ପିଏମଇଣ୍ଡିଆ
ସିକ୍କିମର ରାଜ୍ୟପାଳ ଶ୍ରୀମାନ ଗଙ୍ଗାପ୍ରସାଦ ମହୋଦୟ, ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀମାନ ପବନ ଚାମଲିଙ୍ଗ ମହାଶୟ, କେନ୍ଦ୍ର ମନ୍ତ୍ରିପରିଷଦରେ ମୋର ସହଯୋଗୀ ଶ୍ରୀମାନ ସୁରେଶ ପ୍ରଭୁ ମହାଶୟ, ଡ଼କ୍ଟର ଜିତେନ୍ଦ୍ର ସିଂହ ମହାଶୟ, ଏସ.ଏସ.ଆଲୁୱାଲିଆ ମହାଶୟ, ରାଜ୍ୟ ବିଧାନସଭାର ଅଧ୍ୟକ୍ଷ ଶ୍ରୀମାନ କେ.ଏନ ରାୟ ମହାଶୟ, ରାଜ୍ୟ ସରକାରଙ୍କର ମନ୍ତ୍ରୀ ଶ୍ରୀମାନ ଦୋରଜୀ ଶେରିଙ୍ଗ ଲେପଚୟା ମହାଶୟ,ଏଠାରେ ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ ।
ସାଥୀଗଣ, ମୁଁ ବିଗତ ତିନିଦିନ ଧରି ହିନ୍ଦୁସ୍ଥାନର ପୂର୍ବାଂଚଳ, ପୂର୍ବ ଭାରତ ଗସ୍ତରେ ଅଛି, ଆଉ ଏହି ଅବସରରେ ଭିତ୍ତିଭୂମି ଏବଂ ମାନବ ସମାଜର ସେବା ସହିତ ଜଡିତ ବହୁତ ବଡ଼ ବଡ଼ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିବାର ସୌଭାଗ୍ୟ ମୋତେ ମିଳିଛି ।
କାଲି ଝାଡ଼ଖଣ୍ଡରେ ପ୍ରଧାନମନ୍ତ୍ରୀ ଜନ – ଆରୋଗ୍ୟ ଯୋଜନା ‘ପିଏମ୍ ଜୟ’ (ପିଏମଜେଏୱାଇ)ର ଶୁଭାରମ୍ଭ, ଆୟୁଷ୍ମାନ ଭାରତ ଯୋଜନାକୁ ଶୁଭାରମ୍ଭ କରିବା ପରେ, କାଲି ସନ୍ଧ୍ୟାରେ ସିକ୍କିମ ଆସିଥିଲି । ଆଉ ଆଜି ସକାଳେ ସିକ୍କିମରେ, ସିକ୍କିମର ସକାଳ, ସୂର୍ଯ୍ୟ ଉଦୟ, ଥଣ୍ଡା ପବନ, ପାହାଡଗୁଡିକର ପ୍ରାକୃତିକ ସୌନ୍ଦର୍ଯ୍ୟ, ତ ମୁଁ ମଧ୍ୟ ଆଜି ସକାଳେ କ୍ୟାମେରା ଉପରେ ହାତ ଚଲାଇବାରେ ଲାଗି ଯାଇଥିଲି । ଏଠାକାର ସୁନ୍ଦରତା, ଭବ୍ୟତାକୁ କିଏ ବା ପସନ୍ଦ କରୁ ନ ଥିବ । ପ୍ରତ୍ୟେକ ହେଉଛନ୍ତି ଏହାର ପ୍ରଶଂସକ । ପ୍ରକୃତି ଆପଣମାନଙ୍କୁ ଏତେ ସବୁ ଦେଇଛି, ତାକୁ ପାଇବା ପାଇଁ ଯେ କେହି ଏଠାକୁ ଦୌଡ଼ି ଆସନ୍ତି ।
ଭାଇ ଓ ଭଉଣୀମାନେ, ପୂର୍ବ ଦିଗର ଆମର ସଂସ୍କୃତି ଏବଂ ପରମ୍ପରାର କ’ଣ ମହତ୍ୱ ଅଛି, ଏହା ଆପଣମାନେ ମଧ୍ୟ ଭଲ ଭାବେ ଜାଣନ୍ତି, ଦେଶ ମଧ୍ୟ ଭଲ ଭାବେ ଜାଣେ ।
ପୂର୍ବରେ ହିଁ ଉତ୍ତର-ପୂର୍ବାଂଚଳର ତ ଭିନ୍ନ ମହତ୍ୱ ରହିଛି । ଏହି ସୁନ୍ଦର ପୂର୍ବ ଭାରତ ରାଜ୍ୟରେ ରହୁଥିବା ଆପଣ ସମସ୍ତ ଲୋକଙ୍କୁ ମୁଁ ଆଦର ପୂର୍ବକ ପ୍ରଣାମ କରୁଛି ଆଉ ସିକ୍କିମର, ଆପଣ ସମସ୍ତଙ୍କର ପ୍ରଥମ ପାକୟୋଙ୍ଗ ବିମାନ ବନ୍ଦର ଆପଣମାନଙ୍କୁ ଉପହାର ଦେଉଛି ।
ଆଜିର ଏହି ଦିନ ସିକ୍କିମ ପାଇଁ ତ ହେଉଛି ଐତିହାସିକ, ଦେଶ ପାଇଁ ମଧ୍ୟ ହେଉଛି ବହୁତ ମହତ୍ୱପୂର୍ଣ୍ଣ । ପାକୟୋଙ୍ଗ ବିମାନବନ୍ଦର କାର୍ଯ୍ୟକ୍ଷମ ହେବା କ୍ଷଣି ଆପଣମାନେ ମଧ୍ୟ ଗର୍ବ ଅନୁଭବ କରିବେ । କ୍ରିକେଟ ପଡ଼ିଆରେ ଲୋକ ଶତକ ଅର୍ଜନ କରନ୍ତି, ଆଜି ହିନ୍ଦୁସ୍ଥାନ ଶତକ ହାସଲ କରିଛି । ଅର୍ଥାତ ଏହି ବିମାନ ବନ୍ଦର ଶୁଭାରମ୍ଭ ହେବା ପରେ ସମଗ୍ର ଭାରତ 100ତମ ବିମାନ ବନ୍ଦର, ଶହେ ତମ ବିମାନବନ୍ଦର କାର୍ଯ୍ୟକ୍ଷମ ହେଇଗଲା । ଆଉ ଏହି ଅର୍ଥରେ ଦେଶ ଆଜି ଶତକ ହାସଲ କରିଛି । ଆଉ ଦେଶ କିପରି ବଦଳୁଛି, ଏହା ଆମ ସିକ୍କିମ ଫୁଟବଲ ପାଇଁ ବେଶ ପରିଚିତ । ଯେ କେହି ଫୁଟବଲ ଖେଳି ଥାଆନ୍ତି । କିନ୍ତୁ ଆଜି ଏହି ସିକ୍କିମ ଏବେ କ୍ରିକେଟରେ ନିଜର ପାରଦର୍ଶିତା ପ୍ରମାଣିତ କରିବାକୁ ଯାଉଛି ।
ଆଉ ମୁଁ କାଲି, ଆଜିର ସମ୍ବାଦପତ୍ରରେ ପଢ଼ିଲି କି ଏଠାକାର ଅଧିନାୟକ ନିଲେଶ ଲାମିଛା ଶତକ ହାସଲ କରିଛନ୍ତି । ଯଦି ସିକ୍କିମ ଯିଏ ଫୁଟବଲ ଖେଳୁଥିଲା, ସେଠାକାର ନିଲେଶ ଶତକ ହାସଲ କରିଥାଏ, କ୍ରିକେଟରେ ପ୍ରଥମ ସିକ୍କିମବାସୀ ଶତକ ହାସଲ କରିବାବାଲା ହୋଇ ଯାଇଥାଏ, ତ ଏଠାକାର ବିମାନବନ୍ଦର ଦେଶର ଶହେତମ ବିମାନ ବନ୍ଦର ଭାବେ ଶତକ ପୂରଣ କରିବାକୁ ଯାଉଛି ।
