Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସିମଲାରୁ ଆଞ୍ଚଳିକ ବିମାନ ଯୋଗାଯୋଗ ବ୍ୟବସ୍ଥା – ଉଡାନ୍ ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ସିମଲାରୁ ଆଞ୍ଚଳିକ ବିମାନ ଯୋଗାଯୋଗ ବ୍ୟବସ୍ଥା – ଉଡାନ୍ ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ସିମଲାରୁ ଆଞ୍ଚଳିକ ବିମାନ ଯୋଗାଯୋଗ ବ୍ୟବସ୍ଥା – ଉଡାନ୍ ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ସିମଲାରୁ ଆଞ୍ଚଳିକ ବିମାନ ଯୋଗାଯୋଗ ବ୍ୟବସ୍ଥା – ଉଡାନ୍ ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିମଲା ବିମାନବନ୍ଦରରୁ ଆଞ୍ଚଳିକ ବିମାନ ଚଳାଚଳ ସେବା-ଉଡାନର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ ଆଜି ସିମଲା, ନାଡେଡ଼ ଏବଂ କଡ଼ପାରୁ ବିମାନ ଉଡ଼ାଣ ଆରମ୍ଭ ହୋଇଛି ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ହିମାଚଳ ପ୍ରଦେଶର ବିଳାସପୁର ଠାରେ ଏକ ହାଇଡ୍ରୋ ଇଞ୍ଜିନିୟରିଂ କଲେଜର ଭିତିପ୍ରସ୍ତର ସ୍ଥାପନ ନିମନ୍ତେ ଇ-ପ୍ଲାକ୍ ଉନ୍ମୋଚନ କରିଥିଲେ । ପ୍ରଧାନମନ୍ତ୍ରୀ ସିମଲା ବିମାନବନ୍ଦରରେ ଉପସ୍ଥିତ ଜନସାଧାରଣ ଏବଂ ଭିଡିଓ ଲିଙ୍କ୍ ମାଧ୍ୟମରେ ନାଡେଡ଼ ଓ କଡପାରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ ।

ସେ କହିଥିଲେ ଯେ ଦେଶର ମଧ୍ୟମବର୍ଗ ଲୋକଙ୍କ ଜୀବନଧାରା ରୂପାନ୍ତରିତ ହେଉଛି ଏବଂ ସେମାନଙ୍କର ଆଶା ଆକାଂକ୍ଷା ବଢ଼ୁଛି । ସେ କହିଥିଲେ ଉଚିତ୍ ସୁଯୋଗ ମିଳିଲେ ସେମାନେ ଅସମ୍ଭବକୁ ସମ୍ଭବ କରିପାରିବେ । ସେ ଆହୁରି କହିଥିଲେ ଯେ ଭାରତରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଅନେକ ସୁଯୋଗ ରହିଛି । ଉଡ଼ାନ-ଉଡ଼େ ଦେଶ କା ଆମ ନାଗରିକ- ଯୋଜନା ସମ୍ପର୍କରେ ଉଲ୍ଲେଖ କରି ସେ କହିଥିଲେ ଯେ, ପୂର୍ବରୁ ବିମାନ ସେବା କେବଳ କିଛି ବଚ୍ଛାବଚ୍ଛା ଲୋକଙ୍କ ପାଇଁ ଥିଲା । କିନ୍ତୁ ଏବେ ସ୍ଥିତି ବଦଳିବାକୁ ଲାଗିଛି, ଭାରତର ଜନସାଧାରଣଙ୍କ ଆକାଂକ୍ଷା ପୂରଣ କରିବା ଲାଗି ନୂଆ ବିମାନ ସେବା ନୀତି ଆରମ୍ଭ କରାଯାଇଛି । ସେ କହିଥିଲେ ଟାୟାର-୨ ଏବଂ ଟାୟାର-୩ ସହରଗୁଡ଼ିକ ଏବେ ଅଭିବୃଦ୍ଧିର ଇଞ୍ଜିନ୍ ପାଲଟିଛନ୍ତି ଏବଂ ଏ ସବୁ ସହର ବିମାନ ଯୋଗାଯୋଗ ଦ୍ୱାରା ଲାଭବାନ ହେବେ । ସେ କହିଥିଲେ ଯେ ହିମାଚଳ ପ୍ରଦେଶରେ ପର୍ଯ୍ୟଟନ କ୍ଷେତ୍ର ଉଡାନ ଯୋଜନା ଦ୍ୱାରା ଲାଭାନ୍ୱିତ ହେବ ।