Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସାମୁଦ୍ରିକ ପ୍ରସଙ୍ଗରେ ଭାରତ-ଡେନମାର୍କ ଏମଓୟୁ ସ୍ୱାକ୍ଷରକୁ କ୍ୟାବିନେଟର ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତ ଏବଂ ଡେନମାର୍କ ମଧ୍ୟରେ ସାମୁଦ୍ରିକ ପ୍ରସଙ୍ଗରେ ବୁଝାମଣା(ଏମଓୟୁ)କୁ ଅନୁମୋଦନ କରିଛନ୍ତି ।  ଡେନମାର୍କ ଡବ୍ଲ୍ୟୁଆଇପିର ଜାନୁଆରୀ 2019ରେ ହେବାକୁ ଥିବା ଭାରତ ଗସ୍ତ କାଳରେ ଏହି ଏମଓୟୁ ସ୍ୱାକ୍ଷରିତ ହେବାର ପ୍ରସ୍ତାବ ରହିଛି ।

ଲାଭ :

ଏହି ଏମଓୟୁରେ ସ୍ୱାକ୍ଷର ଦ୍ୱାରା ଉଭୟ ଦେଶ ନିମନ୍ତେ ଦ୍ଵୀପାକ୍ଷିକ ସହଯୋଗର କ୍ଷେତ୍ର ଚିହ୍ନଟ କରିବାର ମାର୍ଗ ପ୍ରଶସ୍ତ ହେବ:

ଭାରତ ଏବଂ ଡେନମାର୍କର ସାମୁଦ୍ରିକ କ୍ଷେତ୍ର ମଧ୍ୟରେ ସୀମାପାର ସହଯୋଗ ଏବଂ ନିବେଶରେ ସହାୟତା କରିବା;

ଏହା ଦୁଇ ଦେଶକୁ ଗୁଣବତ୍ତା ପୂର୍ଣ୍ଣ ଶିପିଂ ସୁନିଶ୍ଚିତ କରିବା ନିମନ୍ତେ ଆପୋସ କ୍ଷମତା ସୁଧାରିବା ଲାଗି ବିଶେଷଜ୍ଞ, ପ୍ରକାଶନ, ସୂଚନା, ଡାଟା ଏବଂ ପରିସଂଖ୍ୟାନର ବିନିମୟ କରିବା, ସବୁଜ ସାମୁଦ୍ରିକ ପ୍ରଯୁକ୍ତି ଏବଂ ଶିପ ବିଲ୍ଡିଂ କ୍ଷେତ୍ରରେ ସହଯୋଗ, ଭାରତର ଶିପିଂ ରେଜିଷ୍ଟ୍ରାରକୁ ମାନ୍ୟତାପ୍ରାପ୍ତ ସଂଗଠନ (ଆରଓ)ର ମାନ୍ୟତା ପ୍ରଦାନ କରିବା ଏବଂ ସାମୁଦ୍ରିକ ପ୍ରଶିକ୍ଷଣ ଏବଂ ଶିକ୍ଷା କ୍ଷେତ୍ରରେ ସହଯୋଗ କରିବା ଲାଗି ସମର୍ଥ କରିବ;

ମାର୍ଚ୍ଚେଣ୍ଟ ଶିପିଂ ଏବଂ ସାମୁଦ୍ରିକ ପରିବହନ ସଂକ୍ରାନ୍ତ ମାମଲା କ୍ଷେତ୍ରରେ ନିରନ୍ତର ସହଯୋଗ ପାଇଁ ଗବେଷଣା ଏବଂ ବିକାଶ;

ଏହା ଦ୍ୱିପାକ୍ଷିକ ଏବଂ ଅନ୍ତର୍ଜାତୀୟ ଉଭୟ ସ୍ତରରେ ଦୁଇ ଦେଶ ଲାଗି ଆପୋସ ସୁଯୋଗ ବିଷୟରେ ସହଯୋଗକୁ ଆଗକୁ ବଢ଼ାଇବ ଏବଂ ସୁଦୃଢ଼ କରିବ ।

 

 

**********