ପିଏମଇଣ୍ଡିଆ
ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ, କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ ଏବଂ ପର୍ତ୍ତୁଗାଲର ମିନିଷ୍ଟ୍ରି ଅଫ୍ ପ୍ରେସିଡେନ୍ସି ଏବଂ ପ୍ରଶାସନିକ ଆଧୁନିକୀକରଣ ମନ୍ତ୍ରଣାଳୟ ମଧ୍ୟରେ ‘ସାଧାରଣ ପ୍ରଶାସନ ଏବଂ ପ୍ରଶାସନିକ ସଂସ୍କାର’ ନିମନ୍ତେ ହୋଇଥିବା ବୁଝାମଣାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ମଞ୍ଜୁରି ଦେଇଛନ୍ତି ।
ଏହି ବୁଝାମଣା ପତ୍ର ପର୍ତ୍ତୁଗାଲରେ ଥିବା ଉପଭୋକ୍ତା ଭିତ୍ତିକ ସାଧାରଣ ସେବା ପ୍ରଦାନ ପଦ୍ଧତି ଏବଂ ଭାରତର ଦ୍ରୁତ ପରିବର୍ତ୍ତଶୀଳ ପରିବେଶରେ ଥିବା ସର୍ବୋତ୍କୃଷ୍ଟ ସାଧାରଣ ସେବା ପ୍ରଦାନ ପଦ୍ଧତିର ବ୍ୟବସ୍ଥାକୁ ବୁଝିବାରେ ସହାୟକ ହେବ ।
ଏହି ବୁଝାମଣା ଯୋଗୁ ପାରସ୍ପରିକ ସହଯୋଗୀ ସୀମା ଅସୀମିତ ହୋଇପାରେ । ତେବେ ବିଶେଷ କରି ଯେଉଁ କ୍ଷେତ୍ର ଗୁଡ଼ିକରେ ସହଯୋଗ ବୃଦ୍ଧି ପାଇବାର ସମ୍ଭାବନା ଅଛି, ତାହା ହେଲା:
-ସରକାରଙ୍କ ଡିଜିଟାଲ ପରିବର୍ତ୍ତନ ।
– ପ୍ରଶାସନିକ ସରଳୀକରଣ ଏବଂ ପଦ୍ଧତିର ପୁନଃକାର୍ଯ୍ୟକାରିତା ।
-ସାଧାରଣ ସେବା ପ୍ରଦାନ ।
-କର୍ମଚାରୀ ଦକ୍ଷତା ନିର୍ମାଣ ଏବଂ ବିକାଶ ।
-ସାଧାରଣ ପ୍ରଶାସନରେ ଉତ୍ତମ ପ୍ରଶାସନିକ ପଦ୍ଧତିର ବିନିମୟ ।
-ସାଧାରଣ ଅଭିଯୋଗ ଶୁଣାଣି ପ୍ରକ୍ରିୟା ।
ବୁଝାମଣା ପତ୍ରରେ ନିର୍ଦ୍ଦିଷ୍ଟ ଭାବେ ସହଯୋଗ ପାଇଁ ଉଲ୍ଲିଖିତ ଅଛି:
-ଚାଲିଥିବା ଆଲୋଚନାରେ ସହଯୋଗ ଏବଂ ସମନ୍ୱୟ ପାଇଁ କାର୍ଯ୍ୟକାରୀ ପର୍ଯ୍ୟାୟ ଏବଂ ବରିଷ୍ଠ ପରାମର୍ଶଦାତାଙ୍କ କମିଟି ।
-ଉପରଲିଖିତ କ୍ଷେତ୍ର ଗୁଡ଼ିକରେ ଅନଲାଇନରେ ଆଲୋଚନା ଏବଂ ଜ୍ଞାନ ଓ ଅଭିଜ୍ଞତାର ଆଦାନ ପ୍ରଦାନ ।
-ସାଧାରଣ ପ୍ରଶାସନ ଏବଂ ପ୍ରଶାସନିକ ସଂସ୍କାର କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମରେ ଦୁଇ ଦେଶଙ୍କ ଅଂଶ ଗ୍ରହଣ ଏବଂ ବିଶେଷଜ୍ଞଙ୍କ ଗସ୍ତ ।
-ସାଧାରଣ ପ୍ରଶାସନ ଏବଂ ପ୍ରଶାସନିକ ସଂସ୍କାର କ୍ଷେତ୍ରରେ ପ୍ରକାଶିତ ବିଭିନ୍ନ ପ୍ରକାଶନର ଆଦାନ ପ୍ରଦାନ ।
-କର୍ମଶାଳା, ଆଲୋଚନାଚକ୍ର ଏବଂ ଅଧିବେଶନ ଜରିଆରେ ଜ୍ଞାନ ଓ ଅଭିଜ୍ଞତାର ବିନିମୟ ଏବଂ ଜ୍ଞାନଭିତ୍ତିକ ଗସ୍ତ କାର୍ଯ୍ୟକ୍ରମ ।
-ସାଧାରଣ ପ୍ରଶାସନ ଏବଂ ପ୍ରଶାସନିକ ସଂସ୍କାର ଦିଗରେ ପାରସ୍ପରିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆବଶ୍ୟକ ପଡ଼ୁଥିବା ସହଯୋଗ ଓ ସମନ୍ୱୟ ଉପରେ ନିଷ୍ପତ୍ତି ଗ୍ରହଣ ।
ବୁଝାମଣା ପତ୍ରକୁ କାର୍ଯ୍ୟକାରୀ କରିବାର ଦାୟିତ୍ୱ ବହନ ସକାଶେ ଏକ ଯୁଗ୍ମ କାର୍ଯ୍ୟକାରୀ କମିଟି ଗଠନ କରାଯିବ ।
**********