Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସାମୁଦ୍ରିକ ଝଡ ଫନୀର ମୁକାବିଲା ଲାଗି ଉଚ୍ଚସ୍ତରୀୟ ପ୍ରସ୍ତୁତି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ


ସାମୁଦ୍ରିକ ଝଡ ଫନୀର ମୁକାବିଲା ଲାଗି ପ୍ରସ୍ତୁତିର ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଅତିରିକ୍ତ ପ୍ରମୁଖ ସଚିବ, ଗୃହ ସଚିବ ଏବଂ ଆଇଏମଡି, ଏନଡିଆରଏଫ, ଏନଡିଏମଏ ଓ ପିଏମଓର ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଏହି ବୈଠକରେ ଯୋଗଦେଇଥିଲେ ।

ଝଡର ସମ୍ଭାବ୍ୟ ଗତିପଥ ଏବଂ ଗ୍ରହଣ କରାଯାଇଥିବା ସତର୍କତାମୂଳକ ଓ ପ୍ରସ୍ତୁତି ପଦକ୍ଷେପ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀଙ୍କୁ ସଂକ୍ଷିପ୍ତ ସୂଚନା ପ୍ରଦାନ କରାଯାଇଥିଲା ।

ଏଥିରେ ସାମିଲ ରହିଛି ପ୍ରଚୁର ପରିମାଣରେ ସାଧନ, ଏନଡିଆରଏଫ ଓ ସଶସ୍ତ୍ର ସେନା ଦଳ ମୁତୟନ, ପାନୀୟ ଜଳ ବ୍ୟବସ୍ଥା ଏବଂ ଶକ୍ତି ଓ ଟେଲିକମ ସେବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ମହଜୁଦ ବ୍ୟବସ୍ଥା ।

ପରିସ୍ଥିତିର ସମୀକ୍ଷା କରିବା ପରେ ସତର୍କତାମୂଳକ ପଦକ୍ଷେପ ନିଶ୍ଚିତ କରିବା ଓ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଲାଗି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି । ଏଥି ସହିତ ପ୍ରଭାବିତ ରାଜ୍ୟମାନଙ୍କର ପଦାଧିକାରୀଙ୍କ ସହ ଉତ୍ତମ ଯୋଗାଯୋଗ ରକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ବରିଷ୍ଠ ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।