭୟ ଦେଶରେ ପର୍ଯ୍ୟଟନର ପ୍ରସାର କ୍ଷେତ୍ରରେ ଏକ ସ୍ରୋତ ହୋଇ ପାରିବ ।
ବନ୍ଧୁଗଣ,
ଭାରତ ଏବଂ ସାଇପ୍ରସ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ତ୍ୱରିତ ସଂସ୍କାର ଆଣିବା ଦିଗରେ ସମାନ ଆଭିମୁଖ୍ୟ ରଖନ୍ତି । ଆମେ ଦୁହେଁ ବିଶ୍ୱାସ କରୁ ଯେ ଆଜି ବିଶ୍ୱ ସମ୍ମୁଖିନ ହେଉଥିବା ଜଟିଳ ଆହ୍ୱାନର ସମାଧାନର ପାଇଁ ଏକ ପରିବର୍ତ୍ତିତ ସୁରକ୍ଷା ପରିଷଦ ଆବଶ୍ୟକ ହୋଇ ପଡିଛି । ମହାମହିମ, ଏହି ସନ୍ଦର୍ଭରେ ସଂପ୍ରସାରିତ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ଆପଣଙ୍କ ସମର୍ଥନକୁ ମୁଁ ପ୍ରଶଂସା କରୁଛି । ରାଷ୍ଟ୍ରପତି ଏବଂ ମୁଁ ଅନ୍ୟ ଆନ୍ତଃ-ସରକାରୀ ସଂଗଠନ ଓ ଶାସନରେ ଆମର ସହଭାଗୀତାକୁ ମଜବୁତ କରିବାର କୌଶଳ ବିଷୟରେ ମଧ୍ୟ ଚର୍ଚ୍ଚା କରିଛୁ ।
ବନ୍ଧୁଗଣ,
ନିଜ ସ୍ଥାନକୁ ଦେଖି, ସାଇପ୍ରସ ବିଶ୍ୱ ଶାନ୍ତି ଓ ସ୍ଥିରତା ପାଇଁ ଆତଙ୍କବାଦ ବିପଦ ପାଲଟି ଯାଇଛି ବୋଲି ମୂଲ୍ୟାୟନ କରିଛି । ଭାରତ ନିଜେ ମଧ୍ୟ ଶତାବ୍ଦୀ ଶତାବ୍ଦୀ ଧରି ସୀମାପାର ଆତଙ୍କବାଦ ସହ ସଂଘର୍ଷ କରୁଛି । ଆମେ ଏହି କଥା ନେଇ ସହମତି ପ୍ରକାଶ କରୁଛୁ କି ସମସ୍ତ ଦେଶ ସେହି ଦେଶ ବିରୁଦ୍ଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଜରୁରୀ ଆବଶ୍ୟକତା ଅଛି ଯେଉଁମାନେ ଆମ ଅଂଚଳରେ ହିଂସାର ଏହି କାରଖାନାଗୁଡିକୁ ଉତ୍ପନ୍ନ, ପ୍ରୋତ୍ସାହନ, ଆଶ୍ରୟ ଓ ତିଷ୍ଠି ରହିବା ପାଇଁ ସହାୟତା କରୁଛନ୍ତି । ରାଷ୍ଟ୍ରପତି ଏବଂ ମୁଁ ଏକ ବ୍ୟାପକ ବିଶ୍ୱ ସ୍ତରୀୟ ଆଇନ ରୂପରେଖ ପ୍ରସ୍ତୁତ କରିବାର ଆବଶ୍ୟକତା ଉପରେ, ବିଶେଷକରି ଅନ୍ତରାଷ୍ଟ୍ରୀୟ ଆତଙ୍କବାଦର ଶୀଘ୍ର ବିଲୋପ ପାଇଁ ସନନ୍ଦ ପ୍ରସ୍ତୁତ କରିବା ପାଇଁ ଆଲୋଚନା କରିଛୁ ।
ମହାମହିମ,
ମୁଁ ଆପଣଙ୍କ ଅଂଶୀଦାର ଭାବେ ଆମ ଦ୍ୱିପାକ୍ଷିକ ସମ୍ବନ୍ଧକୁ ଏକ ନୂତନ ସ୍ତରକୁ ନେଇଯିବା ପାଇଁ ଏକ ମଜବୁତ ପ୍ରତିବଦ୍ଧତାକୁ ଦୋହରାଉଛି । ମୁଁ ଦୃଢ ନିଶ୍ଚୟ ଯେ ଆମର ଆଜିର ଆଲୋଚନା ଓ ନିଷ୍ପତି ଆମକୁ ଏକ ନୂତନ ଦିଗ ଦେବ ଏବଂ ଆମର ଭାଗୀଦାରୀକୁ ଗଭୀର କରିବ । ଆପଣଙ୍କୁ ପୁଣିଥରେ ମୋ ତରଫରୁ ଭାରତକୁ ସ୍ୱାଗତ ଏବଂ ସଫଳ ଓ ଫଳପ୍ରଦ ରହଣୀର କାମନା ।
ଆପଣଙ୍କୁ ଧନ୍ୟବାଦ ।
ବହୁତ ବହୁତ ଧନ୍ୟବାଦ ।
PM @narendramodi and President @AnastasiadesCY held talks in New Delhi. Both leaders discussed strengthening India-Cyprus ties. pic.twitter.com/fOBsUx37Cq
— PMO India (@PMOIndia) April 28, 2017