ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସୀମା ଶୁଳ୍କ ଅଧିନିୟମରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ସୀମା ଶୁଳ୍କ ଆଇନ 1962, ସୀମା ଶୁଳ୍କ ଟାରିଫ ଅଧିନିୟମ 1975, କେନ୍ଦ୍ରୀୟ ଅବକାରୀ ଆଇନ 1944, କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଟାରିଫ ଅଧିନିୟମ 1985 ରଦ୍ଦ ଏବଂ ଉପକର ଆଦାୟ ପାଇଁ ଅଧିନିୟମ ଅଧୀନସ୍ଥ ବ୍ୟବସ୍ଥାଗୁଡ଼ିକ ରଦ୍ଦ ଏବଂ ସଂଶୋଧନ ଆଦି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ଦେଇଛନ୍ତି । ଉପରୋକ୍ତ ସଂଶୋଧନ ଫଳରେ ସୀମା ଶୁଳ୍କ ଆଇନ, 1962ର ଧାରା 108-ଏ ଏବଂ 108-ବି ସଂଯୋଗ କରାଯିବ । ଏହାଦ୍ୱାରା ଜଣେ ବ୍ୟକ୍ତିଙ୍କ ଦ୍ୱାରା କୌଣସି ଉତ୍ପାଦ ରପ୍ତାନି କିମ୍ବା ଆମଦାନୀ ତଥ୍ୟ ରଖାଯାଇପାରିବ । ଯାହାଦ୍ୱାରା ରପ୍ତାନୀ ଏବଂ ଆମଦାନୀ ସମ୍ପର୍କିତ ତଥ୍ୟର ସଠିକ୍ ଆକଳନ କରାଯାଇପାରିବ, ରପ୍ତାନୀ ପ୍ରୋତ୍ସାହନ ଯୋଜନାଗୁଡ଼ିକର ଦୂରୁପଯୋଗ ରେକାଯାଇପାରିବ, ସୀମା ଶୁଳ୍କ ଆଇନର ଉଲ୍ଲଙ୍ଘନ ବନ୍ଦ ହେବା ସହିତ ସୀମା ଶୁଳ୍କ ଅଧିକାରୀମାନେ ଏ ସଂକ୍ରାନ୍ତ ଆଇନକୁ କଡ଼ାକଡ଼ି କରିବା ଲାଗି ଅଧିକାର ପାଇପାରିବେ ।
ଏହାଛଡା ଜିଏସଟି ଲାଗୁ ହେବା ପରେ ସୀମା ଶୁଳ୍କ ଆଇନରେ ଥିବା କେତେକ ବ୍ୟବସ୍ଥା ଅଚଳ ହୋଇପଡ଼ୁଥିବାରୁ ଏହି ସବୁ ଅନାବଶ୍ୟକ ଅଂଶକୁ ଆଇନରୁ ବାଦ୍ ଦିଆଯିବ ଅଥବା ସଂଶୋଧନ କରାଯିବ ।