Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସାଇବର ସୁରକ୍ଷା କ୍ଷେତ୍ରରେ ଭାରତ, ଆମେରିକା ସହଯୋଗ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଅଧୀନ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ(ସିଇଆରଟି-ଇନ୍) ଏବଂ ଆମେରିକାର ହୋମଲେଣ୍ଡ ସିକ୍ୟୁରିଟି ଡିପାର୍ଟମେଣ୍ଟ ମଧ୍ୟରେ ସାଇବର ସୁରକ୍ଷା କ୍ଷେତ୍ରରେ ସହଯୋଗ ଲାଗି ସ୍ୱାକ୍ଷରିତ ଚୁକ୍ତି (ଏମ୍ଓୟୁ)କୁ ମଞ୍ଜୁରି ମିଳିଛି । ଏହି ଏମ୍ଓୟୁ ନୂଆଦିଲ୍ଲୀ ଠାରେ ଗତ ଜାନୁଆରୀ 11 ତାରିଖରେ ସ୍ୱାକ୍ଷରିତ ହୋଇଥିଲା । ଏହି ଏମ୍ଓୟୁ ଦ୍ୱାରା ପ୍ରଚଳିତ ଆଇନ, ନୀତି ଏବଂ ନିୟମ ଆଧାରରେ ସାଇବର ସୁରକ୍ଷା କ୍ଷେତ୍ରରେ ସୂଚନା ଆଦାନପ୍ରଦାନ ଲାଗି ଉଭୟ ସଂସ୍ଥା ପରସ୍ପରକୁ ସହଯୋଗ କରିବେ । ଏହି ସହଯୋଗ ସମାନତା, ପାରସ୍ପରିକ ତଥ୍ୟ ବିନିମୟ ଓ ଉପକାର ଆଧାରରେ ହେବ ।

**********