ଭାଇ ଓ ଭଉଣୀମାନେ, ଏହି ବିମାନ ବନ୍ଦର ଆପଣମାନଙ୍କର ଜୀବନକୁ ଆହୁରି ସରଳ କରିବାରେ ବହୁତ ବଡ଼ ଭୂମିକା ତୁଲାଇବାକୁ ଯାଉଛି । ଆଜି ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ଯଦି ଦେଶର ଅନ୍ୟ କୌଣସି ଭାଗରୁ ସିକ୍କିମକୁ ଆସିବାର ଅଛି, ଆଉ ପୁଣି ଏଠାରୁ ଅନ୍ୟ କୌଣସି ଅଂଚଳକୁ ଯିବାର ଅଛି ତ କେତେ ଅସୁବିଧା ହେଉଥିଲା, ଏହା ଏଠାକାର ଲୋକମାନେ ମଧ୍ୟ ଜାଣିଛନ୍ତି, ଆଉ ଏଠାକୁ ଆସୁଥିବା ଲୋକମାନେ ମଧ୍ୟ ଜାଣନ୍ତି ।
ପ୍ରଥମେ ପଶ୍ଚିମବଙ୍ଗର ବାଗଡୋରା ପର୍ଯ୍ୟନ୍ତ ବିମାନରେ ଆସି ଓହ୍ଲାଅ, ପୁଣି ସେଠାରୁ ପ୍ରାୟ ଶହେ ପଚିଶ କିଲୋମିଟର ପର୍ଯ୍ୟନ୍ତ ଉଚ୍ଚ ନିଚ୍ଚ(ଖାଲ-ଢ଼ିପ) ରାସ୍ତାରେ 5-6 ଘଣ୍ଟା କଷ୍ଟ ଦେଲାଭଳି ଯାତ୍ରା ଆଉ ତା’ପରେ ଯାଇ ଗ୍ୟାଙ୍ଗଟକରେ ପହଂଚି ପାରୁଥିଲେ । କିନ୍ତୁ ଏବେ ପାକୟୋଙ୍ଗ ବିମାନବନ୍ଦର ଏହି କଷ୍ଟଦେବା ଭଳି ଦୂରତାକୁ ହ୍ରାସ କରିବାରେ କିଛି ମିନିଟ ମଧ୍ୟରେ ପୂରଣ କରିବାରେ ସମର୍ଥ ହେବ ।
ଭାଇ ଓ ଭଉଣୀମାନେ, ଏହାଦ୍ୱାରା ଯାତ୍ରା ତ ସହଜ ହେବ ଆଉ କମ ସମୟ ମଧ୍ୟରେ ହେବ, ସରକାର ମଧ୍ୟ ଏହି ପ୍ରୟାସ କରିଛନ୍ତି କି ଏଠାରୁ ଯିବା ଆସିବା କରିବା ସାଧାରଣ ବ୍ୟକ୍ତିଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ । ଆଉ ଏଥିପାଇଁ ଏହି ବିମାନ ବନ୍ଦରକୁ ‘ଉଡ଼ାଣ’ ଯୋଜନା ସହିତ ଯୋଡ଼ା ଯାଇଛି । ଏହି ଯୋଜନା ଅଧୀନରେ 2500-2600 ଟଙ୍କା ପର୍ଯ୍ୟନ୍ତ ହିଁ ଦେବାକୁ ପଡ଼ୁଛି । ପ୍ରାୟ ଅଢ଼େଇ ହଜାର ଟଙ୍କା ।
ସରକାରଙ୍କର ଏହି ଦୃଷ୍ଟିଭଙ୍ଗୀ ଆଉ ପ୍ରୟାସ ଯୋଗୁଁ ଆଜି ଉଡ଼ାଜାହାଜରେ ଯାତ୍ରା ରେଳବାଇର ଶୀତ-ତାପ ନିୟନ୍ତ୍ରିତ ଶ୍ରେଣୀ ଭଳି ଶସ୍ତା ହୋଇଯାଇଛି । ଆଉ ଆମର ଏଠାରେ କହନ୍ତି ନା – ସମୟ ହେଉଛି ଅର୍ଥ, ଶୁଣି ଆସୁଛେ ନା, ସମୟ ହେଉଛି ଅର୍ଥ । ବିମାନ ଯାତ୍ରା କରିବା ଦ୍ୱାରା ସମୟ ବଂଚିଥାଏ । ଅର୍ଥାତ ଟଙ୍କା ମଧ୍ୟ ବଂଚିଥାଏ । ଏହି କାରଣ ହେଉଛି କି ଦେଶରେ ଲକ୍ଷ-ଲକ୍ଷ ମଧ୍ୟମ ବର୍ଗର ପରିବାର ଆଜି ବିମାନ ଯାତ୍ରା କରିବାରେ ସକ୍ଷମ ହୋଇଛନ୍ତି ।
ସାଥୀଗଣ, ଏବେ ତ ବିମାନ ବନ୍ଦରର ଶୁଭାରମ୍ଭ ହୋଇଛି । ଏବେ ଏବେ ମୋତେ ବିମାନବନ୍ଦରର ଉଦ୍ଘାଟନ କରିବାର ସୁଯୋଗ ମିଳିଛି । କିନ୍ତୁ ଆଗାମୀ ସପ୍ତାହ – ଦୁଇ ସପ୍ତାହ ମଧ୍ୟରେ ଏଠାରୁ ଗୌହାଟୀ ଏବଂ କୋଲକାତା ପାଇଁ ନିୟମିତ ବିମାନ ଚଳାଚଳ ଆରମ୍ଭ ହୋଇଯିବ । ଆଗାମୀ ଦିନରେ ଦେଶର ଅନ୍ୟ ଅଂଚଳ ଆଉ ପଡ଼ୋଶୀ ଦେଶକୁ ମଧ୍ୟ ଏଠାରୁ ଯୋଗାଯୋଗ କରିବାର ପ୍ରୟାସ କରାଯିବ ।
ସାଥୀଗଣ, ପାକୟୋଙ୍ଗ ବିମାନ ବନ୍ଦର ନା କେବଳ ସୁନ୍ଦରତା ବରଂ ଆମ ଇଂଜିନିୟରିଂ କୌଶଳର ମଧ୍ୟ ହେଉଛି ପ୍ରତୀକ । ଯେଉଁ ଲୋକମାନେ ସାମାଜିକ ଗଣ ମାଧ୍ୟମ ସହିତ ଯୋଡ଼ି ହୋଇଛନ୍ତି, ସେମାନେ ବିଗତ ତିନି ଦିନ ଧରି ଏହି ବିମାନ ବନ୍ଦରର ପ୍ରତିଛବି ଆଉ ପ୍ରକୃତି କୋଳରେ କିଭଳି ଭାବରେ ଜାହାଜ ଓହ୍ଲାଉଛି, ଏହି ଚିତ୍ର ବୋଧହୁଏ ସାମାଜିକ ଗଣମାଧ୍ୟମରେ ଏଭଳି ଭାବେ ଭାଇରାଲ ହୋଇଛି, ଆପଣମାନେ ଦେଖିଥିବେ । ଆଜି, ଉଦ୍ଘାଟନ ତ ଆଜି ହୋଇଛି କିନ୍ତୁ ଲୋକମାନେ ଏହାର ଜୟ ଜୟକାର ଲଗାତାର ଆରମ୍ଭ କରି ଦେଇଛନ୍ତି ।
ସାଢ଼େ 500 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବିମାନ ବନ୍ଦର ଆମ ଇଂଜିନିୟରମାନଙ୍କର, ଶ୍ରମିକମାନଙ୍କର, ସେମାନଙ୍କର କ୍ଷମତାର ହେଉଛି ଏକ ଗୌରବପୂର୍ଣ୍ଣ ଦିଗ । କିପରି ପାହାଡ଼କୁ କଟାଗଲା, ସେଥିରେ ଖାଇଗୁଡ଼ିକୁ ପୂରଣ କରାଗଲା, ପ୍ରବଳ ବର୍ଷାର ଆହ୍ୱାନକୁ ମୁକାବିଲା କରାଗଲା । ଏଠାରୁ ବାହାରିଥିବା ଜଳଧାରାଗୁଡ଼ିକୁ ବିମାନବନ୍ଦର ତଳେ ତଳେ ନିଆଗଲା । ବାସ୍ତବରେ ଏହା ହେଉଛି ଅଦ୍ଭୁତ ଇଂଜିନିୟରିଂର ଚମତ୍କାରିତା ।
