Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସାଇବର ନିରାପତ୍ତା କ୍ଷେତ୍ରରେ ଭାରତ ଓ ଭିଏତନାମ ସହଯୋଗ ବୁଝାମଣାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ


ସାଇବର ନିରାପତ୍ତା କ୍ଷେତ୍ରରେ ସହଯୋଗକୁ ବ୍ୟାପକ କରିବା ସକାଶେ ଭାରତ ଓ ଭିଏତନାମ ଏକ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି । ଏହି ବୁଝାମଣାକୁ ପିଛିଲା ଭାବେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି । ଆଜି (18.01.2017) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ଅନୁମୋଦନ ଦିଆଯାଇଥିଲା । ଭିଏତନାମର ରାଜଧାନୀ ହାନୋଇଠାରେ ସେପ୍ଟେମ୍ବର 3, 2016 ରେ ଭାରତର ଇଣ୍ଡିଆନ କମ୍ପ୍ୟୁଟର ଏମର୍ଜେନ୍ସୀ ରେସପନ୍ସ ଟିମ୍ ଏବଂ ଭିଏତନାମର ସାଇବର ସିକ୍ୟୁରିଟି ବିଭାଗ ମଧ୍ୟରେ ଏହି ବୁଝାମଣା ହୋଇଥିଲା । ବୁଝାମଣା ଅନୁଯାୟୀ ଦୁଇ ଦେଶକୁ ସୁହାଇବା ଭଳି ପରସ୍ପରର ବିଭାଗୀୟ ଅନୁଷ୍ଠାନମାନଙ୍କର ସାମର୍ଥ୍ୟ ବୃଦ୍ଧି କରାଯିବ ଏବଂ ଏ କ୍ଷେତ୍ରରେ ସହଯୋଗ ବୃଦ୍ଧି କରାଯିବ ।

*****