Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସାମୁଦ୍ରିକ ସଚେତନତା ମିଶନ କ୍ଷେତ୍ରରେ ସହଯୋଗ ଲାଗି ଭାରତ – ଫ୍ରାନ୍ସ ମଧ୍ୟରେ କାର୍ଯ୍ୟାନ୍ୱୟନ ବ୍ୟବସ୍ଥା ସମ୍ପର୍କରେ ଅବଗତ ହେଲେ କେନ୍ଦ୍ର କ୍ୟାବିନେଟ


ଭାରତ ଏବଂ ଫ୍ରାନ୍ସ ମଧ୍ୟରେ 10 ମାର୍ଚ୍ଚ, 2018ରେ ସ୍ୱାକ୍ଷରିତ ‘ସାମୁଦ୍ରିକ ଅଂଚଳ ସଚେତନତା ମିଶନ’କୁ ପ୍ରସ୍ତୁତ କରିବା ପୂର୍ବରୁ ଅଧ୍ୟୟନ ଲାଗି କାର୍ଯ୍ୟାନ୍ୱୟନ ବ୍ୟବସ୍ଥା (ଆଇଏ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅବଗତ ହୋଇଥିଲେ ।
ଏହି ପ୍ରସ୍ତାବିତ ମିଳିତ ମିଶନ ଉଭୟ ଦେଶକୁ ଉପଯୁକ୍ତ ଡାଟା ଏବଂ ସେବା ଉପଲବ୍ଧ କରାଇବା ଉଦ୍ଦେଶ୍ୟ ନେଇ ସାମୁଦ୍ରିକ ଅଂଚଳ ସଚେତନତା ଲାଗି ସମର୍ପିତ ହେବ । ଏହାର ଉଦ୍ଦେଶ୍ୟ ସାମୁଦ୍ରୀକ ଯାତାୟତର ନିରୀକ୍ଷଣ କରିବା ଏବଂ ସର୍ବାଧିକ ସମ୍ଭାବ୍ୟ ଆବୃତି ସହିତ ସନ୍ଦିଗ୍ଧ ଜାହାଜ ଚିହ୍ନଟ କରିବା । ଏହି ନିରୀକ୍ଷଣ ପ୍ରଣାଳୀ ଭାରତ ଏବଂ ଫ୍ରାନ୍ସର ସ୍ୱାର୍ଥ କ୍ଷେତ୍ରରେ ଜାହାଜଗୁଡ଼ିକର ଅନୁଧ୍ୟାନ, ଚିହ୍ନଟ ଏବଂ ଜବତ ଲାଗି ଅନ୍ତିମ ସମାଧାନ ଉପଲବ୍ଧ କରାଇବ ।

ଏହି କାର୍ଯ୍ୟାନ୍ୱୟନ ବ୍ୟବସ୍ଥା ଅନ୍ତର୍ଗତ ଭାରତ ପକ୍ଷରୁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏବଂ ଫ୍ରାନ୍ସ ପକ୍ଷରୁ ସେଂଟର ନେସନାଲ ଡେଟ୍ୟୁଡସ ସ୍ପାଟିୟଲ୍ସ (ସିଏନଇଏସ) ପୂର୍ବ ଅଧ୍ୟୟନ ଏବଂ ବର୍ତ୍ତମାନର ଅବଧାରଣା ଅଧ୍ୟୟନ ସମୟରେ ବିଭିନ୍ନ ଗତିବିଧିରେ ମିଳିତ ଭାବେ ଭାଗ ନେବେ । ଏଥିରେ ସ୍ୱାକ୍ଷର କରାଯିବାର ଗୋଟିଏ ବର୍ଷ ଭିତରେ ଏହାକୁ ସମୀକ୍ଷା ନିମନ୍ତେ ସମ୍ପୃକ୍ତ ବରିଷ୍ଠ ପରିଚାଳନାଙ୍କ ନିକଟକୁ ପଠାଯିବ ।

**********