ଆଜି ଏହି ଅବସରରେ ମୁଁ ବିମାନ ବନ୍ଦରର ଯୋଜନା ଏବଂ ନିର୍ମାଣ ସହିତ ଜଡ଼ିତ ସମସ୍ତ ଇଂଜିନିୟରମାନଙ୍କ ସହିତ, ସମସ୍ତ ଶ୍ରମିକମାନଙ୍କୁ ଏହି ଅଦ୍ଭୁତ କାର୍ଯ୍ୟ ପାଇଁ ହୃଦୟର ସହିତ ବହୁତ – ବହୁତ ଶୁଭେଚ୍ଛା ଜଣାଉଛି । ଆପଣ ସମସ୍ତେ ବାସ୍ତବରେ ଚମତ୍କାର କରି ଦେଖାଇଛନ୍ତି ।
ଭାଇ ଓ ଭଉଣୀମାନେ, ସିକ୍କିମକୁ ଏବଂ ଉତ୍ତର-ପୂର୍ବରେ ଭିତ୍ତିଭୂମି ଏବଂ ଭାବାବେଗ, ଦୁଇ ପ୍ରକାରର ହିଁ ଯୋଗାଯୋଗକୁ ବିସ୍ତାର କରିବାର କାମ ଦ୍ରୁତ ଗତିରେ ଚାଲୁ ରହିଛି । ବିଗତ ଚାରି ବର୍ଷ ମଧ୍ୟରେ ଅନେକ ଥର ମୁଁ ନିଜେ ଉତ୍ତର-ପୂର୍ବାଂଚଳର ରାଜ୍ୟମାନଙ୍କରେ ଆପଣମାନଙ୍କର ସମସ୍ତଙ୍କର ଆଶୀର୍ବାଦ ନେବା ପାଇଁ, ଏଠାକାର ବିକାଶ ସମ୍ପର୍କରେ ଜାଣିବା ପାଇଁ ସ୍ୱୟଂ ନିଜେ ଆସିଛି ।
କେବଳ ଏତିକି ହିଁ ନୁହେଁ, ପ୍ରତି ସପ୍ତାହରେ – ଦୁଇ ସପ୍ତାହରେ କୌଣସି ନା କୌଣସି କେନ୍ଦ୍ର ସରକାରଙ୍କର ମନ୍ତ୍ରୀ ଉତ୍ତର-ପୂର୍ବାଂଚଳର କୌଣସି ନା କୌଣସି ରାଜ୍ୟ ଭ୍ରମଣ କରୁଛନ୍ତି, ଆସୁଛନ୍ତି, ପଚରା ଉଚୁରା କରୁଛନ୍ତି, ବିଭିନ୍ନ କାର୍ଯ୍ୟର ହିସାବ ନେଉଛନ୍ତି । ଏହାର ପରିଣତି କ’ଣ ହେଲା, ଏହା ମଧ୍ୟ ଆପଣ ସମସ୍ତେ ଆଜି ମାଟି ଉପରେ ଦେଖୁଛନ୍ତି ।
ସିକ୍କିମ ହେଉ, ଅରୁଣାଚଳ ପ୍ରଦେଶ ହେଉ, ମେଘାଳୟ ହେଉ, ମଣିପୁର ହେଉ, ନାଗାଲାଣ୍ଡ ହେଉ, ଆସାମ ହେଉ, ତ୍ରିପୁରା ହେଉ, ମିଜୋରାମ ହେଉ, ଉତ୍ତର-ପୂର୍ବାଂଚଳର ସମସ୍ତ ରାଜ୍ୟରେ ବହୁତଗୁଡ଼ିଏ କାର୍ଯ୍ୟ, ସ୍ୱାଧୀନତା ପରେ ବହୁତଗୁଡ଼ିଏ କାର୍ଯ୍ୟ ପ୍ରଥମ ଥର ହେଉଛି । ଉଡ଼ାଜାହାଜ ପ୍ରଥମ ଥର ପହଂଚିଛି । ରେଳ ସଂଯୋଗ ପ୍ରଥମ ଥର ପହଂଚିଛି । କେତେକ ସ୍ଥାନରେ ବିଜୁଳି ମଧ୍ୟ ପ୍ରଥମ ଥର ପହଂଚିଛି ।
ପ୍ରଶସ୍ତ ଜାତୀୟ ରାଜପଥମାନ ନିର୍ମାଣ କରାଯାଉଛି, ଗାଁଗୁଡ଼ିକରେ ସଡ଼କ ମଧ୍ୟ ନିର୍ମାଣ କରାଯାଉଛି । ନଦୀଗୁଡ଼ିକରେ ବଡ଼-ବଡ଼ ସେତୁ ନିର୍ମାଣ କରାଯାଉଛି । ଡିଜିଟାଲ ଇଣ୍ଡିଆର ବିସ୍ତାର ହେଉଛି । ‘ସମସ୍ତଙ୍କ ସହିତ ସମସ୍ତଙ୍କର ବିକାଶ’ର ମନ୍ତ୍ର ଉପରେ ଚାଲୁ ରହିଥିବା ଆମର ସରକାର କ୍ଷେତ୍ରୀୟ ଅସନ୍ତୁଳନ, ତାହାକୁ ଦୂର କରିବା ଏବଂ ପୂର୍ବୋତ୍ତର ଏବଂ ପୂର୍ବ ଭାରତକୁ ଦେଶର ବିକାଶ ଗାଥାର ଇଂଜିନ କରିବା ପାଇଁ ସଂପୂର୍ଣ୍ଣ ଉତ୍ସାହର ସହିତ ପରିଶ୍ରମ କରୁଛନ୍ତି, ଆମେ ଏହା କରିବା ପାଇଁ ହେଉଛୁ ପ୍ରତିବଦ୍ଧ ।
ଏହି ଦୃଷ୍ଟିଭଙ୍ଗୀ ମାଧ୍ୟମରେ ସିକ୍କିମକୁ ନିଜର ବିମାନବନ୍ଦର ଦେବାର କାର୍ଯ୍ୟ ଆମେ ଦ୍ରୁତ ଗତିରେ କଲୁ । ପ୍ରତିବନ୍ଧକଗୁଡ଼ିକୁ ଦୂର କଲୁ ଏବଂ ଆଜି ଆପଣଙ୍କର ସ୍ୱପ୍ନ ପୂରଣ ହୋଇଛି । ନହେଲେ ଆପଣ ମଧ୍ୟ ଭଲ ଭାବେ ଜାଣିଛନ୍ତି ପାଖାପାଖି 6 ଦଶକ ପୂର୍ବେ ଏଠାରୁ ଗୋଟିଏ ଛୋଟିଆ ଜାହାଜ ଉଡ଼ିଥିଲା । ତା’ପରେ ଛଅ ଦଶକ ପର୍ଯ୍ୟନ୍ତ ଆପଣମାନଙ୍କୁ ବିମାନବନ୍ଦର ପାଇଁ ଅପେକ୍ଷା ହିଁ ଅପେକ୍ଷା କରିବାକୁ ପଡ଼ିଲା ।
ସାଥୀଗଣ, କେବଳ ସିକ୍କିମ ହିଁ ନୁହେଁ, ଅରୁଣାଚଳ ପ୍ରଦେଶ ସମେତ ଦେଶର ଅନେକ ରାଜ୍ୟରେ ନୂଆ ବିମାନ ବନ୍ଦର ନିର୍ମାଣ କରାଯାଇଛି । ଯେପରି କି ଆରମ୍ଭରୁ ମୁଁ କହିଲି କି ଆଜି ଆମର 100ଟି ବିମାନ ବନ୍ଦର, ଶହେଟି ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇ ଯାଇଛି । ଆଉ ଆପଣମାନେ ଏହା ଜାଣି ଆଶ୍ଚର୍ଯ୍ୟ ହେବେ, ଏଥି ମଧ୍ୟରୁ ପଇଁତିରିଶଟି ବିମାନବନ୍ଦର, 35ଟି ବିମାନବନ୍ଦର ବିଗତ ଚାରି ବର୍ଷରେ ନିର୍ମିତ ହୋଇଛି ।
