ପିଏମଇଣ୍ଡିଆ
ସାଇବର ସୁରକ୍ଷା କ୍ଷେତ୍ରରେ ଭାରତ ଏବଂ ମରୋକ୍କୋ ମଧ୍ୟରେ ସହଯୋଗ ଲାଗି ବୁଝାମଣା-ଦସ୍ତାବିଜ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟଙ୍କୁ ଅବଗତ କରାଯାଇଥିଲା । ବୁଝାମଣା-ଦସ୍ତାବିଜ 25 ସେପ୍ଟେମ୍ବର, 2018ରେ ସ୍ୱାକ୍ଷରିତ ହୋଇଥିଲା ।
ବୁଝାମଣା-ଦସ୍ତାବିଜର ଉଦ୍ଦେଶ୍ୟ ଭାରତ ଏବଂ ମରୋକ୍କୋ ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଘଟଣାର ଚିହ୍ନଟ, ସମାଧାନ ଏବଂ ନିରାକରଣରେ ଅଭିଜ୍ଞତା ତଥା ଜ୍ଞାନର ବିନିମୟ ପାଇଁ ନିବିଡ଼ ସହଯୋଗକୁ ପ୍ରୋତ୍ସାହିତ କରିବା । ବୁଝାମଣା-ଦସ୍ତାବିଜକୁ ଲାଗୁ କରିବାର ଫଳସ୍ୱରୂପ ସାଇବର ସୁରକ୍ଷା କ୍ଷେତ୍ରରେ ମରୋକ୍କୋ ସହିତ ସଂସ୍ଥାଗତ ଏବଂ କ୍ଷମତା ନିର୍ମାଣ ଜରିଆରେ ଗୁରୁତ୍ୱପୂର୍ଣ୍ଣ ପାରସ୍ପରିକ ଲାଭ ହାସଲ ହେବ ।