Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସାଙ୍ଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଉଜବେକିସ୍ଥାନ ଯାତ୍ରା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ


ସାଙ୍ଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଉଜବେକିସ୍ଥାନ ଯାତ୍ରା କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ ନିମ୍ନରେ ପ୍ରଦତ୍ତ କରାଗଲା : –

“ଉଜବେକିସ୍ତାନର ଏହି ସଂକ୍ଷିପ୍ତ ଯାତ୍ରା ସମୟରେ ମୁଁ ସାଙ୍ଘାଇ ସହଯୋଗ ସଂଗଠନର ଶିଖର ସମ୍ମିଳନୀ (ଏସସିଓ) ରେ ସାମିଲ ହେବା ସହିତ ଏସସିଓ ସଦସ୍ୟ ଦେଶର ନେତାମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଭାରତ, ସାଙ୍ଘାଇ ସହଯୋଗ ସଂଗଠନର ସଦସ୍ୟ ହେବା ନେଇ ବେଶ୍ ସନ୍ତୁଷ୍ଟ ଏବଂ ସାଙ୍ଘାଇ ସହଯୋଗ ସଂଗଠନ ମାଧ୍ୟମରେ ବିଶେଷ ଭାବେ ଆର୍ଥିକ କ୍ଷେତ୍ରରେ ସହଯୋଗର ସଫଳ ପରିଣାମ ନେଇ ଆଶାବାଦୀ ।

ଭାରତ ମଧ୍ୟ-ଏସିଆ ସହିତ ସଂପର୍କକୁ ବିଶେଷ ମହତ୍ତ୍ୱ ପ୍ରଦାନ କରେ ଏବଂ ସବୁବେଳେ ଏହି କ୍ଷେତ୍ର ସହିତ ଆର୍ଥିକ ତଥା ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ସଂପର୍କ ବୃଦ୍ଧି କରିବାକୁ ଚାହେଁ ” ।

**********