ସ୍ୱାଧୀନତା ପରଠାରୁ 2014 ପର୍ଯ୍ୟନ୍ତ, ଦ୍ରୁତ ଗତିରେ କାର୍ଯ୍ୟ ହେବାର ଅର୍ଥ କ’ଣ ହୋଇଥାଏ? ଚର୍ତୁଦିଗରେ କାମ ହେଉଥିବାର ଅର୍ଥ କ’ଣ ହୋଇପାରେ? ଏହି ଏକ ଉଦାହରଣରୁ ଆପଣ ବୁଝି ପାରିବେ । ସ୍ୱାଧୀନତା ପରଠାରୁ 2014 ପର୍ଯ୍ୟନ୍ତ ଅର୍ଥାତ ସତଷଠି ବର୍ଷ, 67 ବର୍ଷରେ 65 ବିମାନବନ୍ଦର ରହିଥିଲା, ପଂଚଷଠି । ସତଷଠି ବର୍ଷରେ ପଂଚଷଠି ବିମାନବନ୍ଦର ରହିଥିଲା, ଅର୍ଥାତ ହାରାହାରି ଗୋଟିଏ ବର୍ଷରେ ଗୋଟିଏ ବିମାନବନ୍ଦର । ଏ କଥାକୁ ଆପଣମାନେ ବୁଝି ପାରୁଛନ୍ତି ତ? ମୋ କଥା ଆପଣମାନେ ବୁଝି ପାରୁଛନ୍ତି? ଗୋଟିଏ ବର୍ଷରେ ଗୋଟିଏ ବିମାନବନ୍ଦର । ଏହା ଥିଲା ସେମାନଙ୍କର ଗତି, ଏହା ଥିଲା ସେମାନଙ୍କର ଚିନ୍ତାଧାରା । ବିଗତ ଚାରି ବର୍ଷରେ ଗୋଟିଏ ବର୍ଷ ମଧ୍ୟରେ 9ଟି ବିମାନବନ୍ଦର ଉଡ଼ାଣ ପାଇଁ ପ୍ରସ୍ତୁତ ହୋଇଛନ୍ତି । 9 ଗୁଣ ଗତିରେ ଅର୍ଥାତ ଏହି କାମ ପୂରଣ କରିବାର ଥାଆନ୍ତା ତ ବୋଧହୁଏ ସେମାନେ ଆହୁରି 40 ବର୍ଷ ଲଗାଇ ଦେଇ ଥାଆନ୍ତେ, ଯାହାକୁ ଆମେ ଚାରି ବର୍ଷରେ କରି ଦେଖାଇ ଦେଇଛୁ ।
ଭାଇ ଓ ଭଉଣୀମାନେ, ଆଜି ଭାରତ ଘରୋଇ ବିମାନ କ୍ଷେତ୍ରରେ ଦୁନିଆର ତୃତୀୟ ସବୁଠାରୁ ବଡ଼ ବଜାର ପାଲଟି ଯାଇଛି, ଦୁନିଆର ତୃତୀୟ । ଭାରତରେ ବିମାନସେବା ପ୍ରଦାନ କରୁଥିବା କମ୍ପାନୀଗୁଡ଼ିକ ନିକଟରେ ବିମାନ ସଂଖ୍ୟା କମ ହୋଇଯାଇଛି । ନୂତନ ବିମାନ ପାଇଁ ବରାଦ ଦିଆଯାଉଛି । ଆପଣମାନଙ୍କୁ ଆଉ ଗୋଟିଏ ପରିସଂଖ୍ୟାନ ମୁଁ ଦେଉଛି, ତାହା ମଧ୍ୟ ଆପଣମାନଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗିବ । ସ୍ୱାଧୀନତାର 70 ବର୍ଷ ମଧ୍ୟରେ ଦେଶରେ ପାଖାପାଖି 400 ଉଡ଼ାଜାହାଜ ସେବା ଯୋଗାଉ ଥିଲେ, 400 ଉଡ଼ାଜାହାଜ । 70 ବର୍ଷରେ 400 ଉଡ଼ାଜାହାଜ । ଏବେ ବିମାନ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ ଏହି ଗୋଟିଏ ବର୍ଷରେ 1000 ନୂତନ ଉଡ଼ାଜାହାଜର ବରାଦ ଦେଇଛନ୍ତି । 70 ବର୍ଷରେ 400 ଏବଂ ଗୋଟିଏ ବର୍ଷରେ 1000ଟି ନୂତନ ଉଡ଼ାଜାହାଜ । ଆପଣମାନେ କଳ୍ପନା କରି ପାରୁଥିବେ । ଆଉ ଏଥିରୁ ଜଣା ପଡ଼ୁଛି ମୋର ଯେଉଁ ସ୍ୱପ୍ନ ରହିଛି, ହୱାଇ ଚପଲ ପିନ୍ଧୁଥିବା ସାଧାରଣ ବ୍ୟକ୍ତିଙ୍କୁ ବିମାନ ଯାତ୍ରା କରାଇବାର ଆମର ସ୍ୱପ୍ନ କେତେ ଦ୍ରୁତ ଗତିରେ ପୂରଣ ହେଉଛି ।
ଭାଇ ଓ ଭଉଣୀମାନେ, ଆପଣଙ୍କର ନିଜସ୍ୱ ବିମାନବନ୍ଦର ନିର୍ମାଣ ହେବା ଦ୍ୱାରା ଆପଣମାନଙ୍କୁ ସମସ୍ତଙ୍କୁ ଦେଶର ଅନ୍ୟ ଅଂଚଳଗୁଡ଼ିକୁ ଯିବା ଆସିବା କରିବାରେ ସୁବିଧା ହିଁ ତ ମିଳିବ, ଆପଣମାନଙ୍କର ଆୟ ମଧ୍ୟ ବଢ଼ିବ, ରୋଜଗାର ମଧ୍ୟ ବଢ଼ିବ । ସିକ୍କିମ ତ ଏମିତିରେ ମଧ୍ୟ ଦେଶୀ – ବିଦେଶୀ ପର୍ଯ୍ୟଟକମାନଙ୍କର ଗୋଟିଏ ପ୍ରିୟ ସ୍ଥାନ ରହି ଆସିଛି । ଏଠାକାର ଜନସଂଖ୍ୟାରୁ ଅଧିକ ପର୍ଯ୍ୟଟକ ଏଠାକୁ ଆସନ୍ତି । ମୋତେ ଅବଗତ କରାଯାଇଛି କି ବିମାନ ବନ୍ଦର ନ ଥିବା ସତ୍ତ୍ୱେ ରାଜ୍ୟର ମୋଟ ଜନସଂଖ୍ୟାର ଦେଢ଼ ଗୁଣ ପର୍ଯ୍ୟଟକ ଏଠାକୁ ଆସନ୍ତି ।
ଏବେ ଏହି ବିମାନ ବନ୍ଦର ହୋଇଯିବା ପରେ ପର୍ଯ୍ୟଟକମାନଙ୍କର ସଂଖ୍ୟା ଏତିକିରେ ସୀମିତ ରହିବ ନାହିଁ, ମାନି ନିଅନ୍ତୁ । ଏହି ଦୀପାବଳୀରେ ହିଁ ଦେଖିବାକୁ ମିଳିବ, ଏହି ଦୁର୍ଗାପୂଜାରେ ହିଁ ଦେଖିବାକୁ ମିଳିବ ଯେ କେଉଁଭଳି ଏଠାରେ ପର୍ଯ୍ୟଟକମାନଙ୍କର ମେଳା ଲାଗିବାକୁ ଯାଉଛି ।
