ପିଏମଇଣ୍ଡିଆ
ସାବିତ୍ରୀବାଇ ଫୁଲେଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
“ମହାନ ସମାଜସେବୀ ସାବିତ୍ରୀବାଇ ଫୁଲେଙ୍କ ଜନ୍ମ ତିଥିରେ ମୁଁ ଶ୍ରଦ୍ଧା ସୁମନ ଅର୍ପଣ କରୁଛି । ଗରିବ ଓ ନିଷ୍ପେସିତଙ୍କ ସଶକ୍ତିକରଣ ଦିଗରେ ସେ ନିଜ ଜୀବନକୁ ସମର୍ପିତ କରିଦେଇଥିଲେ । ଶିକ୍ଷା ଓ ସାମାଜିକ ସଂସ୍କାରକୁ ସେ ବିଶେଷଭାବେ ଗୁରୁତ୍ଵ ଦେଉଥିଲେ । ଆମେ ଗଭୀରଭାବେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛୁ ଏବଂ ତାଙ୍କ ଦୂରଦୃଷ୍ଟିକୁ ସାକାର କରିବା ଦିଗରେ ଅନବରତ କାମ କରୁଛୁ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
*****
I bow to the great Savitribai Phule on her Jayanti. Hers was a life devoted to the empowerment of the poor and marginalised. She gave utmost importance to education and social reform. We are deeply guided by her ideals and are working tirelessly towards fulfilling her vision.
— Narendra Modi (@narendramodi) January 3, 2018