ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ କମିଟି ନିମ୍ନଲିଖିତ ନିଷ୍ପତ୍ତି ଗ୍ରହଣ କରିଛନ୍ତି –
1) ସାର୍ବଜନୀନ କ୍ଷେତ୍ରମାନଙ୍କର ଜମିକୁ ସରକାରୀ ଏଜେନ୍ସୀମାନଙ୍କୁ ବିକ୍ରୀ କରିବା ନେଇ ପୂର୍ବରୁ 28.12.2016ରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତିରେ ପରିବର୍ତ୍ତନ । ପୂର୍ବ ନିଷ୍ପତ୍ତି ପରିବର୍ତ୍ତେ 14.06.2018ରେ ପରିବର୍ତ୍ତିତ ଡିପିଇ ନିର୍ଦ୍ଦେଶାବଳୀ ଅନୁଯାଇ ଜମି ବିକ୍ରୟକୁ ଅନୁମତି ପ୍ରଦାନ କରାଯିବ । ଏବଂ;
2) କର୍ମଚାରୀମାନଙ୍କ ବକେୟା ଅର୍ଥ (ଅଣଦେୟ ଦରମା – 158.35 କୋଟି + ଭିଆରେସ – 172 କୋଟି) ପାଇଁ 330.35 କୋଟି ଟଙ୍କାର ଋଣ ପର୍ଯ୍ୟନ୍ତ ବଜେଟରେ ସହାୟତା ପ୍ରଦାନ କରାଯିବ । ନିମ୍ନଲିଖିତ ବ୍ୟବସ୍ଥାରେ ଏହା କାର୍ଯ୍ୟକାରୀ ହେବ ।
(କ) ଆଇଡିପିଏଲ – 6.50 କୋଟି ଟଙ୍କା
(ଖ) ଆରଡିପିଏଲ – 43.70 କୋଟି ଟଙ୍କା
(ଗ) ଏଚଏଏଲ – 280.15 କୋଟି ଟଙ୍କା
3) ସମ୍ପଦର ବିକ୍ରୟ ଏବଂ ବାକିଥିବା ଋଣ ପ୍ରଦାନ ସମେତ 4ଟି ସାର୍ବଜନୀନ କ୍ଷେତ୍ର ଅଧିନରେ ଥିବା ରଣନୈତିକ ବିକ୍ରୟ ସମ୍ବନ୍ଧିୟ ସମସ୍ତ ନିଷ୍ପତ୍ତି ଗ୍ରହଣ ପାଇଁ କେତେଜଣ ମନ୍ତ୍ରୀଙ୍କୁ ନେଇ ଏକ କମିଟି ଗଠନ
ପ୍ରମୁଖ ପ୍ରଭାବ-
1) ବଜେଟରେ ଥିବା 330.35 କୋଟି ଟଙ୍କାର ସହାୟତା ଦ୍ୱାରା କର୍ମଚାରୀମାନଙ୍କ ବକେୟା ଦରମା ପ୍ରଦାନ କରାଯିବ ଏବଂ ଆଡିପିଏଲ, ଆରଡିପିଏଲ ଓ ଏଚଏଏଲର ବାଧ୍ୟତାମୂଳକ ଅବସର ଗ୍ରହଣ କରୁଥିବା କର୍ମଚାରୀମାନଙ୍କ ପାଇଁ ସହାୟକ ହେବ । ଏହି ନିଷ୍ପତ୍ତି ଫଳରେ ଏହି ସାର୍ବଜନୀନ କ୍ଷେତ୍ରଗୁଡିକର ହଜାରରୁ ଅଧିକ କର୍ମଚାରୀଙ୍କ କଠିଣତା ଲାଘବ ହେବ ଏବଂ
2) ଆଡିପିଏଲ ଓ ଆରଡିପିଏଲକୁ ବନ୍ଦ କରିବା ଏବଂ ଏଚଏଏଲ ଓ ବିପିସିଏଲର ବିକ୍ରୟ ନେଇ ପୂର୍ବରୁ 28.12.2016ରେ କ୍ୟାବିନେଟ ଗ୍ରହଣ କରିଥିବା ନିଷ୍ପତ୍ତିର କାର୍ଯ୍ୟକାରୀତାକୁ ମନ୍ତ୍ରୀମାନଙ୍କ ଦ୍ୱାରା ଗଠିତ କମିଟି ତ୍ୱରାନ୍ୱିତ କରିବେ ।
**********