ବିମାନ ବନ୍ଦର ସିକ୍କିମର ଯୁବକମାନଙ୍କ ପାଇଁ ରୋଜଗାରର ନୂତନ ଦ୍ୱାର ଭାବେ ପ୍ରମାଣିତ ହେବାକୁ ଯାଉଛି । ଆଉ ଏହି କାରଣରୁ ଏଠାରେ ହୋଟେଲ, ମୋଟେଲ, ଗେଷ୍ଟ ହାଉସ, କ୍ୟାମ୍ପିଙ୍ଗ ସାଇଟସ ବା ଶିବିର ସ୍ଥଳ, ହୋମ ଷ୍ଟେ’, ପର୍ଯ୍ୟଟକ, ଗାଇଡ଼, ରେସ୍ତୁରାଁ କେତେ କ’ଣ । ଆଉ ପର୍ଯ୍ୟଟନ ହେଉଛି ଏଭଳି, ଗରିବରୁ ଗରିବ ଲୋକ ମଧ୍ୟ ରୋଜଗାର କରୁଛି, ସିଂଗ-ଚଣା ବିକିଲାବାଲା ମଧ୍ୟ ରୋଜଗାର କରିବ, ଫୁଲଗଛ ବିକିଲାବାଲା ମଧ୍ୟ ରୋଜଗାର କରିବ, ଅଟୋ ରିକ୍ସା ବାଲା ମଧ୍ୟ ରୋଜଗାର କରିବ, ଗେଷ୍ଟ ହାଉସ ବାଲା ମଧ୍ୟ ରୋଜଗାର କରିବ ଏବଂ ଚା’ ବିକାଳି ମଧ୍ୟ ରୋଜଗାର କରିବ ।
ସାଥୀଗଣ, ପରିବହନ ଏବଂ ପର୍ଯ୍ୟଟନକୁ ସରକାର ପରିବର୍ତ୍ତନର ସାଧନ କରିଛନ୍ତି । ଆସ୍ଥା ସହିତ ଜଡ଼ିତ ସ୍ଥାନ ହେଉ, ଆଧ୍ୟାତ୍ମ ସହିତ ଜଡ଼ିତ ସ୍ଥଳ ହେଉ, ଆଦିବାସୀଙ୍କ ପରିଚିତ କ୍ଷେତ୍ର ହେଉ, ଏ ସମସ୍ତ କ୍ଷେତ୍ରଗୁଡ଼ିକ ଉପରେ ବିଶେଷ ଭାବେ ଧ୍ୟାନ ଦିଆଯାଉଛି । ଏଠାରେ ଶ୍ରଦ୍ଧାଳୁମାନଙ୍କ ପାଇଁ, ପର୍ଯ୍ୟଟକମାନଙ୍କ ପାଇଁ ସୁବିଧାମାନ ପ୍ରସ୍ତୁତ କରାଯାଉଛି । ଏହି କ୍ଷେତ୍ରରେ ତ, ସବୁଠାରୁ ଉଚ୍ଚତା ବିଶିଷ୍ଟ କାଞ୍ଚନଜଙ୍ଘା ମଧ୍ୟ ରହିଛି ଆଉ ଏଠାରେ ନାଥୁଲା ମାର୍ଗ ମଧ୍ୟ ରହିଛି । ଯାହାକୁ ଆମ ସରକାର ହିଁ କୈଳାସ ମାନସରୋବର ଯାତ୍ରା ପାଇଁ ଖୋଲିଛନ୍ତି ।
ଏଠାରେ ଶ୍ରଦ୍ଧାଳୁମାନଙ୍କ ପାଇଁ ସୁବିଧାଗୁଡ଼ିକର ନିର୍ମାଣ କରିବା ପାଇଁ 40 କୋଟିରୁ ଅଧିକ ଅର୍ଥ ମଞ୍ଜୁର କରାଯାଇଛି । ଏଠାକାର ପର୍ଯ୍ୟାବରଣକୁ ସୁରକ୍ଷିତ ରଖିବା ପାଇଁ ସିକ୍କିମକୁ ସବୁଜ ସୁନ୍ଦର ରଖିବା ପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ସହିତ ମିଳିମିଶି ଅନେକ ପ୍ରୟାସ କରାଯାଉଛି ।
କେନ୍ଦ୍ର ସରକାର ଜାତୀୟ ନଦୀ ସଂରକ୍ଷଣ ଯୋଜନା ମାଧ୍ୟମରେ 350 କୋଟିରୁ ଅଧିକ ରାଶି ମଞ୍ଜୁର କରିଛନ୍ତି । ଏହା ମାଧ୍ୟମରେ ଯେଉଁ 9ଟି ପ୍ରକଳ୍ପକୁ ମଞ୍ଜୁରି ମିଳିଛି, ଆଉ ସେଗୁଡ଼ିକ ମଧ୍ୟରୁ 8ଟି ଗ୍ୟାଙ୍ଗଟକ ଏବଂ ସିଙ୍ଗଟମ ପାଇଁ ଅଛି । ପ୍ରାୟ ଦେଢ଼ ଶହ କୋଟି ଟଙ୍କାର ପ୍ରକଳ୍ପ ରାନୀଚୁ ନଦୀକୁ ପ୍ରଦୂଷିତ ହେବାରୁ ବଂଚାଇବା ପାଇଁ ରହିଛି । ଏହା ବ୍ୟତୀତ ପର୍ଯ୍ୟାବରଣକୁ ବଂଚାଇବା ପାଇଁ ସଂପୂର୍ଣ୍ଣ ଉତ୍ତର-ପୂର୍ବ ପାଇଁ ପ୍ରାୟ ଶହେ ପଚିଶ କୋଟି ଟଙ୍କାର ମଞ୍ଜୁରି ଦିଆଯାଇ ସାରିଛି ଯେଉଁଥିରେ 50 କୋଟିରୁ ଅଧିକ ଅନୁଦାନ ଦିଆଯାଇ ସାରିଛି ।
ସାଥୀଗଣ, ପର୍ଯ୍ୟାବରଣ, ପରିବହନ ଏବଂ ପର୍ଯ୍ୟଟନ, ଏମାନଙ୍କର ନିଜ ନିଜ ମଧ୍ୟରେ ଗଭୀର ସମ୍ପର୍କ ରହିଛି । ଏଥିପାଇଁ ସିକ୍କିମ ନିମନ୍ତେ କେବଳ ଆକାଶ ପଥରେ ସଂଯୋଗ ଉପରେ ହିଁ ଗୁରୁତ୍ୱ ଦିଆ ଯାଉନାହିଁ, ଅନ୍ୟାନ୍ୟ ସାଧନଗୁଡ଼ିକୁ ମଧ୍ୟ ସୁଦୃଢ଼ କରାଯାଉଛି । ପାଖାପାଖି 1500 କୋଟି ଟଙ୍କାରୁ ଅଧିକ ଜାତୀୟ ରାଜପଥ ପ୍ରକଳ୍ପ ଉପରେ ମଧ୍ୟ ଏଠାରେ କାର୍ଯ୍ୟ ଚାଲୁ ରହିଛି । ଏହା ବ୍ୟତୀତ ପାଖାପାଖି 250 କୋଟି ଟଙ୍କାର ବ୍ୟୟରେ ଛୋଟ-ଛୋଟ ସଡ଼କଗୁଡ଼ିକୁ ନିର୍ମାଣ କରାଯାଉଛି, ପ୍ରଶସ୍ତ କରାଯାଉଛି ।
ସଡ଼କ ସହିତ ସିକ୍କିମରେ ରେଲୱେକୁ ମଧ୍ୟ ସୁଦୃଢ଼ କରାଯାଉଛି । ଗ୍ୟାଙ୍ଗଟକକୁ ବ୍ରଡଗେଜ ଦ୍ୱାରା ଯୋଡ଼ିବାର କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ରହିଛି ।
ସିକ୍କିମରେ ବିଜୁଳି ବ୍ୟବସ୍ଥା ସୁଧାରିବା ପାଇଁ ସରବରାହ ଲାଇନକୁ ଠିକ କରିବା ପାଇଁ 1500କୋଟିରୁ ଅଧିକ ଟଙ୍କାର ସହାୟତା ରାଜ୍ୟକୁ ଦିଆଯାଇଛି । ମୋତେ ଅବଗତ କରାଯାଇଛି କି ଏ’ ବର୍ଷ ଡିସେମ୍ବର ମାସ ମଧ୍ୟରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର ପ୍ରୟାସ କରାଯାଉଛି ।
ଏହା ବ୍ୟତୀତ ବିଜୁଳି ଉତ୍ପାଦନ ବିଷୟରେ ମଧ୍ୟ ସିକ୍କିମକୁ ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ଠିଆ କରାଇବା ଦିଗରେ ଆମେ ଆଗକୁ ବଢ଼ୁଛୁ । ପ୍ରାୟ 14 ହଜାର କୋଟି ଟଙ୍କା ବ୍ୟୟରେ 6ଟି ଜଳ ବିଦ୍ୟୁତ ପ୍ରକଳ୍ପ ଉପରେ କାର୍ଯ୍ୟ ଚାଲୁ ରହିଛି ।
ଭାଇ ଓ ଭଉଣୀମାନେ, ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ସିକ୍କିମବାସୀଙ୍କୁ, ଏଠାକାର ସରକାରଙ୍କୁ ଆଉ ବିଶେଷ କରି ଏଠାକାର କୃଷକମାନଙ୍କୁ ସାଧୁବାଦ ଦେଉଛି ଯେ ଆପଣ ଜୈବିକ କୃଷିକୁ ନେଇ ଦେଶ ଆଗରେ ଉଦାହରଣ ହୋଇ ସମ୍ମୁଖକୁ ଆସିଛନ୍ତି । ସିକ୍କିମ ହେଉଛି ଶତ ପ୍ରତିଶତ ଜୈବିକ କୃଷି ହେବାରେ ପ୍ରଥମ ରାଜ୍ୟ ।
ଜୈବିକ କୃଷିକୁ ସମଗ୍ର ଦେଶରେ ପ୍ରୋତ୍ସାହନ ଦେବା ପାଇଁ ସରକାର ଅନେକ ପ୍ରୟାସ କରୁଛନ୍ତି । ଏଥିପାଇଁ ପରମ୍ପରାଗତ କୃଷି ବିକାଶ ଯୋଜନା ମାଧ୍ୟମରେ କାର୍ଯ୍ୟ କରାଯାଉଛି । ନା କେବଳ ଜୈବିକ କୃଷିକୁ ପ୍ରୋତ୍ସାହନ ଦିଆଯାଉଛି, ବରଂ ସେଥିପାଇଁ ମୂଲ୍ୟ ଯୁକ୍ତ ଏବଂ ବଜାରର ବ୍ୟବସ୍ଥା ମଧ୍ୟ କରାଯାଉଛି । ଆଉ ଏ ଯେଉଁ ବିମାନ ବନ୍ଦର, ଆଜି ତ ଆପଣମାନଙ୍କ ପାଇଁ ଯାତ୍ରା ଆରମ୍ଭ କରାଯାଇଛି, କିନ୍ତୁ ସେହି ଦିନ ବେଶୀ ଦୂର ନୁହେଁ ଯେତେବେଳେ ଏଠାରୁ ଫଳ, ଫୁଲ କିଛି ଘଣ୍ଟାର ସମୟ ମଧ୍ୟରେ ଦିଲ୍ଲୀର ବଜାରରେ ପହଂଚି ଯିବ, ସେହି ଦିନ ଦୂରରେ ନାହିଁ ।
ହିନ୍ଦୁସ୍ଥାନରେ ଅନେକ ଭଗବାନ ଥିବେ ଯାହାଙ୍କର ଚରଣରେ ଏବେ ସିକ୍କିମର କୃଷକମାନେ ଯେଉଁ ଫୁଲ ପ୍ରସ୍ତୁତ କରିଛନ୍ତି ସେଗୁଡ଼ିକ ପହଂଚିବାକୁ ଯାଉଛି । ଉତ୍ତର-ପୂର୍ବାଂଚଳ ରାଜ୍ୟମାନଙ୍କରେ ସରକାର ‘ଉତ୍ତର-ପୂର୍ବାଂଚଳ ପାଇଁ ଜୈବିକ ମୂଲ୍ୟ ମିଶନ’ ନାମରେ ଏକ ବିଶେଷ ଯୋଜନା ମଧ୍ୟ କାର୍ଯ୍ୟକାରୀ କରାଇଛନ୍ତି । ଏଥିପାଇଁ ପ୍ରାୟ 400 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।
ସାଥୀଗଣ, ଜୈବିକ ଉତ୍ପାଦନ ନା କେବଳ ଆମର ପର୍ଯ୍ୟାବରଣ ପାଇଁ, ଆମ ମାଟି ପାଇଁ ହେଉଛି ସୁରକ୍ଷିତ, ବରଂ ଆମକୁ ରୋଗ ବେମାରୀରୁ ମଧ୍ୟ ଦୂରେଇ ରଖିଥାଏ । ଦେଶବାସୀଙ୍କର ସ୍ୱାସ୍ଥ୍ୟ ହେଉଛି ସରକାରଙ୍କ ପାଇଁ ସବୁଠାରୁ ବଡ଼ ପ୍ରାଥମିକତା । ଆଉ ମୋତେ କାଲି ମୁଖ୍ୟମନ୍ତ୍ରୀ ମହାଶୟ କହୁଥିଲେ କି ଏଠାରେ ବିଗତ ଦଶ ବର୍ଷ ମଧ୍ୟରେ ଏହି ଜୈବିକ କୃଷିର ସଫଳତାର ଏକ ସିଧାସଳଖ ପରିଣାମ ଦେଖା ଦେଇଛି, ଏଠାରେ ଲୋକଙ୍କ ଆୟୁଷ ବୃଦ୍ଧି ହେଉଛି । ପୁର୍ବ ଅପେକ୍ଷା ଦୁନିଆରେ ବିଗତ ଦଶ ବର୍ଷ ମଧ୍ୟରେ ଜୀବନ ବଂଚିବାର ବୟସ ସୀମା ଦ୍ରୁତ ଗତିରେ ବୃଦ୍ଧି ପାଉଛି ଆଉ ସେଥିରେ ମଧ୍ୟ ପୁରୁଷଙ୍କଠାରୁ ଅଧିକ ମହିଳାମାନଙ୍କର ବୃଦ୍ଧି ପାଉଛି ।
ମୋର ବିଶ୍ୱାସ ରହିଛି କି ଦେଶର ଲୋକମାନେ ମଧ୍ୟ ଏହି ରାସାୟନିକ ସାରରୁ ମୁକ୍ତି ପାଇ କେମିତି ଜୀବନ ଭଲ ଭାବେ ଜୀଇଁ ହେବ, ତାହା ନିଶ୍ଚୟ ସିକ୍କିମଠାରୁ ଶିଖିବେ, ଜାଣିବେ ।
ମୋର ଜ୍ଞାତସାରରେ ରହିଛି କି ‘ସ୍ୱଚ୍ଛତା ହିଁ ସେବା’ର ଆନ୍ଦୋଳନକୁ ସିକ୍କିମବାସୀ ଏକ ପ୍ରକାରରେ ଆପଣେଇ ନେଇଛନ୍ତି, ବହୁତ ଆଗକୁ ବଢ଼ାଇଛନ୍ତି । ଆପଣମାନଙ୍କର ସମସ୍ତଙ୍କର ପ୍ରୟାସ, ଆପଣଙ୍କର ସଚେତନତା କାରଣରୁ ସିକ୍କିମ 2016ରେ ସର୍ବ ପ୍ରଥମେ ସିକ୍କିମକୁ ଖୋଲାଶୌଚ ମୁକ୍ତ ଘୋଷିତ କରିଥିଲେ । ଖୋଲାରେ ଶୌଚ ମୁକ୍ତ । ଏତିକି ହିଁ ନୁହେଁ, ପ୍ଲାଷ୍ଟିକ ଆବର୍ଜନାରୁ ମୁକ୍ତି ପାଇଁ ମଧ୍ୟ ଆପଣମାନେ ବହୁତ ପ୍ରଶଂସନୀୟ କାମ କରିଛନ୍ତି ।
ଭାଇ ଓ ଭଉଣୀମାନେ, ଯେପରି ମୁଁ ଆଗରୁ କହିଛି, କାଲି ଦେଶରେ ଆୟୁଷ୍ମାନ ଭାରତ ଭାବେ ଦୁନିଆର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ସୁରକ୍ଷା ବୀମା ଯୋଜନା, ଏହାର ଶୁଭାରମ୍ଭ ହୋଇଛି । ଆଉ ସିକ୍କିମ ମଧ୍ୟ ଏହା ସହିତ ଯୋଡ଼ି ହୋଇଛି । ଆଉ ଏହି କାରଣରୁ ସିକ୍କିମର ଗରିବ ପରିବାରଙ୍କୁ ପ୍ରତିବର୍ଷ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଗ, ଜଟିଳ ରୋଗ ପାଇଁ ଖର୍ଚ୍ଚ ଏବେ ସରକାରଙ୍କ ତରଫରୁ ଦିଆଯିବ । ଆଉ ଏଠାକାର ନାଗରିକ ହିନ୍ଦୁସ୍ଥାନର କୌଣସି ମଧ୍ୟ କୋଣକୁ ଯାଆନ୍ତୁ, ତାଙ୍କୁ ସେଠାରେ ହାସ୍ପାତାଳର ଆବଶ୍ୟକତା ପଡ଼େ ତ ସେଠାରେ ମଧ୍ୟ ସେ ଅର୍ଥ ସହାୟତା ଦିଆଯିବ । ରୋଗୀଣା ବ୍ୟକ୍ତି ଯେଉଁଠାକୁ ମଧ୍ୟ ଯିବେ, ଏ ଯେଉଁ ଆୟୁଷ୍ମାନ ଭାରତର ସୁରକ୍ଷା କବଚ ରହିଛି, ଏହା ତାଙ୍କ ସାଙ୍ଗରେ-ସାଙ୍ଗରେ ସାଥୀ ହୋଇ ଚାଲିବ ।
ସାଥୀଗଣ, ବିଗତ ଚାରି ବର୍ଷ ମଧ୍ୟରେ ସାଧାରଣ ଜନତାଙ୍କ ଜୀବନର ମାନଦଣ୍ଡକୁ ଉପରକୁ ଉଠାଇବା ପାଇଁ ଅନେକ ପ୍ରକାରର ଯୋଜନାମାନ କେନ୍ଦ୍ର ସରକାର ଚଲାଉଛନ୍ତି, ଯାହାର ଲାଭ ସିକ୍କିମକୁ ମିଳୁଛି । ଜନ-ଧନ ଯୋଜନା ଯୋଗୁଁ ଏଠାକାର ପ୍ରାୟ ଏକ ଲକ୍ଷ ଲୋକଙ୍କର ବ୍ୟାଙ୍କ ଖାତା ଖୋଲାଯାଇଛି । ପ୍ରାୟ 80 ହଜାର ଭାଇ ଭଉଣୀଙ୍କୁ ମାସିକ କେବଳ ଏକ ଟଙ୍କାରେ ଏବଂ ପ୍ରତିଦିନ 90 ପଇସାରେ ସୁରକ୍ଷା ବୀମା ଯୋଜନାଗୁଡିକ ସହିତ ଯୋଡ଼ା ଯାଇଛି ।
ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ପ୍ରାୟ 38 ହଜାର ଗରିବ ପରିବାରଙ୍କୁ ରୋଷେଇ ଘର ପର୍ଯ୍ୟନ୍ତ ମାଗଣାରେ ଗ୍ୟାସ ସଂଯୋଗ ପହଂଚା ଯାଇଛି ।
ସାଥୀଗଣ, ପୂର୍ବ ଭାରତ, ପୂର୍ବୋତ୍ତରର ଜୀବନକୁ ସରଳ କରିବାରେ, ଏଠାକାର କଷ୍ଟକର ପରିସ୍ଥିତିକୁ ସରଳ କରିବା ପାଇଁ, ସହଜରେ ସହାବସ୍ଥାନ ସୁନିଶ୍ଚିତ କରିବା ପାଇଁ ଏନଡିଏ ସରକାର ପ୍ରତିବଦ୍ଧତାର ସହିତ ଆଗକୁ ବଢ଼ୁଛନ୍ତି । ଆମେ ଏହି କ୍ଷେତ୍ରକୁ ବିକାଶ ପାଇଁ ନୂତନ ଯୁଗ ସହିତ ଯୋଡ଼ିବାକୁ ଚାହୁଁଛୁ । ନିଉ ଇଣ୍ଡିଆର ନୂତନ ଧ୍ଵଜାବାହକ କରିବାକୁ ଚାହୁଁଛୁ ।
ଏହି ବିମାନବନ୍ଦର ଯୋଗୁଁ ଏଠାରେ ଅନେକ ସୁବିଧା ବିକଶିତ ହେବ, ଯାହା ସିକ୍କିମକୁ ବିକାଶର ନୂତନ ଶିଖରରେ ପହଂଚାଇବ । ଆପଣମାନଙ୍କୁ ସମସ୍ତଙ୍କୁ ନିଜର ପ୍ରଥମ ବିମାନ ବନ୍ଦର ପାଇଁ ମୁଁ ପୁଣି ଥରେ ହୃଦୟର ସହିତ ଶୁଭେଚ୍ଛା ଜଣାଇବାକୁ ଚାହୁଁଛି ।
ମୁଖ୍ୟମନ୍ତ୍ରୀ ମହାଶୟ ବହୁତଗୁଡ଼ିଏ ବିଷୟରେ ଉଲ୍ଲେଖ କରିଛନ୍ତି, ଏ ସମସ୍ତ ବିଷୟଗୁଡ଼ିକରେ ତାଙ୍କ ସହିତ ମୋର ବ୍ୟକ୍ତିଗତ ଆଲୋଚନା ହୋଇଥାଏ । ଆଉ ଏଥିପାଇଁ ତାହାକୁ ସାର୍ବଜନିକ ଭାବେ ଭିନ୍ନ ଭିନ୍ନ ଭାବେ ମୋର ଜଣାଇବାର ଆବଶ୍ୟକତା ନାହିଁ । କିନ୍ତୁ ମୁଁ ଆପଣମାନଙ୍କୁ ବିଶ୍ୱାସ ଦେଉଛି ଏହି ଦେଶକୁ ନୂତନ ଶିଖରକୁ ନେଇ ଯିବାର ଅଛି, ସିକ୍କିମକୁ ମଧ୍ୟ ଆଗକୁ ବଢ଼ିବାର ଅଛି, ସିକ୍କିମର ପ୍ରତ୍ୟେକ ସମାଜକୁ, ପ୍ରତ୍ୟେକ ବ୍ୟକ୍ତିଙ୍କୁ, ପ୍ରତ୍ୟେକ ଯୁବକଙ୍କୁ, ତାଙ୍କର ସ୍ୱପ୍ନକୁ ପୂରଣ କରିବା ପାଇଁ ଅନେକ ପ୍ରକାରର ଚେଷ୍ଟା କରାଯିବ ।
ଏହି ବିଶ୍ୱାସର ସହିତ ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ – ବହୁତ ଶୁଭକାମନା, ବହୁତ – ବହୁତ ଶୁଭେଚ୍ଛା ଜଣାଉଛି ।
ଧନ୍ୟବାଦ ।
**********
आज का ये दिन सिक्किम के लिए तो ऐतिहासिक है ही, देश के लिए भी महत्वपूर्ण है।
— PMO India (@PMOIndia) September 24, 2018
पाक्योंग एयरपोर्ट के खुलते ही देश में एयरपोर्ट की सेंचुरी यानि शतक लग गया है।
अपने पहले और देश के सौवें एयरपोर्ट से जुड़ने पर आप सभी को बहुत-बहुत बधाई: PM
पाक्योंग एयरपोर्ट इस थका देने वाली दूरी को मिनटों में समेटने वाला है।
— PMO India (@PMOIndia) September 24, 2018
इससे सफर तो आसान और कम हुआ ही है, सरकार ने ये भी कोशिश की है यहां से आना जाना सामान्य व्यक्ति की पहुंच में भी रहे। इसलिए इस एयरपोर्ट को उड़ान योजना से जोड़ा गया है: PM
सिक्किम को और नॉर्थ ईस्ट में इंफ्रास्ट्रक्चर और इमोशनल, दोनों तरह की कनेक्टिविटी को विस्तार देने का काम तेजी से चल रहा है।
— PMO India (@PMOIndia) September 24, 2018
मैं खुद नॉर्थ ईस्ट के राज्यों में विकास की जानकारी लेने कई बार आ चुका हूं।
हर हफ्ते-2 हफ्ते में कोई न कोई केंद्रीय मंत्री भी इस क्षेत्र में रहता है: PM
इसका परिणाम क्या हुआ ये भी आप सभी अब जमीन पर देख रहे हैं।
— PMO India (@PMOIndia) September 24, 2018
सिक्किम हो,
अरुणाचल प्रदेश हो,
मेघालय हो,
मणिपुर,
नागालैंड,
असम,
त्रिपुरा हो,
नॉर्थ ईस्ट के सभी राज्यों में बहुत से काम पहली बार हो रहे हैं: PM
हवाई जहाज पहली बार पहुंचे हैं,
— PMO India (@PMOIndia) September 24, 2018
रेल कनेक्टिविटी पहली बार पहुंची है,
कई जगह बिजली पहली बार पहुंची है,
चौड़े नेशनल हाईवे बन रहे हैं,
गांव की सड़कें बन रही हैं,
नदियों पर बड़े-बड़े पुल बन रहे हैं,
डिजिटल इंडिया का विस्तार हो रहा है: PM
आज हमारे 100 एयरपोर्ट चालू हो गए हैं, इसमें से 35 एयरपोर्ट बीते 4 वर्षों में जुड़े हैं।
— PMO India (@PMOIndia) September 24, 2018
आजादी के बाद से साल 2014 तक यानि 67 साल के बाद भी देश में 65 एयरपोर्ट थे।
यानि 1 वर्ष में औसतन 1 हवाई अड्डा बनाया गया,
बीते 4 वर्षों में औसतन 1 साल में 9 एयरपोर्ट तैयार हुए हैं: PM
ऑर्गेनिक फार्मिंग को बढ़ावा देने के लिए सरकार प्रयास कर रही है। इसके लिए परंपरागत कृषि विकास योजना के तहत काम किया जा रहा है।
— PMO India (@PMOIndia) September 24, 2018
नॉर्थ ईस्ट में सरकार ने Mission Organic Value Development for North Eastern Region चलाई है। इसके लिए करीब 400 करोड़ रुपए का प्रावधान किया है: PM
In the Pakyong Airport, Sikkim gets its first airport and India its one hundredth. Today is a momentous day for the aviation sector.
— Narendra Modi (@narendramodi) September 24, 2018
Delighted to have inaugurated the airport in Sikkim. Come, visit Sikkim and experience the beauty and hospitality of the state! pic.twitter.com/fZ6ZxIitRj
Addressed a public meeting in Pakyong, Sikkim. Talked about the numerous steps being taken for the transformation of the Northeast particularly towards improving connectivity, infrastructure, agriculture among other areas. Sharing my speech. https://t.co/JQNGGIFNmx pic.twitter.com/ad2l0c9dnn
— Narendra Modi (@narendramodi) September 24, 2018